kanpur - The Sakala

ହସ୍ପିଟାଲରେ କିଡ୍‌ନୀ ରାକେଟ: ୬ ଲକ୍ଷରେ କିଣି ୮୦ ଲକ୍ଷରେ ବିକ୍ରି, ୫ ଡାକ୍ତର ଗିରଫ
କାନପୁର: ଉତ୍ତର ପ୍ରଦେଶ କାନପୁରରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ଦାବି କରୁଥିବା ରାଜ୍ୟରେ ଦିନଦ୍ଵିପହରେ କିଡ୍‌ନୀ ପ୍ରତିରୋପଣ ରାକେଟ ଚାଲିଛି। ଆଇନ ଥାଇ ମଧ୍ୟ ତାହା ମୂଲ୍ୟହୀନ ପାଲଟିଛି। ଭଗବାନଙ୍କ ଦ୍ଵିତୀୟ ରୂପ କୁହାଯାଉଥିବା ଡାକ୍ତର ଅଧିକରୁ ଅଧିକ ଟଙ୍କା ଉପାର୍ଜନ ଲୋଭ ପାଇଁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଡାକ୍ତରଖାନାରେ ରୋଗୀ ସେବା ନାମରେ ବେଆଇନ ଅଙ୍ଗ ପ୍ରତିରୋପଣ ରାକେଟ ଚଳାଉଛନ୍ତି। ଏହି ରାକେଟ ଚଳାଇବାକୁ ନେଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅନ୍ୟ ତିନି ଡାକ୍ତର ଏବଂ ଜଣେ ଦଲାଲ ସାମିଲ ରହିଛି।

ବିହାରର ଜଣେ ୨୩ ବର୍ଷୀୟ ଏମ୍‌ବିଏ ଛାତ୍ରଙ୍କଠାରୁ ୬ଲକ୍ଷ ଟଙ୍କା ଦେଇ କିଡ୍‌ନୀ କ୍ରୟ କରାଯାଇଛି। ଏହି କିଡ୍‌ନୀକୁ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ୮୦ ଲକ୍ଷ ଟଙ୍କାରେ ବିକ୍ରି କରିଦିଆଯାଇଛି। କିଡନୀ ଦାନ କରିଥିବା ଛାତ୍ର ପୁଲିସ ଫୋନ କରି ଅଭିଯୋଗ କରିବା ପରେ ସୋମବାର ରାତିରେ ସହରର ମେଡ୍ ଲାଇଫ୍ ହସ୍ପିଟାଲ୍, ଆହୁଜା ହସ୍ପିଟାଲ୍ ଏବଂ ପ୍ରିୟା ହସ୍ପିଟାଲରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା।ମେଡ୍ ଲାଇଫ୍ ହସ୍ପିଟାଲରେ କିଡନୀ ଦେଇଥିବା ଏମବିଏ ଛାତ୍ର ଏବଂ ରୋଗୀ ଭର୍ତ୍ତି ଥିବା ମିଳିଥିଲା। ପ୍ରତିରୋପଣ ସମ୍ପର୍କିତ ଦଲିଲ ମଗାଯିବାରୁ ହସ୍ପିଟାଲ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲା।ଏହି ମାମଲାରେ ଆଜି ଆହୁଜା ହସ୍ପିଟାଲର ମାଲିକାଣୀ ଡାକ୍ତର ପ୍ରୀତି ଆହୁଜା, ତାଙ୍କ ସ୍ୱାମୀ ଡାକ୍ତର ସୁରଜିତ, ଡାକ୍ତର ରାଜେଶ କୁମାର, ଡାକ୍ତର ରାମ ପ୍ରକାଶ, ଡାକ୍ତର ନରେନ୍ଦ୍ର ସିଂହ ଏବଂ ଦଲାଲ ଶିବମ ଅଗ୍ରୱାଲଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି।

ପୁଲିସ କମିଶନର ରଘୁବୀର ଲାଲ କହିଛନ୍ତି ଯେ ଏହି ରାକେଟ୍ ସହ ଜଡ଼ିତ ଅନ୍ୟ ୪ ଜଣ ଡାକ୍ତରଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ସହରର ଅନେକ ଘରୋଇ ହସ୍ପିଟାଲରେ ଏପର୍ଯ୍ୟନ୍ତ ପ୍ରାୟ ୪୦ ରୁ ୫୦ଟି କିଡନୀ ପ୍ରିତରୋପଣ କରାଯାଇଥିବା ଆଶଙ୍କା କରାଯାଉଛି। ଏହି ନେଟୱର୍କ ଲକ୍ଷ୍ନୌ ବ୍ୟତୀତ ଦିଲ୍ଲୀ, ମୁମ୍ବାଇ, କୋଲକାତା, ନେପାଳ ଏବଂ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପିଛି।

ପୁଲିସ ଅନୁଯାୟୀ, କଲ୍ୟାଣପୁରର ଆହୁଜା ହସ୍ପିଟାଲରେ କିଡନୀ ଟ୍ରାନ୍ସପ୍ଲାଣ୍ଟର କାରବାର ଚାଲିଥିଲା। ପଚରାଉଚରା ବେଳେ କିଡନୀ ଦେଇଥିବା ଆୟୁଷ କହିଥିଲେ ଯେ ସେ ବିହାରର ସମସ୍ତିପୁରର ବାସିନ୍ଦା। ଉତ୍ତରାଖଣ୍ଡର ଡେରାଡୁନର ଏକ କଲେଜରେ ସେ ଏମବିଏ ପଢୁଛନ୍ତି। ଶିବମ ଅଗ୍ରୱାଲ ଓରଫ ଶିବମ କାଡା ଏହି ନେଟୱର୍କର ମାଷ୍ଟରମାଇଣ୍ଡ। ଶିବମ ତାଙ୍କୁ ଏକ ଟେଲିଗ୍ରାମ ଗ୍ରୁପ୍ ଜରିଆରେ ଜାଲରେ ଫସାଇ କାନପୁରକୁ ଡକାଇଥିଲା। କଲ୍ୟାଣପୁରର ଆବାସ ବିକାଶ-୩ ରେ ଥିବା ଏକ ଆପାର୍ଟମେଣ୍ଟରେ ଶିବମ ଅଗ୍ରୱାଲଙ୍କ ସହ ୬ ଲକ୍ଷ ଟଙ୍କାରେ କିଡନୀ ବିକିବାକୁ ଚୂଡ଼ାନ୍ତ ହୋଇଥିଲା। ରବିବାର ଆହୁଜା ହସ୍ପିଟାଲରେ ମୁଜାଫରନଗରର ପାରୁଲ ତୋମାରଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା। ପାରୁଲଙ୍କ ସ୍ୱାମୀଙ୍କର ମେରଠରେ ଏକ ସ୍କୁଲ ଅଛି। ପାରୁଲଙ୍କ ପରିବାର ଶିବମକୁ ୭ ଲକ୍ଷ ଟଙ୍କା ଦେଇଥିଲେ ଏବଂ ବାକି ଟଙ୍କା ପରେ ଦେବାକୁ କହିଥିଲେ। ଶିବମ ଆୟୁଷଙ୍କ ଆକାଉଣ୍ଟରେ ୩.୫୦ ଲକ୍ଷ ଟଙ୍କା ଜମା କରିଥିଲା। ସେଥିମଧ୍ୟରୁ ୨.୭୫ ଲକ୍ଷ ଆହୁଜା ହସ୍ପିଟାଲକୁ, ୨୫ ହଜାର ମେଡ୍ ଲାଇଫ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଦିଆଯାଇଥିଲା ଏବଂ ୫୦ ହଜାର ଟଙ୍କା ସେ ନିଜ ପାଖରେ ରଖିଥିଲା। ଆୟୁଷ ଶିବମଠାରୁ ବାକି ଅଢ଼େଇ ଲକ୍ଷ ଟଙ୍କା ମାଗିବାରୁ ବିବାଦ ଆରମ୍ଭ ହୋଇଥିଲା। ସୋମବାର ଦିନ ଆୟୁଷ ଫୋନ୍ ଯୋଗେ ପୁଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ।

କାନପୁରରେ ଅଭାବନୀୟ ଘଟଣା: ପତ୍ନୀଙ୍କ ଅବୈଧ ସମ୍ପର୍କ ସନ୍ଦେହରେ ସମ୍ପର୍କୀୟଙ୍କ ଉପରେ ଏସିଡ୍ ମାଡ଼ କଲା ସ୍ୱାମୀ
ଉତ୍ତରପ୍ରଦେଶର କାନପୁରସ୍ଥିତ ଜାଜମାଉ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କ ଅବୈଧ ସମ୍ପର୍କକୁ ନେଇ ସନ୍ଦେହ କରିବା ପରେ ଗୁଲଫାମ୍ ନାମକ ଜଣେ ବ୍ୟକ୍ତି ନିଜର ସମ୍ପର୍କୀୟ ଶାହିଦ୍ଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିଛନ୍ତି। ସନ୍ଦେହର ବଶବର୍ତ୍ତୀ ହୋଇ ଅଭିଯୁକ୍ତ ଜଣକ ଏଭଳି ଏକ ଅମାନବୀୟ କାଣ୍ଡ ଭିଆଇଛନ୍ତି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବ୍ଲେଡ୍‌ରେ ହାଣିବା ପରେ ଫିଙ୍ଗିଲା ଏସିଡ୍

ସୂଚନା ଅନୁଯାୟୀ, ଗୁଲଫାମ୍ ନିଜ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ। ମାତ୍ର ସମ୍ପର୍କୀୟ ଶାହିଦ୍ଙ୍କ ସହ ପତ୍ନୀଙ୍କ ଅବୈଧ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ। ଏହି ସନ୍ଦେହ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ସେ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ। ଘଟଣା ଦିନ ଗୁଲଫାମ୍ ପ୍ରଥମେ ଶାହିଦ୍ଙ୍କ ଉପରେ ଏକ ବ୍ଲେଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହାପରେ ସେ ତାଙ୍କୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ତାଙ୍କ ଉପରେ ଏସିଡ୍ (ତେଜାବ) ଫିଙ୍ଗିଥିଲେ। ଏହି ଏସିଡ୍ ମାଡ଼ ଯୋଗୁଁ ଆହତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି।

ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

ରାସ୍ତା ଉପରେ ଏହି ଅଭାବନୀୟ ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଶାହିଦ୍ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ ଗୁଲଫାମ୍ଙ୍କୁ ଗିରଫ କରିଛି ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ମନ୍ଦିର ବାହାରୁ ଚପଲ ଚୋରି ହୋଇଯିବାକୁ ନେଇ ଥାନାରେ ମାମଲା ରୁଜୁ କଲେ ଯୁବକ
କାନପୁର: ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ । ଥାନାକୁ ଯାଇ ମାମଲା ରୁଜୁ କଲେ ଜଣେ ଯୁବକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ସହରରୁ । ଥାନାରେ ଦାୟାର ହୋଇଥିବା ଏଫଆଇଆରରେ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ, ସେ ସଚ୍ଚୋଟ ରୋଜଗାରରୁ ଚପଲ କିଣିଥିଲେ । ଚପଲଟି ସମ୍ପର୍ଣ୍ଣ ନୂଆ ଥିଲା, ଯାହା ଗାଏବ ହୋଇଯାଇଛି । ଏହାର ଅର୍ଥ ଯେ କାହାର ନଜର ମୋ ଚପଲ ଉପରେ ରହିଥିଲା । ଏଥିପାଇଁ ମୁଁ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆର ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ, କାନପୁରର ଦବୌଲି ଅଞ୍ଚଳରେ ରହୁଥିବା କାନ୍ତିଲାଲ ନିଗମ ଏକ ଇଲେକ୍ଟ୍ରିକ କମ୍ପାନୀରେ କାର୍ଯ୍ୟ କରନ୍ତି । ସେ ରବିବାର ଭୈରବ ବାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ନିଜ ଚପଲ ବାହାରେ କାଢ଼ି ରଖିଥିଲେ । ଦର୍ଶନ କରିବା ପରେ ଯେବେ ସେ ଫେରି ଦେଖନ୍ତି ତ ତାଙ୍କ ଚପଲ ବାହାରେ ନଥିଲା ।

କାନ୍ତିଲାଲ ଆଖପାଖରେ ନିଜ ଚପଲ ଖୋଜିଥିଲେ । ହେଲେ ଚପଲ ମିଳିନଥିଲା । ଏହାପରେ ସେ କାନପୁର ପୋଲିସରେ ଅନଲାଇନ ଏଫଆଇଆର ରୁଜୁ କରିଥିଲେ । ଏଫଆଇଆରରେ ସେ ଲେଖିଛନ୍ତି ଯେ, ମୁଁ ଦୁଇ ଦିନ ପୂର୍ବେ ଚପଲ କିଣିଥିଲି । ନୀଳ ରଙ୍ଗର ଟୋପିକା ଟୋପିକା ଚପଲ ଥିଲା । ପ୍ରତି ରବିବାର ମୁଁ ଭୈରବ ବାବାଙ୍କ ଦର୍ଶନ କରିବାକୁ ଆସେ । କିନ୍ତୁ କେବେ ବି ମୋ ଚପଲ ଗାଏବ ହୋଇନଥିଲା । ଆଜି ମଧ୍ୟ ଦୋକାନ ଆଖପାଖରେ ଅନେକ ଚପଲ ପଡ଼ିଥିଲା ହେଲେ ମୋ ନୂଆ ଚପଲ ହିଁ ଗାଏବ ହୋଇଥିଲା ।

ଏଥିରୁ ଜଣାଯାଉଛି ଯେ କାହାର ନଜର ମୋ ଚପଲ ଉପରେ ଥିଲା । ଏପରି ସ୍ଥିତିରେ ମୁଁ ମାମଲା ରୁଜୁ କରିଛି । ସେ ଆଗକୁ ଲେଖିଛନ୍ତି ଯେ ମୁଁ କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ପଇସାରୁ ଚପଲ କିଣିଥିଲି । ତାହା ଚୋରି ହେବା ପରେ ମୋତେ ଖାଲି ପାଦରେ ଘରକୁ ଯିବାକୁ ପଡ଼ିଲା । ଯାହାଫଳରେ ମୋତେ ବହୁତ କଷ୍ଟ ଲାଗିଥିଲା । ଏଥିପାଇଁ ମୋର ଚପଲ ଚୋରି କରିଥିବା ବ୍ୟକ୍ତିକୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୩ ରନ୍‌ରେ ଭାରତ ଆଗୁଆ
କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା ।

ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।

ଉତ୍ତରପ୍ରଦେଶରେ ମହିଳାଙ୍କୁ ମାଡ଼ି ବସିଲେ ପୋଲିସ ଅଧିକାରୀ ! ଭିଡିଓ ଭାଇରାଲ୍
କାନପୁର: ଉତ୍ତରପ୍ରଦେଶ ଗ୍ରାମାଞ୍ଚଳ ପୋଲିସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ଉପରେ ମାଡ଼ି ବସିଥିବା ଦେଖିବାକୁ ମିଳିଛି । ଆଉ ଘଟଣାର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର । ପୋଲିସ ଦୁର୍ଗାଦାସପୁର ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି ।

उप्र में भाजपा सरकार के कृपापात्र बने कुछ पुलिसकर्मियों के दुर्व्यवहार से प्रदेश की समस्त पुलिस की छवि धूमिल होती है.

भाजपा के शासन में दुशासन की कमी नहीं.

घोर निंदनीय! #नहीं_चाहिए_भाजपा pic.twitter.com/tOmmbpe2RZ

— Akhilesh Yadav (@yadavakhilesh) July 17, 2021

ଅପରପକ୍ଷରେ ଘଟଣା ନେଇ କାନପୁର ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି କି, ଫଟୋରେ ଦେଖିବାକୁ ମିଳିଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ଗାଁର । ସେହି ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ କଲର ଟାଣିବାରୁ ପୋଲିସ ଜଣଙ୍କ ମହିଳାଙ୍କ ଉପରେ ପଡ଼ିଯିବା ସହ ମହିଳା ଜଣଙ୍କ ତଳେ ରହିଯାଇଥିଲେ । ମହିଳା ଜଣଙ୍କ କଲର ଛାଡ଼ିବା ପରେ ସେ ସେଠାରୁ ଚାଲିଯାଇଥିବା ଏସ୍‌ପି କହିଛନ୍ତି । ତେବେ ଘଟଣାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଭିଡିଓର ସ୍କ୍ରିନ୍ ସର୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।

https://t.co/nXVN7ojqEg pic.twitter.com/OGV5BJG2zn

— Kanpur Dehat Police (@kanpurdehatpol) July 17, 2021

ଅନ୍ୟପକ୍ଷରେ ଏହି ଫଟୋଟିକୁ କାନପୁର ପୋଲିସ ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବଂ ସଫେଇ ଦେଇ ଲେଖିଛନ୍ତି ଯେ, ଥାନା କର୍ମଚାରୀ ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ଅନ୍ୟ ଯୁବକଙ୍କ ସହାୟତାରେ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଦ୍ୱାରା ସେହି ଯୁବକଙ୍କୁ କାବୁ କରି ଥାନାକୁ ନିଆଯାଇଥିଲା । ଏହା ପରେ ସେହି ଯୁବକଙ୍କ ଆତ୍ମୀୟ ପରିଜନ ଉତକ୍ଷିପ୍ତ ହୋଇପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଥିଲେ ଏବଂ ଯୁବକଙ୍କୁ ସେଠାରୁ ଫେରାର କରାଇଥିଲେ । ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କୁ ଟଣାଓଟରା କରିବାରୁ ଉଭୟ ତଳେ ପଡ଼ିଯାଇଥିଲେ ଯାହାର ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ଏହି ଭିଡିଓର କେବଳ ଏକ ସ୍କ୍ରିନ ସର୍ଟ ନେଇ ଭାଇରାଲ୍ କରିବା ଦୁଃଖଦ ଘଟଣା ବୋଲି କାନପୁର ପୋଲିସ କହିଛି ।

ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ନେଲା ୨ ଜୀବନ
କାନପୁର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପୈତୃକ ଗ୍ରାମ ଗସ୍ତରେ କାନପୁର ଯାଇଛନ୍ତି। ଏଥିପାଇଁ ଲାଗିଥିବା ପ୍ରୋଟୋକଲ ଯୋଗୁଁ ୨ ଜୀବନ ଚାଲିଯାଇଛି । ଭିଭିଆଇପ

ପରିଚାଳନା ଯୋଗୁଁ ଜଣେ ୫୦ ବର୍ଷୀୟ ମହିଳା ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ପାଇଁ ରେଲୱେ କ୍ରସିଂରେ ଗୋବିନ୍ଦନଗର ଟ୍ରାଫିକକୁ ଅଟକା ଯାଇଥିଲା। ଏହି ସମୟରେ କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ଘରୋଇ କାରରେ ହସ୍ପିଟାଲ ଯାଉଥବା ବନ୍ଦନା ମିଶ୍ର ଜାମରେ ଫସି ଯାଇଥିଲେ। ଟ୍ରାଫିକକୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଟକା ଯାଇଥିଲା। ଏଥିଯୋଗୁଁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସବୁକିଛି ସରି ଯାଇଥିଲା । ଘରୋଇ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବିଷୟରେ ଜାଣିବା ପରେ ରାଷ୍ଟ୍ରପତ ଏବଂ ତାଙ୍କ ପଦ ଦୁଃଖପ୍ରକାଶ କରିଛନ୍ତି । ଏଥିଯୋଗୁଁ ଜଣେ ଇନ୍ସପେକ୍ଟର ଏବଂ ୩ କନଷ୍ଟେବଳଙ୍କୁ କମିଶନର ନିଲମ୍ବନ କରିଛନ୍ତି ।