Delta Plus Variant - The Sakala
ଓମିକ୍ରନ ଓ ଡେଲ୍‌ଟା ମିଶି ସୃଷ୍ଟି ହୋଇପାରେ ବିପଜ୍ଜନକ ଷ୍ଟ୍ରେନ
ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବର ଚିନ୍ତା ବୃଦ୍ଧି ପାଇଛି। ଏହା ମଧ୍ୟରେ କରୋନାର ସୁପର ଭାରିଆଣ୍ଟର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଓମିକ୍ରନ, ଡେଲ୍‌ଟା ମିଶି ବିପଜ୍ଜନକ ଷ୍ଟ୍ରେନ ସୃଷ୍ଟି ହୋଇପାରେ ବୋଲି ବ୍ରିଟେନ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଭାରତରେ ମଧ୍ୟ ଓମିକ୍ରନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ଅଧିକ ହୋଇଥିବାରୁ ନୂଆ ଷ୍ଟ୍ରେନ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ବ୍ରିଟେନ ପରି ସ୍ଥିତି ରହିଲେ ଦେଶର ଦୈନିକ ୧୪ ଲକ୍ଷ ମାମଲା ଆସିବ ବୋଲି ନିତି(ସ୍ବାସ୍ଥ୍ୟ) ଆୟୋଗ ସଦସ୍ୟ ଭିକି ପାଉଲ କହିଛନ୍ତି।
ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନାକୁ ନେଇ ମୁଣ୍ଡ ବିନ୍ଧା ବଢ଼ାଇବା ଭଳି ଚେତାବନୀ ଦେଇଛନ୍ତି। ମଡର୍ଣ୍ଣାର ଚିଫ୍‌ ମେଡିକାଲ ଅଫିସର ଡ. ପର୍ଲ ବର୍ଟନ କହିଛନ୍ତି ଯେ ଓମିକ୍ରନ ଏବଂ ଡେଲ୍‌ଟା ମିଶି ସୁପର ଭାରିଆଣ୍ଟ ସୃଷ୍ଟି କରିପାରନ୍ତି। ଦୁଇ ଭାରିଆଣ୍ଟ ମିଶି କାହାକୁ ସଂକ୍ରମିତ କଲେ ଏହି ସମ୍ଭାବନା ଅଧିକ ବୃଦ୍ଧି ପାଇବ। ବ୍ରିଟେନରେ ଡେଲ୍‌ଟା ଏବଂ ଓମିକ୍ରନର ସଂକ୍ରମଣ ବେଗ ସୁପର ଭାରିଆଣ୍ଟର ବିପଦକୁ ଦ୍ବିଗୁଣିତ କରିଛି। ଡ. ବର୍ଟନ କହିଛନ୍ତି ଯେ ସାଧାରଣତଃ କରୋନାର ଗୋଟିଏ ଷ୍ଟ୍ରେନ ମନୁଷ୍ୟକୁ ପ୍ରଭାବିତ କରିଥାଏ। କିନ୍ତୁ କିଛି ସ୍ବତନ୍ତ୍ର ମାମଲାରେ ଜଣେ ରୋଗୀ ୨ଟି ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି। ଯଦି ଡେଲ୍‌ଟା ଏବଂ ଓମିକ୍ରନ ଗୋଟିଏ ସେଲ୍‌କୁ ସଂକ୍ରମିତ କରନ୍ତି ତେବେ ଉଭୟ ଷ୍ଟ୍ରେନ ଡିଏନଏ ଅଦଳବଦଳ କରିପାରନ୍ତି। ସେମାନେ ମିଶିଗଲେ କରୋନାର ଏକ ନୂଆ ସୁପର ଷ୍ଟ୍ରେନ ସୃଷ୍ଟି ହୋଇପାରେ। ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ହୋଇପାରେ। ଉଭୟ ଭୂତାଣୁ ମିଶି ଜିନ ସହଭାଗିତା କିମ୍ବା ବଦଳାଇପାରନ୍ତି।
ଚଳିତ ମାସରେ ଏକ ସୁପର ଷ୍ଟ୍ରେନ ସୃଷ୍ଟି ହେବ ବୋଲି ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟିର ଭୂତାଣୁବିଜ୍ଞାନୀ ପିଟର ହ୍ବାଇଟ ଚେତାବନୀ ଦେଇଥିଲେ। ଜାନୁଆରୀରେ ବ୍ରିଟେନ ବିଶେଷଜ୍ଞମାନେ ସ୍ପେନରୁ ଏକ ନିଆରା ମାମଲା ଚିହ୍ନଟ କରିଥିଲେ। ଏଥିରେ ଆଲଫା ଏବଂ ବି.୧.୧୭୭ ଷ୍ଟ୍ରେନ ମିଶିଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି କାଲିଫର୍ଣ୍ଣିଆ ବୈଜ୍ଞାନିକମାନେ ଫେବୃଆରୀରେ କ୍ୟାଣ୍ଟ ଏବଂ ବି.୧.୪୨୯ ଷ୍ଟ୍ରେନ ମିଶି ଯାଇଥିବା ଜାଣିବାକୁ ପାଇଥିଲେ।
ଗତ ତିନି ଦିନ ହେଲା ବ୍ରିଟେନର କରୋନା ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରିଚାଲିଛି। ଶୁକ୍ରବାର ବ୍ରିଟେନରୁ ୯୩ ହଜାର ରୋଗୀ ଚିହ୍ନଟ ହୋଇଥିଲେ। ଏ ପର୍ଯ୍ୟନ୍ତ ସେଠାରୁ ୧୪୯୦୯ ଓମିକ୍ରନ ମାମଲା ଚିହ୍ନଟ ହେଲାଣି। ନୂଆ ମାମଲାରୁ ପ୍ରତି ୫ ଜଣଙ୍କ ମଧ୍ୟରେ ଜଣେ ଓମିକ୍ରନ ସଂକ୍ରମିତ ସାମିଲ ଅଛନ୍ତି। ଏ ପର୍ଯ୍ୟନ୍ତ ଏହି ଭାରିଆଣ୍ଟ ୫୧ ଦେଶକୁ ବ୍ୟାପିଲାଣି।
ଅନ୍ୟପକ୍ଷରେ ବିଶ୍ବରେ କରୋନା ମାମଲା ବୃଦ୍ଧିକୁ ନେଇ ଭିକେ ପାଉଲ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ବ୍ରିଟେନ ପରି ସଂକ୍ରମଣ ବଢ଼ିଲେ ଭୟାନକ ସ୍ଥିତି ସୃଷ୍ଟି ହେବ। ଦୈନିକ ୧୪ ଲକ୍ଷ ନୂଆ ମାମଲା ଆସିବ। ତେବେ ପ୍ରତି ମାମଲାର ଜିନୋମ ସିକ୍ବେନ୍ସିଂ କରାଯାଇପାରିବ ନାହିଁ। ଓମିକ୍ରନ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି। କିନ୍ତୁ ଏ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏହା ଉପରେ ଗବେଷଣା ଜାରି ରହିଛି ଏବଂ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଓମିକ୍ରନ ଯୋଗୁଁ ସାମାନ୍ୟ ସଂକ୍ରମଣ ହେଉଥିବା ଜଣାପଡିଛି। ଭାରତ ଜିନୋମ ସିକ୍ବେନ୍ସିଂ ମାମଲାରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଏହା ରୋଗକୁ ଆକଳନ ଏବଂ ପର୍ଯ୍ୟବେକ୍ଷଣ କରିବାର ଟୁଲ।
କରୋନା ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ
କରୋନା ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭେରିୟଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ସୂଚନା ଅନୁସାରେ ତ୍ରିପୁରାରେ 90 ପ୍ରତିଶତ ଡେଲଟା ପ୍ଲସ୍ ଭେରିୟଣ୍ଟ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେଥିପାଇଁ କୋଭିଡ ଗାଇଡ଼ ଲାଇନ କଡାକଡି ଭାବେ ଅନୁପାଳନ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।
କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ଏଠି ଅନଲକ ପ୍ରକ୍ରିୟା ଜାରି ରହିବା ସହ କୋଭିଡ ନିୟମକୁ କଡାକଡି ଲାଗୁ କରାଯିବା ଦରକାର । ଲାମ୍ବାଡ଼ା ଭେରିୟଣ୍ଟ ଦକ୍ଷିଣ ଆମେରିକାର ଚିଲିରେ ଅଧିକ ଚିହ୍ନଟ ହୋଇଥିଲା । ମାତ୍ର ଏହି ଭେରିୟଣ୍ଟ ଦ୍ୱାରା ପେରୁ ଅଧିକ ମୃତ୍ୟୁ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ଏହା ଦେଖା ଯାଇଥିଲା ।
ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇ ନାହିଁ । ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି । ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ଦରକାର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
ଭୁବନେଶ୍ୱର: ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଵିଶେଷ ଘାତକ ନୁହେଁ । କାରଣ ଯଦି ଏହା ଘାତକ ହୋଇଥାନ୍ତା ତେବେ ଦେବଗଡ଼ ଜିଲ୍ଲାରେ ବ୍ୟାପୀ ସାରିଥାନ୍ତା । ମାତ୍ର ଆମକୁ ସତର୍କ ରହିବାକୁ ପଡ଼ିବ । ଯେହେତୁ ସେ ସୁସ୍ଥ ହୋଇ ସାରିଛନ୍ତି ବର୍ତ୍ତମାନ କୌଣସି କଣ୍ଟାକଟ ଟ୍ରେସିଂର ଆବଶ୍ୟକତା ନାହିଁ । ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍‌ଏସ୍‌)ରେ ଜାନୁଆରୀରୁ ଜେନମ ସିକ୍ୟୁଏନିସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩୮୦୦ ସାମ୍ପୁଲ ଜେନମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇ ଥିଲା । ସେ ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ଥିଲା ସେଥି ମଧ୍ୟରୁ ୪୮ ଟି କେସ ସାମ୍ନାକୁ ଆସିଛି ଯାହା ମାତ୍ର ୦.୦୧ ପ୍ରତିଶତ । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ତାହା ଉପରେ ରିସର୍ଚ୍ଚ ଚାଲିଛି । ମାତ୍ର ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଯଦି ଆମେ ସତର୍କ ନ ରହିବା ତେବେ ଭାଇରସକୁ ଆମେ ଆମନ୍ତ୍ରଣ କରିବା ଭଳି ହେବ । ଅନଲକ ହେବା ପରେ ସମସ୍ତେ ନିୟମ ମାନନ୍ତୁ । ଅମାନିଆ ହେବା ଆମ ପାଇଁ ବିପଦ ସୃଷ୍ଟି କରି ପାରେ ବୋଲି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।
କରୋନା ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଇଛନ୍ତି ତାହାର ଏବେ ତର୍ଜମା ଚାଲିଛି । ରାଜ୍ୟ ସରକାର ଗଠନ କରିଥିବା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ସେଥିରେ ସମସ୍ତ ଜିଲ୍ଲାମାନଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା ସପ୍ତାହରେ ଦ୍ୱିତୀୟ ବୈଠକ ବସିବ । ସମସ୍ତ ଡାଟାକୁ ବିଶ୍ଳେଷଣ କରିବା ପରେ ସେ ଦିଗରେ ଅଧିକ ଆଲୋଚନା କରାଯିବ ବୋଲି ଶ୍ରୀ ପରିଡ଼ା ସୂଚିତ କରିଛନ୍ତି ।
ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ରୋଗୀ, ସୂଚନା ଦେଲେ କେନ୍ଦ୍ର ସରକାର
ରାଜ୍ୟରେ ପସିଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଓଡ଼ିଶାରେ ଚିହ୍ନଟ ହେଲେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ରୋଗୀ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ସରକାର । ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୮ଟି ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ କେସ୍‌ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ଓଡ଼ିଶାର ଦେବଗଡ଼ରେ ଚିହ୍ନଟ ହୋଇଛି ଏହି କେସ୍‌ ।
As of today, there are 48 cases of Delta Plus across the country: Dr SK Singh, National Centre for Disease Control (NCDC) Director #COVID19 pic.twitter.com/2DKkvqJjQE
— ANI (@ANI) June 25, 2021
ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟର ୪୮ ମାମଲା ମଧ୍ୟରୁ ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।