Law and Order Issues - The Sakala

ବିଜେଡିର କ୍ଷୋଭ: ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଆତଙ୍କରାଜ ଚଳାଉଛନ୍ତି କର୍ମୀ
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଜେପି ସରକାର ଏହାକୁ ରୋକିବା ବଦଳରେ ପ୍ରୋତ୍ସାହିତ କରିବାରେ ଲାଗିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଞ୍ଚଳରେ ବିଜେପି କର୍ମୀ ମାନେ ଆତଙ୍କରାଜ ଚଳାଇଛନ୍ତି । ମନ୍ତ୍ରୀ ତାହାକୁ ରୋକିବା ବଦଳରେ ପ୍ରଶୟ ଦେଉଥିବା କହି କଡ଼ା ନିନ୍ଦା କରିଛି ବିଜେଡି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରୋତ୍ସାହନରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ମନ୍ତ୍ରୀଙ୍କ ପାଖ ଲୋକମାନେ ବେଧଡକ ଭାବେ ଅପରାଧ ଘଟାଉଛନ୍ତି। ନାଚୁଣୀ ଥାନା ଅଧୀନ ଖଜୁରିପଡ଼ା ଗାଁ ରାସ୍ତାରେ ଜଣେ ଯୁବକଙ୍କୁ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଟୁକୁନା ସାମନ୍ତସିଂହାର ଓ ଅନ୍ୟ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ଶାସକ ଦଳର କର୍ମୀ ମାନେ ତାଙ୍କୁ ବିଚ୍‌ ରାସ୍ତାରେ ନିର୍ଘାତ ମାଡ ମାରିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଚୁପ୍‌ ହୋଇ ବସିରହିଛି। ଦଳୀୟ ଚାପରେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁନାହିଁ। ଅନ୍ୟ ଏକ ଘଟଣାରେ ଚିଲିକା ଅଞ୍ଚଳର ଜୈନିକା ଅନୁସୂଚିତ ଜନଜାତିର ନାବାଳିକାକୁ ଦୁଷ୍କର୍ମ କରିବା ଉଦ୍ୟମ ହୋଇଛି। ଅଭିଯୁକ୍ତମାନେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ପୁଲିସ ପଦକ୍ଷେପ ଗ୍ରହଣ କରିବା ବଦଳରେ ଧମକ ଚମକ ଦେଉଛି। ଜଣେ ନାବାଳିକା ତାଙ୍କ ପରିବାରର ପ୍ରତିପୋଷଣ କରିବାର ଏକମାତ୍ର ମାଧ୍ୟମ । ନାବାଳିକା ଜଣକ ଗତ ଜୁଲାଇ ୨୮ ତାରିଖରେ ଏକୁଟିଆ ଘରକୁ ଫେରୁଥିବା ବେଳେ ଟୁକୁନା ସାମନ୍ତସିଂହାରଙ୍କ ପୁଅ ତାଙ୍କୁ ଅଟକାଇ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସେ ନାଚୁଣୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ । ନାବାଳିକା ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ରହିଛି। ସେ ଆହୁରି କହିଥିଲେ ଯେ ଆଦିବାସୀମାନଙ୍କ ବିକାଶ ଓ ମହିଳା ସମ୍ମାନ ନେଇ ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଅସଲ ମୁଖା ଖୋଲିଯାଇଛି। ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ବେଆଇନ୍‌ କାମ ହେଉଥିବା ବେଳେ ନାବାଳିକା ଜଣଙ୍କ ନ୍ୟାୟ ପାଇବା ପାଇଁ କେଉଁ ସ୍ଥାନକୁ ଯିବ ? ଏତେ ଦିନ ହେବ ନାବାଳିକା ଜଣକ ଅଭିଯୋଗ କଲା ପରେ ମଧ୍ୟ ଥାନାରେ ମାମଲା ରୁଜୁ ହେଉନାହିଁ, ଏହା କ’ଣ ଡବଲ ଇଞ୍ଜିନ ସରକାରଙ୍କ ଆଇନ ସୁରକ୍ଷା ବ୍ୟବସ୍ଥା ? ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ମନ୍ତ୍ରୀ ତାହାକୁ ବେଖାତିର କରିଚାଲିଛନ୍ତି । ଉକ୍ତ ଘଟଣାରେ ପୁଲିସ ପଦକ୍ଷେପ ଗ୍ରହଣ କରି ନାବାଳିକାକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାର ଚରମ ଅଧୋଗତି ହେଉଛି। ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ଅଞ୍ଚଳର ଜଣେ ନିରୀହ ଯୁବକଙ୍କୁ ପୁଲିସ୍‌ ଥାର୍ଡ ଡିଗ୍ରୀ ଦେଇଛି। ଫଳରେ ଉକ୍ତ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୁଲିସର ଏହି ଦାୟିତ୍ୱହୀନତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ସଂପୃକ୍ତ ଯୁବକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି। ଗୁରୁବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ ପୁଲିସ ବ୍ୟବସ୍ଥାର ଅପରିଣାମଦର୍ଶୀ କାର୍ଯ୍ୟ ତଥା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୁଲତା ଦେଓ କହିଛନ୍ତି ଯେ ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଲାଣି, ସେହିଦିନଠାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। କଟକ ଜିଲ୍ଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରା ନାମକ ଜଣେ ଯୁବକ ନିଜ ସ୍ତ୍ରୀ ନିଖୋଜ ହୋଇଛନ୍ତି ବୋଲି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାର ଦୁଇ ଦିନ ପରେ କାଠଯୋଡ଼ି ପଠାରୁ  ଜଣେ ମହିଳାଙ୍କ ଗଳିତ ଶବ ମିଳିଥିଲା। ପୁଲିସ କିଛି ନବୁଝି ରାକେଶଙ୍କୁ ଡକାଇ ତାଙ୍କ ଉପରେ ପାଶବିକ ଅତ୍ୟାଚାର କରିଥିଲା। ଲଗାତାର ତିନି ଦିନ ଧରି ଥାର୍ଡ ଡିଗ୍ରୀ ଯୋଗୁଁ ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ଅନ୍ୟପଟେ ରାକେଶଙ୍କ ସ୍ତ୍ରୀ ଜୀବିତ ଥିବା ଜଣାପଡ଼ିଛି। ଗୋଟିଏପଟେ ନିଖୋଜ ମହିଳା ଜୀବିତ ଥିବା ଜଣାପଡ଼ିଥିବା ବେଳେ ଅନ୍ୟପଟେ ଅପରିଚିତ ମହିଳାଙ୍କ ଗଳିତ ଶବ ସଠିକ ଚିହ୍ନଟ ନକରି ବିନା କାରଣରେ ରାକେଶକୁ ଥାର୍ଡ ଡିଗ୍ରୀ ଦେଇ ପୁଲିସ ଲହୁଲୁହାଣ କରିଛି।

ବିଜେପି ଭାବୁଛି ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କ ଦଳୀୟ ସଂଗଠନର ଅଂଶବିଶେଷ। ତେଣୁ, ବିଜେପି ନେତାମାନେ ତଦନ୍ତକାରୀ ସଂସ୍ଥା ଉପରେ ସଦାବେଳେ ଚାପ ପ୍ରୟୋଗ କରୁଛନ୍ତି। ସେଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।

କେବଳ ରାକେଶ ବେହେରା କଥା ନୁହେଁ, ସାରା ରାଜ୍ୟରେ ଏଭଳି ଅସଂଖ୍ୟ ଅଘଟଣ ଘଟିଲାଣି। ଏଥିପାଇଁ ରାଜ୍ୟ ସରକାରଙ୍କ ଦିଶାହୀନ ଶାସନ ବ୍ୟବସ୍ଥା ଦାୟୀ। ଏଠାରେ ପ୍ରଶ୍ନ ଉଠୁଛି ମିଳିଥିବା ଗଳିତ ଶବ କାହାର, କେଉଁ ଆଧାରରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା। ଓଡ଼ିଶା ଏବେ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି। ଯଦି ଏଥିରେ ସୁଧାର ନଆସେ ଆଗାମୀ ଦିନରେ ବିଜେଡି ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବ ବୋଲି ସେ କହିଥିଲେ।

ଇପସିତା କହିଛନ୍ତି ଯେ ବାରଙ୍ଗ ଥାନାରେ ଅଭିଯୋଗ ପରେ ପୁଲିସ ସଠିକ ତଦନ୍ତ ନକରି କାହିଁକି ରାକେଶ ବେହେରାଙ୍କ ଉପରେ ଥାର୍ଡ ଡିଗ୍ରୀ କରିଥିଲା, ଗୃହବିଭାଗ ତାହାର ଉତ୍ତର ରଖୁ। ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ନିଖୋଜ ଥିବା ମହିଳା ତଥା ରାକେଶଙ୍କ ପତ୍ନୀ ଜୀବିତ ଥିବା ଜଣାପଡ଼ିବା ପରେ ମଧ୍ୟ କାହିଁକି ପୁଲିସ ରାକେଶଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରିଥିଲା, ସେନେଇ ପୁଲିସ ଡିଜି ଉତ୍ତର ଦେବାର ଆବଶ୍ୟକତା ରହିଛି। ପୁଲିସ ମଧ୍ୟ ରାକେଶର ପରିବାରକୁ ତାଙ୍କ ସହ ଦେଖା କରାଇ ଦେଉନାହିଁ। ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ପୁଲିସ ଜାଣିଶୁଣି ଘଟଣାକୁ ଚପାଇଦେବା ପାଇଁ ରାକେଶଙ୍କ ପରିବାର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। ଯଦି ଆଗାମୀ ଦିନରେ ରାକେଶ ବେହେରାଙ୍କ ସହ ତାଙ୍କ ପରିବାର ଲୋକଙ୍କ ଭେଟ କରାନଯାଏ, ତାହେଲେ ବିଜେଡିର ଏକ ପ୍ରତିନିଧିଦଳ ଖୁବଶୀଘ୍ର ଚିକିତ୍ସିତ ହେଉଥିବା ରାକେଶଙ୍କୁ ମେଡିକାଲରେ ଭେଟିବ। ରାକେଶଙ୍କ ସହ ଯଦି କିଛି ଅଘଟଣ ଘଟେ, ତାହାହେଲେ ପୁଲିସ କମିଶନର, ଡିଜି ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ବିଜେଡି କହିଛି।