BRICS disaster risk reduction meet - The Sakala

ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ; ଏକାଠି ହେବେ ୧୧ ଦେଶର ପ୍ରତିନିଧି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ସହର
ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହେଉଛି ‘ବ୍ରିକ୍ସ’ ସମ୍ମିଳନୀ । ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସାଜିଥିବା ଓଡ଼ିଶା ପାଇଁ ଆଉ ଏକ ଗର୍ବର ବିଷୟ। ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଆଜିଠୁ ଜୁନ୍‌ ୫ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ‘ବ୍ରିକ୍ସ’ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍‌ଆର୍‌) କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ତାଜ୍‌ ପୁରୀ ରିସର୍ଟ ଆଣ୍ଡ ସ୍ପା’ଠାରେ ଏହି ହାଇ ପ୍ରୋଫାଇଲ୍‌ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ), ଭାରତ ସରକାର ଏହାକୁ ଆୟୋଜନ କରୁଥିବାବେଳେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସ୍‌ଡମା) ଏଥିରେ ସହଯୋଗ କରୁଛି।

ବୈଠକରେ ବ୍ରିକ୍ସର ମୂଳ ସଦସ୍ୟ ଦେଶ ବ୍ରାଜିଲ୍‌, ଋଷ, ଭାରତ, ଚୀନ୍‌ ଏବଂ ଦକ୍ଷିଣ ଆଫ୍ରିକା ସହିତ ସହଯୋଗୀ ଦେଶ ଭାବେ ୟୁଏଇ, ସାଉଦି ଆରବ, ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଉଛନ୍ତି। ଏହାବ୍ୟତୀତ ଏନ୍‌ଡିଏମ୍‌ଏ, ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଚଳିତ ବର୍ଷର ବୈଠକ “ନୂତନତା, ସହଯୋଗ ଏବଂ ସ୍ଥାୟିତ୍ୱ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳତାର ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ। ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ସ୍ଥାନୀୟ ସମୁଦାୟଭିତ୍ତିକ ସତର୍କ ସୂଚନା ପ୍ରଣାଳୀ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯିବ।

ଏହା ଓଡ଼ିଶା ପାଇଁ ଏକ ବଡ଼ ସମ୍ମାନ। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଆଗୁଆ ସ୍ଥାନାନ୍ତରଣ ରଣନୀତି ଏବଂ ଶୂନ୍ୟ ଜୀବନହାନୀ ନୀତି ପାଇଁ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌କୁ ଜାତିସଂଘ ସମେତ ସାରା ବିଶ୍ୱ ପ୍ରଶଂସା କରିଛି। ଓଡ଼ିଶାର ଏହି ଅପ୍ରତିଦ୍ୱନ୍ଦ୍ୱୀ ସଫଳତାକୁ ସ୍ୱୀକୃତି ଦେଇ ଭାରତ ସରକାର ଏହି ବୈଠକ ପାଇଁ ପୁରୀକୁ ଚୟନ କରିଛନ୍ତି। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁୁଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଏହି ସହଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ତିନି ଦିନିଆ ବୈଠକର ନିର୍ଯାସ ଆଗାମୀ ଦିନରେ ବ୍ରିକ୍ସର ଶୀର୍ଷ ସମ୍ମିଳନୀ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ଏହି ହାଇ-ପ୍ରୋଫାଇଲ୍‌ ଇଭେଣ୍ଟକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସହର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସମ୍ମିଳନୀସ୍ଥଳ ତାଜ୍‌ ହୋଟେଲକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସିସିଟିଭି ନଜରରେ ରହିବ ସମ୍ପୂର୍ଣ୍ଣ ସହର। ଏହି ବିଶ୍ୱସ୍ତରୀୟ ସମ୍ମିଳନୀ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।

ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଥମ ସ୍ତରରେ ଓଡ଼ିଶା ପୁଲିସ, ଦ୍ୱିତୀୟରେ ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍‌ ଏବଂ ତୃତୀୟସ୍ତରରେ କେନ୍ଦ୍ରୀୟ ବାହିନୀ ମୁତୟନ ରହିବେ। ପୁରୀ ସହରର ସମସ୍ତ ପ୍ରବେଶ ପଥ, ମୁଖ୍ୟ ରାସ୍ତା, ହୋଟେଲର ସମ୍ମିଳନୀ ସ୍ଥଳକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଥିବାବେଳେ ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍‌ ସ୍କ୍ୱାଡ୍‌ ମଧ୍ୟ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିଛନ୍ତି। ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିଙ୍କ କୋଣାର୍କ, ଚନ୍ଦ୍ରଭାଗା ଓ ସାତପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଡିଜିପିଙ୍କ ଏହି ଗସ୍ତ ସମୟରେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍‌ ନାୟକ, ଏସ୍‌ପି ପ୍ରତୀକ୍‌ ସିଂ ପ୍ରମୁଖ ଉପସ୍ଥିତ ଥିଲେ।