India China Border - The Sakala

ରାଜପଥ ପାଲଟିଲା ଏୟାରଷ୍ଟ୍ରିପ୍: ଅବତରଣ କଲା 'ହରକ୍ୟୁଲିସ୍' ବିମାନ, ଆସାମରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ଶନିବାର ଦିନ ଭାରତୀୟ ପ୍ରତିରକ୍ଷା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଡିବ୍ରୁଗଡ଼ସ୍ଥିତ ମୋରାନ ବାଇପାସ୍‌ରେ ନିର୍ମିତ ଏମରଜେନ୍ସି ଲ୍ୟାଣ୍ଡିଂ ଫାସିଲିଟି (ELF) ବା ଜରୁରୀକାଳୀନ ଅବତରଣ କେନ୍ଦ୍ରରେ C-130J ସୁପର ହରକ୍ୟୁଲିସ୍ ବିମାନ ଯୋଗେ ଅବତରଣ କରିଛନ୍ତି। ଉତ୍ତର-ପୂର୍ବ ଭାରତ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, କାରଣ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏକ ରାଜପଥ ରନ୍‌ୱେରେ ଅବତରଣ କରିଛନ୍ତି। ଏହା ଭାରତର ବାୟୁସେନା ଶକ୍ତି ଏବଂ ରଣନୈତିକ କ୍ଷମତାର ଏକ ବଳିଷ୍ଠ ପ୍ରଦର୍ଶନ।

ସାରା ଦେଶରେ ବିକଶିତ ହେଉଥିବା ୨୮ଟି ELF ମଧ୍ୟରୁ ମୋରାନ ବାଇପାସ୍ ଅନ୍ୟତମ। ଏହି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ରାଜପଥଗୁଡ଼ିକୁ ଭାରତୀୟ ବାୟୁସେନା ସହଯୋଗରେ ନିର୍ମାଣ କରାଯାଇଛି। ଏଗୁଡ଼ିକ ଏତେ ଶକ୍ତିଶାଳୀ କଂକ୍ରିଟରେ ନିର୍ମିତ ଯେ, ଏହା ୭୪ ଟନ୍ ଓଜନର ପରିବହନ ବିମାନର ଭାର ଏବଂ ଯୁଦ୍ଧ ବିମାନର ପ୍ରଚଣ୍ଡ ଉତ୍ତାପକୁ ସହ୍ୟ କରିପାରିବ। ଏଠାରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଆବଶ୍ୟକ ସମୟରେ ଏକ ସମ୍ପୂର୍ଣ୍ଣ ରନ୍‌ୱେ ଭଳି କାମ କରିବ।

ମୋରାନ ହାଇୱେ ଏୟାରଷ୍ଟ୍ରିପ୍ ପୂର୍ବ ଭାରତରେ ସେନାର କ୍ଷମତାକୁ ବହୁଗୁଣିତ କରିଛି। ଏହା ଅରୁଣାଚଳ ପ୍ରଦେଶ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଥିବାରୁ ଚୀନ୍ ସହ ସୀମା ବିବାଦ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱ ଅଧିକ। ଯୁଦ୍ଧ ସମୟରେ ଶତ୍ରୁପକ୍ଷ ସାଧାରଣତଃ ଏୟାରବେସ୍ ଗୁଡ଼ିକୁ ଟାର୍ଗେଟ କରିଥାନ୍ତି, କିନ୍ତୁ ଏଭଳି ହାଇୱେ ଏୟାରଷ୍ଟ୍ରିପ୍ ବାୟୁସେନାକୁ ବିକଳ୍ପ ଯୋଗାଇବ। ଏଠାରୁ ଅଳ୍ପ ସମୟ ମଧ୍ୟରେ ସୈନ୍ୟ, ଯୁଦ୍ଧ ସାମଗ୍ରୀ ଏବଂ ଯାନବାହନ ସୀମାନ୍ତକୁ ପଠାଯାଇପାରିବ।

କେବଳ ଯୁଦ୍ଧ ନୁହେଁ, ଶାନ୍ତି ସମୟରେ ମଧ୍ୟ ଏହି ELF ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆସାମ ଭଳି ବନ୍ୟାପ୍ରବଣ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ କାର୍ଯ୍ୟ ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଏହା ବ୍ୟବହାର କରାଯାଇପାରିବ। ବିଶେଷଜ୍ଞ ବ୍ରହ୍ମା ଚେଲାନିଙ୍କ ମତରେ, ଏହି ଭିତ୍ତିଭୂମି ଭାରତର ପ୍ରତିରକ୍ଷା ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଯାହା ଦ୍ୱାରା ଯୁଦ୍ଧ ସମୟରେ ଦ୍ରୁତ ଗତିରେ ସେନା ମୁତୟନ ସମ୍ଭବ ହେବ।

ଭାରତ-ଚୀନ ସୀମା ବିବାଦ: ଗୋଗ୍ରା ହାଇଟସରୁ ଉଭୟ ଦେଶ କରିବେ ନିଜ ସେନା ପ୍ରତ୍ୟାହାର, କମାଣ୍ଡରସ୍ତରୀୟ ବୈଠକରେ ନିଷ୍ପତି
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବ ବର୍ଷରୁ ଲାଗିରହିଥିବା ସୀମା ବିବାଦର ସାମାଧାନ ପାଇଁ ବାଟ ଫିଟିଛି। ଆଜି ବସିଥିବା କମାଣ୍ଡରସ୍ତରୀୟ ବୈଠକରେ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ଗତବର୍ଷ ମେ ମାସରୁ ଏଠାରେ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଯୁଦ୍ଧାସ୍ତ୍ର ଏବଂ ସେନା ସଂଖ୍ୟା ବୃଦ୍ଧି ହେବାରେ ଲମାଗିଥିଲା ।

ଶନିବାର ବୈଠକରେ ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର ପ୍ରସ୍ତାବ ଉପରେ ମୋହର ବାଜିଛି। ଏହି ନିଷ୍ପତ୍ତିକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ। ଏହା ଉଭୟ ଦେଶ ମଧ୍ୟରେ ୧୨ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ଥିଲା । ଭାରତ ଏବଂ ଚୀନ ମିଳିତ ଭାବେ ସୀମାରେ ଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଏଥିସହ ଆଗକୁ ସୀମାର ଯେଉଁ ସବୁ ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଛି, ତା’ ଉପରେ ମଧ୍ୟ ଉଭୟ ଦେଶ ଆଲୋଚନା ଜାରି ରଖିବେ ବୋଲି ରାଜି ହୋଇଛନ୍ତି।ଆଗକୁ ସୀମାରେ ଥିବା ଅନ୍ୟ ବିବାଦୀୟ ସ୍ଥିତିଗୁଡିକର ସମାଧାନ ରାସ୍ତା ବାହାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଆଗକୁ ଆହୁରି ଆଲୋଚନା ଜାରୀ ରହିବ ବୋଲି ଜଣାପଡିଛି ।

ସୀମାରେ ପୁନର୍ବାର ଶାନ୍ତି ବଜାୟ ରଖିବା ନେଇ ରବିବାର ହେବ ଭାରତ-ଚୀନ ଅଧିକାରୀ ସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାରେ ଲାଗି ରହିଥିବା ସ୍ଥିତି ନେଇ ପୁଣି ଆଲୋଚନା କରିବେ ଦୁଇ ଦେଶର ବରିଷ୍ଠ ଅଧିକାରୀ । ଏ ନେଇ ଗତକାଲି ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ପ୍ଲାଟଫର୍ମରେ ଆଲୋଚନା ହୋଇଛି । LACର ପଶ୍ଚିମ ସେକ୍ଟରରେ ଲାଗି ରହିଥିବା ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । କିଭଳି ଚୀନ ସେନା ଆହୁରି ପଛକୁ ହଟିବେ ତାହା ଉପରେ ଜୋର ଦେଇଥିଲା ଭାରତ ।

ସେପଟେ ଚୀନ ସୀମାରେ ବିପୁଳ ସେନା ମୁତୟନ କରି ଅଯଥା ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଯାହାକୁ ନେଇ ଭାରତ ଅସନ୍ତୋଷ ଜାହିର କରିଆସୁଛି । ଗତବର୍ଷ ଗଲଓ୍ବାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ସୀମାରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି । ଅନେକ ଥର ଦୁଇ ଦେଶର ସେନାଙ୍କ ମଧ୍ୟ ବୈଠକ ହୋଇଛି । ତାହା ସ୍ୱତେ ମଧ୍ୟ ପରିସ୍ଥିତିରେ ପ୍ରଭାବ ପଡିନାହିିଁ ।

ଗଲୱାନ ଘାଟିରେ ଭାରତ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି କରିଥିଲା ବିବାଦ । ପାଙ୍ଗୋଗ ହ୍ରଦ କୁ ନେଇ ଉପୁଜିଥିବା ସୀମା ବିବାଦରେ କିଛିଦିନ ହେବ ଭଟ୍ଟା ପଡିଛି । କାରଣ ଦୀର୍ଘ ଦିନର ବାଦ ବିବାଦ ଏବଂ ସଂଘର୍ଷ ପରେ କମାଣ୍ଡ ସ୍ତରୀୟ ଆଲୋଚନା ହୋଇଥିଲା । ଯେଉଁଥିରେ ଶାନ୍ତି ବଜାୟ ରଖିବା ନେଇ ହୋଇଥିଲା ଆଲୋଚନା । ସେପଟେ ପୁଣି ଥରେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ବୈଠକ ହେବ ବୋଲି ଜଣାପଡ଼ିଛି ।