Digital India - The Sakala

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୧ରୁ ବନ୍ଦ ହେବ UTS ଆପ୍, ଟିକେଟ୍ ବୁକିଂ ପାଇଁ ଡାଉନଲୋଡ୍ କରନ୍ତୁ 'RailOne'
ଭାରତୀୟ ରେଳବାଇ (Indian Railways) ନିଜର କୋଟି କୋଟି ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ରେଳ ବିଭାଗର ଡିଜିଟାଲ୍ ସେବାରେ ବଡ଼ ପରିବର୍ତ୍ତନ କରାଯାଉଥିବାରୁ ବହୁଳ ବ୍ୟବହୃତ UTS (Unreserved Ticketing System) ମୋବାଇଲ୍ ଆପ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାର୍ଚ୍ଚ ୧, ୨୦୨୬ରୁ ଏହି ଆପ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ଏବଂ ଏହାର ସ୍ଥାନ ନେବ ନୂଆ ସୁପର ଆପ୍ 'RailOne'।

ମାର୍ଚ୍ଚ ୧ରୁ ବନ୍ଦ ହେବ UTS ଆପ୍

ରେଳବାଇ ବୋର୍ଡର ସୂଚନା ଅନୁଯାୟୀ, ଡିଜିଟାଲ୍ ଟିକେଟିଂ ବ୍ୟବସ୍ଥାକୁ ଅଧିକ ସୁଗମ ଏବଂ ଏକୀକୃତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୧ ତାରିଖରୁ UTS ଆପ୍ ମାଧ୍ୟମରେ ଆଉ ଜେନେରାଲ୍ ବା ଅଣସଂରକ୍ଷିତ ଟିକେଟ୍ ବୁକ୍ କରିହେବ ନାହିଁ। ବର୍ତ୍ତମାନ ସୁଦ୍ଧା UTS ଆପରେ ସିଜିନ୍ ଟିକେଟ୍ ବୁକିଂ ଏବଂ ନୂତନ ରେଜିଷ୍ଟ୍ରେସନ୍ ଭଳି ସୁବିଧାଗୁଡ଼ିକୁ ନିଷ୍କ୍ରିୟ କରିଦିଆଯାଇଛି, ଯାହା ଆପ୍ ବନ୍ଦ ହେବାର ସଙ୍କେତ ଦେଉଛି।

RailOne ଆପ୍: ଏକମାତ୍ର ବିକଳ୍ପ

UTS ଆପ୍ ବନ୍ଦ ହେବା ପରେ, ଯାତ୍ରୀମାନଙ୍କୁ ଅଣସଂରକ୍ଷିତ (Unreserved) ଟିକେଟ୍ ବୁକ୍ କରିବା ପାଇଁ RailOne ଆପ୍ ବ୍ୟବହାର କରିବାକୁ ପଡ଼ିବ। ଏହି ନୂତନ ଆପ୍‌କୁ 'ସୁପର ଆପ୍' ବୋଲି କୁହାଯାଉଛି, କାରଣ ଏଥିରେ କେବଳ ଜେନେରାଲ୍ ଟିକେଟ୍ ନୁହେଁ, ବରଂ ସଂରକ୍ଷିତ ଟିକେଟ୍ ବୁକିଂ, ଲାଇଭ୍ ଟ୍ରେନ୍ ଷ୍ଟାଟସ୍, ପ୍ଲାଟଫର୍ମ ଟିକେଟ୍ ଏବଂ ଖାଦ୍ୟ ଅର୍ଡର କରିବା ଭଳି ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ମିଳିବ।

ପୁରୁଣା ୟୁଜର୍ସଙ୍କ ପାଇଁ କ’ଣ ରହିଛି ସୁବିଧା?

ଯଦି ଆପଣ ଜଣେ ପୁରୁଣା UTS ବ୍ୟବହାରକାରୀ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

* ଆପଣଙ୍କର ପୁରୁଣା ଲଗ୍-ଇନ୍ ଆଇଡି (Login ID) ଏବଂ ପାସୱାର୍ଡ ବ୍ୟବହାର କରି ଆପଣ RailOne ଆପରେ ଲଗ୍-ଇନ୍ କରିପାରିବେ।

* UTS ଆପର R-Wallet ରେ ଥିବା ବଳକା ଟଙ୍କା ସ୍ୱୟଂଚାଳିତ ଭାବରେ RailOne ଆପକୁ ସ୍ଥାନାନ୍ତରିତ ହୋଇଯିବ।

ମିଳିବ କ୍ୟାସବ୍ୟାକ୍ ଅଫର

ଯାତ୍ରୀମାନଙ୍କୁ ନୂତନ ଆପ୍ ବ୍ୟବହାର କରିବାକୁ ଉତ୍ସାହିତ କରିବା ପାଇଁ ରେଳବାଇ ପକ୍ଷରୁ ବିଶେଷ ଅଫର ଘୋଷଣା କରାଯାଇଛି। ଯଦି ଆପଣ RailOne ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରନ୍ତି, ତେବେ ଆପଣଙ୍କୁ ୩% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ (Cashback) ମିଳିବାର ସୁବିଧା ରହିଛି। ତେଣୁ ତୁରନ୍ତ ନିଜ ମୋବାଇଲରେ RailOne ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିରବଚ୍ଛିନ୍ନ ରେଳ ସେବାର ଲାଭ ଉଠାନ୍ତୁ।

୫ଜି କ୍ଷେତ୍ରରେ ଭାରତର ବଡ଼ ଲମ୍ଫ: ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହାରକାରୀ ରାଷ୍ଟ୍ର, ୪୦ କୋଟି ଟପିଲା ସଂଖ୍ୟା
ନୂଆଦିଲ୍ଲୀ: ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବାଧିକ ୫ଜି (5G) ବ୍ୟବହାରକାରୀ ରାଷ୍ଟ୍ର ପାଲଟିଛି। ଦେଶରେ ବର୍ତ୍ତମାନ ୪୦ କୋଟିରୁ ଅଧିକ ଲୋକ ୫ଜି ସେବା ବ୍ୟବହାର କରୁଛନ୍ତି। ଏହି ତାଲିକାରେ କେବଳ ଚୀନ୍ ଭାରତଠାରୁ ଆଗରେ ରହିଛି।

ମନ୍ତ୍ରୀ ଶ୍ରୀ ସିନ୍ଧିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଭାରତ କେବଳ ବ୍ୟବହାରକାରୀଙ୍କ ସଂଖ୍ୟାରେ ଆଗୁଆ ନୁହେଁ, ବରଂ ୫ଜି ଟେକ୍ନୋଲୋଜିକୁ ଦ୍ରୁତତ୍ତମ ଗତିରେ ଗ୍ରହଣ କରିଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ୨୦୨୨ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ଦେଶର ୯୯.୬ ପ୍ରତିଶତ ଜିଲ୍ଲାରେ ଉପଲବ୍ଧ ହୋଇପାରିଛି ଏବଂ ଦେଶର ୮୫ ପ୍ରତିଶତ ଜନସଂଖ୍ୟା ନିକଟରେ ୫ଜି କଭରେଜ୍ ପହଞ୍ଚିପାରିଛି।

କେବଳ ସହରାଞ୍ଚଳ ନୁହେଁ, ଗ୍ରାମୀଣ ଭାରତରେ ମଧ୍ୟ ଟେଲିକମ୍ ସଂଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗ୍ରାମୀଣ ଟେଲିଫୋନ୍ ସଂଯୋଗ ୪୨.୯% ବୃଦ୍ଧି ପାଇ ୨୦୨୫ ସେପ୍ଟେମ୍ବର ସୁଦ୍ଧା ୫୩.୯୮ କୋଟିରେ ପହଞ୍ଚିଛି। ଅନ୍ୟପକ୍ଷରେ, ଦେଶର ମୋଟ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ୧୦୦.୨୯ କୋଟି ଛୁଇଁଛି, ଯାହା ୨୦୧୪ ତୁଳନାରେ ପ୍ରାୟ ୨୯୯ ପ୍ରତିଶତ ଅଧିକ। ୨୦୨୫ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ୪,୬୯,୦୦୦ ୫ଜି ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍ (BTS) ସ୍ଥାପନ କରାଯାଇଛି, ଯାହା ବିଶ୍ୱର ଦ୍ରୁତତମ ନେଟୱାର୍କ ରୋଲଆଉଟ୍ ମଧ୍ୟରୁ ଅନ୍ୟତମ।

ଡିଜିଟାଲ ଇଣ୍ଡିଆ ଧୂଆଁବାଣ: ଆସୁନି ନେଟୱାର୍କ, ଜଙ୍ଗଲରେ ଚାଲିଛି ଅଫିସ କାମ
ଫିରିଙ୍ଗିଆ: ଆଜିର ଡିଜିଟାଲ ଯୁଗରେ ସବୁକିଛି ମୋବାଇଲ ଅର୍ଥାତ ସ୍ମାର୍ଟ ଫୋନ୍ ମାଧ୍ୟମରେ କାର୍ଯ୍ଯ ଗୁଡ଼ିକ ହାତ ପାଆନ୍ତରେ ଚାଲିଛି। ପାଠ ପଢାଠାରୁ ଆରମ୍ଭ କରି ବ୍ୟାଙ୍କ୍ ସେବା ଏବଂ ସମସ୍ତ ଅଫିସ କାର୍ଯ୍ଯ ପାଇଁ ଏବେ ସ୍ମାର୍ଟଫୋନ୍ ଉପରେ  ନିର୍ଭର କରିବାକୁ ପଡ଼ୁଛି। ତେବେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହି ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ନାଁ ପିଲାମାନେ ଅନଲାଇନ ପାଠ ପଢ଼ି ପରୁଛନ୍ତା ନାଁ କୌଣସି ଅଫିସ କାର୍ଯ୍ଯ ହୋଇପାରୁଛି। ଯାହା ଫଳରେ ଅନଲାଇନ କାର୍ଯ୍ଯରେ ବାଧା ପ୍ରାପ୍ତ ହେଉଛି। ଏହି ସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା କିମ୍ବା ପାଠପଢା ଏବଂ ଅନ୍ୟାନ୍ୟ ଅନଲାଇନ୍ କାର୍ଯ୍ଯ ପାଇଁ ଜଙ୍ଗଲ ପାହାଡ ମଧ୍ୟରେ ନେଟୱାର୍କ ଆସୁଥିବା ସ୍ଥାନକୁ ବାଛିବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡାର ଉପାନ୍ତ ଲୁଇ ସିଂ ଅଞ୍ଚଳରେ।

ଏହି ଅଞ୍ଚଳରେ ପ୍ରାୟ ୧୦ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଗର୍ଭବତୀ, ପ୍ରାକ୍ ବିଦ୍ୟାଳୟ, ଶିଶୁ ମାନଙ୍କ ପାଇଁ ମମତା ଆପ, ପୋଷଣ ଆପ ଭଳି ଅନ୍ୟାନ୍ୟ ଆପ ରହିଛି ଯାହାକି ପ୍ରତିଦିନ ତାଙ୍କୁ ଅଫିସ ଡାଟା ଅନ ଲାଇନରେ ଦେବାକୁ ନିର୍ଦ୍ଦେଶ ରହିଛି। ତେଣୁ ବାଧ୍ୟ ହୋଇ ଅଙ୍ଗନୱାଡି କର୍ମୀ ମାନେ ୧୦ କିମି ଦୂରରେ ଥିବା ସୁଟାଣି ଘାଟି ନିକଟକୁ ଯାଇ ଅନଲାଇନରେ କାର୍ଯ୍ଯ କରୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ମୋବାଇଲ ସେବା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହାରି ଦୃଷ୍ଟି ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ବର୍ତ୍ତମାନ ସମୟରେ ଜାତିଗତ ପ୍ରମାଣପତ୍ର, ଅନ୍ୟାନ୍ୟ କାଗଜ ପତ୍ର ସବୁ ଅନଲାଇନରେ ପ୍ରଦାନ କରାଯାଉଥିବାରୁ ଏହି ଅଞ୍ଚଳର ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ପାଇଁ ମଧ୍ୟ ନେଟୱାର୍କ ଆସୁଥିବା ସ୍ଥାନକୁ ଯାଇ ଫୋନ୍ କରିବାକୁ ପଡ଼ୁଛି।

ନୂଆ ଡିଜିଟାଲ ପେମେଣ୍ଟ ସିଷ୍ଟମ ‘ଇ-ରୁପି’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପେମେଣ୍ଟର ଏକ ନୂଆ ମାଧ୍ୟମ ‘ଇ-ରୁପି’ର ଶୁଭାରମ୍ଭ କରିଛନ୍ତି। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ଓ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସହଯୋଗରେ ନ୍ୟାସନାଲ ପେମେଣ୍ଟ କୋର୍‌ପୋରେସନ୍ ଅଫ୍‌ ଇଣ୍ଡିଆ(NPCI) ନିଜର ୟୁପିଆଇ ପ୍ଲାଟଫର୍ମରେ ଏହି ଇ-ରୂପିକୁ ବିକଶତି କରିଛି। ଏହା ଏକ ଭାଉଚର ଆଧାରିତ ପେମେଣ୍ଟ ପ୍ଲାଟଫର୍ମ | ‘ଇ-ରୁପି’ ମାଧ୍ୟମରେ ନଗଦବିହୀନ ଏବଂ ସ୍ପର୍ଶ ରହିତ ଡିଜିଟାଲ୍ ପେମେଣ୍ଟ କରାଯାଇପାରିବ | ମୁମ୍ବାଇର ଜଣେ ମହିଳା ଏହାର ପ୍ରଥମ ୟୁଜର୍ ହୋଇଛନ୍ତି । ଏକ ଘରୋଇ ଡାକ୍ତରଖାନାରେ ‘ଇ-ରୁପି’ ମାଧ୍ୟମରେ ଟିକାକରଣ ପାଇଁ ମହିଳା ଜଣକ ଅର୍ଥ ପ୍ରଦାନ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ, ଆରବିଆଇ ଗଭର୍ନର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଦେଶ ଡିଜିଟାଲ ଶାସନକୁ ଏକ ନୂଆ ଦିଗ ଦେଉଛି। ଦେଶରେ ଡିଜିଟାଲ୍ କାରବାର, ଡିବିଟିକୁ ଅଧିକ ପ୍ରଭାବଶାଳୀ କରିବାରେ ‘ଇ-ରୁପି’ ଭାଉଚର୍ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି।

ଏହା ଏକ କ୍ୟୁଆର୍ କୋଡ୍ କିମ୍ବା ଏସ୍ଏମ୍ଏସ୍ ଷ୍ଟ୍ରିଙ୍ଗ୍ ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲରେ ଇନଷ୍ଟଲ୍ କରାଯାଇପାରିବ | ଏହି ଓ୍ବାନ ଟାଇମ୍ ପେମେଣ୍ଟ ସିଷ୍ଟମର ୟୁଜର କୌଣସି କାର୍ଡ, ଡିଜିଟାଲ୍ ପେମେଣ୍ଟ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିନା ସେବା ପ୍ରଦାନକାରୀଙ୍କ ସହିତ ଭାଉଚରକୁ ରି-ଡିମ୍ କରିବାକୁ ସମର୍ଥ ହେବେ ।

ନାମକୁ ମାତ୍ର ଡିଜିଟାଲ ଇଣ୍ଡିଆ : ନୋ ନେଟୱର୍କ ଜୋନରେ ୬୦ ଗାଁ, ଦୁଇବର୍ଷ ହେଲା ଅନଲାଇନ ଶିକ୍ଷା ଠପ
ବୌଦ୍ଧ: କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ନାରାବାଜି ୫ ବର୍ଷରୁ ଅଧିକ ହୋଇଗଲାଣି। ତଥାପି ଗ୍ରାମାଞ୍ଚଳରେ ଉପଯୁକ୍ତ ମୋବାଇଲ ଓ ଇଣ୍ଟରନେଟ ସେବା ଆଜି ବି ଅପହଞ୍ଚ। ଆଜି ବି ଲୋକେ ବ୍ୟବହାର ଉପଯୋଗୀ ନେଟୱର୍କ ପାଇବା ଆଶାରେ କେଉଁଠି ପାହାଡ ଉପରେ ଚଢ଼ି ଯାଉଛନ୍ତି ତ ଆଉ କେଉଁଠି ଗଛ ଉପରେ। ହେଲେ ମଧ୍ୟ କାମ ହୋଇପାରୁନି। ସେହିପରି କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଶ୍ରେଣୀଗୃହ ଶିକ୍ଷାକୁ ବନ୍ଦ କରି ଅନଲାଇନ କ୍ଲାସ ପ୍ରଚଳନ କରାଯାଇଛି। ଏହି ପଦ୍ଧତି ସହର ଓ ଏହାର ପର୍ଶ୍ୱବର୍ତୀ ଅଞ୍ଚଳରେ ସଫଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ସମ୍ପୂର୍ଣ୍ଣ କାଳ୍ପନିକ। ଆମେ କହୁଛୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମାହାଲିକପାଡା ଓ ତଳଗାଁ ପଞ୍ଚାୟତର କଥା। ଏହି ଦୁଇ ପଞ୍ଚାୟତର ୬୦ ଗାଁରେ ଉପଯୋଗୀ ମୋବାଇଲ ନେଟୱର୍କ ଓ ଇଣ୍ଟରନେଟ ସେବା ଦିବାସ୍ୱପ୍ନ ଭଳି ହୋଇଯାଇଛି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମାହାଲିକପାଡା ଓ ତଳଗାଁ ପଞ୍ଚାୟତ। ଦୁଇଟି ପଞ୍ଚାୟତରେ ୬୦ରୁ ଅଧିକ ରାଜସ୍ୱ ଗାଁ ଓ ୧୦ ହଜାରରୁ ଅଧିକ ଲୋକସଂଖ୍ୟା। ମୋବାଇଲ, ଡାକ ସେବା, ବ୍ୟାଙ୍କ ଭଳି ସେବା ଭଳି ଗୁରୁତ୍ୱପୂର୍ଣ୍ଣ ଦୈନଦିନ କାର୍ଯ୍ୟ ଏଠାକାର ଲୋକଙ୍କ ପାଇଁ ଅପହଞ୍ଚ। ଏବେ ସେଥିରେ ଯୋଡି ହୋଇଯାଇଛି ଅନଲାଇନ ଶିକ୍ଷା। ଏଠାରେ ଅନଲାଇନ କ୍ଲାସ ପାଇଁ ପିଲାଏ କାରୁଛନ୍ତି ସଂଘର୍ଷ । ତଥାପି ବାହାରୁନି ନିସ୍କର୍ଷ । ଜେତେ ପାହାଡ ଉପରକୁ ଗଲେ ମଧ୍ୟ ମିଳୁନି ନେଟୱାର୍କ । ସତେ ଯେମିତି ଉପାନ୍ତ ଅଂଚଳରେ ରହିବା ତାଙ୍କ ପାଇଁ ଅଭିଶାପ ହୋଇଯାଇଛି । ନେଟୱାର୍କ ପାଇଁ ଦୂର ଦୂର ପର୍ଯ୍ୟନ୍ତ ଜଙ୍ଗଲପାହାଡ ରାସ୍ତା ଦେଇ ଗଲେ ମିଳି ଟିକେ ନେଟୱାର୍କ । ସବୁଦିନ ଯାଇ ଅନଲାଇନ କ୍ଲାସ କରି ଫେରିବା ଜଣେ ଛାତ୍ର କିମ୍ବା ଛାତ୍ରୀ ପକ୍ଷେ ସମ୍ଭବ ନାହିଁ । ତେଣୁ ଅନଲାଇନ କ୍ଲାରେ ଡୋରି ବାନ୍ଧିଛନ୍ତି ଅଂଚଳର ହଜାର ହଜାର ଛାତ୍ରଛାତ୍ରୀ ।

ଜିଲ୍ଲା ଶିକ୍ଷା ବିଭାଗର ରିପୋର୍ଟ ଅନୁସାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ୧୩% ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ ଶିକ୍ଷା ଉପଲବ୍ଧ ହେଉଥିବା ବେଳେ ମଧ୍ୟାମିକ ଶିକ୍ଷା ଗ୍ରହଣ କରୁଥିବା ୧୮% ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ ଶିକ୍ଷା ଉପଲବ୍ଧ ହୋଇପାରିଛି। ଅବଶିଷ୍ଟ ଛାତ୍ରଛାତ୍ରୀ ଏବେ ବି ଶିକ୍ଷା ଠାରୁ ଦୂରରେ ରହିଛନ୍ତି। ତାର ପ୍ରମୁଖ କାରଣ ହେଉଛି ମୋବାଇଲ ନେଟୱର୍କ। ଯେଉଁଥିପାଇଁ ଉପାନ୍ତ ଅଂଚଳରେ ଅନଲାଇନ କ୍ଲାସ ଫେଲ ମାରିଛି। ଏବେ ବି ଗାଁ ଗାଁରେ ଲୋକେ ଗଛରେ ପ୍ଲାଷ୍ଟିକ ଡବାରେ ମୋବାଇଲ ରଖି ନେଟୱର୍କକୁ ଅପେକ୍ଷା କରୁଛନ୍ତି। ନିର୍ଦିଷ୍ଟ ସ୍ଥାନରେ ନେଟୱର୍କ ଉପଲବ୍ଧ ହେଉଥିବାରୁ ଖୁଣ୍ଟ ପୋତି ସେଥିରେ ମୋବାଇଲ ଚଲାନ୍ତି।

ଦଶନ୍ଧି ଦଶନ୍ଧି ଧରି ଏଠାକାର ଲୋକ ନେଟୱାର୍କରୁ ବଞ୍ଚିତ। ଫଳରେ ସେମାନଙ୍କ ପାଇଁ ମୋବାଇଲ ଖେଳନା ସଦୃଶ। ଖାଲି ନେଟୱାର୍କ ପାଇଁ ମୋବାଇଲ ସେବାରୁ ବଂଚିତ ହେଉଛନ୍ତି ତା’ନୁହେଁ ଡିଜିଟାଲ ଆଧାରିତ ଡାକସେବା, ବ୍ୟାଙ୍କ ସେବା ସହ ଅନ୍ୟାନ ସେବାରୁ ବି ବଂଚିତ ହେଉଛନ୍ତି ଏଠାକାର ଲୋକେ ।

୨୦୧୬ ଯାଏଁ ମାଓ ଗତିବିଧି ଥିବାରୁ କୌଣସି ବେସରକାରୀ ଟେଲିକମ କମ୍ପାନୀ ଏଠାରେ ଟାୱାର ବସାଇବାକୁ ଅମଙ୍ଗ ହେଉଥିଲେ। ହେଲେ ଗତ ୨୦୨୦ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲେ ବି ଏଠାରେ ନେଟୱାର୍କ ସେବା ମିଳିପାରିନାହିଁ । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ବାସ୍ତବତା କେବେ ପହଁଚିବ ଏହି ଉପାନ୍ତ ଅଞ୍ଚଳରେ ତାହା କାହାକୁ ବି ଜଣନାହିଁ।

‘ଡିଜିଟାଲ ଇଣ୍ଡିଆ’ର ବିକଳ ଚିତ୍ର : ମୁଣ୍ଡିଆ ଉପରେ ମୋବାଇଲ ନେଟ୍‌ୱର୍କ ଖୋଜା
ବିଶୋଇ : ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ। ଅନ୍‍ଲାଇନ୍‍ ପାଠପଢ଼଼ା ନିମନ୍ତେ ମୋବାଇଲ ନେଟୱର୍କ ଖୋଜାପଡ଼ିଛି। ଏଥିପାଇଁ ପିଲାଙ୍କୁ ଗଛ ଓ ପାହାଡ଼ ଚଢ଼ିବାକୁ ପଡୁଛି। ବିପଦଜନକ ଭାବେ ଏଭଳି ପାଠପଢ଼଼ା ନେଇ ଅଭିଭାବକ ମହଲରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବଣପାହାଡ ଘେରା ନଙ୍ଗଳବେଣ୍ଟା-ପୋଖରିଆ ପଞ୍ଚାୟତର ୧୨ଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ମୋବାଇଲ ନେଟୱର୍କ। ନେଟୱର୍କ ଟିକିଏ ପାଇବା ଲାଗି ଗଛ ଓ ପାହାଡ଼ ସାଜିଛି ସାହାରା। ଗାଁର ଅଳ୍ପ କେତେକ ଉଚ୍ଚ ସ୍ଥାନରେ ବେଳେବେଳେ ଟାୱାର ମିଳେ। ଆଉ ଟାୱାର ନ ଥିବାରୁ କିଏ ମୋବାଇଲ ଧରି ଗଛ ଉପରେ ତ ଆଉ କିଏ ମୋବାଇଲ ଧରି ଘର ଛାତ ଉପରେ ଘୂରିବୁଲୁଛି। ନେଟୱାର୍କ ନ ଥିବାରୁ ସମ୍ପ୍ରତି ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢ଼ିବାରେ ହଇରାଣ ହେଉଛନ୍ତି। କେତେଜଣ ମେଧାବୀ ଛାତ୍ରଛାତ୍ରୀ ଅନ୍ୟ ଉପାୟ ନ ପାଇ ଗାଁରୁ ଏକ କିଲୋମିଟର ଦୂରକୁ ଯାଇ ଉଚ୍ଚ ଚଟାଣ ଓ ପାହାଡ଼ ଉପରେ ନେଟୱର୍କ ଖୋଜିବାକୁ ପ୍ରୟାସ କରୁଛନ୍ତି।

ଏପରିକି ମୋବାଇଲ ନେଟୱର୍କ ଆସୁନଥିବାରୁ ଜରୁରୀକାଳୀନ ଦମକଳ ଓ ଆମ୍ୱୁଲାନ୍ସ ସୁବିଧା ଏଠି ଅପହଞ୍ଚ। ଆଉ କ୍ୟାସଲେସ ନେଣଦେଣ, ଅନଲାଇନ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଇ-ସେବା ସ୍ୱପ୍ନ ଭଳି। ଟାୱାର ବସାଇବା ଲାଗି ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ମଧ୍ୟ ଜଣାଇଛନ୍ତି ହେଲେ ସେମାନଙ୍କ କଥା କେହି ଶୁଣୁନଥିବା କହିଛନ୍ତି ଗାଁ ଲୋକେ। ଆଦିବାସୀଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତା’ର ବାସ୍ତବ ଚିତ୍ର ବଖାଣୁଛି ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତ। ସରକାର ଡିଜିଟାଲ ଭାରତ ଘୋଷଣା କରିଥିଲେ ହେଁ ଆଦିବାସୀ ଗାଁଗୁଡିକରେ ଏଯାଏଁ ମୋବାଇଲ ସେବା ନ ପହଞ୍ଚିବା ବିଡ଼ମ୍ୱନାର ବିଷୟ। ଆଧୁନିକୀକରଣର ଦ୍ୱାହି ଦେଇ ସରକାରଙ୍କ ‘ଡିଜିଟାଲ ଭାରତ’ର ପ୍ରଚାର ପ୍ରସାର ଫେଲ ମାରିଛି ବୋଲି ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଅବସ୍ଥିତ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼େ।