Ranveer Allahbadia Podcast - The Sakala

ମନୋଜ ବାଜପେୟୀଙ୍କ ବଡ଼ ଖୁଲାସା: ଗତ ୧୦ ବର୍ଷ ହେବ ଅଭିନୟ ଛାଡ଼ିବାକୁ ଚିନ୍ତା କରୁଛନ୍ତି ଅଭିନେତା
ବଲିଉଡର ଅନ୍ୟତମ ଶ୍ରେଷ୍ଠ ଏବଂ ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତା ମନୋଜ ବାଜପେୟୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। 'ସତ୍ୟା', 'ଶୂଲ୍' ଏବଂ 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ଭଳି ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିବା ଏହି ଅଭିନେତା ଗତ ୧୦ ବର୍ଷ ହେବ ଅଭିନୟ ଜଗତରୁ ଦୂରେଇ ଯିବାକୁ ଚିନ୍ତା କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ନିଜର ଗମ୍ଭୀର ଏବଂ ତୀବ୍ର ଚରିତ୍ରଗୁଡ଼ିକ ପାଇଁ ପରିଚିତ ମନୋଜ, ଏବେ ହାଲୁକା ତଥା କମର୍ସିଆଲ୍ ଚଳଚ୍ଚିତ୍ରରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଗମ୍ଭୀର ଚରିତ୍ର ଯୋଗୁଁ ମାନସିକ ସ୍ତରରେ ପ୍ରଭାବିତ

ନିକଟରେ ୟୁଟ୍ୟୁବର ରଣବୀର ଆଲ୍ହାବାଦିଆଙ୍କ ଏକ ପୋଡକାଷ୍ଟରେ ଯୋଗ ଦେଇ ମନୋଜ କହିଛନ୍ତି ଯେ, କ୍ରମାଗତ ଭାବେ ଗମ୍ଭୀର ଏବଂ ଭାବପ୍ରବଣ ଚରିତ୍ରରେ ଅଭିନୟ କରିବା ଦ୍ୱାରା ତାଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିଛି। ସେ କହିଛନ୍ତି, "ଗମ୍ଭୀର ଚରିତ୍ରରେ ଅଭିନୟ କରିବା ଦ୍ୱାରା ମୁଁ ବହୁତ 'ମୁଡି' (Moody) ହୋଇଯାଇଛି ଏବଂ ମୋର ମୁଡ୍ ସ୍ୱିଙ୍ଗ୍ ବହୁତ ଅଧିକ ହେଉଛି। ଗତ ୧୦ ବର୍ଷ ହେବ ବେଳେବେଳେ ଇଚ୍ଛା ହୁଏ ଯେ ମୁଁ ଅଭିନୟ ଛାଡ଼ିଦେବି। କିନ୍ତୁ ପୁଣି କୌଣସି ଏକ ଭଲ ଚରିତ୍ର ମିଳିଗଲେ ମୁଁ ସେଥିରେ ସାମିଲ ହୋଇଯାଏ।" ମନୋଜ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ଘର ଚଳାଇବା ବା ଦୈନନ୍ଦିନ ଖର୍ଚ୍ଚ ପାଇଁ ବାଧ୍ୟତାମୂଳକ ଭାବେ ଅଭିନୟ କରିବାକୁ ଚାହାଁନ୍ତି ନାହିଁ, ବରଂ ନିଜର ଆଗ୍ରହ ଏବଂ ସନ୍ତୁଷ୍ଟି ପାଇଁ ଅଭିନୟ କରିବାକୁ ଚାହାଁନ୍ତି।

କମର୍ସିଆଲ୍ ଓ ସ୍ଲାପଷ୍ଟିକ୍ କମେଡି କରିବାକୁ ଇଚ୍ଛା

ଦୀର୍ଘ ଦିନ ଧରି ମାନସିକ ସ୍ତରରେ ନିଃଶେଷ କରୁଥିବା 'ଡାର୍କ' (Dark) ରୋଲ୍ କରିବା ପରେ ଏବେ ସେ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି। ଅଭିନେତା ଜଣକ କହିଛନ୍ତି, "ଆଜିକାଲି ମୋର କମର୍ସିଆଲ୍ ଫିଲ୍ମ କରିବାକୁ ବହୁତ ଇଚ୍ଛା ହେଉଛି। ମୁଁ ଏକ ସମ୍ପୂର୍ଣ୍ଣ 'ସ୍ଲାପଷ୍ଟିକ୍ କମେଡି' (Slapstick Comedy) ବା ନନ୍‌ସେନ୍ସ କମେଡି କରିବାକୁ ଚାହୁଁଛି ଯେଉଁଥିରେ ଗୀତ ଥିବ, ନାଚ ଥିବ ଏବଂ ମୋତେ ଘରୁ କୌଣସି ପ୍ରସ୍ତୁତି କରି ସେଟ୍‌କୁ ଯିବାକୁ ପଡ଼ିବ ନାହିଁ। ମୁଁ କେବଳ ସେଟ୍‌କୁ ଯାଇ ମଜା କରିବାକୁ ଚାହୁଁଛି।"