Amritsar - The Sakala

ଅମୃତସରରୁ ଦୁବାଇ : ବିମାନ ରେ ଏକୁଟିଆ ଉଡ଼ିଲେ
ଏୟାର ଇଣ୍ଡିଆ’ ବିମାନରେ ଜଣେ ଯାତ୍ରୀ ଏକୁଟିଆ ଅମୃତସରରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଦୁବାଇରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍‌.ପି ସିଂହ ଓବରୟଙ୍କ ଭାଗ୍ୟରେ ଏଭଳି ଏକ ବିରଳ ଯାତ୍ରାର ସୌଭାଗ୍ୟ ଜୁଟିଛି।  ତିନି ଘଣ୍ଟା ଏକାକୀ ବିମାନରେ ଯାତ୍ରା କରିଥିବାରୁ ସେ ନିଜକୁ ମହାରାଜା ବୋଲି ଭାବୁଥିବା କଥା କହିଛନ୍ତି।  ଜୁନ୍ ୨୩ ଭୋର ୪ଟା ସମୟରେ  ଅମୃତସରରୁ ଦୁବାଇ ଅଭିମୁଖେ ଯାତ୍ରା କରିବା ଲାଗି ସେ ଏୟାର ଇଣ୍ଡିଆ ବିମାନକୁ ଯାଇଥିଲେ । ବିମାନରେ ସେ  ଏକାକୀ ଯାତ୍ରା କରୁଥିବା ଜାଣି ପ୍ରଥମେ  ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଏଥିପାଇଁ ସେ ନିଜକୁ ଭାଗ୍ୟବାନ ବୋଲି ଭାବିଲେ। ଦୁବାଇରେ ବ୍ୟବସାୟ ପାଇଁ ତାଙ୍କ ପାଖରେ ଦଶ ବର୍ଷର ଗୋଲଡେନ୍ ଭିସା ଅଛି। ବିମାନରେ ତିନିଜଣ ପରିଚାରକ ତାଙ୍କୁ ଭଲ ଆତିଥେୟତା ପ୍ରଦାନ କରିବା ସହ ବିମାନରେ ତାଙ୍କର ଫଟୋ ଉଠାଇଥିବା କଥା ସେ  କହିଛନ୍ତି।

ଅବଶ୍ୟ ବିମାନରେ ଅନ୍ୟ କେହି ଯାତ୍ରୀ ନଥିବାରୁ ତାଙ୍କୁ ନିଃସଙ୍ଗ ଲାଗିଛି। ସମୟ ଅତିବାହିତ କରିବା ପାଇଁ ସେ ବିମାନର ସିଟ୍ ତଥା ଝରକା ସଂଖ୍ୟା ଗଣିଥିବା କହିଛନ୍ତି। ଆଉ ଥରେ କେବେ ଯଦି ବିମାନରେ ଏକୁଟିଆ ଯାତ୍ରା କରିବାର ସୁଯୋଗ ଜୁଟେ ସେ ମନା କରିଦେବେ ବୋଲି କହିଛନ୍ତି। କାରଣ ଜୀବନରେ ଥରେ ଏଭଳି ଏକ ଅଭିଜ୍ଞତା ଭଲ; ନଚେତ୍ ଏହା ପୂରା ବିରକ୍ତିକର। ଓବରୟ ଏକୁଟିଆ ଯାତ୍ରୀ ହୋଇଥିବାରୁ ପ୍ରଥମେ ତାଙ୍କୁ ଏୟାର୍ ଇଣ୍ଡିଆ ମନା କରିଥିଲା। ମାତ୍ର ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ତାଙ୍କୁ ଯାତ୍ରା କରିବାର ଅନୁମତି ମିଳିଥିଲା।