Idaho Air Show - The Sakala

ଏୟାର ଶୋ' ବେଳେ ମଝି ଆକାଶରେ ପିଟି ହେଲେ ଆମେରିକା ନୌସେନାର ଦୁଇ ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ୪ ପାଇଲଟ୍
ନୂଆଦିଲ୍ଲୀ: ଆମେରିକାର ଇଡାହୋ (Idaho) ଠାରେ ଏକ ବଡ଼ ଧରଣର ସାମରିକ ବିମାନ ପ୍ରଦର୍ଶନୀ ଚାଲିଥିବା ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ଦିନ ଦୁଇଟି ଆମେରିକୀୟ ନୌସେନା (US Navy) ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇ ତଳେ ଖସିପଡ଼ିବା ସହ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ, ବିମାନଟି ମାଟିରେ ପିଟି ହେବାର କିଛି ସେକେଣ୍ଡ ପୂର୍ବରୁ ସମସ୍ତ ୪ ଜଣ କ୍ରୁ ସଦସ୍ୟ ପାରାଚୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ତଳକୁ ଡେଇଁପଡ଼ିଥିଲେ। ବର୍ତ୍ତମାନ ସମସ୍ତେ ସୁସ୍ଥ ଏବଂ ସ୍ଥିର ଥିବା ରିପୋର୍ଟରୁ ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ସାମିଲ ଥିବା ବିମାନ ଦୁଇଟି ହେଉଛି EA-18G ଗ୍ରୋଲର୍ସ (EA-18G Growlers), ଯାହାକି ୱାଶିଂଟନର ହୁଇଡବେ ଆଇଲ୍ୟାଣ୍ଡରେ ଥିବା ଇଲେକ୍ଟ୍ରୋନିକ୍ ଆଟାକ୍ ସ୍କ୍ୱାଡ୍ରନ୍ ୧୨୯ (Electronic Attack Squadron 129) ର ଅନ୍ତର୍ଗତ। ୟୁଏସ୍ ପାସିଫିକ୍ ଫ୍ଲିଟ୍‌ର ମୁଖପାତ୍ର କମାଣ୍ଡର ଆମେଲିଆ ଉମାୟାମ କହିଛନ୍ତି ଯେ, ଉଭୟ ବିମାନ ଏକ ପ୍ରଦର୍ଶନୀ କରୁଥିବା ବେଳେ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଥିଲେ। ପ୍ରଦର୍ଶନୀ ଦେଖୁଥିବା ଦର୍ଶକଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କୋଟି କୋଟି ଟଙ୍କାର ଏହି ଦୁଇ ବିମାନ ତଳକୁ ଖସିବା ବେଳେ ଆକାଶରେ ୪ଟି ଧଳା ପାରାଚୁଟ୍ ଖୋଲିଯାଇଥିଲା ଏବଂ ବିମାନଟି ମାଟିରେ ପଡ଼ିବା କ୍ଷଣି ଏକ ବିରାଟ ଅଗ୍ନିପିଣ୍ଡରେ ପରିଣତ ହୋଇଥିଲା।

ଏହି ଭୟଙ୍କର ଦୁର୍ଘଟଣା ପରେ ସେନା ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ସିଲ୍ କରିଦେଇଥିଲେ ଏବଂ ଗନ୍‌ଫାଇଟର୍ ସ୍କାଏଜ୍ (Gunfighter Skies) ନାମକ ଏହି ଏୟାର୍ ସୋ'ର ବାକି କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଥିଲେ। ବୋଇସେ (Boise) ସହର ଠାରୁ ପ୍ରାୟ ୫୦ ମାଇଲ୍ ଦକ୍ଷିଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କର ବେଶ୍ ଉତ୍ସାହ ଥିଲା, କାରଣ ୨୦୧୮ ମସିହା ପରେ ପ୍ରଥମ ଥର ପାଇଁ ଏଠାରେ ଏହି ବିମାନ ପ୍ରଦର୍ଶନୀ ଅନୁଷ୍ଠିତ ହେଉଥିଲା।

ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ମଧ୍ୟ ଏହି ବେସ୍ ରେ ଅନେକ ଦୁର୍ଘଟଣା ଘଟିଛି। ୨୦୧୮ ମସିହାରେ ଜଣେ ହ୍ୟାଙ୍ଗ୍ ଗ୍ଲାଇଡର୍ ପାଇଲଟଙ୍କର ପ୍ରଦର୍ଶନୀ ବେଳେ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୩ ମସିହାରେ ମଧ୍ୟ ଜଣେ ଥଣ୍ଡରବାର୍ଡସ୍ ପାଇଲଟ୍ ବିମାନ ଦୁର୍ଘଟଣାରୁ ମାତ୍ର କିଛି ସେକେଣ୍ଡ ପୂର୍ବରୁ ନିଜକୁ ସୁରକ୍ଷିତ ଭାବେ ବାହାର କରିପାରିଥିଲେ। ରବିବାରର ଏହି ଯୁଦ୍ଧ ବିମାନ ଧକ୍କାର ପ୍ରକୃତ କାରଣ ଖୋଜିବା ପାଇଁ ସେନା ପକ୍ଷରୁ ଏକ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରାଯାଇଛି।