Odisha Visit - The Sakala

ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଚିଠା କାର୍ଯ୍ୟକ୍ରମ ଅନୁଯାୟୀ, ସେ ଏହି ଗସ୍ତ ସମୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନ କରିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ାର କାର୍ଯ୍ୟସୂଚୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହି ଗସ୍ତ ପାଇଁ ଓଡ଼ିଶା ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅବଗତ କରାଯାଇଛି।

ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ସ୍ୱତନ୍ତ୍ର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି।

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ
ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଆସନ୍ତାକାଲି ଅର୍ଥାତ ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଆଇପି କନଭୟର ସୁଗମ ଯାତାୟାତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଏହି କଟକଣା ମୁଖ୍ୟତଃ ଏୟାରପୋର୍ଟ ଛକ ଠାରୁ ଆରମ୍ଭ କରି ଓୟୁଏଟି (OUAT) ଛକ ଏବଂ ଖୋର୍ଦ୍ଧା ସ୍ଥିତ ନାଇଜର (NISER) ପର୍ଯ୍ୟନ୍ତ ଲାଗୁ ହେବ।

କେଉଁ ସମୟରେ କେଉଁ ରାସ୍ତା ରହିବ ବନ୍ଦ?

କମିଶନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରି ଅନୁଯାୟୀ, ଗୁରୁବାର ଦିନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ:

* ସକାଳ ୧୦:୨୫ ରୁ ୧୦:୪୫ ମିନିଟ୍: ଏହି ସମୟ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ଲୋକଭବନ ଛକ, ଗୋପବନ୍ଧୁ ଛକ ଏବଂ ଓୟୁଏଟି ଛକ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ ରହିବ।

* ଦିନ ୧୨:୨୫ ରୁ ୧୨:୪୦ ମିନିଟ୍: ଏହି ସମୟରେ ଓୟୁଏଟି ଛକରୁ ଲୋକଭବନ ଛକ ଏବଂ ଗୋପବନ୍ଧୁ ଛକ ଦେଇ ଯାଉଥିବା ରାସ୍ତାରେ କଟକଣା ଲାଗୁ ହେବ।

* ଅପରାହ୍ଣ ୧:୪୦ ରୁ ୨:୩୦ ମିନିଟ୍: ଏହି ଅବଧିରେ ଲୋକଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର, ଏନଏଚ୍-୧୬ ଖୋର୍ଦ୍ଧା ବାଇପାସ୍ ରାସ୍ତା, କାର୍ମେଲ ସ୍କୁଲ ଛକ, ଖୋଳଦ୍ୱାର ଛକ, ପଦନପୁର ଛକ ଏବଂ ନାଇଜର (NISER) ରାସ୍ତାରେ ଟ୍ରାଫିକ ବନ୍ଦ ରହିବ।

* ଅପରାହ୍ଣ ୩:୫୫ ରୁ ୫:୨୫ ମିନିଟ୍: ଉପରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ନାଇଜରରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ତ ରାସ୍ତାରେ ସମାନ କଟକଣା ବଳବତ୍ତର ରହିବ।

ପୋଲିସର ନିବେଦନ ଏବଂ ଜରୁରୀକାଳୀନ ସେବା

ସହରରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ରାଜଧାନୀବାସୀ ଏହି ସମୟରେ ବୈକଳ୍ପିକ ରାସ୍ତା ବ୍ୟବହାର କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ନିଜର ଯାତ୍ରା ପୂର୍ବରୁ ଯୋଜନା କରିବା ସହ ଟ୍ରାଫିକ ପୋଲିସକୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ତେବେ ଏହି ସମୟରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡ଼ି ଭଳି ଜରୁରୀକାଳୀନ ଯାନବାହନ ପାଇଁ କୌଣସି କଟକଣା ରହିବ ନାହିଁ ଏବଂ ସେଗୁଡ଼ିକ ଅବାଧରେ ଯାତାୟାତ କରିପାରିବେ ବୋଲି ପୋଲିସ ସ୍ପଷ୍ଟ କରିଛି।

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ

ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ତାଙ୍କର ଏହି ଗସ୍ତ କାଳରେ ଖୋର୍ଦ୍ଧା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହିତ ସେ ଭାରତୀୟ ପତାକାବାହୀ ଜାହାଜ ମାନଙ୍କ ପାଇଁ ହାଇ-ସି ଫିସିଂ ସମ୍ପର୍କିତ 'ଲେଟର୍ ଅଫ୍ ଅଥରାଇଜେସନ୍'ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଜୁଲାଇ ୪ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ସେ ରାଜ୍ୟରେ ଅନେକ ସରକାରୀ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମେତ ଅନ୍ୟ କେତେକ ସରକାରୀ ପ୍ରକଳ୍ପ ଓ ସଭାରେ ଅମିତ ଶାହ ଉପସ୍ଥିତ ରହିବେ। ଏହାବ୍ୟତୀତ ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ବିଭିନ୍ନ ସାଂଗଠନିକ ବୈଠକ ଏବଂ ସାଧାରଣ ସଭାରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଗୃହମନ୍ତ୍ରୀ ନିଜ ଗସ୍ତ ସମୟରେ ରାଜ୍ୟର ପ୍ରମୁଖ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ରାଜ୍ୟ ବିଜେପି ନେତା ଓ କର୍ମୀ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବାର ସମ୍ଭାବନା ରହିଛି। ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ବିଜେପି ଶାଖା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ
ଭୁବନେଶ୍ୱର: ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆସନ୍ତା ଜୁଲାଇ ୯ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନିଜର ଏହି ଦିନିକିଆ ଗସ୍ତ ସମୟରେ ଉପରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ବ୍ୟତୀତ ସେ ରାଜ୍ୟ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ଅବସରରେ ସେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଉପରାଷ୍ଟ୍ରପତିଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ସହ ଏହି ଗସ୍ତରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ସମାରୋହରେ ଦେଶର ଶୀର୍ଷ ଦୁଇ ସାମ୍ବିଧାନିକ ପଦାଧିକାରୀ ଏକାଠି ଯୋଗଦେବେ, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଏହି ମିଳିତ ଗସ୍ତ ଓଡ଼ିଶାର ରାଜନୈତିକ ଏବଂ ବିକାଶମୂଳକ ଦୃଶ୍ୟପଟ୍ଟକୁ ଜାତୀୟ ସ୍ତରରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମିଳିତ ଭାବେ ରାଷ୍ଟ୍ରପତିଙ୍କ ଶାଶୂଘର ଗାଁ ପାହାଡ଼ପୁର ପରିଦର୍ଶନ କରିବେ। ସେଠାରେ ଉଭୟ ଅତିଥି ସାନ୍ତାଳୀ ଜାହେରା ଓ ହୋ ଜାହେରାରେ ପୂଜାର୍ଚ୍ଚନା କରିବେ। ଏହାଛଡ଼ା ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣକୁ ବୃଦ୍ଧି କରିବା ଏହି ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।

ଅପରାହ୍ନ ପ୍ରାୟ ୧ଟା ସମୟରେ ରାଇରଙ୍ଗପୁରଠାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା, ଓଡ଼ିଶା ସାରା" ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସରକାରୀ ସୂତ୍ର ଅନୁଯାୟୀ, ଏହି ଅବସରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ମଧ୍ୟ ଉଦବୋଧନ ଦେବେ। ଦୁଇ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ମୁର୍ମୁ ତାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଅଂଶସ୍ୱରୂପ ଶୁକ୍ରବାର ସନ୍ଧ୍ୟାରୁ ନିଜ ଜିଲ୍ଲା ମୟୂରଭଞ୍ଜରେ ପହଞ୍ଚିଛନ୍ତି।

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହେବ
ବାରିପଦା: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡ଼ିଶାରେ ଉପସ୍ଥିତ ରହିବେ, ଯାହା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବମୟ ମୁହୂର୍ତ୍ତ ହେବ। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା୧୫ ମିନିଟରେ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାହାଡପୁର ଗ୍ରାମ ପରିଦର୍ଶନ କରିବେ। ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତିକରଣକୁ ସୁଦୃଢ଼ ​​କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି।

ଅପରାହ୍ନ ପ୍ରାୟ ୧ଟାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି  ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି 'ବିକାଶର ଧାରା, ଓଡ଼ିଶା ସାରା'। କାର୍ଯ୍ୟକ୍ରମ ସମୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏହାସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା, ସଂଯୋଗୀକରଣରେ ଉନ୍ନତି ଆଣିବା, ଶକ୍ତି ସୁରକ୍ଷା ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଭୁକ୍ତିମୂଳକ ଏବଂ ସାମଗ୍ରିକ ବିକାଶ ଦୃଷ୍ଟିକୋଣକୁ ପ୍ରତିଫଳିତ କରି, ଏହି ପଦକ୍ଷେପଗୁଡ଼ିକ ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ରାଜ୍ୟର ପ୍ରତ୍ୟେକ କୋଣକୁ ବିକାଶର ଲାଭ ପହଞ୍ଚାଇବ।

ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ମେଗା ଓ୍ବାଟ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଆଇବି ଥର୍ମାଲ୍ ପାୱାର ଷ୍ଟେସନର ପର୍ଯ୍ୟାୟ-୨ ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବ। ଝାରସୁଗୁଡା ଜିଲ୍ଲାର ଲଖନପୁରରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ) ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହା ଘରୋଇ କୋଇଲା ସମ୍ପଦର ସ୍ୱଚ୍ଛ ବ୍ୟବହାରକୁ ପ୍ରୋତ୍ସାହିତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ଏହି ଅଞ୍ଚଳରେ ନୂତନ ଶିଳ୍ପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ଥିବା ପ୍ରକଳ୍ପର ମଧ୍ୟରେ ଭୁବନେଶ୍ୱରରେ ଏକ ୩୦୦ଟିପିଡି ସୋର୍ସ- ସେଗ୍ରୀଗେଟେଡ଼ ମ୍ୟୁନିସପାଲ  ସଲିଡ଼ ୱେଷ୍ଟ-ବେସଡ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଏବଂ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରୁଥିବା କାଠଯୋଡି ନଦୀ ଉପରେ ଏକ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର-ହରଭଙ୍ଗା ରାସ୍ତାର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ଏବଂ ନୂଆପଡାରୁ ଘଟୀପଡା ପର୍ଯ୍ୟନ୍ତ ଏନଏଚ-୩୫୩ର ଏକ ଅଂଶକୁ ୪ଲେନ କରିବା, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ରାଇରଙ୍ଗପୁରରେ ଇଣ୍ଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ। ସେହିପରି ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୋଠା, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର ସହିତ ଉଦଘାଟନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ ​​କରିବ ବୋଲି ଆଶା କରାଯାଉଛି। ଉଦଘାଟନ ହେବାକୁ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏନଏଚ-୫୭ରେ ନୟାଗଡ ଟାଉନ ବାଇପାସ୍, କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ୍ ଅଂଶ, ଜଖପୁରା-ଯାଜପୁର କେଉଁଝର ରାସ୍ତା-ବୈତରଣୀ ରାସ୍ତା ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳ ରାସ୍ତା-ମେରାମଣ୍ଡାଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, କ୍ରୀଡା କମ୍ପ୍ଲେକ୍ସ ଏବଂ ରାଇରଙ୍ଗପୁରରେ ଜନଜାତି ଗବେଷଣା କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି ।

ଜୁନ ୧୯ ଏବଂ ୨୦ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ
ରାଇରଙ୍ଗପୁର: ଆସନ୍ତା ଜୁନ ୧୯ ଏବଂ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଭୟ ଶୀର୍ଷ ନେତା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାଯାଇଛି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଦୁଇ ଦିନିଆ ଗସ୍ତରେ ଜୁନ ୧୯ ତାରିଖରେ ଓଡ଼ିଶା ଆସିପାରନ୍ତି । ରାଇରଙ୍ଗପୁର ଏବଂ ନିଜ ଶାଶୂଘର ଗାଁ ପାହାଡ଼ପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୦ ତାରିଖରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଏକ ସ୍ୱତନ୍ତ୍ର ବିମାନରେ ଆସିବା ପରେ ସେ ମଧ୍ୟ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଯିବେ । ଏହି ଗସ୍ତ ସମୟରେ ଉଭୟ ନେତା ମିଳିତ ଭାବେ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏଥିରେ ଏକ ନବନିର୍ମିତ ଷ୍ଟାଡିୟମ୍ ଏବଂ ବାମନଘାଟୀ ଉପଖଣ୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାମିଲ ରହିଛି। ଉଭୟ ଭିଭିଆଇପି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି ।