Ebola Outbreak - The Sakala

ଇବୋଲା ପ୍ରକୋପ: ପୂର୍ବ କଙ୍ଗୋରେ ୧୩୧ ମୃତ, ୫୧୩ ସନ୍ଦିଗ୍ଧ ମାମଲା ଚିହ୍ନଟ
ପୂର୍ବ କଙ୍ଗୋରେ ପୁଣିଥରେ ମାରାତ୍ମକ ଇବୋଲା ଭୂତାଣୁ (Ebola virus) ର ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ଅତିକମ୍‌ରେ ୧୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧୩ ରୁ ଅଧିକ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସଂକ୍ରମଣର ମାତ୍ରା ଏବଂ ବ୍ୟାପିବା ହାରକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି।

ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ

କଙ୍ଗୋର ଜନସ୍ୱାସ୍ଥ୍ୟ ମନ୍ତ୍ରୀ ସାମୁଏଲ୍ ରୋଜର କାମ୍ବା (Samuel Roger Kamba) ମଙ୍ଗଳବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ୫୧୩ଟି ସନ୍ଦିଗ୍ଧ ମାମଲା ଏବଂ ୧୩୧ଟି ସନ୍ଦିଗ୍ଧ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ ଏହି ମୃତ୍ୟୁଗୁଡ଼ିକ ପ୍ରକୃତରେ ଇବୋଲା କାରଣରୁ ହୋଇଛି କି ନାହିଁ, ତାହା ନିଶ୍ଚିତ କରିବାକୁ ତଦନ୍ତ ଜାରି ରହିଛି। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରବିବାର ଦିନ ଏହି ଇବୋଲା ପ୍ରକୋପକୁ ଏକ ଆନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ ଘୋଷଣା କରିଛି। ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେୟେସସ୍ (Tedros Adhanom Ghebreyesus) ଏହି ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

ବିପଦ ସାଜିଛି ବୁଣ୍ଡିବୁଗ୍ୟୋ ଭାରିଆଣ୍ଟ

ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଏହି ସଂକ୍ରମଣ ପଛରେ ଇବୋଲା ରୋଗର ଏକ ବିରଳ ପ୍ରଜାତି ବୁଣ୍ଡିବୁଗ୍ୟୋ ଭୂତାଣୁ (Bundibugyo virus) ଦାୟୀ ରହିଛି। ଚିନ୍ତାର ବିଷୟ ହେଉଛି, ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ପାଇଁ କୌଣସି ଅନୁମୋଦିତ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ। କଙ୍ଗୋ ଏବଂ ଉଗାଣ୍ଡାରେ ଏହା ପୂର୍ବରୁ ୨୦ ରୁ ଅଧିକ ଇବୋଲା ପ୍ରକୋପ ଦେଖାଦେଇଥିଲେ ମଧ୍ୟ ଏହି ବିରଳ ଭାରିଆଣ୍ଟ କେବଳ ତୃତୀୟ ଥର ପାଇଁ ଚିହ୍ନଟ ହୋଇଛି।

ବର୍ତ୍ତମାନ ସୁଦ୍ଧା ବୁନିଆ (Bunia), ଗୋମା (Goma), ମୋଙ୍ଗବ୍ୱାଲୁ, ବୁଟେମ୍ବୋ ଏବଂ ନ୍ୟାକୁଣ୍ଡେ ଆଦି ସହରରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ କଙ୍ଗୋରେ ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଆମେରିକୀୟ ଡାକ୍ତର ମଧ୍ୟ ଇବୋଲାରେ ସଂକ୍ରମିତ ହୋଇଥିବା ଜଣାପଡିଛି, ଯାହାକି ସ୍ଥାନୀୟ ପ୍ରଶାସନ ସହିତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭୟ ସୃଷ୍ଟି କରିଛି।