Badashi BDO - The Sakala

କର୍ତ୍ତବ୍ୟରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଚରମ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା ଏବଂ ଶୃଙ୍ଖଳାଗତ ତ୍ରୁଟି ଅଭିଯୋଗରେ ତାଙ୍କୁ ତୁରନ୍ତ ସରକାରୀ ସେବାରୁ ନିଲମ୍ବନ (ସସପେଣ୍ଡ) କରିବାକୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶ୍ରୀ ଆର୍. ଏସ୍. ଗୋପାଳନ, ଚିଠି ଲେଖି ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା 'ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ' (ଏସଆଇଆର-୨୦୨୬) କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତ ମେ' ୨୩ ତାରିଖରେ ଆୟୋଜିତ ଭର୍ଚ୍ଚୁଆଲ୍ ଟ୍ରେନିଂରେ ଶ୍ରୀମତୀ ଦାସ ଅନୁପସ୍ଥିତ ଥିଲେ। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ, ଯାହା ତାଙ୍କର ସରକାରୀ ନିୟମ ପ୍ରତି ଉଦାସୀନତାକୁ ଦର୍ଶାଉଛି।

ଏହାଛଡ଼ା ମେ' ୨୬ ଓ ୨୭ ତାରିଖରେ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ସେ ବିଫଳ ହେବା ସହ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ନିଜ ମନମୁଖୀ ଭାବେ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଥିଲେ। କେବଳ ସେତିକି ନୁହେଁ, ମେ' ୨୫ ଓ ୨୬ ତାରିଖରେ ଛୁଟି ଆରମ୍ଭ ଦିନ ହିଁ ସେ କାଜୁଆଲ ଲିଭ୍ (ସଏଲ୍) ପାଇଁ ଆବେଦନ କରିଥିଲେ ଏବଂ ମେ' ୨୮ ତାରିଖରେ ବିନା କୌଣସି ପୂର୍ବ ସୂଚନାରେ କାର୍ଯ୍ୟରୁ ଅନୁପସ୍ଥିତ ରହିଥିଲେ, ଯାହା ପ୍ରଶାସନିକ ଶୃଙ୍ଖଳାର ସମ୍ପୂର୍ଣ୍ଣ ବିରୋଧୀ ଅଟେ।

ତାଙ୍କର ଏଭଳି ବାରମ୍ବାର ଅନୁପସ୍ଥିତି ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବଡ଼ସାହି ବ୍ଲକରେ ଏସଆଇଆର-୨୦୨୬ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଜଣେ ଦାୟିତ୍ୱବାନ ସରକାରୀ ଅଧିକାରୀ ଭାବେ ନିଜ କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ ନକରିବା ଏବଂ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ ର ଉଲ୍ଲଂଘନ କରିଥିବା ଯୋଗୁଁ ତାଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ (ସିସିଏଣ୍ଡଏ) ରୁଲ୍ସ, ୧୯୨ ଅନୁଯାୟୀ ତୁରନ୍ତ ନିଲମ୍ବନ କରିବାକୁ ଏହି ଚିଠିରେ ସ୍ପଷ୍ଟ କରାଯାଇଛି।