Bahujan Samaj Party - The Sakala

ମେଣ୍ଟ ନ କରି ଏକାକୀ ନିର୍ବାଚନ ଲଢ଼ିବ ବିଏସପି: ମାୟାବତୀ
୨୦୨୨ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । ୟୁପି ବିଧାନସଭା ନିର୍ବାଚନରେ ବିଏସପି ଏକାକୀ ଲଢିବ ବୋଲି ମାୟାବତୀ କହିଛନ୍ତି । ମାୟାବତୀ ରବିବାର ସକାଳେ ଟୁଇଟ୍ କରି ଲେଖିଛନ୍ତି ଯେ ଗତକାଲି ଠାରୁ ଗଣମାଧ୍ୟମର ଏକ ନ୍ୟୁଜ୍ ଚ୍ୟାନେଲରେ ଖବର ପ୍ରସାରିତ ହେଉଛି ଯେ ଓୱାଇସିଙ୍କ ଦଳ ଏଆଇଏମ୍ଏମ୍ ଏବଂ ବିଏସପି ୟୁପିରେ ହେବାକୁ ଥିବା ବିଧାନସଭା ସାଧାରଣ ନିର୍ବାଚନରେ ​​ଏକାଠି ଲଢିବେ । ଏହା ଉପରେ ମାୟାବତୀ କହିଛନ୍ତି ଯେ, ଏହି ଖବରରେ କିଛି ସତ୍ୟତା ନାହିଁ। ଖବରଟି ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତକାରୀ ଏବଂ ସତ୍ୟହୀନ । ବିଏସପି ଏକୁଟିଆ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ମାୟାବତୀ କହିଛନ୍ତି ଯେ, ବିଏସପି କେବଳ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସେଠାରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ କରିଛି। ଶିରୋମଣି ଅକାଳୀ ଦଳ ୧୧୭ ସିଟ୍ ମଧ୍ୟରୁ ୯୭ ଓ ବିଏସପି ୨୦ଟି ଆସନରେ ନିର୍ବାଚନ ଲଢ଼ିବ।

ଏଆଇଏମ୍ଆଇଏମ୍ ପୂର୍ବରୁ ବିଏସପି ସହ ମିଳିତ ଭାବେ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ ବୋଲି ଦାବି କରିଥିଲା। କିଛି ଦିନ ତଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଏସପି ସହ ମେଣ୍ଟ ଚର୍ଚ୍ଚାକୁ ଅସ୍ଵୀକାର କରିଥିଲେ। ସେ କହିଥିଲେ ତାଙ୍କ ଦଳ ଛୋଟଛୋଟ ସମଭାବପନ୍ନ ଦଳ ସହ ଏକଠି ନିର୍ବାଚନ ଲଢ଼ିବ।