Health Department - The Sakala

ଆନ୍ଦୋଳନରତ ଡାକ୍ତରଙ୍କୁ ବାଲେଶ୍ୱର ସିଡିଏମଓଙ୍କ ଅଲ୍ଟିମେଟମ: ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସ୍ଥାନୀୟ ପ୍ରଶାସନ। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ଡାକରାରେ ଆନ୍ଦୋଳନ କରୁଥିବା ସମସ୍ତ ଡାକ୍ତରଙ୍କୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ ବାଲେଶ୍ୱର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଧର୍ମଘଟ ପ୍ରତ୍ୟାହାର କରି ତୁରନ୍ତ ଡ୍ୟୁଟିରେ ଯୋଗ ନ ଦେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି।

ଜୁଲାଇ ୩, ୨୦୨୬ ତାରିଖରେ ଜାରି କରାଯାଇଥିବା ଏକ ସରକାରୀ ପତ୍ରରେ ସିଡିଏମ୍ଓ ଚେତାବନୀ ଦେଇଛନ୍ତି ଯେ, ଯେଉଁ ଡାକ୍ତରମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଡ୍ୟୁଟିରେ ଯୋଗ ନ ଦେବେ, ସେମାନଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବଙ୍କ ନିର୍ଦ୍ଦେଶକ୍ରମେ ଅନୁପସ୍ଥିତ ଡାକ୍ତରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସୂଚନା ମିଳିଛି।

ଏହି ନିର୍ଦ୍ଦେଶନାମା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ଓ ତଥା ଅଧୀକ୍ଷକ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ (SDH) ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ଗୁଡ଼ିକୁ ପଠାଯାଇଛି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ଡ୍ୟୁଟିରେ ଯୋଗଦେବାକୁ ଏହି ପତ୍ର ମାଧ୍ୟମରେ ଡାକ୍ତରମାନଙ୍କୁ ନିବେଦନ କରାଯାଇଛି। ଧର୍ମଘଟରେ ସାମିଲ ଥିବା ସମସ୍ତ ଓଏମଏଚଏସ୍ (OMHS) କ୍ୟାଡର ଏବଂ ଅନ୍ୟାନ୍ୟ ଡାକ୍ତରମାନେ ତୁରନ୍ତ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ: ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ, ବହିଷ୍କାର ହେବେ ଚୁକ୍ତିଭିତ୍ତିକ ଡାକ୍ତର
ସା (OMSA) ସଦସ୍ୟ, ଓଏମଏଚଏସ (OMHS) କ୍ୟାଡରର ଡାକ୍ତର ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତର ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବର୍ଜନ କରିଛନ୍ତି। ଏହି ଧର୍ମଘଟ ଯୋଗୁଁ ସାଧାରଣ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

କର୍ତ୍ତୃପକ୍ଷ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଡ୍ୟୁଟିରେ ଅନୁପସ୍ଥିତ ଥିବା ସମସ୍ତ ଓଏମଏଚଏସ (OMHS) କ୍ୟାଡର ଡାକ୍ତରଙ୍କ ଦରମା ସ୍ଥଗିତ ରଖାଯିବ। ଏହା ସହ ଯେଉଁ ଚୁକ୍ତିଭିତ୍ତିକ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ପରେ ଚାକିରିରୁ ବିଦା କରାଯିବ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି। ସ୍ୱାସ୍ଥ୍ୟ ପରି ଅତ୍ୟାବଶ୍ୟକ ସେବାରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯାଇପାରିବ ନାହିଁ ବୋଲି ସରକାର ନିଜର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ଚିଠିକୁ ଜୁନିୟର ଡାକ୍ତର ଆସୋସିଏସନ୍‌ ବିରୋଧ କରିଛନ୍ତି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ଜୁନିୟର ଡାକ୍ତର ଆସୋସିଏସନ୍‌ । ନଚେତ୍‌ ଆସନ୍ତାକାଲିଠାରୁ ୧ ଘଣ୍ଟା ଓପିଡିରେ ଚିକିତ୍ସା ସେବା ବନ୍ଦ ରଖିବା ସହ ପିଜି ଛାତ୍ରଛାତ୍ରୀ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ଆସୋସିଏସନ୍‌ ।

ରାଜ୍ୟରେ ତମାଖୁ, ନିକୋଟିନ୍‌ଯୁକ୍ତ ସାମଗ୍ରୀ ଉପରେ ସ୍ୱାସ୍ଥ୍ୟ ବିଭାଗର ନିଷେଧାଦେଶ
ଭୁବନେଶ୍ୱର: ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ ଘୋଷଣା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍‌ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ୱା ନିକୋଟିନ୍‌ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ ଓ ପ୍ୟାକେଜିଂ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏହାସହ ଏହାର ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାଧାରଣ ଲୋକଙ୍କୁ ଏହି ନିଷେଧାଜ୍ଞା ପାଳନ କରି ସ୍ୱସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତମାଖୁ ଓ ନିକୋଟିନ୍‌ଯୁକ୍ତ ପଦାର୍ଥଗୁଡ଼ିକ ମୁଖ, ଗଳା ଓ ଶରୀର ଆଭ୍ୟନ୍ତର ଅଙ୍ଗରେ କର୍କଟ ସହିତ ଗୁରୁତର ରୋଗ ସୃଷ୍ଟି କରୁଛି। ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥିବାରୁ ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ ଏହି ନିଷେଧାଦେଶ ଲାଗୁ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟରୁ ହଟିନି ମାସ୍କ ପିନ୍ଧିବା କଟକଣା, ସମସ୍ତେ କୋଭିଡ୍ ନିୟମ ପାଳନ କଲେ ସ୍ଥିତି ନିୟନ୍ତ୍ରଣରେ ରହିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି କି, ରାଜ୍ୟରୁ ମାସ୍କ ପିନ୍ଧିବା କଟକଣା ହଟିନାହିଁ। ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଦରକାର । ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଓଡ଼ିଶାରେ ସ୍ଥିତି ଭଲ ଅଛି । ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ । ସେ ଆହୁରି ମଧ୍ୟ କହିଛନ୍ତି କି, ଯେଉଁଠି ଆବଶ୍ୟକ ଅଛି ସେଠାରେ ନୂଆ ରଣନୀତି ଆପଣେଇବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ଏହା ସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ରୋଗୀ, ସୂଚନା ଦେଲେ କେନ୍ଦ୍ର ସରକାର
ରାଜ୍ୟରେ ପସିଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ରୋଗୀ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ସରକାର । ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୮ଟି ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ କେସ୍‌ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ଓଡ଼ିଶାର ଦେବଗଡ଼ରେ ଚିହ୍ନଟ ହୋଇଛି ଏହି କେସ୍‌ ।

As of today, there are 48 cases of Delta Plus across the country: Dr SK Singh, National Centre for Disease Control (NCDC) Director #COVID19 pic.twitter.com/2DKkvqJjQE

— ANI (@ANI) June 25, 2021

ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟର ୪୮ ମାମଲା ମଧ୍ୟରୁ ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।