Koraput Collector - The Sakala

ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ
କୋରାପୁଟ: ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….। କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦି କିଛି ଏମିତି ଗୁହାରି ଜଣାଇଲେ ଜଣେ ଯୁବତୀ । କୋରାପୁଟର ମାନସ ବିଦ୍ୟାଳୟରେ ୧୨ ବର୍ଷ ଧରି ପିଅନ ଭାବେ କାମ କରୁଥିଲେ ସଙ୍ଗୀତା ମୁଦୁଲି । ତେବେ ନିୟମିତ କର୍ମଚାରୀ ଆସିବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସଙ୍ଗୀତା ଅଭିଯୋଗ କରିଛନ୍ତି । ଏପରିକି ଡିଏସଏସଓ ଅଫିସକୁ ବାରମ୍ବାର ଦୌଡୁଲେ ବି ସମାଧାନ ହେଉନଥିବା କହିଛନ୍ତି । ଏନେଇ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ସଙ୍ଗୀତା ଭୋ ଭୋ ହୋଇ କାନ୍ଦି କାନ୍ଦି ନିଜର ଅଭିଯୋଗ ଜିଲ୍ଲାପାଳଙ୍କୁ କହିଥିଲେ । ନିଜକୁ ଅନାଥ ବୋଲି କହିଥିଲେ ଯୁବତୀ । ଚାକିରି ହରାଇବା ପରେ ଏବେ କିପରି ଜୀବନ ଚାଲିବ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଚାକିରି ନମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କାନ୍ଦି କାନ୍ଦି କହିଛନ୍ତି ଯୁବତୀ ।

କୋରାପୁଟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ। ଦୀର୍ଘ ୧୨ ବର୍ଷ ଧରି ମାନସ ବିଦ୍ୟାଳୟରେ ମାତ୍ର ୨୫ଶହ ଟଙ୍କା ଦରମାରେ କେୟାର ଟେକର ଭାବେ କାମ କରୁଥିଲେ । ରେଗୁଲାର ପୋଷ୍ଟ ବାହାରିବା ପରେ ତାଙ୍କୁ କାମରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି। ଚାକିରି ହରାଇ ଜୀବନ ଜୀବିକା ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଯୁବତୀ । ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।