Chennai - The Sakala
ଚେନ୍ନାଇ: ଆସନ୍ତା ୨୦୨୬ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଏକ ବଡ଼ ଘୋଷଣା କରିଛି ବିଜେପି । ରାଜ୍ୟରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଛି ବିଜେପି। ତାମିଲନାଡୁ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଏହି ମେଣ୍ଟ ସଂପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣା ସମୟରେ ଏଆଇଏଡିଏମକେ ନେତା ଇ. ପଲାନିସ୍ୱାମୀ ଏବଂ ପୂର୍ବତନ ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଇ ପ୍ରମୁଖ ଉପସ୍ଥିତ ଥିଲେ।
ଅମିତ ଶାହ ଘୋଷଣା କରିଛନ୍ତି ଯେ ,ଜାତୀୟ ସ୍ତରରେ ବିଜେପି ଏବଂ ଏଆଇଏଡିଏମକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ। ସେହିପରି ତାମିଲନାଡୁରେ, ନିର୍ବାଚନ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ଲଢ଼ାଯିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବହୁ ବର୍ଷ ଧରି ଜାତୀୟ ରାଜନୀତିରେ ଏକାଠି କାମ କରିଛନ୍ତି। ଅମିତ ଶାହ ଘୋଷଣା କରିଛନ୍ତି ଯେ ଜାତୀୟ ସ୍ତରରେ ବିଜେପି ଏବଂ ଏଆଇଏଡିଏମକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ। ସେହିପରି ତାମିଲନାଡୁରେ, ନିର୍ବାଚନ ଏଆଇଏଡିଏମକେ ନେତାଙ୍କ ନେତୃତ୍ୱରେ ଲଢ଼ାଯିବ।
ଡିଲିମିଟେସନକୁ ନେଇ ଚେନ୍ନାଇରେ ବୈଠକକୁ ଭିଡିଓ ବାର୍ତ୍ତା ପଠାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଭାରତ ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ) ନିଷ୍ପତ୍ତି ବିରୋଧରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଡାକିଥିବା ବୈଠକରେ ଯୋଗଦେଇଛି ବିଜେଡି। ଏହାରି ମଧ୍ଯରେ ବିଜେଡି ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଲିମିଟେସନକୁ ନେଇ ଚେନ୍ନାଇରେ ବସିଥିବା ବୈଠକକୁ ଭିଡିଓ ବାର୍ତ୍ତା ପଠାଇଛନ୍ତି।
ଏହି ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି ଯେ, ଜନସଂଖ୍ୟା ନିୟନ୍ତ୍ରଣ ଓ ସ୍ଥିରୀକରଣ ପାଇଁ ବହୁତ ଭଲ କାମ କରିଥିବା ରାଜ୍ୟଗୁଡ଼ିକରେ ରହୁଥିବା ଲୋକଙ୍କ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆମ ଦେଶର ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଏଜେଣ୍ଡା । ଯଦିଓ ଏହା (ଜନସଂଖ୍ୟା ନିୟନ୍ତ୍ରଣ) ଏକ ସକାରାତ୍ମକ ଜାତୀୟ ଏଜେଣ୍ଡା ପ୍ରତି ଆମର ଅବଦାନ, ଏକ ଶକ୍ତିଶାଳୀ ଭାରତ ଗଠନ ପାଇଁ, କେବଳ ଜନସଂଖ୍ୟା ଉପରେ ଆଧାରିତ ସୀମା ନିର୍ଦ୍ଧାରଣ ସେହି ରାଜ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ। ଯେଉଁମାନେ ଜାତୀୟ ପ୍ରାଥମିକତା ସହିତ ସେମାନଙ୍କର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଆମର ମତ ହେଉଛି ଯେ ଆମ ଦେଶର ସର୍ବୋଚ୍ଚ ପ୍ରତିନିଧିତ୍ୱ ସଂସ୍ଥାରେ ଆସନ ସଂଖ୍ୟା ନିର୍ଣ୍ଣୟ କରିବା ପାଇଁ ଜନସଂଖ୍ୟା ଏକମାତ୍ର ମାନଦଣ୍ଡ ହେବା ଉଚିତ୍ ନୁହେଁ। ମୁଁ ପରାମର୍ଶ ଦେଉଛି ଯେ, କେନ୍ଦ୍ର ସରକାର ସମସ୍ତ ଦଳ ସହିତ ଏକ ବିସ୍ତୃତ ଆଲୋଚନା କରନ୍ତୁ ଯାହା ଦ୍ୱାରା ଆମର ଗଣତନ୍ତ୍ର ପାଇଁ ଦୂରବର୍ତ୍ତୀ ପ୍ରଭାବ ପକାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯେ କୌଣସି ସନ୍ଦେହ ଦୂର ହୋଇପାରିବ। ଆଜିର ବୈଠକ ଆୟୋଜନ କରିଥିବାରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ
ଚେନ୍ନାଇ: ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ ଘଟିଛି। ବୁଧବାର ଚେନ୍ନାଇରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ, ମନୋବାଲାଙ୍କ ଦେହାନ୍ତ ଖବର ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ମନୋବାଲା ତାଙ୍କର କମେଡି ଟାଇମିଂ ପାଇଁ ଜଣାଶୁଣ।। ୩୫ ବର୍ଷର କ୍ୟାରୟରରେ ସେ ୪୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ମନୋବାଲା ୧୯୭୯ରେ ଭାରତୀରାଜାଙ୍କ ପୁଥିଆ ବର୍ପୁଗାଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ। ମନୋବାଲା ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।
ଆଇପିଏଲ ୨୦୨୩: ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ରନର ଟାର୍ଗେଟ ଦେଲା ଚେନ୍ନାଇ ସୁପରକିଙ୍ଗ୍‌ସ
ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ର ରନର ଆବଶ୍ୟକତା ରହିଛି।
ମ୍ୟାଚ ଆରମ୍ଭରୁ ଲକ୍ଷ୍ନୌ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଚେନ୍ନାଇର ଓପନିଂ ଯୋଡି ଋତୁରାଜ ଗାୟକ୍ବାଡ ଓ ଡେଭୋନ କୋନଓ୍ବେ । ପ୍ରଥମ ଓ୍ବିକେଟ୍‌ ପାର୍ଟନରସିପ୍‌ରେ ଉଭୟ ୯.୧ ଓଭରରେ ୧୧୦ ରନ୍‌ ଯୋଗ କରିଥିଲେ । ଯାହା କି ଚେନ୍ନାଇ ସୁପର କିଙ୍ଗସ୍‌କୁ ଦେଇଥିଲା ବଡ ଷ୍ଟାର୍ଟ । ଋତୁରାଜ ବ୍ୟକ୍ତିଗତ ଭାବେ ୩୧ ବଲ ଖେଳି ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୭ ରନ୍‌ କରି ଆଉଟ ହୋଇଥିବା ବେଳେ କୋନଓ୍ବେ ୨୯ ବଲରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୪୭ ରନ୍‌ କରି ଆଉଟ ହୋଇଥିଲେ । ପରେ ଶିବମ ଦୁବେ ୧୬ ବଲରୁ ୨୭ରନ, ମୋଇନ ଅଲୀ ୧୯ରନ୍, ବେନ୍‌ ଷ୍ଟୋକସ୍‌ ୮ରନ, ରବିନ୍ଦ୍ର ଜାଡେଜା ୩ରନ୍, ମହେନ୍ଦ୍ର ସିଂହ ଧୋନୀ ୩ ବଲରୁ ୧୨ ରନ୍ କରି ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ବଲରୁ ୧୪ ବଲରୁ ୨୭ ରନ୍‌ ଓ ମିଚେଲ୍‌ ସାଣ୍ଟନର୍‌ ୧ ରନ୍‌ କରି ଅପରାଜିତ ଥିଲେ ।
ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ପକ୍ଷରୁ ରବି ବିଷ୍ଣୋଇ ଏକ ମାତ୍ର ବୋଲର ଯିଏକି ଚେନ୍ନାଇ ବ୍ୟାଟରଙ୍କୁ ବାନ୍ଧି ରଖିବା ସହିତ ୪ ଓଭରରେ ମାତ୍ର ୨୮ ରନ ଦେଇ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି ।
ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ବାତ୍ୟା ମ୍ୟାଣ୍ଡସ୍‌, ସ୍ଥଳଭାଗ ଛୁଇଁବା ପରେ ଭୀଷଣ ରୂପ ଧରି ରଚିଲା ତାଣ୍ଡବ
ଚେନ୍ନାଇ: ସ୍ଥଳଭାଗରେ ମାଡ ହେଲା ବାତ୍ୟା ମ୍ୟାଣ୍ଡସ୍‌ । ତାମିଲନାଡୁର ଚେନ୍ନାଇ ନିକଟ ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ପବନରେ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର ଉଡ଼ିଯାଇଛି । ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ୧୫ଟି ବିମାନକୁ ବାତିଲ କରିଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ମ୍ୟାଣ୍ଡସ୍‌ ଏବେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଘଂଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ପବନ ବୋହୁଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ଉତର-ତାମିଲନାଡୁ ଓ ଦକ୍ଷିଣଆନ୍ଧ୍ରପ୍ରଦେଶର ଉପକୁଳ ଜିଲ୍ଲାଗୁଡିକରେ ମୁଶଳ ଧାରରେ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ସାମୁଦ୍ରିକ ଝଡକୁ ଆଖିରେ ରଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଅଲର୍ଟ ଜାରି କରାଯାଇଛି ।
ମଙ୍ଗଳସୂତ୍ର ନ ପିନ୍ଧିଲେ ପତିଙ୍କ ମାନସିକ ଉତ୍ପୀଡ଼ନ ହୋଇପାରେ: ମାଡ୍ରାସ ହାଇକୋର୍ଟ
ଚେନ୍ନଇ: ପତ୍ନୀ ମଙ୍ଗଳସୂତ୍ର ପିନ୍ଧିବା ଉଚିତ। ଏହା ନ ପିନ୍ଧିଲେ କିମ୍ବା କାଢ଼ିବା ଦ୍ୱାରା ପତିଙ୍କ ମାନିସକ ଉତ୍ପୀଡ଼ନ ହୋଇପାରେ। ମଙ୍ଗଳସୂତ୍ର ନ ପିନ୍ଧିବା ମାନସିକ କ୍ରୁରତାର ପରିଚୟ ଦେଉଛି । ଏପରି କରି ପତିଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ମଙ୍ଗଳସୂତ୍ର ନ ପିନ୍ଧିବାକୁ ମଜଭୁତ ଆଧାର ମାନି କୋର୍ଟ ପତିଙ୍କୁ ଛାଡପତ୍ରକୁ ଅନୁମତି ଦେଇଛନ୍ତି ।
ଜଷ୍ଟିସ ଭି ଏମ ବେଲୁମଣି ଏବଂ ଜଷ୍ଟିସ ଏମ ସୌନ୍ଥରଙ୍କ ଖଣ୍ଡପୀଠ ଇରୋଡର ଏକ ମେଡିକାଲ କଲେଜର ପ୍ରଫେସର ସି ଶିବକୁମାରଙ୍କ ଛାଡପତ୍ର ମାମଲାର ଶୁଣାଣି କରି କହିଥିଲେ ଯେ ମହିଳାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଏକ ପବତ୍ରି ସମ୍ପର୍କକୁ ସୂଚାଉଛି । ଏହା ବିବାହିତ ଜୀବନର ପବତ୍ରିତାକୁ ଦର୍ଶାଉଛି । ଏହାକୁ ପତିଙ୍କ ମୃତ୍ୟୁ ପରେ ହଟାଯାଇଥାଏ। ଏଭଳି ସ୍ଥିତିରେ ପତ୍ନୀ ମଙ୍ଗଳସୂତ୍ର ନ ପିନ୍ଧିଲେ ତାହାକୁ ପତିଙ୍କ ମାନିସକ କ୍ରୁରତା ଭାବେ ଧରାଯବି। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ୨୦୦୯ରେ ମାଡ୍ରାସ ହାଇକୋର୍ଟ ହିନ୍ଦୁ ବିବାହରେ ମଙ୍ଗଳସୂତ୍ର ଜରୁରୀ ନୁହେଁ ବୋଲି କହିଥିଲେ। ଅନ୍ୟପଟେ ଗୋଟିଏ କୋର୍ଟର ଅଲଗା ଅଲଗା ବିଚାରପତିଙ୍କ ଭିନ୍ନ ଭିନ୍ନ ରାୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।
ପ୍ରଥମ ଥର ପାଇଁ ହ୍ବାଟ୍‌ସଆପ୍‌ରେ ମାମଲା ଶୁଣାଣି କଲେ ହାଇକୋର୍ଟ
ଚେନ୍ନଇ: ମାଡ୍ରାସ ହାଇକୋର୍ଟରେ ନୂତନ ରେକର୍ଡ ପ୍ରତିଷ୍ଠା ହୋଇଛି। ଜଣେ ବିଚାରପତି ପ୍ରଥମ ଥର ପାଇଁ ହ୍ବାଟସଆପ୍‌ରେ ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଜି ଆର ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରବିବାର ନାଗେରକୋଲିରେ ଥିବାବେଳେ ମାମଲାର ଶୁଣାଣି କରିଥିଲେ। ଶ୍ରୀ ଅଭିଷ୍ଠ ବରଦରାଜା ସ୍ବାମୀ ମନ୍ଦିରର ପ୍ରସ୍ତାବିତ ରଥଯାତ୍ରା କରାଇବାକୁ ଅନୁମତି ଦେବା ଲାଗି ଏହାର ଟ୍ରଷ୍ଟି ପିଆର ଶ୍ରୀନିବାସନ ଏହି ଆବେଦନ କରିଥିଲେ। ଧାର୍ଯ୍ୟ ସମୟରେ ରଥଯାତ୍ରା ନ ହେଲେ ଗ୍ରାମ ଇଶ୍ବରଙ୍କ କୋପର ସମ୍ମୁଖୀନ ହେବ ବୋଲି ସେ କହିଥିଲେ। ବିଚାରପତି କହିଥିଲେ ଯେ ଆବେଦନକାରୀଙ୍କ ଅକୁଣ୍ଠ ନିବେଦନ ଯୋଗୁଁ ସେ ହ୍ବାଟସଆପ୍‌ ମାଧ୍ୟମରେ ଏହି ମାମଲାର ଜରୁରୀ ଶୁଣାଣି କରିଥିଲେ। ଏହା ଏକ ତ୍ରିକୋଣିଅ ସେସନ ଥିଲା। ଆବେଦନକାରୀ, ଆଡଭୋକେଟ ଜେନେରାଲ ଆର ସନମୁଗସୁନ୍ଦର ଏବଂ ବିଚାରପତି ଅଲଗା ଅଲଗା ସ୍ଥାନରେ ରହି ଶୁଣାଣିରେ ସାମିଲ ହୋଇଥିଲେ। ଧରମାପୁରୀ ଜିଲ୍ଲାରେ ଥିବା ମନ୍ଦିରକୁ ନେଇ ଏହି ଶୁଣାଣି ହୋଇଥିଲା। ରଥଯାତ୍ରା ବନ୍ଦ ପାଇଁ ହିନ୍ଦୁ ରିଲିଜିୟସ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଇନ୍ସପେକ୍ଟର ଦେଇଥିବା ନିର୍ଦ୍ଦେଶକୁ କୋର୍ଟ ଖାରଜ କରିଦେଇଥିଲେ ଏବଂ କଟକଣା ସହିତ ପରମ୍ପରା ପାଳନ କରିବାକୁ ଟ୍ରଷ୍ଟିଙ୍କୁ କହିଥିଲେ।
ପାପୁଲି ଆକାରର କମ୍ପୁଟର ସିପିୟୁ ତିଆରି କଲେ ୯ମ ଶ୍ରେଣୀର ଛାତ୍ର
ଚେନ୍ନାଇ: ସମୟର ସଠିକ୍‌ ସଦୁପଯୋଗ କଲେ ସଫଳତା ମିଳିବ ହିଁ ମିଳିବ। ଏହିଭଳି ଜଣେ ସ୍କୁଲ ଛାତ୍ର ସମୟକୁ ସଦୁପଯୋଗ କରି କମ୍ପୁଟରରେ ଲାଗୁଥିବା ସିପିୟୁ ତିଆରି କରିଛନ୍ତି। ଯାହା ହାତ ପାପୁଲି ଆକାରର। ଚେନ୍ନାଇର ୯ମ ଶ୍ରେଣୀର ଛାତ୍ର ଏସ୍.ଏସ୍. ମାଧବ ଏଭଳି ଏକ ସିପିୟୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ। ଏପରିକି ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଗେଇ ଆସିଛନ୍ତି।
କୋଭିଡ୍‌ ଲକ୍‌ଡାଉନ୍‌ କାରଣରୁ ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଅଛି। ଏହି ସମୟରେ ମାଧବ ଜାଭା, ପାୟଥନ୍‌, ସି, ସି ପ୍ଲସ୍‌ ପ୍ଲସ୍‌ ଏବଂ କୋଟଲିନ୍‌ ଭଳି ସଫ୍ଟୱେୟାର ପ୍ରୋଗାମ୍‌ଗୁଡ଼ିକ ଅନ୍‌ଲାଇନ୍‌ରେ ଅଧ୍ୟୟନ କରିଥିଲେ। ଗତ ଦୁଇ ବର୍ଷ ଧରି ପାପୁଲି ଆକାରର ଏକ ସିପିୟୁ ନିର୍ମାଣ କରିବା ଲାଗି ସେ ଚେଷ୍ଟା ଚଳାଇଥିଲେ, ଶେଷରେ ସେ ସଫଳ ହୋଇଛନ୍ତି। ଏଥିପାଇଁ ମାଧବ ମୁମ୍ବାଇରୁ ଆବଶ୍ୟକ ସାମଗ୍ରୀ ଓ ମଦରବୋର୍ଡ ଆଦି ମଗାଇ ଏହାକୁ ଡିଜାଇନ୍ କରିଥିଲେ। ମାଧବ କହିଛନ୍ତି, ଏହାକୁ ତିଆରି କରିବା ସମୟରେ ସେ ୨୦ ଥର ଅସଫଳ ହୋଇଛନ୍ତି। ୨୧ତମ ଚେଷ୍ଟାରେ ସେ ଏହି ସିପିୟୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏହି ମିନି-ସିପିୟୁକୁ ସେ ଅନ୍‌ଲାଇନ୍‌ରେ ୮,୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ମାଧବ ଟେରାବାଇଟ୍‌ ଇଣ୍ଡିଆ ସିପିୟୁ ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ ନାମରେ ଏକ କମ୍ପାନୀ ମଧ୍ୟ କରିଛନ୍ତି। ମାଧବ ଏଯାବତ୍‌ ଏଭଳି ୧୫ଟି ସିପିୟୁ ପ୍ରସ୍ତୁତ କରି ବିକ୍ରି ମଧ୍ୟ କରିସାରିଛନ୍ତି।
କୋଭିଡ ଆରୋଗ୍ୟ ବଟିକା ନାଁରେ ଦେଇଦେଲେ ବିଷ, ପରିବାରର ୩ ମୃତ
ଚେନ୍ନାଇ: କୋଭିଡ୍ ଆରୋଗ୍ୟ ବଟିକା ନାଁରେ ଦିଆଗଲା ବିଷ । ବିଷ କ୍ରିୟାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ । ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଇରୋଡର କୀଜଭାନି ଗାଁର ଜଣେ ବ୍ୟକ୍ତି ତଥା ମୁଖ୍ୟ ଅଭିଯୁକ୍ତ ଆର.କଲ୍ୟାଣସୁନ୍ଦରମ କିଛି ମାସ ପୂର୍ବରୁ ସ୍ଥାନୀୟ କାରୁନ୍‌ ଗୋନ୍ଦଭଲାସୁ ଗାଁର କାରୁପାନକୋରୁନ୍ଦରଙ୍କଠାରୁ ଧାର ସୂତ୍ରରେ ୧୫ ଲକ୍ଷ ଟଙ୍କା ନେଇଥିଲା । ପରେ ସେ ଟଙ୍କା ଦେବାକୁ ଅସମର୍ଥ ହେବା ସହ ଋଣଦାତାଙ୍କ ଚାପର ସମ୍ମୁଖୀନ ହେବା ଯୋଗୁଁ ଏହାକୁ ନେଇ ଅନେକଥର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଶେଷରେ କଲ୍ୟାଣସୁନ୍ଦରମ ଏକ ମନ୍ଦ ଉପାୟ ପାଞ୍ଚି ଉକ୍ତ ପରିବାରକୁ ସମ୍ପୂର୍ଣ ମାରିଦେବା ଲାଗି ନିଷ୍ପତ୍ତି ନେଇଥିଲା ଓ ଏହି କାର୍ଯ୍ୟରେ ସାବରି ନାମକ ଜଣେ ଯୁବକଙ୍କ ସହାୟତା ନେଇଥିଲା । ସାବରି ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଯାଇ ସେମାନଙ୍କୁ କୋଭିଡ ଆରୋଗ୍ୟ ବଟିକା ନାଁରେ ବିଷ ମିଶ୍ରିତ ବଟିକା ଦେଇଥିଲା । ବିଶ୍ୱାସରେ ବିଷ ମିଶାଇଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଫନ୍ଦି ବୁଝି ନପାରି ପରିବାରର ୪ ସଦସ୍ୟ ଏହି ବିଷ ମିଶ୍ରିତ ଔଷଧ ଖାଇଦେଇଥିଲେ ।
ବିଷ ମିଶ୍ରିତ ବଟିକା ଖାଇ କାରୁପାନକୋରୁନ୍ଦର, ତାଙ୍କ ପତ୍ନୀ ମଲ୍ଲିକା, କନ୍ୟା ଦୀପା ଓ ସହାୟିକା କୁପାଲ ଗୁରୁତର ହୋଇ ପଡ଼ିଥିଲେ । ବିଷକ୍ରିୟାରେ ମଲ୍ଲିକା, ଦୀପା ଓ କୁପଲଙ୍କ ମୃତ୍ୟୁ ଘଟିଥିବା ବେଳେ କାରୁପାନକୋରୁନ୍ଦର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ କଲ୍ୟାଣସୁନ୍ଦରମ ଓ ସାବରିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ସେମାନଙ୍କ ଜାମିନ ଖାରଜ ହେବା ପରେ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।