Film Maker Aisha Sultana - The Sakala

ଦେଶଦ୍ରୋହ ଅଭିଯୋଗ: ଚଳଚ୍ଚିତ୍ର ପ୍ରଯୋଜିକା ଆୟଶା ସୁଲତାନାଙ୍କୁ ଆଗୁଆ ଜାମିନ
ନୂଆଦିଲ୍ଲୀ: ଲାକ୍ଷାଦୀପର ଚଳଚ୍ଚିତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ଆୟଶା ସୁଲତାନାଙ୍କୁ କେରଳ ହାଇକୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଲାକ୍ଷାଦୀପର ବିଜେପି ରାଜ୍ୟ ସଭାପତି ଅବଦୁଲ ଖାଦରଙ୍କ ଅଭିଯୋଗରେ ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁଯାୟୀ, ଆୟେଶା ସୁଲତାନା କରୋନା ପରିଚାଳନାକୁ ନେଇ ଲାକ୍ଷାଦୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ସମାଲୋଚନା କରିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ, ମାଲାୟାଲମ୍ ଚ୍ୟାନେଲରେ ଏକ ଟିଭି ଡିବେଟ ସମୟରେ ସୁଲତାନା କହିଥିଲେ ଯେ ଲକ୍ଷଦୀପରେ କୋଭିଡ ବ୍ୟାପିବାରେ ଜୈବିକ ଅସ୍ତ୍ରର ବ୍ୟବହାର କରାଯାଇଥିଲା ।

ଗତ ସପ୍ତାହରେ ପ୍ରଶାସନ ନିଜ ବୟାନରେ କହିଥିଲା ଯେ ସୁଲତାନାଙ୍କ ଜାମିନ ଆବେଦନ ବିଚାର କରିବା ଯୋଗ୍ୟ ନୁହେଁ କାରଣ ଆବେଦନକାରୀ କୌଣସି ପ୍ରକୃତ ତଥା ବିଶ୍ୱାସନୀୟ କାରଣ ଦେଇନାହାଁନ୍ତି ଯେଉଁଥିପାଇଁ ତାଙ୍କୁ ଗିରଫ କରାଯିବ । ଏଥିରେ କୁହାଯାଇଛି ଯେ କବରତୀରେ ରହୁଥିବା ଜଣେ ରାଜନୈତିକ ନେତାଙ୍କ ଦ୍ୱାରା ରୁଜୁ କରାଯାଇଥିବା ଅଭିଯୋଗ ଆଧାରରେ ଆଇପିସିର ଧାରା ୧୨୪-କ (ଦେଶଦ୍ରୋହ) ଏବଂ ୧୫୩ (ଖ) ଅନୁଯାୟୀ ୯ଜୁନରେ ମାମଲା ରୁଜୁ କରାଯାଇଥିଲା ।

ଆଗୁଆ ଜାମିନକୁ ବିରୋଧ

ପ୍ରଶାସନ ଏହି ବିବୃତ୍ତିରେ କହିଛି ଯେ, ସୁଲତାନା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି । ଏଥିରେ କୁହାଯାଇଛି, ଆଙ୍କରଙ୍କ ତରଫରୁ ଚେତାବନୀ ଦିଆଯିବା ସତ୍ତ୍ୱେ ସୁଲତାନ କହିଥିଲେ ସେ ଯାହା କହିଛନ୍ତି ତାହା ଠିକ୍ ତେଣୁ ସେ ତାଙ୍କ କଥା ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ । ଏହାସହ ସେ କହିଛନ୍ତି ଯେ ଏଭଳି ବିବୃତ୍ତି ପାଇଁ ସେ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ।

କଣ କହିଲେ ଆୟେଶା

ଆୟେଶା ସୁଲତାନାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ଟିଭିରେ ଏକ ଡିବେଟ ସମୟରେ ଲକ୍ଷଦୀପରେ କୋଭିଦ୍ -୧୯ ବ୍ୟାପିବାକୁ ନେଇ ମିଥ୍ୟା ଖବର ଦର୍ଶକଙ୍କୁ ଦେଇଛନ୍ତି। ଏଥି ସହିତ ସେ ଲାକ୍ଷାଦୀପ ପ୍ରଶାସନକୁ ମଧ୍ୟ ସମାଲୋଚନା କରିଥିଲେ। ତେବେ ଫେସବୁକ ପୋଷ୍ଟରେ ସୁଲତାନା ତାଙ୍କ ବିବୃତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ।