Quietest Place - The Sakala

ବିଶ୍ବର ସବୁଠୁ ଶାନ୍ତ ସ୍ଥାନ
ସ୍ତବହୁଳ ଜୀବନ ଭିତରେ ସମସ୍ତେ ଟିକିଏ ଶାନ୍ତି ଚାହାଁନ୍ତି । ବଣ ଜଙ୍ଗଲ, ପାହାଡ଼, ଝରଣା ଥିବା ପ୍ରାକୃତିକ ପରିବେଶରେ ଲୋକେ ଶାନ୍ତି ଖୋଜିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ବର ସବୁଠାରୁ ଶାନ୍ତ ସ୍ଥାନ କୌଣସି ବଣ ଜଙ୍ଗଲ କି ନିର୍ଜନ ଦ୍ବୀପରେ ନାହିଁ, ଏହା ଆମେରିକାର ମିନେସୋଟା ରାଜ୍ୟରେ ଅଛି । ଏହା କୌଣସି ବିରାଟ କୋଠ କି ପ୍ରାସାଦ ନୁହେଁ, ଏହା ଏକ କୋଠରି । ବାସ୍ତବରେ, ଏହା ଏକ ପ୍ରକାର ଲାବ୍ରୋଟାରୀ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ ରେକର୍ଡରେ ଏହା ଦୁନିଆର ସବୁଠାରୁ ଶାନ୍ତ ସ୍ଥାନ ଭାବରେ ମଧ୍ୟ ସ୍ଥାନ ପାଇଛି ।

ଏହି କୋଠରି ସମ୍ପର୍କରେ ସବୁଠାରୁ ଖାସ୍ କଥା ହେଉଛି ଏଥିରେ କୌଣସି ପ୍ରକାରର ଶବ୍ଦ ଶୁଣାଯିବ ନାହିଁ । ଏହି କୋଠରି ୯୯.୯୯ ପ୍ରତିଶତ ଶବ୍ଦ ଅବଶୋଷିତ କରିଦେଇଥାଏ | ଧ୍ବନି ମୁକ୍ତ ଏହି ଲାବ୍ରୋଟାରୀକୁ କୌଣସି ଉତ୍ପାଦର ମାତ୍ରା ଓ ଧ୍ୱନିର ଗୁଣବତ୍ତା ପରୀକ୍ଷା କରିବାକୁ ବ୍ୟବହୃତ ହୁଏ । ଏହି କୋଠରି ଭିତର ଏତେ ଶାନ୍ତ ଯେ, ଯଦି କେହି ୪୫ ମିନିଟରୁ ଅଧିକ ସମୟ ରୁହନ୍ତି, ତେବେ ସେହି ବ୍ୟକ୍ତିଙ୍କ ମାନସିକ ସନ୍ତୁଳନ ବିଗିଡି ଯିବାର ଆଶଙ୍କା ରହିଛି । ଯଦି ଶାନ୍ତିକୁ କୌଣସି ଏକ ପାରାମିଟରରେ ମପାଯାଏ ତେବେ ଆମ ଶୋଇବା ପରେ ଏ ଡେସିବଲ ଶାନ୍ତି ଥାଏ, ମାତ୍ର ଏହି ଲାବୋଟାରୀରେ ମାଇନସ୍ ଓ ଡେସିବଲ ଶାନ୍ତି ଅଛି ।

ଏହି କୋଠରି ୩.୩ ଫୁଟ ମୋଟା ଫାଇଦରାସ୍‌ ଇନସୁଲେଟେଡ ଷ୍ଟିଲ ଏବଂ ଏକ ଫୁଟ କର୍କଟର ଡବଲ କାନ୍ଥରେ ନିର୍ମିତ। ଉକ୍ତ କୋଠରିକୁ ଯିବାକୁ ହେଲେ କିଛି ସର୍ଭ ମାନିବାକୁ ପଡ଼ିଥାଏ । ଏହି ପ୍ରକାର ଭିତରେ ରହିବାର କମ ସମୟ ଦିଆଯାଏ । ଯଦି କୌଣସି ବ୍ୟକ୍ତି ଏହି କୋଠରିରେ ପ୍ରବେଶ କରନ୍ତି, ତେବେ ଉପରେ ଦୃଷ୍ଟି ରଖୁଥାନ୍ତି । ଏହି କୋଠରିରେ ଏଠାରେ ନିୟୋଜିତ ଅଧିକାରୀମାନେ ତାଙ୍କ କେବଳ ଗଣମାଧ୍ୟମର ସଦସ୍ୟମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାକୀ ରହିବାକୁ ଅନୁମତି ଦିଆଯାଇଛି ।

ଜଣେ ସାମ୍ବାଦିକ ସର୍ବାଧୂକ ୪୫ ମିନିଟ୍ ସେଠାରେ ରହିଥିଲେ। ଅଧିକାଂଶ ଲୋକ ଏହାଠାରୁ କମ୍ ସମୟ ମଧ୍ୟରେ କୋଠରିରୁ ବାହାରକୁ ପଳାଇଆସନ୍ତି। ଆପଣ ଯେ, ଏହି କୋଠରିରେ କେହି

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୋଠରିରେ କେହି ନିଃଶ୍ବାସ ନେବାବେଳେ ମଧ୍ୟ ସେ ତାଙ୍କର ଜନସ୍ବତନ ଧମନୀରେ ପହିତ ରକ୍ତ ଏବଂ ପ୍ରସୟ ଶବ୍ଦ ମଧ୍ୟ ଶୁଣିଥାନ୍ତି । କୋଠରି ନିର୍ମାଣରେ ଅତ୍ୟାଧୁନିକ ବୈଷୟିକ କୌଶଳ ଯୋଗୁଁ ଏହା ସମ୍ଭବ ହେଉଛି ।