Odisha CEO - The Sakala

ଆସନ୍ତା ୩୦ରୁ ରାଜ୍ୟରେ SIR: କାର୍ଯ୍ୟକ୍ରମର ସୁପରିଚାଳନା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ମାନେ ସାମିଲ ହୋଇଥିଲେ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ଏସଆଇଆର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ କହିଛନ୍ତି।

ଭୋଟର ତାଲିକା  ର ସ୍ୱତନ୍ତ୍ର ସଘନ  ସଂଶୋଧନ’ ସମୟରେ  ବି ଏଲ ଓ ମାନେ  ଘରକୁ ଘର ବୁଲି ସର୍ଭେପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ଏସ ଆଇ ଆର କୁ ନେଇ ପ୍ରସାରିତ ହେଉଥିବା ଯେକୌଣସି ଅପପ୍ରଚାରର ତୁରନ୍ତ ମୁକାବିଲା କରିବାକୁ ଏହି ଆଭାସୀ ବୈଠକରେ ଚେତାବନୀ ଦିଆଯାଇଛି।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା  କିମ୍ବା ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ପ୍ରତ୍ୟେକ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିବେ। କୌଣସି ଅପପ୍ରଚାର ନଜରକୁ ଆସିଲେ, ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ତାର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ।

ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ କୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ। ଏହା ସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ  ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ।

ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦  ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ( ଙ୍କ ସହ ଆଲୋଚନା ପାଇଁ ଏକ କଲ୍ ମଧ୍ୟ ବୁକ୍ (Book a call) କରିପାରିବେ।

ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ  ମାଧ୍ୟମରେ ଏହାର କିପରି ବହୁଳ ଭାବରେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ  ସମସ୍ତ ଜିଲ୍ଲାର ମିଡ଼ିଆ ସେଲ, ସୋସିଆଲ ମିଡ଼ିଆ ସେଲ ର ମୁଖ୍ୟ ଓ ଡିଆଇପିଆରଓ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରତ୍ୟେକ ଜିଲ୍ଲାରେ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି। ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଡେ଼ପୁଟି ସିଇଓ  ଡ଼.ଲଷ୍ମୀପ୍ରସାଦ ସାହୁ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର: ସ୍ୱଚ୍ଛ, ତ୍ରୁଟିଶୂନ୍ୟ ହେଉ ଏସ୍‌ଆଇଆର୍‌ ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର) ବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସହଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ବିଜେଡି ପକ୍ଷରୁ ସୋମବାର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ (ସିଇଓ) ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସଆଇଆର ପ୍ରକ୍ରିୟା ସମୟରେ ସ୍ୱଚ୍ଛତା, ସ୍ୱେଚ୍ଛାସେବୀ ସମ୍ପୃକ୍ତି ଏବଂ ସୁବିଧା ବ୍ୟବସ୍ଥା, ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କର ଉପସ୍ଥିତି ଏବଂ ପ୍ରବାସୀ ଶ୍ରମିକଙ୍କ ଅଧିକାର ସୁରକ୍ଷା ନେଇ ଦଳ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରଦାନ ସହ ଏନେଇ କେତେକ ଚିନ୍ତା ମଧ୍ୟ ପ୍ରକଟ କରାଯାଇଛି।

ଦାବିପତ୍ରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଯେହେତୁ ପୂର୍ବବର୍ଷଗୁଡ଼ିକର ଭୋଟର୍‌ ତାଲିକା ବିଶେଷକରି ୨୦୦୨ ଏବଂ ୨୦୨୫ ଭୋଟର୍‌ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍‌ ୱେବସାଇଟ୍‌ରେ ଉପଲବ୍ଧ ରହିଛି, ତେଣୁ ଏସଆଇଆର ବିଜ୍ଞପ୍ତି ପୂର୍ବରୁ ପ୍ରସ୍ତୁତ ମ୍ୟାପିଂ ଡାଟାକୁ ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ବ୍ୟତୀତ ଅଫିସିଆଲ୍‌ ୱେବସାଇଟ୍‌ରେ ସାର୍ବଜନୀନ ଭାବେ ଉପଲବ୍ଧ କରାଯାଉ। ଏହା ସ୍ୱଚ୍ଛତା ଏବଂ ଏସଆଇଆର ପ୍ରକ୍ରିୟାର ସୁଗମ ପରିଚାଳନା ପାଇଁ ଉପଯୋଗୀ ହେବ। ପ୍ରାକ୍‌-ଏସଆଇଆର ମ୍ୟାପିଂ ସମୟରେ ପ୍ରାୟ ୯.୮୦ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ତଥ୍ୟ ସାର୍ବଜନୀନ ହେଲେ ଭୋଟର, ରାଜନୈତିକ ଦଳ ଏବଂ ବୁଥ୍‌ ସ୍ତରୀୟ ଏଜେଣ୍ଟମାନେ ତ୍ରୁଟି ସଂଶୋଧନ କରିପାରିବେ ଏବଂ କୌଣସି ଯୋଗ୍ୟ ଭୋଟର ବାଦ୍‌ ପଡ଼ିବେ ନାହିଁ। ନୂତନ ଭାବେ ସୃଷ୍ଟି ହୋଇଥିବା ବୁଥଗୁଡ଼ିକରେ ତୁରନ୍ତ ସ୍ଥାୟୀ ବିଏଲ୍‌ଓ ନିଯୁକ୍ତି ଦେବା ସହ ସେମାନଙ୍କୁ ସଠିକ୍‌ ତାଲିମ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତ୍ୟେକ ବୁଥରେ ଦୈନିକ ଅନ୍ତତଃପକ୍ଷେ ଦୁଇଘଣ୍ଟା (ଅପରାହ୍ନ ୩ଟାରୁ ୫ଟା) ବିଏଲ୍‌ଓମାନେ ଉପସ୍ଥିତ ରହିବା ଜରୁରୀ। ଏହାସହ ସ୍ୱଚ୍ଛତା ରକ୍ଷା ପାଇଁ ବିଏଲ୍‌ଓ ଏବଂ ବିଏଲ୍‌ଏମାନଙ୍କର ନାମ ଓ ମୋବାଇଲ୍‌ ନମ୍ୱର ବୁଥର ନୋଟିସ୍‌ ବୋର୍ଡରେ ମାରିବାକୁ ବିଜେଡି ଦାବି କରିଛି। ସେହିପରି ବୁଥ୍‌ ସ୍ତରରେ ନିୟୋଜିତ ହେଉଥିବା ସ୍ୱେଚ୍ଛାସେବୀମାନଙ୍କ ଉତ୍ସ, ଅଧିକାର ଏବଂ ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହିଛି, ସେନେଇ ସ୍ପଷ୍ଟୀକରଣ ମଗାଯାଇଛି। ଏହି ସ୍ୱେଚ୍ଛାସେବୀମାନେ ଯେପରି କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥାଇ କେବଳ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଚୟନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ଦଳ କହିଛି। ଏହାବ୍ୟତୀତ, ରାଜନୈତିକ ଦଳଗୁଡ଼ିକ ସହ ହେଉଥିବା ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟ ବଦଳରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ମୁଖ୍ୟାଳୟରେ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଅପରପକ୍ଷେ, ରୋଜଗାର ପାଇଁ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଯେପରି ଭୋଟ୍‌ ଅଧିକାରରୁ ବଞ୍ଚିତ ନହେବେ, ସେଥିପାଇଁ ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଉ। ଡିଜିଟାଲ୍‌ ବ୍ୟବସ୍ଥା ଜାଣି ନଥିବା ଲୋକଙ୍କ ପାଇଁ ଅଫଲାଇନ୍‌ ସହାୟତା ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଜେଡି ସିଇଓଙ୍କୁ ଅନୁରୋଧ କରିଛି। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଏବଂ ନିର୍ବାଚନ କମିଶନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏହି ସବୁ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଭୃଗୁ ବକ୍ସିପାତ୍ର, ମନ୍ମଥ ରାଉତରାୟ, ଡ. ପ୍ରିୟବ୍ରତ ମାଝୀ, ଡ. ଲେନିନ୍‌ ମହାନ୍ତି, ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: SIR ପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ CEOଙ୍କ ପରାମର୍ଶ
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ବା ପରାମର୍ଶ ଜାରି କରିଛନ୍ତି। ହିଟ୍‌ ୱେଭ୍‌କୁ ନଜରରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପାଇଁ ସମୟସୂଚୀରେ ପରିବର୍ତ୍ତନ କରିଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ । ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ ପରାମର୍ଶ ଦେଇଛନ୍ତି । ସକାଳ ୬ରୁ ଦିନ ୧୧, ଅପରାହ୍ଣ ୪ରୁ ସନ୍ଧ୍ୟ ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରିବାକୁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ, ଡିଇଓ (DEO) ଏବଂ ବିଏମସି (BMC) ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି।

ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆଡଭାଇଜରୀ ଜାରି କରାଯାଇଛି । ଆଡଭାଇଜରୀରେ ସ୍ପଷ୍ଟ କରାଯାଇଛି ଯେ, ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟ ଅର୍ଥାତ୍ ଦିନ ୧୨ଟାରୁ ୩ଟା ମଧ୍ୟରେ ଫିଲ୍ଡ ଭିଜିଟ୍, ଡୋର-ଟୁ-ଡୋର ଭେରିଫିକେସନ୍ ଓ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟକୁ ସମ୍ଭବତ ଏଡ଼ାଇବାକୁ ହେବ। ଏହାର ପରିବର୍ତ୍ତେ ସକାଳ ୬ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ କାମ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପାଣିପାଗ ଅନୁଯାୟୀ ଡିଇଓ ଓ ଇଆରଓମାନେ ସମୟରେ ପରିବର୍ତ୍ତନ କରିପାରିବେ।

ଫିଲ୍ଡରେ କାମ କରୁଥିବା BLO, BLO ସୁପରଭାଇଜର, AERO ଓ EROମାନଙ୍କ ପାଇଁ କିଛି ଅନିବାର୍ଯ୍ୟ ସୁରକ୍ଷା ନିୟମ ମଧ୍ୟ ଜାରି କରାଯାଇଛି। ପର୍ଯ୍ୟାପ୍ତ ପାଣି, ORS ଓ ଇଲେକ୍ଟ୍ରୋଲାଇଟ୍ ପିଇବା, ହାଲୁକା ରଙ୍ଗର ସୁତି ପୋଷାକ ପିନ୍ଧିବା, କ୍ୟାପ୍ କିମ୍ବା ଛତା ବ୍ୟବହାର କରିବା ଓ ସୂର୍ଯ୍ୟର ପ୍ରତ୍ୟକ୍ଷ ତାପରୁ ଦୂରେ ରହିବାକୁ କୁହାଯାଇଛି। ପ୍ରତ୍ୟେକ ଫିଲ୍ଡ କର୍ମଚାରୀଙ୍କ ପାଖରେ ପାଣି ବୋତଲ, ORS ପ୍ୟାକେଟ୍, କ୍ୟାପ୍ କିମ୍ବା ଛତା ଓ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍ ରଖିବାକୁ ନିର୍ଦ୍ଦେଶ ରହିଛି। କୌଣସି କର୍ମଚାରୀଙ୍କଠାରେ ମୁଣ୍ଡବୁଲା, ଥକ୍କାପଣ କିମ୍ବା ଖରାଘାତ ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସୁପରଭାଇଜରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ, ସମସ୍ତ ପଞ୍ଜୀକରଣ କେନ୍ଦ୍ରରେ ସାଧାରଣ ଲୋକଙ୍କ ନିମନ୍ତେ ଛାଇ, ଉପଯୁକ୍ତ ପବନ ଚଳାଚଳ ଓ ବସିବା ବ୍ୟବସ୍ଥା କରିବାକୁ ସିଇଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।