unit 1 market - The Sakala

ଭୁବନେଶ୍ୱର ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ
ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାହା ଏକ ଭୂତଳ ମାର୍କେଟ ହୋଇଥିବାରୁ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ହିଁ ବାଟ ଥିଲା। ଉଭୟ ପଟେ ପ୍ରଖର ବେଗରେ ନିଆଁ ଓ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀ ପ୍ରାୟ ଘଣ୍ଟାଏ କାଳ ଭିତରେ ପଶି ପାରି ନ ଥିଲେ।  ଏହାପରେ ଭେଣ୍ଟିଲେସନ ବାଟକୁ ଭାଙ୍ଗି ଧୂଆଁ ବାହାର କରାଯାଇଥିଲା। ତା’ ପରେ ଅଗ୍ନିଶମ କର୍ମଚାରୀ ଭିତରେ ପଶିଥିଲେ। ସେମାନେ ପ୍ରାୟ ୪ ଘଣ୍ଟା କାଳ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଗତକାଲି ଦୀପାବଳି ଥିବାରୁ ବାଣ ନିଆଁ ପଡ଼ି ଏପରି ଅଗ୍ନିକାଣ୍ଡ ଘଟିଥାଇପାରେ କିମ୍ବା ସର୍ଟସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି।

ଆସନ୍ତାକାଲିଠୁ ଖୋଲିବ ୟୁନିଟ-୧ ହାଟ, ବ୍ୟବସାୟୀ ସଂଘ ତରଫରୁ ସୂଚନା
ଭୁବନେଶ୍ବର: ଆସନ୍ତାକାଲିଠୁ ଖୋଲିବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି। ପାର୍କିଂ, ଜବରଦଖଲ ସମସ୍ୟ ସହ ବିଭିନ୍ନ ଦାବିକୁ ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ । ପ୍ରାୟ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଫଳରେ ଏହା ଯୋଗୁଁ ଉଭୟ ଗ୍ରାହକ ଏକ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ତେବେ ମଙ୍ଗଳବାର ବିଏମସି ଟିମ୍‌ ହାଟ ପରିଦର୍ଶନ କରି ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲ। ବିଏମସି ତରଫରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଥିବା ସୂଚନା ଦେଇଛନ୍ତି ସଂଘ ସଭାପତି । ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

ପାର୍କିଂକୁ ନେଇ ତେଜିଲା ବିବାଦ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକନମ୍ବର ହାଟ ବନ୍ଦ
ଭୁବନେଶ୍ୱର: ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍‌‌-୧ ମାର୍କେଟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଉଠାଦୋକାନୀ ଓ ଭେଣ୍ଡିଂ ଜୋନ୍‌‌ ଏବଂ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ପରେ ଉଭୟ ପକ୍ଷରୁ ଥାନା ସାମ୍ନାରେ ଧାରଣା ଦେଇଥିଲେ। ଏହାପର ଠାରୁ ୟୁନିଟ୍‌‌-୧ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦରହିଛି। ଫଳରେ ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବା ଲୋକେ ହଟହଟା ହୋଇ ଫେରୁଛନ୍ତି।

ୟୁନିଟ-୧ ମାର୍କେଟ ବାହାରେ ଭୂତଳ ମାର୍କେଟ ନିକଟସ୍ଥ ଫୁଟ୍‌‌ପାଥରେ ଉଠାଦୋକାନୀମାନେ ଦୋକାନ ଖୋଲିଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟା ବେଳକୁ ଉକ୍ତ ଫୁଟପାଥ୍‌‌ରେ ସ୍ଥାୟୀ ଦୋକାନୀମାନଙ୍କ ପକ୍ଷରୁ ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟପକ୍ଷ ନିଜ ନିଜର ଯୁକ୍ତି ବାଢ଼ିଥିଲେ। ପରେ ଉଭୟ ପକ୍ଷରୁ ଥାନା ଘେରାଉ କରିବାରୁ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା। ପୁଲିସ ଉପସ୍ଥିତିରେ ବିଏମ୍‌‌ସି ଏବଂ ଉଭୟପକ୍ଷ ସହ ଆଲୋଚନା ହେବ ବୋଲି କୁହାଯିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ଏହାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ୟୁନିଟ୍‌‌-୧ର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଭଭୟପକ୍ଷ ନିଜ ଜିଦ୍‌‌ରେ ଅଟଳ ରହିଛନ୍ତି।

୧୨ଶହ ସ୍ଥାୟୀ ଦୋକାନ, ଶହେ ଉଠାଦୋକାନ ବନ୍ଦ

ପାର୍କିଂକୁ ନେଇ ଚାଲିଥିବା ବିବାଦ ଯୋଗୁଁ ୟୁନିଟ୍‌‌-୧ର ୧୨ଶହରୁ ଅଧିକ ସ୍ଥାୟୀ ଦୋକାନ ବନ୍ଦ ରହିଛି। ସେହିପରି ପ୍ରାୟ ଶହେରୁ ଅଧିକ ଉଠାଦୋକାନୀ ସେମାନଙ୍କ ପାଲ ଉଠାଇ ନାହାନ୍ତି। ପରିବା, ଖାଦ୍ୟସାମଗ୍ରୀ, ପୋଷାକ ଦୋକାନ ଏବଂ ଭେଣ୍ଡିଂ ଜୋନରେ ଥିବା ଦୋକାନଗୁଡ଼ିକ ବନ୍ଦରହିଛି। ଦୋକାନୀମାନେ ମେଳି ହୋଇ ନିଜ ନିଜ ସ୍ଥାନରେ ବସିରହିଛନ୍ତି। ଫଳରେ ଲୋକଙ୍କୁ ହଟହଟା ହୋଇ ଫେରିଯିବାକୁ ପଡ଼ିଛି। ତେବେ ୟୁନିଟ୍‌‌-୧ କେବେ ଖୋଲିବ ସେନେଇ କିଛି ସମାଧାନ ବାହାରି ନ ପାରିବାରୁ ଚିନ୍ତାରେ ଉଭୟ ଦୋକାନୀ ଏବଂ ଗ୍ରାହକ। ରାଜଧାନୀର ଦୈନିନ ହାଟ ବ୍ୟବସାୟ ସଂଘର କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି ପାର୍କିଂ ପାଇଁ ଆମେ ବିଏମ୍‌‌ସି ସହ ଆଲୋଚନା କରିଥିଲୁ। ବିଏମ୍‌‌ସି ଫୁଟ୍‌‌ପାଥକୁ ପାର୍କିଂ ପାଇଁ ଖୋଲିଦେବ ବୋଲି କହିଥିଲା। ହେଲେ ପ୍ରତିଶ୍ରୁତି ପୂରଣ ନ କରିବାରୁ ଆମେ ବାଧ୍ୟ ହୋଇ ଏଠାରେ ପାର୍କିଂ କରିଛି। ଅନ୍ୟପକ୍ଷରେ ୟୁନିଟ୍‌‌-୧ ଫ୍ରୁଟ୍‌‌ସ୍‌‌ ଭେଣ୍ଡି ଜୋନର ସାଧାରଣ ସମ୍ପାଦକ ସୂର୍ଯ୍ୟମଣୀ ସାହୁ କହିଛନ୍ତି ଏଠାରେ ୧୭ ବର୍ଷ ହେଲା ଭେଣ୍ଡିଂ ଜୋନ୍‌‌ ରହିଛି। ଉଠା ଦୋକାନୀମାନଙ୍କର ଟ୍ରେଡ୍‌‌ ଲାଇସେନ୍ସ ରହିଥିଲା ବେଳେ ଗ୍ରାଉଣ୍ଡ ରେଣ୍ଟ ଦେଉଛନ୍ତି।

୧୦୦ ଟଙ୍କାର ପରିବାକୁ ହଜାରେ ଟଙ୍କା ଜରିମାନା

ୟୁନିଟ୍‌‌-୧ ମାର୍କେଟରେ ପାର୍କିଂର ପର୍ଯ୍ୟାପ୍ତ ସୁବିଧା ନାହିଁ। ଫଳରେ ଏଠାକୁ ଆସୁଥିବା ଗ୍ରାହକମାନେ ରାସ୍ତା କଡ଼ରେ ଗାଡ଼ି ରଖି ଚାଲିଯାଉଛନ୍ତି। ମାତ୍ର ଶହେ ଟଙ୍କାର ପରିବା କିଣୁଥିଲା ବେଳେ ବେଆଇନ୍‌‌ ପାର୍କିଂ ଯୋଗୁଁ ହଜାରେ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ମୋବାଇଲକୁ ମେସେଜ୍‌‌ ଆସିଯାଉଛି। ଫଳରେ ଗ୍ରାହକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ଧୀରେ ଧୀରେ ଗ୍ରାହକମାନେ ଏହି ପରିବା ମାର୍କେଟରୁ ମୁହଁ ଫେରାଉଛନ୍ତି। ୟୁନିଟ୍‌‌-୧ ପାର୍କିଂ ପାଇଁ ଗୋଟିଏ ପଡ଼ିଆ ରହିଛି। ହେଲେ ମାତ୍ର ୪ଶହ ଗାଡ଼ି ପାର୍କିଂର ବ୍ୟବସ୍ଥା ରହିଛି। ୧୨୦୦ ଜଣ ବ୍ୟବସାୟ କରୁଥିବା ବେଳେ ସେଠାରେ ମାତ୍ର ୪ଶହ ଗାଡ଼ି ପାର୍କିଂ ବ୍ୟବସ୍ଥା ରହିଥିବାରୁ ଅନେକ ସମସ୍ୟା ହେଉଛି ବୋଲି ଦୋକାନୀମାନେ କହିଛନ୍ତି।

ହକି ପରେ ରାସ୍ତା ଉପର ପାର୍କିଂ ବନ୍ଦ ଅଛି

ପୂର୍ବରୁ ମାର୍କେଟର ସାମ୍ନା ରାସ୍ତାରେ ପାର୍କିଂ କରାଯାଉଥିଲା। କାରଗୁଡ଼ିକ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଥିଲା ବେଳେ ବାଇକ୍‌‌ ପାଇଁ ମଧ୍ୟ ରାସ୍ତାରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଟ୍ରାଫିକ୍‌‌ ସମସ୍ୟା ହେଲେ ମଧ୍ୟ ଏଠାରେ ଦୀର୍ଘ ବର୍ଷ ଧରି ପାର୍କିଂ ହୋଇଆସୁଥିଲା। ହେଲେ ହକି ବିଶ୍ୱକପ୍‌‌ ବେଳେ ଏହାକୁ ଉଠାଇ ଦିଆଗଲା। ଫଳରେ ଚାରିଚକିଆରେ ଆସୁଥିବା ଗ୍ରାହକ ଆଉ ଆସୁନାହାନ୍ତି। ଏବେ ବାଇକ୍‌‌ରେ ଆସୁଥିବା ଗ୍ରାହକ ମଧ୍ୟ ପାର୍କିଂ ଯୋଗୁଁ ମୁହଁ ଫେରାଉଛନ୍ତି।

ଛକିକି ରହୁଛି ଟ୍ରାଫିକ୍‌‌ ପୁଲିସ

ରାଜଧାନୀରେ ସାରା ବେଆଇନ୍‌‌ ପାର୍କିଂ ହେଲେ ମଧ୍ୟ ଟ୍ରାଫିକ୍‌‌ ପୁଲିସର ସେତେଟା ନଜର ପଡୁନାହିଁ। ହେଲେ ୟୁନିଟ୍‌‌ -୧ ସାମ୍ନାରେ ପାର୍କିଂକୁ ଜାଣିଶୁଣି କଡ଼ାକଡ଼ି କରାଯାଉଛି। ସବୁବେଳେ ଏଠାରେ ଦୁଇ ଟ୍ରାଫିକ୍‌‌ କର୍ମଚାରୀ ଛକିକି ରହୁଛନ୍ତି। ରାସ୍ତାରେ ଗାଡ଼ି ଦେଖିବା ମାତ୍ରେ ଫଟୋ ଉଠାଇ ଦେଉଛନ୍ତି ବୋଲି ୟୁନିଟ୍‌‌-୧ ମାର୍କେଟ୍‌‌ ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଉଛି।

ଗହଳି ଏଡାଇବା ପାଇଁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର
ଭୁବନେଶ୍ୱର: କାୟା ବିସ୍ତାର କରି ଚାଲିଛି କରୋନା । ପ୍ରତିଦିନ ୧୦ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାକୁ ହରାଇ ପାଇଁ ଟିକା କରଣ ଓ କୋଭିଡ ଗାଇଡଲାଇନକୁ ପାଳନ କରାଯାଉଛି। ଏଥିସହିତ ଗହଳି ଏଡାଇବା ପାଇଁ ବିଭିନ୍ନ ବଡବଡ ହାଟଗୁଡିକୁ ସ୍ଥାନାନ୍ତର କରାଯାଉଛି। ରାଜଧାନୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର କରାଯାଇଛି। ଆଜିଠାରୁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିଛି। ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି।

ୟୁନିଟ-୧ ଭିତର ହାଟକୁ ସିଲ୍ କଲା ବିଏମସି, ଜୁଲାଇ ୧ ଯାଏଁ ଉଭୟ ହୋଲସେଲ୍ ଓ ଖୁଚୁରା ବ୍ୟବସାୟ ବନ୍ଦ
ଭୁବନେଶ୍ୱର: ରାଜଧାନୀର ୟୁନିଟ-୧ ଭିତର ହାଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୟୁନିଟ-୧ ଭିତର ହାଟକୁ ସିଲ୍ କରି ଦେଇଛି ବିଏମସି । ଗତ ୨୩ ତାରିଖରେ ୧ ନମ୍ବର ହାଟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୧ ତାରିଖ ଯାଏ ଉଭୟ ସମସ୍ତ ହୋଲସେଲ୍ ଓ ଖୁଚୁରା ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ-୧ ଭିତର ହାଟ ଭିତରେ କୌଣସି ବି ଦୋକାନ ଖୋଲିବ ନାହିଁ । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।