Weather Report - The Sakala

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା କାଲି ମଧ୍ୟ ଘଡଘଡି ବିଜୁଳି ସହ ବର୍ଷା ନେଇ ଉତ୍ତର ଏବଂ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

୮ ତାରିଖରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ହେବା ସହ କିଛି ସ୍ଥାନରେ ବଜ୍ରପାତ ନେଇ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ୧୦ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରର ଜୁଜୁମରା ଠାରେ ସର୍ବାଧିକ ୫୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀର ପିପିଲି ଠାରେ ୪୮, ରାୟଗଡାର ଗୁଣୁପୁର ଠାରେ ୪୫ ଏବଂ ସୋନପୁର ଉଲ୍ଲୁଣ୍ଡା ଠାରେ ୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ମୌସୁମୀ ସିଜିନ୍ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୬୩୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୨ ପ୍ରତିଶତ ଅଧିକ । ପୁରୀ, କେନ୍ଦ୍ରାପଡା, ଗଞ୍ଜାମ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୭ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ମାତ୍ର ଗୋଟିଏ ଜିଲ୍ଲା ସୋନପୁରରେ ୬୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୭ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ୪୩.୫ ଡିଗ୍ରୀ ତାପମାତ୍ରା ସହ ବାରିପଦା ପାଲଟିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର
ଭୁ‌ବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବାରିପଦାରେ ସର୍ବାଧିକ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।

ରେକର୍ଡ କରାଯାଇଥିବା ତାପମାତ୍ର- ବାଲେଶ୍ବରରେ ୪୦, ଚାନ୍ଦବାଲିରେ ୪୧.୩, କଟକରେ ୪୧.୪, ଭୁବନେଶ୍ବରରେ ୪୦.୮, ଅନୁଗୁଳରେ ୪୨.୫, ବାରିପଦାରେ ୪୩.୫, ଝାରସୁଗୁଡ଼ାରେ ୪୧.୮, ଟିଟିଲାଗଡ଼ରେ ୪୨.୨, ସୋନପୁରରେ ୪୨.୫, ନୟାଗଡ଼ରେ ୪୦, ବୌଦ୍ଧରେ ୪୨.୫, ପାରଳାଖେମୁଣ୍ଡିରେ ୪୦.୬, ଭଦ୍ରକରେ ୪୧, ଯାଜପୁରରେ ୪୦.୨, ଢେଙ୍କାନାଳରେ ୪୦.୫, ନୂଆପଡ଼ାରେ ୪୦, ଜଗତସିଂହପୁରରେ ୪୦.୫, ରାଉରକେଲାରେ ୪୧, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ଫୁଲବାଣୀରେ ୪୦.୩, ହୀରାକୁଦରେ ୪୦.୬, ତାଳଚେରରେ, ଭବାନୀପାଟଣାରେ ଓ ବଲାଙ୍ଗୀରରେ ୪୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି।

ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼, ରାଜ୍ୟରେ ୨୬ରୁ ବଢ଼ିବ ବର୍ଷା
ଭୁବନେଶ୍ୱର: ୨୬ ତାରିଖରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ ଓଡ଼ିଶାରେ ପ୍ରଭାବ ପକାଇବ। ୨୬ ତାରିଖରୁ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ବର୍ଷା ବୃଦ୍ଧି ହେବ। ଏଥିପାଇଁ ୨୬ରୁ ରାଜ୍ୟରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୁଖ୍ୟତଃ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଅଭ୍ୟନ୍ତୀରଣରେ ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ସମୟରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବୃଦ୍ଧି ହେବା ସହ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଗତ ୨-୩ ଦିନ ରାଜ୍ୟରେ ପଶ୍ଚିମା ଝଡ଼ ନିଷ୍କ୍ରିୟ ହୋଇଯାଇଥିଲଲେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି।

ପଶ୍ଚିମା ଝଡ ପ୍ରଭାବ: ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇଛି। ତେବେ ଏହି ପଶ୍ଚିମା ଝଡ ପ୍ରଭାବରେ ୫ ଦିନ ଧରି ରାଜ୍ୟରେ ବର୍ଷା ଓ ପବନ ସମ୍ଭାବନା ରହିଛି। ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।

#PressRelease on Moderate thunderstorm activity with lightening and Gusty surface winds over the districts of Odisha within next 5days. pic.twitter.com/Ur8zDAHACK

— Meteorological Centre, Bhubaneswar (@mcbbsr) March 15, 2023

ଏଥିସହିତ ୧୬ ତାରଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡା ଆଦି ୧୧ଟି ଜିଲ୍ଲାକୁ ଆଜି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୧୭ ତାରିଖରରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା ହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ର୍ରାଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନଗୁଳ, ଦେଓଗଡ, ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝରକୁ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାକୁ ୟେଲାେ ୱାର୍ଣ୍ଣିଂ ମଧ୍ୟ ଦିଆଯାଇଛି ।

୧୮ ତାରିଖ ପାଇଁ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ଗଜପତି,  ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ଉକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୯ ତାରିଖରେ ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନଗୁଳ, ଢେଙ୍କାନାଳ, ଖେର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳରେ ଘଡଘଡି ବର୍ଷା ସହ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏଠାରେ ୪୦ରୁ ୫୦ କିିମି ବେଗରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୨୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖେର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ , କେନ୍ଦୁଝର ଓ ମୟୁରଭଞ୍ଜ ଆଦି  ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବଢ଼ିବ ତାତି: ରାଜ୍ଯରେ ଫେବୃଆରୀ ଶେଷ ସୁଦ୍ଧା ୪୦ ଡିଗ୍ରୀ ଛୁଇଁବ ପାରଦ
ଭୁବନେଶ୍ୱର: ଫେବୃଆରୀ ମାସରେ ଜାରି ହୋଇଛି ହିଟ୍‌‌ ୱେଭ୍‌‌ ଆଲର୍ଟ। ଦେଶରେ ପ୍ରଥମ ଥର ପାଇଁ ଫେବୃଆରୀ ମାସରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି। ମୁମ୍ବାଇରେ ଜାରି ରହିଥିବା ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆଇଏମ୍‌ଡି ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି। ସାଧାରଣତଃ ମାର୍ଚ୍ଚ ମାସରୁ ଆଇଏମ୍‌ଡି ପକ୍ଷରୁ ଗ୍ରୀଷ୍ମକାଳୀନ ଆକଳନ ଅର୍ଥାତ ସର୍ବାଧିକ ତାପମାତ୍ରା ସମ୍ପର୍କରେ ସୂଚନା ଜାରି କରାଯାଇଥାଏ। ମୁମ୍ବାଇରେ ବର୍ତ୍ତମାନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ସହରୀକରଣ ଏଭଳି ସ୍ଥିତି ସୃଷ୍ଟି କରିଥିବାରୁ ଓଡ଼ିଶା ପାଇଁ ମଧ୍ୟ ଚିନ୍ତାର କାରଣ ସାଜିଛି। କାରଣ ରାଜ୍ୟର ବିଭିନ୍ନ ସ୍ଥାନରେ ଫେବୃଆରୀରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚି ସାରିଥିବାବେଳେ ଫେବୃଆରୀ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ବର୍ତ୍ତମାନ ଅଧା ଓଡ଼ିଶାରେ ତାପମାତ୍ରା ୩୩-୩୪ ଡିଗ୍ରୀ ଉପରେ ରେକର୍ଡ ହେଉଥିବା ବେଳେ ସକାଳ ସୋମବାର ରାଜ୍ୟର ୯ ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଏଥର ଗ୍ରୀଷ୍ମ ଋତୁରେ ଏଲ-ନିନୋର ସକ୍ରିୟ ରହିବ। ସାଧାରଣତଃ ଏଲ-ନିନୋ ବର୍ଷରେ ଗରମ ଅଧିକ ହେଉଥିବା ନଜୀର ରହିଥିବାରୁ ୨୦୨୨ ତୁଳନାରେ ୨୦୨୩ ଗ୍ରୀଷ୍ମର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ରାଜ୍ୟ ସରକରା ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ ଓ ଅଂଶୁଘାତ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି।

ରାଜ୍ୟରେ ଶୀତ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ ବଢିଛି ଶୀତ। ତେବେ ୨ ରୁ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅନେକ ସ୍ଥାନରର ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ୫ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାେନା ରହିଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଶୀତ ଲହରୀକୁ ଦୃଷ୍ଟିରେ ରଖି ୯ ତାରିଖ ସକାଳା ଯାଏଁ ବିଭିନ୍ନ ଜିଲ୍ଲାକୁ ୟୋଲେ ୱର୍ଣ୍ଣିଂ ଜାରି କରାଯାଇଛି। ୮ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନ ପାଇଁ ୟୋଲେ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଶୀତ ପାଇଁ ୯ ତାରିଖ ସକାଳ ୮ଟା ୩୦ ଯାଏଁ-  ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର,ବୌଦ୍ଧ, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନରେ ଶୀତ

ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

୬ରୁ ସକ୍ରିୟ ହେବ ମୌସୁମୀ; ପୁଣି ବଢ଼ିବ ବର୍ଷା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଜାରି ରହିଛି। ଦିନରେ ପ୍ରଚୁର ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଉପର ଓଳି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବା ସହିତ ଧୀରେ ଧୀରେ ମୌସୁମୀ ସକ୍ରିୟ ହେବ। ଏହାସହିତ ୮ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ବର୍ଷା ବୃଦ୍ଧି ହେବ ଓ ଏହି ଧାରା ଜାରି ରହିବ ବୋଲି ଆକଳନ କରାଯାଇଛି। ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ସୂର୍ଯ୍ୟଙ୍କ ପ୍ରଖର କିରଣ ଜାରି ରହୁଛି। ଏହାସହିତ ବର୍ତ୍ତମାନ ରହୁଥିବା ଆର୍ଦ୍ରତା ଯୋଗୁଁ ଗରମ ସହିତ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି ଉତ୍ତପ୍ତ ବାୟୁମଣ୍ଡଳ ସହିତ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାସ୍ପପୂର୍ଣ୍ଣ ବାୟୁ ସ୍ପର୍ଶ ହେବା ପରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେଉଛି। ଦୁଇ ଦିନ ହେବ ଏହି ସ୍ଥିତି ବୃଦ୍ଧି ହୋଇଥିବାବେଳେ ଅନେକ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳୁଛି।

ସୋମବାର ଅନେକ ଜିଲ୍ଲାରେ ଏହି ପରିମାଣର ବର୍ଷା ହେବାକୁ ଥିବାବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁରସ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ବାଲେଶ୍ୱର ଆଦିରେ ବିଜୁଳି ଘଡ଼ଘଡ଼ିଜନିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

୩ ସପ୍ତାହରେ ୩ ଲଘୁଚାପ ! ବର୍ଷା ଓ ବଜ୍ରପାତ ପାଇଁ ଆଜି ରାଜ୍ଯର ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ପରେ ଅସହ୍ୟ ଗୁଳୁଗୁଳିରେ ଲୋକେ ସିଝୁଥିବା ବେଳେ ଏଥିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ସେପ୍ଟେମ୍ବର ମାସର ପ୍ରଥମ ତିନି ସପ୍ତାହରେ ବଙ୍ଗୋପସାଗରରେ ତିନିଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରୁଥିବା ବିଭିନ୍ନ ମଡେଲର ତଥ୍ୟକୁ ଆକଳନ କରି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ସୂଚନା ଦେଇଛନ୍ତି। ଏପଟେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ରବିବାର ଅଧାରୁ ଅଧିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କଟକ ଏବଂ ଯାଜପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।

ସେହିପରି ୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବା ଆକଳନ କରି ପାଣିପାଗ କେନ୍ଦ୍ର ପକ୍ଷରୁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସୋମବାର ପ୍ରବଳ ବର୍ଷା ହୋଇପାରେ କେନ୍ଦ୍ର ପକ୍ଷରୁ କୁହାଯାଇଛି।ଲଘୁଚାପ ସମ୍ପର୍କରେ ସୂଚନା ଦେଇ ଡ. ପଶୁପାଳକ କହିଛନ୍ତି ଯେ ପ୍ରଥମ ଲଘୁଚାପ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆସନ୍ତା ୬ ତିମ୍ବା ୭ ତାରିଖରେ ସୃଷ୍ଟି ହେବ। ତାହା ୯ ତାରିଖରେ ତେଲଙ୍ଗାନା ଆଡ଼କୁ ମୁହାଁଇବ। ଏହାଦ୍ୱାରା ଓଡ଼ିଶାକୁ ସାମୁଦ୍ରିକ ପବନ ବହିବାକୁ ଥିବାବେଳେ ତାପମାତ୍ରା ମଧ୍ୟ କମିବ। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ସେହିପରି ଦ୍ୱିତୀୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ୯ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ କହିଛନ୍ତି। ଏହା ଓଡ଼ିଶା କିମ୍ବା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁପାରେ। ତେବେ ଏହା ସମୁଦ୍ରରେ ଥିବାବେଳେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ତୃତୀୟ ଲଘୁଚାପଟି ୧୩ରୁ ୧୬ ତାରିଖ ମଧ୍ୟରେ ସୃଷ୍ଟି ହେବ। ଏହା ମଧ୍ୟ ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯାଇପାରେ। ଯଦି ଦ୍ୱିତୀୟ ଲଘୁଚାପଟି ଅଧିକ ଘନୀଭୂତ ନହୁଏ, ତାହେଲେ ତୃତୀୟଟି ଘନୀଭୂତ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆଜିଠୁ ରାଜ୍ୟରେ ବଦଳିବ ପାଗ, ଘୂର୍ଣ୍ଣିବଳୟ ପ୍ରଭାବରେ ୨ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଦଳିବ ପାଗ । ରାଜ୍ୟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବ ଆଜିଠାରୁ ହ୍ରାସ ପାଇବ। ତେବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷ କରି ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ରହୁଛି। ଗୁରୁବାର ମଧ୍ୟ ରାଜ୍ୟର ୨ ଟି ଜିଲ୍ଲା ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଦୁଇ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ରହିଛି। ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ ୩୬ ଘଣ୍ଟାରେ ପାରଦୀପରେ ୬୬.୩ ମିମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୨୨, କେନ୍ଦ୍ରାପଡ଼ାରେ ୪୧, ନବରଙ୍ଗପୁରରେ ୨୫, ଯାଜପୁରରେ ୩୧, ପାରଳାଖେମୁଣ୍ଡିରେ ୨୨, ସୋନପୁରରେ ୨୯, ମାଲକାନଗିରିରେ ୩୪, ଫୁଲବାଣୀରେ ୫୭ ଓ ପୁରୀରେ ୪୨ ମିମି ବର୍ଷା ରେକର୍ଡ ହୋଇଛି। ଗୁରୁବାରଠାରୁ ବର୍ଷାର ପରିମାଣ କମିବା ସହ ୨୭ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି।

ଆଜିଠୁ ବଦଳିବ ପାଗ : ୫ରୁ ପୁଣି ବର୍ଷା, ୬ରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର : ରାଜ୍ୟକୁ ପୁଣି ବର୍ଷା ଫେରିବ। ଖରାର ପ୍ରକୋପ କମିବା ସହିତ ପୁଣି ମେଘୁଆ ଆକାଶ ଦେଖାଯିବ। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୭୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ମଙ୍ଗଳବାର ସୁଦ୍ଧା ୫୧୬ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍‍ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

୬ ରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ, ୫ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୪ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି

— Meteorological Centre, Bhubaneswar (@mcbbsr) August 3, 2022

ଆସନ୍ତାକାଲି ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୫ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୬ ତାରିଖ ଦିନ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ପୁରୀ, ଗଞ୍ଜାମ, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ବାକି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧ ଜୁନ୍‌ରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ମିମି ବର୍ଷା ହୋଇଯାଇଛି। ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୭୨.୬ମିମି ବର୍ଷା ହୋଇଥାଏ। ଅର୍ଥାତ ଏବେ ରାଜ୍ୟରେ ମୋଟ୍ ୧୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏହା ସ୍ବାଭାବିକ ପରିସରଭୁକ୍ତ। ରାଜ୍ୟର ୨ଟି ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ବାଭାବିକଠାରୁ ୨୦%ରୁ ଅଧିକ ବର୍ଷା ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୪୧% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୩୦% ଅଭାବୀ ବର୍ଷା ହୋଇଛି। ଏଥିସହ ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୨୦% ନିଅଣ୍ଟିଆ ବର୍ଷା ହୋଇଯାଇଛି। ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ମୌସୁମୀ ବର୍ଷା ସ୍ବାଭାବିକ ରହିଥିବା ପାଣିପାଗ କେନ୍ଦ୍ର କହିଛି।

ଅସହ୍ଯ ତାତି: ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କଲା ପାରା
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ଝାରସୁଗୁଡ଼ାର ତାପାମାତ୍ରା। ୪୦.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦିନ ୧୧ଟା ୩୦ ସୁଦ୍ଧା ଉତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି।

ସେହିପରି, ଭୁବନେଶ୍ବର- ୩୯ ଡିଗ୍ରୀ

ବାଲେଶ୍ବର- ୩୪.୪ ଡିଗ୍ରୀ

ଗୋପାଳପୁର- ୩୦ ଡିଗ୍ରୀ

ସମ୍ବଲପୁର- ୩୯.୨ ଡିଗ୍ରୀ

ପାରାଦୀପ- ୩୧.୪ ଡିଗ୍ରୀ

ପୁରୀ- ୩୩.୨ ଡିଗ୍ରୀ

ଚାନ୍ଦବାଲି- ୩୭.୨ ଡିଗ୍ରୀ

କେନ୍ଦୁଝର- ୩୯.୬ ଡିଗ୍ରୀ

ହୀରାକୁଦ- ୩୮.୮ ଡିଗ୍ରୀ

ହିଟ୍-ୱେଭରେ ଲାଗିବ ବ୍ରେକ୍: ଆଉ ୩ଦିନ ପରେ ରାଜ୍ଯରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଡହଡ଼ହ ଖରାରେ ସିଝୁଛି ସାରା ଓଡ଼ାଶା। ଆଗାମୀ ୧ ତାରିଖ ପର୍ଯ୍ଯନ୍ତ ସ୍ୱଭାବିକ ତାପମାତ୍ରାଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ଡିଗ୍ରୀ ପର୍ଯ୍ଯନ୍ତ ଅଧିକ ତାପମାତ୍ରା ରହିବ। ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ,ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ୨୮ ଏବଂ ୨୯ ତାରିଖରେ ଅଧିକ ତାପମାତ୍ରା ରହିବ । ୩୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

କାଳବୈଶାଖୀ ପ୍ରଭାବ ରାଜ୍ୟରେ ହିଟ-ୱେଭରେ ବ୍ରେକ ଲାଗିବ। ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପରବର୍ତୀ ୨ ଦିନ ମଧ୍ୟରେ  ମଇ ୧ ରୁ ୨ ତାରିଖ ମଧ୍ଯରେ ୨ ଡ଼ିଗ୍ରୀ ଯାଏଁ ତଳକୁ ଦିନରେ ତାତି ଖସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ୨ ଓ ୩ ତାରିଖରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଘଡଘଡି ହୋଇପାରେ । ଏନେଇ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି ।