Miss Venezuela 2025 - The Sakala

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ଫ୍ରାନ୍ସରେ ଚାଲିଥିବା ୨୦୨୬ କାନ୍ସ ଫିଲ୍ମ ଫେଷ୍ଟିଭାଲ (Cannes Film Festival) ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମିସ୍ ଭେନେଜୁଏଲା ୨୦୨୫ (Miss Venezuela 2025) ଆଣ୍ଡ୍ରିଆ ଡେଲ୍ ଭାଲ୍ (Andrea Del Val) ଙ୍କ ଉପରେ ତାଙ୍କ ନିଜ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜିଓଭାନି ଲଗୁନା (Giovanni Laguna) ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଆଣ୍ଡ୍ରିଆଙ୍କ ମୁହଁ ରକ୍ତାକ୍ତ ହୋଇଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହୋଟେଲ ରୁମରେ ହାଇଡ୍ରାମା

ରିପୋର୍ଟ ଅନୁଯାୟୀ, ଗତ ମଙ୍ଗଳବାର ଦିନ ଫ୍ରାନ୍ସର କାନ୍ସ ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ରୁମରେ ଏହି ଘଟଣା ଘଟିଥିଲା। ୨୯ ବର୍ଷୀୟା ଆଣ୍ଡ୍ରିଆ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ମୁହଁରୁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଥିଲା। ଭିଡିଓରେ ସେ କହିଛନ୍ତି, "ଦେଖନ୍ତୁ, ଜିଓଭାନି ଲଗୁନା ମୋ ସହ କ'ଣ କରିଛନ୍ତି। ତୁମର ଅସଲ ରୂପ ଦୁନିଆକୁ ଦେଖାଇଦେଲ ଅଥବା ତୁମେ ପ୍ରକୃତରେ କିଏ ତାହା ଜଣାପଡିଗଲା।" ଭିଡିଓରେ ହୋଟେଲ ରୁମ୍‌ର ଆସବାବପତ୍ର ଏଣେତେଣେ ପଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ଏକ ବଡ଼ ଧରଣର ଧସ୍ତାଧସ୍ତି ହୋଇଥିବାର ସୂଚନା ଦେଉଛି।

ପୋଲିସର ହସ୍ତକ୍ଷେପ ଏବଂ ଷ୍ଟାଇଲିଷ୍ଟଙ୍କ ପ୍ରତିକ୍ରିୟା

ହୋଟେଲରେ ରହୁଥିବା ଅନ୍ୟ ଅତିଥିମାନେ ପାଟିତୁଣ୍ଡ ଏବଂ ଚିତ୍କାର ଶୁଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୩୩ ବର୍ଷୀୟ ଜିଓଭାନି ଲଗୁନାଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଥିଲା। ତେବେ ଲଗୁନା ଏହି ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ଜାଣିଶୁଣି ଆଣ୍ଡ୍ରିଆଙ୍କୁ ଆଘାତ ଦେଇନାହାଁନ୍ତି। ଆଣ୍ଡ୍ରିଆଙ୍କ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କଲାବେଳେ ସେ ତଳେ ଥିବା ଏକ ମେକଅପ୍ ଲାଇଟ୍ ବା ଟ୍ରାଇପଡରେ ଝୁଣ୍ଟି ପଡ଼ିଥିଲେ ଏବଂ ସେହି ଉପକରଣଟି ବାଜିବା କାରଣରୁ ଆଣ୍ଡ୍ରିଆଙ୍କୁ ଆଘାତ ଲାଗିଥିଲା।

ବର୍ତ୍ତମାନର ସ୍ଥିତି

ସୂଚନାଯୋଗ୍ୟ ଯେ, ଜିଓଭାନି ଲଗୁନା ଲାଟିନ୍ ଆମେରିକାର ଜଣେ ପ୍ରସିଦ୍ଧ ସେଲିବ୍ରିଟି ଷ୍ଟାଇଲିଷ୍ଟ ଏବଂ ସେ 'ମିସ୍ ୟୁନିଭର୍ସ କଲମ୍ବିଆ'ର କ୍ରିଏଟିଭ୍ ଡିରେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଫ୍ରେଞ୍ଚ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି। ଡାକ୍ତରୀ ଚିକିତ୍ସା ପରେ ଆଣ୍ଡ୍ରିଆ ଡେଲ୍ ଭାଲ୍ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।