Aarti Ravi - The Sakala

ଛାଡ଼ପତ୍ର ନ ମିଳିବା ଯାଏଁ ଅଭିନୟ କରିବି ନାହିଁ: ସାମ୍ବାଦିକ ସମ୍ମିଳନୀରେ ଭାବବିହ୍ୱଳ ହେଲେ ଜୟମ ରବି
ତାମିଲ ସିନେମାର ଲୋକପ୍ରିୟ ଅଭିନେତା ଜୟମ ରବି (ଯାହାଙ୍କୁ ରବି ମୋହନ ମଧ୍ୟ କୁହାଯାଏ) ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ପତ୍ନୀ ଆରତୀ ରବିଙ୍କ ଠାରୁ ଛାଡ଼ପତ୍ର ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ସେ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିବେ ନାହିଁ। ଏଥିସହ ସେ ଗାୟିକା କେନିଶା ଫ୍ରାନ୍ସିସ୍ଙ୍କ ସହ ତାଙ୍କ ସମ୍ପର୍କର ଗୁଜବ ଏବଂ ସାଇବର ବୁଲିଂ ଉପରେ ମଧ୍ୟ ନିଜର ନୀରବତା ଭାଙ୍ଗିଛନ୍ତି।

ଭାବବିହ୍ୱଳ ହେଲେ ଜୟମ ରବି

ଗଣମାଧ୍ୟମ ଆଗରେ ନିଜର କୋହଭରା ବୟାନ ରଖି ଜୟମ ରବି କହିଛନ୍ତି ଯେ ତାଙ୍କର ନୀରବତାକୁ ଦୁର୍ବଳତା ବୋଲି ଧରି ନିଆଯାଇଛି। ସେ ଦୀର୍ଘ ୨ ବର୍ଷ ଧରି ନୀରବ ରହିଥିଲେ, ଯାହାର ଲୋକମାନେ ଫାଇଦା ଉଠାଇଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଉଛି ତାଙ୍କୁ ତାଙ୍କ ନିଜ ପିଲାମାନଙ୍କୁ ଭେଟିବାକୁ ଦିଆଯାଉନାହିଁ ଏବଂ ପିଲାମାନଙ୍କ ସ୍କୁଲକୁ ସୁରକ୍ଷାକର୍ମୀ ପଠାଯାଉଛି। ନିଜ ପିଲାମାନଙ୍କର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସେ ଏହି ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯେପର୍ଯ୍ୟନ୍ତ ଛାଡ଼ପତ୍ର ବିବାଦର ସମାଧାନ ନହୋଇଛି, ସେ ଅଭିନୟରୁ ଦୂରେଇ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

କେନିଶାଙ୍କୁ ନେଇ ମୁହଁ ଖୋଲିଲେ ରବି

ଏହି ବିବାଦରେ ଗାୟିକା ତଥା ଆଧ୍ୟାତ୍ମିକ ହିଲର କେନିଶା ଫ୍ରାନ୍ସିସ୍ଙ୍କୁ ନେଇ ହେଉଥିବା ଟ୍ରୋଲିଂକୁ ଅଭିନେତା କଡ଼ା ନିନ୍ଦା କରିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନର ବିବାଦରେ କେନିଶାଙ୍କୁ ବିନା କାରଣରେ ଟାଣି ଅପମାନିତ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଲଗାତାର ସାଇବର ବୁଲିଂ ଏବଂ ମାନସିକ ନିର୍ଯାତନା କାରଣରୁ କେନିଶା ନିକଟରେ ସୋସିଆଲ ମିଡିଆରୁ ବିଦାୟ ନେବା ସହ ଚେନ୍ନାଇ ଛାଡ଼ିଥିବା ଘୋଷଣା କରିଛନ୍ତି।

ଆରତୀ ରବିଙ୍କ ପାଲଟା ଜବାବ

ଜୟମ ରବିଙ୍କ ଏହି ସାମ୍ବାଦିକ ସମ୍ମିଳନୀ ଏବଂ କେନିଶାଙ୍କ ବିବୃତ୍ତି ପରେ, ରବିଙ୍କ ପତ୍ନୀ ଆରତୀ ରବି ନିଜ ଇନଷ୍ଟାଗ୍ରାମରେ ଏକ ଶକ୍ତିଶାଳୀ ବାର୍ତ୍ତା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, "ଶୋଇଥିବା ସିଂହକୁ କେବେବି ଉଠାନ୍ତୁ ନାହିଁ। ମୋର ମର୍ଯ୍ୟାଦାପୂର୍ଣ୍ଣ ନୀରବତାକୁ କେବେହେଲେ ଦୁର୍ବଳତା ବା ସୁଯୋଗ ଭାବିବା ଉଚିତ ନୁହେଁ। ଯଦି ଆବଶ୍ୟକ ପଡ଼େ, ମୋ ପିଲାମାନଙ୍କୁ ଏବଂ ମୋର ସମ୍ମାନ ରକ୍ଷା କରିବା ପାଇଁ ମୁଁ ମୋ କମ୍ଫର୍ଟ ଜୋନ୍ ରୁ ବାହାରି ସତ୍ୟ ସହିତ ଦୁନିଆର ସାମ୍ନା କରିବି। କାରଣ ସତ୍ୟର ସର୍ବଦା ଜୟ ହୁଏ"। ଆରତୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯାହା ଏହି ବିବାଦକୁ ଏକ ନୂଆ ମୋଡ଼ ଦେଇଛି।