Instagram Viral Photo - The Sakala

ଇନଷ୍ଟାଗ୍ରାମରେ ବନ୍ଧୁ ହେବା ସାଜିଲା କାଳ: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ୍ ଅଭିଯୋଗ
ମୟୂରଭଞ୍ଜ: ଇନଷ୍ଟାଗ୍ରାମ ବନ୍ଧୁତା ସାଜିଲା କାଳ: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ୍ ଅଭିଯୋଗ, ଘଟଣାକୁ ଏକ ମାସରୁ ଅଧିକ ବିତିଥିଲେ ସୁଦ୍ଧା ନିଦ୍ରାରେ ଝାରପୋଖରିଆ ପୋଲିସ। ଅଭିଯୋଗ ଅନୁସାରେ ଇନଷ୍ଟାଗ୍ରାମରେ ବନ୍ଧୁତା କରି ଜଣେ ଯୁବତୀଙ୍କୁ ମାନସିକ ନିର୍ଯାତନା। ଏହା ସହ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିବା ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପୀଡ଼ିତା ଓ ତାଙ୍କ ପରିବାର ଗତ ଏପ୍ରିଲ ୧୧ ତାରିଖରେ ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଏହି ମାମଲାରେ ନ୍ୟାୟ ନମିଳିଲେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତା ଚେତାବନୀ ଦେଇଛନ୍ତି। ସେପଟେ ଘଟଣାକୁ ଏକ ମାସରୁ ଅଧିକ ବିତିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କୁ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ବସାଇ "ସମ୍ମାନର ସହ ବେଜିତ" କରୁଥିବା ଅଭିଯୋଗ କରିଛି ପୀଡ଼ିତା। ଯେଉଁଠି ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ହେଉଛି ଏବଂ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି, ସେଠାରେ ପୋଲିସର ଏଭଳି କଇଁଛ ଗତିର କାର୍ଯାନୁଷ୍ଠାନ ପ୍ରଶାସନର ମୁଖା ଖୋଲିଦେଉଛି।

ଅଭିଯୋଗ ଅନୁଯାୟୀ, ଝାରପୋଖରିଆ ଥାନା ଅନ୍ତର୍ଗତ ବଡ଼ସୋଳ ଅଞ୍ଚଳର ଜଣେ ୧୮ ବର୍ଷୀୟା ଯୁବତୀଙ୍କର ଇନଷ୍ଟାଗ୍ରାମ ମାଧ୍ୟମରେ ଜଣେ ଅଜଣା ଯୁବକଙ୍କ ସହ ବନ୍ଧୁତା ହୋଇଥିଲା। କିଛି ଦିନର କଥାବାର୍ତ୍ତା ପରେ ଅଭିଯୁକ୍ତ ଯୁବକ ଜଣକ ପୀଡ଼ିତାଙ୍କୁ ତାଙ୍କ ମୋବାଇଲ ନମ୍ବର ମାଗିବା ସହ ବାରମ୍ବାର ଭିଡିଓ କଲ୍ କରିବାକୁ ବାଧ୍ୟ କରିଥିଲେ। ଯୁବତୀ ଜଣକ ଏଥିରେ ଅମଙ୍ଗ ହେବାରୁ, ଅଭିଯୁକ୍ତ ତାଙ୍କର ଇନଷ୍ଟାଗ୍ରାମ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ୍ କରି ପ୍ରାୟ ୪୫ଟି ନକଲି ଆଇଡି (Fake ID) ମାଧ୍ୟମରେ ଭାଇରାଲ କରିବା ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ପୀଡ଼ିତା ଓ ତାଙ୍କ ପରିବାର ଗତ ଏପ୍ରିଲ ୧୧ ତାରିଖରେ ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହା ସହ ଅଭିଯୁକ୍ତ ଖୋଲା ଆକାଶ ତଳେ ବୁଲୁଛି, ଏବେ ବି ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରୁଥିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛି।

ଘଟଣା ପରଠାରୁ ପରିବାର ଲୋକେ ଗଭୀର ମାନସିକ ଚାପରେ ଅଛନ୍ତି। ପୀଡ଼ିତା ପାଠ ପଢ଼ି ପାରୁନଥିବା ବେଳେ ରାସ୍ତାରେ ଚାଲିବା ପରିବାର ପାଇଁ ଅସମ୍ଭାଳ ହେଲାଣି। ପୋଲିସ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ଗରିବ ପରିବାର ହୋଇଥିବାରୁ ସେମାନଙ୍କ କଥା କେହି ଶୁଣୁନାହାନ୍ତି ବୋଲି  ଅଭିଯୋଗ କରିଛନ୍ତି ପୀଡିତାଙ୍କ ମାମୁଁ। ଥାନାରେ ପୋଲିସ ପାଖକୁ ଗଲେ ସନ୍ଧ୍ୟା ୭ଟା ରୁ ରାତି ୧୧ଟା ଯାଏଁ ବସାଇ ରଖିଥିବା ବେଳେ କେବଳ ଆଶ୍ୱାସନା ମିଳୁଛି କିନ୍ତୁ କିଛି କାମ ହେଉନାହିଁ। ଯଦି ଅସହାୟ ପୀଡ଼ିତାଙ୍କୁ ନ୍ୟାୟ ନମିଳେ ଓ ନିଜର ସମ୍ମାନ ରକ୍ଷା କରିବା ପାଇଁ ଥାନା ସାମ୍ନାରେ ଜୀବନ ହାରିବି ବୋଲି ଚେତାବନୀ ଦେଇଛନ୍ତି ପୀଡ଼ିତା।