Assassination Plot - The Sakala

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର: ଇରାନର ଆଇଆରଜିସି ତାଲିମପ୍ରାପ୍ତ ଆତଙ୍କବାଦୀ ଗିରଫ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଇରାନର ସାମରିକ ବାହିନୀ 'ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ' (IRGC) ଠାରୁ ତାଲିମ ପ୍ରାପ୍ତ ଜଣେ ବିପଜ୍ଜନକ ଆତଙ୍କବାଦୀ ଏହି ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲା।

ନିକଟରେ ତୁର୍କୀରୁ ଗିରଫ ହୋଇଥିବା ଏହି ଆତଙ୍କବାଦୀକୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ସେ ୨୦୨୦ ମସିହାରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ନିହତ ହୋଇଥିବା ଇରାନୀୟ ସାମରିକ କମାଣ୍ଡର କାସିମ୍ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ଷଡ଼ଯନ୍ତ୍ର ରଚିଥିଲା।

ସନ୍ଦିଗ୍ଧ ଆତଙ୍କବାଦୀର ପରିଚୟ ଏବଂ ଯୋଜନା

ଗିରଫ ହୋଇଥିବା ୩୨ ବର୍ଷୀୟ ସନ୍ଦିଗ୍ଧ ଆତଙ୍କବାଦୀର ନାମ ମହମ୍ମଦ ବାକିର ସାଦ ଦାଉଦ ଅଲ-ସାଦି ବୋଲି ଜଣାପଡିଛି। ସେ ଇରାକର ନାଗରିକ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ କତାଏବ ହିଜବୁଲ୍ଲା ସହ ଜଡିତ ଥିଲା। ଆମେରିକୀୟ ଗଣମାଧ୍ୟମ 'ଦି ନ୍ୟୁୟର୍କ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ଅଲ-ସାଦି ପାଖରୁ ଇଭାଙ୍କା ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନର ଏକ ବ୍ଲୁପ୍ରିଣ୍ଟ ଜବତ କରାଯାଇଛି।

ସେ ସୋସିଆଲ ମିଡିଆରେ ଆମେରିକୀୟମାନଙ୍କୁ ଧମକ ଦେଇ ଲେଖିଥିଲା ଯେ, "ତୁମର ବିଳାସପୂର୍ଣ୍ଣ ପ୍ରାସାଦ କିମ୍ବା ସିକ୍ରେଟ୍ ସର୍ଭିସ୍ କେହି ବି ତୁମକୁ ରକ୍ଷା କରିପାରିବେ ନାହିଁ।"

ପ୍ରତିଶୋଧ ନେବାର ଥିଲା ଜିଦ୍

ପୂର୍ବତନ ଇରାକୀ କୂଟନୀତିଜ୍ଞ ଏଣ୍ଟିଫାଦ କାନବାର ଗଣମାଧ୍ୟମକୁ କହିଛନ୍ତି ଯେ, ସୁଲେମାନୀଙ୍କ ମୃତ୍ୟୁ ପରେ ଅଲ-ସାଦି ଲୋକମାନଙ୍କୁ କହୁଥିଲା, "ସେମାନେ ଯେପରି ଆମ ଘର ଜାଳିଦେଲେ, ଆମକୁ ମଧ୍ୟ ଟ୍ରମ୍ପଙ୍କ ଘର ସେହିଭଳି ଜାଳିବାକୁ ପଡିବ ଏବଂ ଏଥିପାଇଁ ଇଭାଙ୍କାଙ୍କୁ ହତ୍ୟା କରିବା ଜରୁରୀ।"

ଗତ ମେ ୧୫ ତାରିଖରେ ଅଲ-ସାଦିକୁ ତୁର୍କୀରେ ଗିରଫ କରାଯିବା ପରେ ଆମେରିକାକୁ ହସ୍ତାନ୍ତର କରାଯାଇଥିଲା। ତା' ନାମରେ ୟୁରୋପ ଏବଂ ଉତ୍ତର ଆମେରିକାରେ ୧୮ଟି ଆକ୍ରମଣ ଏବଂ ଆକ୍ରମଣ ଉଦ୍ୟମର ଅଭିଯୋଗ ରହିଛି, ଯେଉଁଥିରେ ଇହୁଦୀ ପ୍ରତିଷ୍ଠାନ ଏବଂ ଆମେରିକୀୟ କୂଟନୈତିକ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଇଭାଙ୍କା ଟ୍ରମ୍ପ ଏବଂ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେରିକା ପ୍ରଶାସନ ଅଧିକ ସତର୍କ ହୋଇପଡିଛି।