Jail Death Incident - The Sakala

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ବିଜେଡି; ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଉ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କ ସନ୍ଦେହଜନକ ହାଜତ ମୃତ୍ୟୁ ଘଟଣା କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି। ଏହି ଘଟଣା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ।

ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ମେ ୨୧ ତାରିଖରେ କବିସୂର୍ଯ୍ୟନଗର ଥାନାରେ ଏକ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଶାସକ ଦଳର କିଛି ବ୍ୟକ୍ତିଙ୍କ ନାମ ରହିଥିଲା। କିନ୍ତୁ ପୁଲିସ ସେମାନଙ୍କୁ ପଚାରିବାକୁ ସାହାସ ଜୁଟାଇ ନ ପାରି ନିରୀହ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଥାନାକୁ ଡକାଇ ଦୀର୍ଘ ୬ ଦିନ ଧରି ଅମାନବୀୟ ନିର୍ଯାତନା ଦେଇଥିଲା। ମୃତ ସୁଶାନ୍ତ ସାହୁଙ୍କ ପରିବାର ସଦସ୍ୟଙ୍କ ବୟାନ ଅନୁଯାୟୀ ସୁଶାନ୍ତଙ୍କ ନାମରେ କୌଣସି ଏଫ୍‌ଆଇଆର ନଥିବା ସତ୍ତ୍ବେ  ଥାନାରେ ତାଙ୍କୁ ପ୍ରବଳ ମାଡ଼ ମାରି ତାଙ୍କ ଶରୀର ଉପରେ ଲଙ୍କାଗୁଣ୍ଡ ଓ ଗରମ ପାଣି ପକାଇ ଥାର୍ଡଡିଗ୍ରୀ ପ୍ରୟୋଗ କରିଥିଲା ପୁଲିସ। ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ଓ ଏମକେସିଜି ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ଦୁଇ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ କରାଯାଇନାହିଁ । କିଛି କର୍ମଚାରୀଙ୍କୁ ନିଲମ୍ୱନ ଓ ବଦଳି କରିଦେଇ ରାଜ୍ୟ ସରକାର ଚୁପ୍‌ ହୋଇ ବସିରହିଛନ୍ତି।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ ଯେ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ହେବା ତ ଦୂରର କଥା, ପୁଲିସର ଏଭଳି ଅପରାଧିକ କାର୍ଯ୍ୟ ଲାଗି ଜିଲ୍ଲାବାସୀ ତଟସ୍ଥ। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରାଜ୍ୟର ପୁଲିସ ବ୍ୟବସ୍ଥା ନାହିଁ। ଲଗାତାର ଭାବେ ରାଜ୍ୟତମାମ ପୁଲିସର ଏଭଳି କାର୍ଯ୍ୟ ଦର୍ଶାଉଛି ଯେ ପୁଲିସ ଡିଜିଙ୍କ କଥାକୁ କେହି ଖାତିର କରୁନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ପୁଲିସ ଡିଜି, ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପି ତଥା କବିସୂର୍ଯ୍ୟନଗର ଆଇଆଇସି ସମସ୍ତେ ଅଣଓଡ଼ିଆ ହୋଇଥିବାରୁ ଆଜି ଜଣେ ନିରୀହ ଭିନ୍ନକ୍ଷମ ଓଡ଼ିଆ ଯୁବକଙ୍କୁ ପୁଲିସ ହାଜତରେ ମୃତ୍ୟୁବରଣ କରିବାକୁ ପଡ଼ିଲା।  ଘଟଣାରେ ସମ୍ପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ ଏବଂ ସୁଶାନ୍ତ ସାହୁଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେବା ସହ ଦୀର୍ଘମିଆଦି ସାମାଜିକ ସୁରକ୍ଷା ପ୍ରଦାନ କରନ୍ତୁ । ଯଦି ସୁଶାନ୍ତ ସାହୁଙ୍କ ପରିବାରକୁ ସରକାର ନ୍ୟାୟ ନ ଦିଅନ୍ତି, ତେବେ ପରିବାରକୁ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ ତାହାର ଲଢେ଼ଇ ଜାରି ରଖିବ । ବିଜେଡିର ଏହି ସାମ୍ୱାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦଳର ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ରଞ୍ଜିତା ସାହୁ ଓ ଗଞ୍ଜାମ ଜିଲ୍ଲା ଯୁବ ସଭାପତି  ନଚିକେତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।