Berhampur Giriroad Incident - The Sakala

ସୁଧୁରି ଯାଅ ନଚେତ ଛାଡ଼ିକି ପଳେଇଯାଅ: ଏନକାଉଣ୍ଟର ପରେ ଆଣ୍ଟି ସୋସିଆଲମାନଙ୍କୁ ଏମିତି ଚେତାବନୀ ଦେଲେ ଦକ୍ଷିଣାଞ୍ଚଳ ଆଇଜି...
ବ୍ରହ୍ମପୁର: ଗିରିରୋଡରେ ଯୁବକକୁ ତଳେ ପକାଇ ମାଡ଼ ମାରିବା ଘଟଣା । ମାମଲାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯିବା ନେଇ ପ୍ରତିକ୍ରିୟା ରଖିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ଆଣ୍ଟି ସୋସିଆଲମାନେ ସୁଧିରୁ ଯାଆନ୍ତୁ, ନତୁବା କ୍ରାଇମ ଦୁନିଆ ଛାଡ଼ି ଚାଲିଯାଆନ୍ତୁ । ଅପରାଧିମାନଙ୍କୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ସେ କହିଛନ୍ତି କି, ସମସ୍ତ ଅପରାଧି ମାନଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ରହ୍ମପୁରରେ ଏନକାଉଣ୍ଟର କରାଯିବା ନେଇ ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି କି, ଅଭିଯୁକ୍ତ ମୁକେଶକୁ ଗତ ବୁଧବାର ଧରିବା ପରେ ତାକୁ ଧରି ତା'ର ଅନ୍ୟ ସହଯୋଗୀଙ୍କୁ କାବୁ ପାଇଁ ଟାମଣା ଘାଟିକୁ ଯାଇଥିଲା ପୋଲିସ ।  ଟାମଣା ଘାଟିରେ ମୁକେଶ ଟାଉନ ଏଏସଆଇଙ୍କ ବନ୍ଧୁକ ଛଡ଼ାଇ ନେଇ ଅଘଟଣ ଘଟାଇବାକୁ ଚେଷ୍ଟା କରିଥିଲା । ପୋଲିସ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁକେଶକୁ ଏନକାଉଣ୍ଟର କରିଛି । ଫେରାର ଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।

ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ
ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା। ପୋଲିସ ମଧ୍ୟ ମୁକେଶ ଉପରକୁ ପାଲଟା ଗୁଳି କରିଥିଲା। ପୋଲିସର ଏନକାଉଣ୍ଟରରେ ମୁକେଶର ହାତରେ ଓ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନେଶକୁ ମଧ୍ୟ ପୋଲିସ ଗିରଫ କରିଛି। ସେପଟେ ଗିରିରୋଡରେ ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣାରେ ଆଉ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ସନ୍ଧ୍ୟାରେ ଗଜପତି ନଗର ବାସିନ୍ଦା ଉମେଶ ରଥ ଓ ତାଙ୍କ ବାନ୍ଧବୀ ଟିଫିନ୍‌ କରିବା ପାଇଁ ଗିରିରୋଡ଼ରେ ରହିଥିବା ବେଳେ ମୁକେଶ ଓ ଆଶିଷ ଦୁଇଭାଇ ସମେତ କିଛି ଯୁବକ ଆସି ହଠାତ୍‌ ଉମେଶଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ। ଏପରିକି ଉମେଶଙ୍କୁ ତଳେ ପକାଇ କିଛି ସମୟ ଧରି ମାଡ଼ ମାରି ଚାଲିଥିଲେ ଯୁବକମାନେ । ନୃସଂସ ଭାବେ ମାଡ଼ ମାରିବା ପରେ ରକ୍ତାକ୍ତ ଅବସ୍ଥାରେ ଉମେଶଙ୍କୁ ସେଭଳି ଛାଡ଼ିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉମେଶଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଉତ୍ତମ ଚିକିତ୍ସା ପାଇଁ ବିଶାଖାପାଟଣା ର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି।

ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'
ଭୁବନେଶ୍ୱର: ବ୍ରହ୍ମପୁର ଗିରିରୋଡରେ ଘଟିଥିବା ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏପରି ଅଭିଯୋଗ ଆଣି ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟରେ 'ଗୁଣ୍ଡାରାଜ' ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡ଼ିଆ ସାଇଟ 'X' ରେ ନବୀନ ଲେଖିଛନ୍ତି କି, ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି, ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି।

ନବୀନ ଆହୁରି ମଧ୍ୟ ଲେଖିଛନ୍ତି କି, ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି। କୁଆଡ଼େ ଯାଉଛି ପୋଲିସ ପ୍ରଶାସନ, କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା?

ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ନବୀନ ଦାବି କରିଛନ୍ତି ।