MoSarkar5T - The Sakala

‘୫-ଟି’ ହାଇସ୍କୁଲ ରୂପାନ୍ତରଣ, ଶେଷ ପର୍ଯ୍ୟାୟରେ ବଦଳିବ ୨୭ଶହ ସ୍କୁଲର ଚେହେରା
ଭୁବନେଶ୍ୱର: ତିନିଟି ପର୍ଯ୍ୟାୟରେ ରାଜ୍ୟର ୬,୧୩୫ଟି ସରକାରୀ ହାଇସ୍କୁଲ୍‌କୁ ‘୫-ଟି’ ସ୍କୁଲ୍‌ରେ ରୂପାନ୍ତରିତ କରାଯାଇଥି ବା ବେଳେ  ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ଯୋଜନାରେ ମୋଟ ୨ ହଜାର ୭ଶହ ସ୍କୁଲ ସାମିଲ୍‌‌ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଶେଷହେବ। ଏହି ପର୍ଯ୍ୟାୟରେ ରାଜ୍ୟର ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ସାମିଲ୍‌‌ କରାଯିବା ନେଇ ଲକ୍ଷ୍ୟ ରହିଛି।

ପ୍ରଥମ ପର୍ଯ୍ୟାୟରେ ୧,୦୭୬ସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ଓ ତୃତୀୟ ପର୍ଯ୍ୟାୟରେ ୨୧୫୧ସ୍କୁଲକୁ ଲୋକାର୍ପଣ କରାଯାଇଥିବାବେଳେ ଶେଷ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି।

ସମୁଦାୟ ୮୮୬୪ଟି ବିଦ୍ୟାଳୟକୁ ରୂପାନ୍ତୟରଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଜୁଲାଇ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଶେଷ ଓ ଡିସେମ୍ବର ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ନୂଆ ବର୍ଷ ସୁଦ୍ଧା ଲୋକାର୍ପଣ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ହୋଇଛି। ସହରର ଚାକଚକ୍ୟ ଘରୋଇ ସ୍କୁଲ ଭଳି ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ ହେଉଛି। ସରକାରୀ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‌‌ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି।

ମୁଖ୍ୟତଃ ଆଲୁମିନି(ପୁରାତନ ଛାତ୍ରଛାତ୍ରୀ)ଙ୍କ ସହଯୋଗିତା, ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌‌ଏମ୍‌‌ସି) ସଦସ୍ୟ ଓ ଜନସାଧାରଣଙ୍କ ସହଭାରିତା, ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଥା ପରୀକ୍ଷା ଫଳ ଆଧାରରେ ସ୍କୁଲ ଚୟନ କରାଯାଉଛି। ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‌‌ ଆଦି ସ୍କୁଲଗୁଡ଼ିକରେ ପିଲାଙ୍କୁ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଏଣିକି ଇ-କଣ୍ଟେଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ୁଛନ୍ତି।

ତେବେ ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ସ୍କୁଲ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତଥାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ତେବେ ସ୍କୁଲଗୁଡ଼ିକର କେବଳ ଭିତ୍ତିଭୂମି ଉନ୍ନତିକରଣ ନୁହଁ, ସମ୍ପୃକ୍ତ ସ୍କୁଲଗୁଡ଼ିକରେ ଖାଲ ପଦ ପୂରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ପ୍ରାଥମିକଗୁଡ଼ିକର ମଧ୍ୟ ରୂପାନ୍ତରଣ କରାଯିବ ବୋଲି ଗଣଶିକ୍ଷା ବିଭାଗ କହିଛି।

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା
ଗଜପତି: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ। ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ  ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ ରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀ ମାଆଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ। ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜଲ୍ଲାର ଆର. ଉଦୟଗିରି ବ୍ଲକ୍‌ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି। ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର (୧ Cumecs) ପାଣି ମିଳିପାରିବ। ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ।

ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି। ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ୨୦୨୫-୨୬ ସୁଦ୍ଧା ଏହା ପ୍ରକଳ୍ପ ସଂପୂର୍ଣ୍ଣ ହେବ।

ଏହାପରେ ଶ୍ରୀ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ। ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳା ମାନଙ୍କ ରୁପାନ୍ତରିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲରେ ନିର୍ମିତ ହୋଇଥିବା ନୂତନ ଆସେଟ୍‌ ଗୁଡିକୁ ନିଜର ସଂପତ୍ତି ପରି ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେବା ସହିତ ଭଲ ପାଠ ପଢି ଓଡିଶାର ସୁନାମ କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ।

ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍‌ ରୋଡ ଅଞ୍ଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍‌କୁ ମଧ୍ୟ ବୁଲି ଦେଖିଥିଲେ। ଟାଉନ ହଲ୍ କାମ ଶେଷ କରିବା ପାଈଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆ ଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ଗଜପତି ଜିଲ୍ଲା କଳା ଓ ସଂସ୍କୃତିର ଭୂମି। ତେଣୁ ପାରଳାଖେମୁଣ୍ଡିରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ବୋଲି ୫-ଟି ସଚିବ ପ୍ରକାଶ କରିଥିଲେ।

ଶେଷରେ ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଜଳସେଚିତ ଅଞ୍ଚଳର ଚାଷୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ, ରାମ ସାଗରର  ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ ହେବ। ଏଥିପାଇଁ ୧୫ ଦିନ ଭିତରେ DPR ପ୍ରସ୍ତୁତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ। ସେହିପରି ଗୋସାଣୀ ନୂଆଗାଁ ବ୍ଲକର କୃଷ୍ନ ସାଗରର ପୁନରୁଦ୍ଧାର ୧୫ କୋଟି ଟଙ୍କାରେ କରାଯିବ। ଏହାଦ୍ୱାରା ୨୦୦୦hecter ଜମି ପାଣି ପାଇପାରିବ। ଏହି ଯୋଜନା ପାଇଁ ୧୫ ଦିନ ଭିତରେ DPR କରିବାକୁ ୫-ଟି ସଚିବ ପରାମର୍ଶ ଦେଇଥିଲେ।

‘୫-ଟି’ ରୂପାନ୍ତରଣର ପ୍ରତିଛବି : ସାରା ଓଡ଼ିଶା ‘ମୋ ପରିବାର’
ଭୁବନେଶ୍ୱର : ଅପରାଜେୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ପୂରଣ କରିଛନ୍ତି ନିଜ ପଞ୍ଚମ ପାଳିର ତୃତୀୟ ବର୍ଷ। ସମ୍ଭବତଃ ଦୀର୍ଘ ୨୨ ବର୍ଷ ଶାସନକାଳ ମଧ୍ୟରେ ଗତ ୩୬୫ ଦିନ ଥିଲା ସବୁଠୁ ଆହ୍ୱାନପୂର୍ଣ୍ଣ ଓ ଏହି ସମୟକୁ ଅନାୟାସରେ ଅତିକ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୯ ମସିହା ମେ ୨୯ ତାରିଖରେ ନବୀନଙ୍କ ନେତୃତ୍ୱାଧିନ ମନ୍ତ୍ରିପରିଷଦ ଶପଥ ଗ୍ରହଣ କରିଥିଲା। ପଞ୍ଚମ ପାଳିର ପ୍ରଥମ ବର୍ଷ ଅତ୍ୟନ୍ତ ସତର୍କ ଓ ସଂଯମ ଭାବରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଥିଲେ ମୁଖ୍ୟମନ୍ତ୍ରୀ। ମହାମାରୀ ଓ ଏହା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିର୍କ ସ୍ଥିତି, ଅମ୍ଫାନ ଓ ୟସ ପରି ବାତ୍ୟା ମୁକାବିଲା ଆହ୍ୱାନ ସମ୍ମୁଖରେ ହିମାଳୟ ପରି ଦୃଢ଼ ଭାବରେ ଠିଆ ହୋଇଥିଲେ ନବୀନ। ପରିଣତି ସ୍ୱରୂପ ସାରା ଦେଶରେ ଓଡ଼ିଶା ଓ ନବୀନଙ୍କ ପ୍ରତି ଛୁଟିଥିଲା ପ୍ରଶଂସାର ସୁଅ। ରାଜ୍ୟକୁ ଆସିଥିଲା ବିପୁଳ ପୁଞ୍ଜି ନିବେଶ।

ଓଡ଼ିଶାକୁ ନିଜ ପରିବାର ଭାବରେ ଗଣୁଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ଦୃଢ଼ ଇଚ୍ଛାଶକ୍ତି ହିଁ ରାଜ୍ୟ ସମ୍ମୁଖରେ ସୃଷ୍ଟି ହୋଇଥିବା ଆହ୍ୱାନକୁ ସୁଯୋଗରେ ପରିଣତ କରିଥିଲା। ମହାମାରୀ ସଂକ୍ରମଣ ହ୍ରାସ ପାଇବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଆରମ୍ଭ ହୋଇଥିଲା ୫ମ ପାଳିର ତୃତୀୟ ବର୍ଷ ପ୍ରାରମ୍ଭରେ ମନରେଗା ଶ୍ରମିକମାନଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୩୫୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୬ ତାରିଖରେ ୩୪ଟି ପୁଲିସ୍‍ ଜିଲ୍ଲାରେ ୩୪ଟି ଶିଶୁ କୈନ୍ଦ୍ରିକ ପୁଲିସ୍‍ ଷ୍ଟେସନ ପ୍ରତିଷ୍ଠା ନେଇ ନିଷ୍ପତ୍ତି ନିଆଯାଇଥିଲା। ସେହିବର୍ଷ ଡିସେମ୍ବର ମାସ ୧୪ ତାରିଖରେ ରାଜ୍ୟରେ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଥାନା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ଥାନା ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ପର୍ଯ୍ୟାୟ କ୍ରମେ ୨୬୪ ଅଧିକାରୀ ନିଯୁକ୍ତି ହେବାର ରହିଛି।

ଗତ ଡିସେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୪ ସାଇବର ଅପରାଧ ପୁଲିସ୍‍ ଥାନା ଏବଂ ୩ଟି ଅପଗ୍ରେଡ୍‍ ଥାନାର ଶୁଭାରମ୍ଭ କରିଥିଲେ। ପୁଲିସ୍‍ ବ୍ୟବସ୍ଥାରେ ଦୁର୍ନୀତିଖୋର ଓ ଲାଞ୍ଚୁଆ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମଧ୍ୟ ରାଜ୍ୟ ସରକାର ପଛଘୁଞ୍ଚା ଦେଇ ନ ଥିଲେ। ଏମିତିକି ଏସପି, ଅତିରିକ୍ତ ଏସପି ପାହ୍ୟାର ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସୁରୁଖୁରରେ ଫେରାଇ ଆଣିବାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ଏବଂ ପୁଲିସ୍‍ ବିଭାଗର ଭୂମିକା ପ୍ରଶଂସନୀୟ ରହିଥିଲା। ବିଭିନ୍ନ ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ ଓଡ଼ିଆ ଯବାନଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଉଥିବା ଟଙ୍କା ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ୩୦ଟି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନାରେ ଯୋଡିବା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏହି ଐତିହାସିକ ପଦକ୍ଷେପ ବ୍ୟତୀତ ଗତବର୍ଷ ଅଗଷ୍ଟରେ ୧୧,୦୦୬ ନର୍ସିଂ ଷ୍ଟାଫ୍‍ ପଦ ସୃଷ୍ଟି କରାଯାଇଥିଲା। ସେହିବର୍ଷ ନଭେମ୍ବର ମାସରେ ୮୧ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେହିବର୍ଷ ଏସସିବିକୁ ଏମ୍‍ସପ୍ଲସସ୍ତରୀୟ କରିବା ପାଇଁ ସମସ୍ତ ପ୍ରଶାସନିକ ପଦକ୍ଷେପ ନିଆଯିବା ସହ ଆର୍ଥିକ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟସେବା ନିଯୁକ୍ତି ବ୍ୟତୀତ ଗତ ଡିସେମ୍ବରରେ ୩୦ ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ନିର୍ବାହୀ ଅଧିକାରୀ, ଏକକାଳୀନ ୬୧୩୧ ଶିକ୍ଷକ ଏବଂ ପରବର୍ତ୍ତୀ ସମୟରେ ୧୨୫ ଜୁନିୟର ଆସିଷ୍ଟାଣ୍ଟ ଅଧିକାରୀ ଓଡ଼ିଶା ପୌର ପ୍ରଶାସନ ଅଧିନରେ ନିଯୁକ୍ତ ପାଇଥିଲେ। ଏହାବ୍ୟତୀତ ହକରମାନଙ୍କୁ ସାମାଜିକ ସୁରକ୍ଷା, ରାସ୍ତା ପାର୍ଶ୍ବ ଉଠା ଦୋକାନୀ ଓ ଗରିବ ଲୋକମାନଙ୍କୁ ଘର ମରାମତି ସହାୟତା ବାବଦରେ ବିପୁଳ ଅର୍ଥରାଶି ପ୍ରଦାନ କରାଯାଇଛି।

ତୃତୀୟ ବର୍ଷ କାର୍ଯ୍ୟକାଳରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକ୍ରମରେ ଆଉଟସୋର୍ସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କ ପାରିଶ୍ରମିକ ୨୫% ବୃଦ୍ଧି କରାଯାଇଛି ନିକଟରେ ତାରାତାରିଣୀ ମନ୍ଦିର ରୂପାନ୍ତରଣ ପର୍ବ ରାଜ୍ୟବାସୀଙ୍କ ମନ ଜିଣିଥିଲା। ଗତବର୍ଷ ନଭେମ୍ବରରେ ଜନଶୁଣାଣୀ ପୋର୍ଟାଲ ଏବଂ ଓଡ଼ିଶା ଭର୍ଟୁଆଲ ଏକାଡେମୀ ୱେବ ପୋର୍ଟାଲ ଲୋକାର୍ପଣ କରାଯାଇଛି। ଗତବର୍ଷ ଡିସେମ୍ବର ୨୦ ତାରିଖରେ ଓଡ଼ିଶାର ଦୀର୍ଘତମ ସେତୁ ଲୋକାର୍ପଣ କରାଯାଇଥିଲା। କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ୱର ଏବଂ ମହାନଦୀର ସିଂହନାଥ ମନ୍ଦିରକୁ ସଂଯୋଗ ଏହି ସେତୁ ସଂଯୋଗ କରୁଛି।ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ମରାମତି ପାଇଁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ନିଷ୍ପତ୍ତି ନିଆଯାଇଥିଲା। ଯାହା ରାଜ୍ୟ ପ୍ରଶାସନ ଉପରେ ଲୋକଙ୍କ ଭରସାକୁ ଦ୍ୱିଗୁଣିତ କରିଥିଲା।

ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ଯକ୍ରମ, ଭର୍ଚୁଆଲରେ ହେବ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ
ବ୍ରହ୍ମପୁର: ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ଯକ୍ରମ । ମହାମାରୀ କରୋନା ସମୟରେ ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ଯକ୍ରମ ହାତକୁ ନିଆଯାଇଛି। ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ଯକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ କମ୍ପ୍ୟୁଟର ଜରିବରେ ଜିଲ୍ଲାପ୍ରଶାସନ ସହ ସେମାନଙ୍କ ଅଭିଯୋଗ ସମ୍ପର୍କରେ କଥା ହେବେ । ଏହି ଅବସରରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଏହି କାର୍ଯ୍ଯକ୍ରମର ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ଯକ୍ରମକୁ ଉଦଘାଟନ କରିଛନ୍ତି।

We started Monday Grivence on virtual mode as MO NIBEDAN. Conducted Successfully in three GPs in Rengilunda block. Will conduct online Mo Nibedan on every Monday at district & on Saturday at Block level @CMO_Odisha @IPR_Odisha @MoSarkar5T pic.twitter.com/KnFNO6JbJ2

— Collector & District Magistrate, Ganjam (@Ganjam_Admin) June 28, 2021