Public Authority - The Sakala

RTI ପରିସରଭୁକ୍ତ ନୁହେଁ ବିସିସିଆଇ; ସୂଚନା ଦେବାକୁ ବାଧ୍ୟ ନୁହେଁ ବୋଲି 'ସିଆଇସି'ଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏକ ସାର୍ବଜନୀନ କର୍ତ୍ତୃପକ୍ଷ ବା 'ପବ୍ଲିକ୍ ଅଥରିଟି' ନୁହେଁ ଏବଂ ଏହା ସୂଚନା ଅଧିକାର (RTI) ଆଇନ ଅଧୀନରେ ଉତ୍ତରଦାୟୀ ନୁହେଁ ବୋଲି ସୋମବାର ଦିନ କେନ୍ଦ୍ରୀୟ ସୂଚନା ଆୟୋଗ (CIC) ରାୟ ଦେଇଛନ୍ତି। ଏହି ନିଷ୍ପତ୍ତି ମାଧ୍ୟମରେ ଆୟୋଗ ନିଜର ୨୦୧୮ ମସିହାର ପୂର୍ବ ନିର୍ଦ୍ଦେଶକୁ ବାତିଲ କରିଦେଇଛନ୍ତି।

ସୂଚନା କମିଶନର ପି ଆର ରମେଶ ଏହି ରାୟ ଶୁଣାଇ କହିଛନ୍ତି ଯେ, ଯଦିଓ BCCI କ୍ରିକେଟ୍ ପ୍ରଶାସନ ପରିଚାଳନା କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କାର୍ଯ୍ୟ କରୁଛି, ତଥାପି ଏହାକୁ ଏକ ସାର୍ବଜନୀନ କର୍ତ୍ତୃପକ୍ଷ ଭାବେ ବିବେଚନା କରାଯାଇପାରିବ ନାହିଁ। କାରଣ ଏହା ସରକାରଙ୍କ ଦ୍ୱାରା ପରିଚାଳିତ, ନିୟନ୍ତ୍ରିତ କିମ୍ବା ଆର୍ଥିକ ଭାବେ ବ୍ୟାପକ ଅନୁଦାନପ୍ରାପ୍ତ ନୁହେଁ। ତେଣୁ ସୂଚନା ଅଧିକାର ଆଇନର ଧାରା 2(h) ଅନୁଯାୟୀ ଏହା ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଏହି ଯୁକ୍ତିକୁ ଭିତ୍ତି କରି ଭାରତୀୟ ଦଳ ଚୟନ ଏବଂ ପ୍ରତିନିଧିତ୍ୱ ବିଷୟରେ ତଥ୍ୟ ମାଗିଥିବା ଏକ ଆବେଦନକୁ ସେ ଖାରଜ କରିଦେଇଛନ୍ତି।

୨୦୧୮ ମସିହାରେ ତତ୍କାଳୀନ ସୂଚନା କମିଶନର ଏମ ଶ୍ରୀଧର ଆଚାର୍ଯ୍ୟୁଲୁ BCCI କୁ ଏକ ସାର୍ବଜନୀନ କର୍ତ୍ତୃପକ୍ଷ ଭାବେ ଘୋଷଣା କରିଥିଲେ। ଏଥିସହ ଆରଟିଆଇ ଆଇନ ଅଧୀନରେ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (CPIO) ଏବଂ ଅପିଲ୍ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ ବୋର୍ଡର ସଭାପତି ଓ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ BCCI ଏହି ନିର୍ଦ୍ଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସେପ୍ଟେମ୍ବର ୨୦୨୫ ରେ ସୁପ୍ରିମକୋର୍ଟଙ୍କ କିଛି ପୂର୍ବ ପର୍ଯ୍ୟବେକ୍ଷଣକୁ ଆଧାର କରି ହାଇକୋର୍ଟ ଏହି ମାମଲାକୁ ପୁନର୍ବିଚାର କରିବାକୁ CIC କୁ ଫେରାଇ ଦେଇଥିଲେ।

ମାମଲାର ପୁନର୍ବିଚାର କରି କମିଶନ ସ୍ପଷ୍ଟ କରିଛନ୍ତି ଯେ, BCCI ତାମିଲନାଡୁ ସୋସାଇଟି ପଞ୍ଜୀକରଣ ଆଇନ ଅଧୀନରେ ପଞ୍ଜିକୃତ ଏକ ଘରୋଇ ସ୍ୱୟଂଶାସିତ ସଂସ୍ଥା। ଏହା ସମ୍ବିଧାନ, ସଂସଦ, ବିଧାନସଭା କିମ୍ବା ସରକାରୀ ବିଜ୍ଞପ୍ତି ଦ୍ୱାରା ସ୍ଥାପିତ ହୋଇନାହିଁ। ଏହା ଗଣମାଧ୍ୟମ ଅଧିକାର, ସ୍ପନ୍ସରସିପ୍ ଡିଲ୍, ବ୍ରଡକାଷ୍ଟିଂ ଚୁକ୍ତି ଏବଂ ଟିକେଟ୍ ବିକ୍ରିରୁ ନିଜର ରାଜସ୍ୱ ଆଦାୟ କରି ସ୍ୱାଧୀନ ଭାବେ କାର୍ଯ୍ୟ କରେ।

ଏହାର କାର୍ଯ୍ୟ, ଅର୍ଥ ଓ ପ୍ରଶାସନ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନଥିବାରୁ ଏହାକୁ ସାର୍ବଜନୀନ ସଂସ୍ଥା କୁହାଯାଇପାରିବ ନାହିଁ। ଦଳ ଚୟନ କରିବା ଏକ 'ସାର୍ବଜନୀନ କାର୍ଯ୍ୟ' ବୋଲି ଦିଆଯାଇଥିବା ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କମିଶନ କହିଛନ୍ତି ଯେ କେବଳ ସାର୍ବଜନୀନ କାର୍ଯ୍ୟ କରୁଥିଲେ କେହି ଆରଟିଆଇ ଆଇନ ଅଧୀନରେ ଆସିବେ ନାହିଁ, ଯେ ପର୍ଯ୍ୟନ୍ତ ସରକାରଙ୍କର ସେହି ସଂସ୍ଥା ଉପରେ ବ୍ୟାପକ ନିୟନ୍ତ୍ରଣ କିମ୍ବା ଆର୍ଥିକ ଅବଦାନ ନଥାଏ।