Bhubaneswar Smart City - The Sakala

ଓଡ଼ିଶାକୁ ଆଉ ଏକ ଜାତୀୟ ସ୍ବୀକୃତି: ଭୁବନେଶ୍ବର ସ୍ମାର୍ଟ ସିଟି ନଂ- ୧, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବିଏମସି ମେୟର
ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୪ଟି ପୁରସ୍କାର ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ମାର୍ଟସିଟିଗୁଡ଼ିକରେ ଜାରି ରହିଥିବା ପ୍ରକଳ୍ପ, ନୂତନତ୍ୱ, କୋଭିଡ୍‌‌ ମୁକାବିଲା, ସ୍ୱଚ୍ଛ-ସୁନ୍ଦର ତଥା ସର୍ବୋତ୍ତମ ସହର ବର୍ଗ ଭଳି ମୋଟ ୬୪ ବର୍ଗରେ ଏହି ପୁରସ୍କାର ଘୋଷଣା ହୋଇଛି।

୨୦୧୫ ଜୁନ୍‌‌ ୨୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନ ଜରିଆରେ ଦେଶର ୧୦୦ ସହରରେ ଭିତ୍ତିଭୂମି ବୃଦ୍ଧି, ସ୍ୱଚ୍ଛ ଏବଂ ନିରନ୍ତର ପରିବେଶ ତଥା ‘ସ୍ମାର୍ଟ ସମାଧାନ’ର ପ୍ରୟୋଗ ମାଧ୍ୟମରେ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି। ୨୦୨୨ ମସିହାର ସ୍ମାର୍ଟସିଟି ପୁରସ୍କାର ବର୍ଗରେ ୮୦ ଯୋଗ୍ୟ ସ୍ମାର୍ଟ ସହରରୁ ୮୪୫ ନାମାଙ୍କନ ଗ୍ରହଣ କରାଯାଇଥିଲା। ଏହାକୁ ୫ ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବଗୁଡ଼ିକର ପ୍ରି-ସ୍କ୍ରିନିଂ କରାଯାଇଥିଲା। ୫୦ ପ୍ରତିଶତ (୪୨୩ ପ୍ରସ୍ତାବ) ପରବର୍ତ୍ତୀ ପର୍ଯ୍ୟାୟକୁ ଆସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୧୨ଟି ପ୍ରସ୍ତାବକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଅର୍ବାନ୍‌‌ ଆଫେୟାର (ଏନଆଇୟୁଏ)ର ଏକ ଖଣ୍ଡପୀଠ ଚିହ୍ନଟ କରିଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପ୍ରସ୍ତାବ ପ୍ରସ୍ତାବକ ବିଷୟ ବିଶେଷଜ୍ଞଙ୍କ ଏକ ପ୍ୟାନେଲକୁ ଏକ ଉପସ୍ଥାପନା କରିଥିଲେ, ଯାହାକି ଶ୍ରେଷ୍ଠ ୬ଟି ପ୍ରସ୍ତାବ ଚୟନକୁ ନେଇଥିଲା। ଶେଷ ତଥା ଚତୁର୍ଥ ପର୍ଯ୍ୟାୟରେ ଶ୍ରେଷ୍ଠ ୬ଟି ପ୍ରସ୍ତାବ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ନେଇ ଏକ ଖଣ୍ଡପୀଠକୁ ଏକ ବିସ୍ତୃତ ଉପସ୍ଥାପନା କରିଥିଲା।

ଚତୁର୍ଥ ପର୍ଯ୍ୟାୟରେ ସ୍ମାର୍ଟ ସିଟି ମିଶନର ଶୀର୍ଷ କମିଟି ଦ୍ୱାରା ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୩ଟି ପ୍ରସ୍ତାବ ଚିହ୍ନଟ କରାଯାଇଛି। ପାଞ୍ଚଟି ପୁରସ୍କାର ବର୍ଗ ଅଧୀନରେ ପ୍ରାପ୍ତ ମୋଟ ୮୪୫ ଆବେଦନ ମଧ୍ୟରୁ ୬୬ ବିଜେତାଙ୍କୁ ଚିହ୍ନଟ କରାଯାଇଛି। ୩୫ଟି ପ୍ରୋଜେକ୍ଟ ଆୱାର୍ଡରେ, ୬ଟି ନବୋନ୍ମୋଷୀ (ଇନୋଭେସନ) ଆୱାର୍ଡରେ, ୧୩ଟି ନ୍ୟାସନାଲ / ଜୋନାଲ ସିଟି ଆୱାର୍ଡରେ, ୫ଟି ରାଜ୍ୟ / ୟୁଟି ଆୱାର୍ଡରେ ଏବଂ ୭ଟି ପାର୍ଟନର ଆୱାର୍ଡ ବର୍ଗରେ ଚିହ୍ନଟ କରାଯାଇଥିବା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପୂର୍ବ ଭାରତ ପାଇଁ ଭୁବନେଶ୍ୱର ଓ ରାଞ୍ଚି ଉଭୟ ଶ୍ରେଷ୍ଠ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର ପାଇଛନ୍ତି। ଅନୁରୂପ ଭାବରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଥିବାବେଳେ ଚଣ୍ଡୀଗଡ଼ ୨୦୨୨ ମସିହାରେ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତା (ଆଇଏସଏସି) ରେ ଶ୍ରେଷ୍ଠ କେନ୍ଦ୍ରଶାସିତ ଅଞ୍ଚଳ ପୁରସ୍କାର ପାଇଛି। ବୁଧବାର ଇନ୍ଦୋରରେ ଆୟୋଜିତ ଇଣ୍ଡିଆନ୍‌‌ ସ୍ମାର୍ଟସିଟି ପ୍ରତିଯୋଗିତା ପୁରସ୍କାର (ଆଇଏସଏସି) ୨୦୨୨ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ବିଏମି ଓ ସ୍ମାର୍ଟସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ପୁରସ୍କାର ଆମ ସୃଜନଶୀଳତା ପ୍ରତିପାଦନ କରିବାରେ ସହାୟକ ହେବ। ଏହି ସଫଳତା ପଛରେ ଆମର ଗୋଷ୍ଠୀ ସମୁଦାୟଙ୍କ ଅକୁଣ୍ଠ ଯୋଗଦାନ, ଉତ୍ସର୍ଗୀକୃତ ସହଯୋଗ ରହିଛି। ଦୂରଦୃଷ୍ଟି ସମ୍ପନ୍ନ ସହଭାଗୀ ସଂଗଠନଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ବିଏସ୍‌‌ସିଏଲ୍‌‌ ଟିମ୍‌‌ର ଚେଷ୍ଟା ଏବଂ ତତ୍ପରତାକୁ ପ୍ରଶଂସା କରିବା ସହ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି।

ବିଦ୍ୟୁତ୍‍ଚାଳିତ ଗାଡ଼ିକୁ ପ୍ରୋତ୍ସାହନ: ଡିସେମ୍ବର ସୁଦ୍ଧା ଭୁବନେଶ୍ବରରେ ୭ ଚାର୍ଜିଂ ଷ୍ଟେସନ
ଭୁବନେଶ୍ୱର : ଡିସେମ୍ବର ମାସ ସୁଦ୍ଧା ରାଜଧାନୀରେ କାର୍ଯ୍ୟକ୍ଷମ ହେବ ବିଦ୍ୟୁତ୍‍ଚାଳିତ ଗାଡ଼ି ଚାର୍ଜିଂ ଷ୍ଟେସନ୍‍। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ (ବିଏସ୍‍ସିଏଲ୍‍) ପକ୍ଷରୁ ଏ ନେଇ ଜୋରଦାର ପ୍ରୟାସ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୭ ଟି ସ୍ଥାନରେ ନିର୍ମାଣ ହେବାକୁ ଥିବା ଚାର୍ଜିଂ ଷ୍ଟେସନ ପାଇଁ ବିଏସ୍‍ସିଏଲ୍‍ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରଥମଥର ପାଇଁ ଭୁବନେଶ୍ୱରରେ ୭ଟି ଚାର୍ଜିଂ ଷ୍ଟେସନ୍‍ ପ୍ରତିଷ୍ଠା କରାଯିବ। ଏହା ପରେ ବିଏସ୍‍ସିଏଲ୍‍ ନିଜର ମଲ୍ଟିଲେଭଲ କାର୍‍ ପାର୍କିଂ ସମେତ ପ୍ରାୟ ୫୦ ଟି ସ୍ଥାନରେ ଏହି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ଯୋଜନା ରଖିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ୭ଟି ଷ୍ଟେସନ୍‍ର ପ୍ରତିଷ୍ଠାନ, ପରିଚାଳନା ଓ ରକ୍ଷାଣବେକ୍ଷଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଷ୍ଟେସନ୍‍ ନିର୍ମାଣ ପାଇଁ ଜାଗ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି।

ସ୍ମାର୍ଟସିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ୭ଟି ଚାର୍ଜିଂ ଷ୍ଟେସନ୍‍ ମଧ୍ୟରୁ ୫ ଟି ଧିମା (ସ୍ଲୋ) ଓ ୨ ଟି ଦ୍ରୁତ (ଫାଷ୍ଟ) ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ। ଏହି ୭ ଟି ଷ୍ଟେସନ୍‍ରେ ୨୮ ଟି ଚାର୍ଜର ପ୍ଲଗ୍‍ ରହିବ। ୭ ଟା ସ୍ଥାନ ଯଥା କିଟ୍‍ ବିଶ୍ୱବିଦ୍ୟାଳୟ ନିକଟରେ ଗୋଟିଏ ଦ୍ରୁତ ଚାର୍ଜିଂ ଓ ଏକ ଧୀମା ଚାର୍ଜିଂ ଷ୍ଟେସନ୍‍ ସ୍ଥାପନ ହେବାକୁ ଥିବା ବେଳେ ସମ୍‍ ହସ୍ପିଟାଲ (ଧୀମା ଚାର୍ଜିଂ), ରସୁଲଗଡ଼଼ ନିକଟସ୍ଥ ଏସପ୍ଲାନେଡ୍‍ ମଲ୍‍ (୧ ଦ୍ରୁତ ଚାର୍ଜର, ୧ ଧୀମା ଚାର୍ଜର), ଡିଏନ୍‍ ରେଗାଲିଆ (ଧୀମା ଚାର୍ଜିଂ), ସିଆର୍‍ପି ସ୍ଥିତ କ୍ରିଷ୍ଣା ପ୍ଲାଜା (ଧୀମା ଚାର୍ଜର)ରେ ଚାର୍ଜିଂ ଷ୍ଟେସନ୍‍ ସ୍ଥାପନ କରାଯିବ। ଏନେଇ ସମ୍ପୃକ୍ତ ସଂସ୍ଥାଗୁଡ଼ିକଠାରୁ ଜମି ଲିଜ୍‍ରେ ନିଆଯିବାକୁ ସ୍ଥିର ହୋଇଛି। ସ୍ମାର୍ଟିସିଟିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଟେଣ୍ଡରରେ ସାଢ଼େ ୭ ପ୍ରତିଶତ୍‍ କମିସନ ବେସ୍‍ ପ୍ରାଇସ୍‍ ରଖାଯାଇଛି। ଏହାଠାରୁ ଯେଉଁ ସଂସ୍ଥା ଅଧିକ କମିସନ ଦେବାକୁ ରାଜି ହେବ ସେହି ସଂସ୍ଥା ଟେଣ୍ଡର ପାଇବାକୁ ଯୋଗ୍ୟ ହେବ। ବର୍ତ୍ତମାନ ଏହି ଚାର୍ଜିଂ ଷ୍ଟେସନ୍‍ ଦୁଇଟି ସ୍ମାର୍ଟସିଟି ଇନ୍ଦୋର ଓ ଜୟପୁରରେ କାର୍ଯ୍ୟକ୍ଷମ ହୋଇଛି। ଏହି ଦୁଇ ସହର ଢାଞ୍ଚାରେ ଭୁବନେଶ୍ୱରରେ ଚାର୍ଜିଂ ଷ୍ଟେସନ୍‍ଗୁଡ଼ିକ କାର୍ଯ୍ୟକ୍ଷମ ହେବ। ୭ ଟି ସ୍ଥାନରେ ହେବାକୁ ଥିବା ଷ୍ଟେସନ୍‍ ପାଇଁ ଜାଗା ଲିଜ୍‍ରେ ନିଆଯାଇଛି। ସେଠାରେ ଟେଣ୍ଡର ପାଇବା କମ୍ପାନୀ ଷ୍ଟେସନ୍‍ ନିର୍ମାଣ କରିବା ସହିତ ରକ୍ଷଣାବେକ୍ଷଣ ଓ ପରିଚାଳନା କରିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ସ୍ମାର୍ଟସିଟିକୁ କମିସନ ଆକାରରେ ଅର୍ଥ ଦେବ ବୋଲି ସେ କହିଛନ୍ତି।

ଆଗାମୀ ଦିନରେ କ୍ରୁଟ୍‍ ପକ୍ଷରୁ ପର୍ଯ୍ୟାୟକ୍ରମେ ୨୦୦ ବିଦ୍ୟୁତଚାଳିତ ବସ୍‍ ଚଳାଇବା ପାଇଁ ଲକ୍ଷ୍ୟ ରହିଛି। ଏହାକୁ ଆଧାର କରି ମାଷ୍ଟର କ୍ୟାଣ୍ଟିନ ସମେତ ଦୁଇଟି ବସ୍‍ ଡୋପରେ ବସ୍‍ ଚାର୍ଜିଂ ପାଇଁ ଷ୍ଟେସନ୍‍ ନିର୍ମାଣ କରାଯିବ। ସେହିପରି ଓଡ଼ିଶାରେ ଚଳାଚଳ କରୁଥିବା ଯାନବାହାନ ମଧ୍ୟରୁ ବିଦ୍ୟୁତଚାଳିତ ଯାନ ପରିମାଣ ୧ ପ୍ରତିଶତରୁ କମ୍‍ ରହିଛି। କିନ୍ତୁ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ହେତୁ ବିଦ୍ୟୁତ୍‍ ଚାଳିତ ଯାନ ପ୍ରତି ଗ୍ରାହକ ଆକୃଷ୍ଠ ହେଉଛନ୍ତି। ସମ୍ପ୍ରତି ଓଡ଼ିଶାରେ ପ୍ରାୟ ୧୨ରୁ ଅଧିକ କମ୍ପାନୀର ବିଦ୍ୟୁତ ଚାଳିତ ଦୁଇ ଚକିଆ ଯାନ ବିକ୍ରି ହେଉଛି ଏବଂ ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଇଭି ପଲିସୀ-୨୦୨୧ରେ ନୂଆ ଗାଡ଼ି କିଣିବା ଓ ପୁରୁଣା ଇନ୍ଧନ ଚାଳିତ ଗାଡ଼ି ସ୍କ୍ରାପ୍‍ (ହଟାଇବା) ପାଇଁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି।

ଗାଡ଼ି ଓ ବ୍ୟାଟେରି ଚାର୍ଜିଂ ପାଇଁ ରହିବ ବ୍ୟବସ୍ଥା

୭ଟି ଚାର୍ଜିଂ ଷ୍ଟେସନ୍‍ରେ ଦୁଇ ପ୍ରକାର ସୁବିଧା ରହିବ। ଲୋକେ ଚାହିଁଲେ ସେମାନଙ୍କ ଗାଡ଼ି ନେଇ ସେଠାରେ ଚାର୍ଜିଂ କରିବେ ନଚେତ୍‍ କେବଳ ବ୍ୟାଟେରି ମଧ୍ୟ ଚାର୍ଜିଂ କରାଇପାରିବେ। ଫାଷ୍ଟ ଚାର୍ଜିଂରେ ସ୍ଲୋ ଚାର୍ଜିଂ ଅପେକ୍ଷା ଦର ଅଧିକ ରହିବ। ବର୍ତ୍ତାମାନ ପର୍ଯ୍ୟନ୍ତ ଚାର୍ଜିଂ ଦର ନିର୍ଦ୍ଧାରଣ ହୋଇ ନ ଥିବା ବେଳେ କେତେ ବିଦ୍ୟୁତ୍‍ ବ୍ୟବହାର ହେଉଛି ତାହାକୁ ଆଧାର କରି ଦର ନିର୍ଦ୍ଧାରଣ କରାଯିବ। ଫାଷ୍ଟ ଚାର୍ଜିଂରେ ଗୋଟିଏ ଗାଡ଼ି କିମ୍ବା ବ୍ୟାଟେରି ପାଇଁ ମାତ୍ର ଦୁଇ ଘଣ୍ଟା ସମୟ ଆବଶ୍ୟକ ହେଉଥିବା ବେଳେ ସ୍ଲୋ ଚାର୍ଜିଂରେ ଗୋଟିଏ ଗାଡ଼ି ପାଇଁ ୫ ଘଣ୍ଟା ସମୟ ଆବଶ୍ୟକ ହେବ। ତେବେ ଥରେ ଚାର୍ଜଂ କଲେ ଗୋଟିଏ ଗାଡ଼ି ପାଖାପାଖି ୩୦୦ କିମି ପର୍ଯ୍ୟନ୍ତ ଗଡ଼଼ିପାରିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ ହେବାକୁ ଥିବା ଏହି ଚାର୍ଜିଂ ଷ୍ଟେସନ୍‍ଗୁଡ଼ିକରେ କେବଳ ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ଚାର୍ଜିଂ ବ୍ୟବସ୍ଥା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସ୍‍ଗୁଡ଼ିକ ଚାର୍ଜିଂ ପାଇଁ ମଧ୍ୟ ଷ୍ଟେସନ୍‍ ନିର୍ମାଣ କରାଯିବ। ଆଗାମୀ ଦିନରେ ହେବାକୁ ଥିବା ଷ୍ଟେସନ୍‍ଗୁଡ଼ିକ ମଧ୍ୟ ସପିଂ ମଲ୍‍, ପାର୍କିଂ ସ୍ଥଳ, ହୋଟେଲ୍‍, ଆବାସିକ ଅଞ୍ଚଳ, ଅଧିକ କାର୍ଯ୍ୟାଳୟ ଓ ବ୍ୟବସାୟ କେନ୍ଦ୍ର ଥିବା ସ୍ଥାନ ତଥା ଜାତୀୟ ରାଜପଥ କଡ଼ରେ କରାଯିବ। ଏହିସବୁ ସ୍ଥାନରେ ଲୋକମାନଙ୍କ ଗାଡ଼ି ରଖିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନ ସଂରକ୍ଷିତ ରଖାଯିବ।

ଇଣ୍ଡିଆନ ସ୍ମାର୍ଟ ସିଟି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତିଲା ଭୁବନେଶ୍ୱର
ଭୁବନେଶ୍ୱର: ସ୍ମାର୍ଟସିଟି ପ୍ରତିଯୋଗିତାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଆଗରେ । ଇଣ୍ଡିଆନ ସ୍ମାର୍ଟ ସିଟି -ଆଇଏସସି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତିଛି ଭୁବନେଶ୍ୱର । ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶରେ ୧୦୦ଟି ସହର ଭାଗ ନେଇଥିଲେ । ତିରୁପତି ପ୍ରଥମ ପୁରସ୍କାର ପାଇଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । କର୍ଣ୍ଣାଟକର ତୁମାକୁରୁ ତୃତୀୟ ସ୍ଥାନରେ ରହିଛି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଦୁଇଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଥିଲା । ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସାମାଜିକ ସ୍ତରରେ ମଧ୍ୟ ଭୁବନେଶ୍ୱର ସ୍ମାର୍ଟସିଟି ଭାବେ ସୃଷ୍ଟି କରିପାରିଛି ନିଜର ପରିଚୟ । ଏଥିସହ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷାକୁ ନେଇ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଂଶସା କରାଯାଇଛି । ରାଜଧାନୀରେ ଓ୍ୱାଇ-ଫାଇ ବ୍ୟବସ୍ଥା, ପବ୍ଲିକ ଟ୍ରାନ୍ସପୋର୍ଟ, ଜନକଲ୍ୟାଣ ଯୋଜନା ଭଳି ବିଭିନ୍ନ ବ୍ୟବସ୍ଥା ପାଇଁ ରାଜଧାନୀ ଅନ୍ୟ ସହର ଠାରୁ ସୃଷ୍ଟି କରିପାରିଛି ନିଜର ସ୍ୱତନ୍ତ୍ର ପରିଚୟ ।