Unique Marriage - The Sakala

ବିହାରରେ ନିଆରା ପ୍ରେମ: ୬୦ ବର୍ଷର ବୃଦ୍ଧଙ୍କୁ ବିବାହ କଲେ ୨୨ ବର୍ଷର ଯୁବତୀ, ଭିଡିଓ ହେଲା ଭାଇରାଲ୍
ବିହାର: ପ୍ରେମର କୌଣସି ବୟସ ନଥାଏ, ଏହାକୁ ପ୍ରମାଣିତ କରିଛି ବିହାରର କଟିହାର ଜିଲ୍ଲାରେ ଘଟିଥିବା ଏକ ନିଆରା ବିବାହ ଘଟଣା। ଏଠାରେ ଜଣେ ୨୨ ବର୍ଷୀୟା ଯୁବତୀ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ପ୍ରେମ ବିବାହ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଥିବା ୩୮ ବର୍ଷର ବୟସ ବ୍ୟବଧାନ ସତ୍ତ୍ୱେ ଏହି ପ୍ରେମ ସମ୍ପର୍କ ବିବାହର ରୂପ ନେଇଛି ଏବଂ ବର୍ତ୍ତମାନ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଏହି ଘଟଣାଟି କଟିହାର ଜିଲ୍ଲା ମନିହାରୀ ବ୍ଲକ୍ ଅନ୍ତର୍ଗତ ବାଘମାରା ପଞ୍ଚାୟତର ଅଟେ। ଗତ ବୁଧବାର ଦିନ ଗାଁର କିଛି ଲୋକ ୬୦ ବର୍ଷୀୟ ସୁଗ୍ରୀମ ପାଶ୍ୱାନ ଏବଂ ପାଖ ବୋଲିୟା ପଞ୍ଚାୟତର ୨୨ ବର୍ଷୀୟା ଯୁବତୀଙ୍କୁ ଏକ ନିର୍ଜନ ସ୍ଥାନରେ ଏକାଠି ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀ ଦୁହିଁଙ୍କୁ ପଞ୍ଚାୟତ ସାମ୍ନାକୁ ଆଣି ପଚରାଉଚରା କରିଥିଲେ। ଉଭୟେ ନିଜ ଇଚ୍ଛାରେ ଏକାଠି ରହିବାକୁ ଚାହୁଁଛନ୍ତି ବୋଲି ନିର୍ଭୟରେ ସ୍ୱୀକାର କରିବା ପରେ, ଗ୍ରାମବାସୀଙ୍କ ସମ୍ମତି କ୍ରମେ ସ୍ଥାନୀୟ ଏକ ମନ୍ଦିରରେ ପଣ୍ଡିତ ଡାକି ହିନ୍ଦୁ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ସମ୍ପନ୍ନ କରାଯାଇଥିଲା।

ପଚରାଉଚରା ବେଳେ ଯୁବତୀ ଜଣକ ପ୍ରକାଶ କରିଥିଲେ ଯେ, ସେ ଗତ ଦୁଇ ବର୍ଷ ଧରି ସୁଗ୍ରୀମ ପାଶ୍ୱାନଙ୍କୁ ଭଲ ପାଉଥିଲେ ଏବଂ ନିଜ ଇଚ୍ଛାରେ ଏହି ବିବାହ କରିଛନ୍ତି। ସେମାନଙ୍କ ପରିବାର ଲୋକଙ୍କର ମଧ୍ୟ ଏହି ବିବାହକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ସେ କହିଥିଲେ। ସେହିପରି ସୁଗ୍ରୀମ ମଧ୍ୟ ନିଜ ପ୍ରେମର ଫଳ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଉଭୟ ପରସ୍ପରକୁ ଭଲ ଭାବରେ ବୁଝନ୍ତି ଏବଂ ବିବାହ ପରେ ସେମାନଙ୍କର କୌଣସି ଚିନ୍ତା ନାହିଁ ବୋଲି ପ୍ରକାଶ କରିଛନ୍ତି।

ବିବାହ ସମୟରେ ଉପସ୍ଥିତ ଥିବା ଅନେକ ଲୋକ ଏହାର ଭିଡିଓ ଏବଂ ଫଟୋ ଉତ୍ତୋଳନ କରିଥିଲେ। ଭାଇରାଲ୍ ହେଉଥିବା ଭିଡିଓରେ ସୁଗ୍ରୀମ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଥିବାର ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଅନୋଖା ବିବାହକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଉଛି। କିଛି ଲୋକ ଏହାକୁ 'ପ୍ରେମର କୌଣସି ବୟସ ନଥାଏ' ବୋଲି କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ବୋଲି ଅଭିହିତ କରିଛନ୍ତି।

ନିଆରା ବାହାଘର: ବର ଘରକୁ କନିଆଁ ଆଣିଲା ବରଯାତ୍ରୀ, ଶ୍ୱଶୁର ଘରକୁ ବିଦା ହେଲା ପୁଅ....
କେନ୍ଦୁଝର: ବର ଘରକୁ କନିଆଁ ଆଣିଲା ବରଯାତ୍ରୀ । ପୁଅ ହେଲା ଶ୍ୱଶୁର ଘରକୁ ବିଦା । ବର ନୁହେଁ, ବର ଘରକୁ ରୋଷଣୀରେ ବରଯାତ୍ରୀ ନେଇ ଆସିଲା କନିଆଁ। ଖାଲି ସେତିକି ନୁହେଁ, ପୁଅକୁ ଖଟ-ପଲଙ୍କ ଓ ରୋଷେଇ ସାମଗ୍ରୀ ଯୌତୁକ ଦେଇ ଶାଶୁଘରକୁ ବିଦା କଲେ ବାପା-ମାଆ। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଆସିଛି ଏମିତି ଏକ ନିଆରା ବାହାଘରର ଚିତ୍ର।

ସୂଚନା ଅନୁସାରେ, ବାଂଶପାଳ ବ୍ଲକ୍‌ର ରୟା ଦେହୁରୀଙ୍କ କନ୍ୟା ଲକ୍ଷ୍ମୀଙ୍କ ବିବାହ ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗ୍ରାମର ପଞ୍ଚୁ ପଧାନଙ୍କ ପୁଅ ବସନ୍ତଙ୍କ ସହ ନିର୍ଦ୍ଧାରିତ ହୋଇଥିଲା । ରୟା ଦେହୁରୀଙ୍କ ପୁଅ ନଥିବାରୁ ବିବାହ ପରେ ବସନ୍ତ ଘର ଜ୍ୱାଇଁ ଭାବେ ରହିବେ ବୋଲି ଦୁଇ ପରିବାର ମଧ୍ୟରେ ପୂର୍ବରୁ ସହମତି ହୋଇଥିଲା । ଏହାପରେ ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସରିଥିଲା । ତେବେ ବିବାହ ପରେ ପୁଅକୁ କନ୍ୟା ଘରେ ଛାଡି ଆସିବାକୁ ବରଙ୍କ ପିତା ରାଜି ହୋଇନଥିଲେ । ଏହାପରେ ଉଭୟ ପକ୍ଷର ସହମତିରେ ନୂଆ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, କନ୍ୟା ନିଜେ ବର ଘରକୁ ଯାଇ ବିବାହ କରିବେ ଏବଂ ବିବାହ ପରେ ଦମ୍ପତି କନ୍ୟା ଘରକୁ ଫେରିବେ ।

ଏହି ନିଆରା ବାହାଘରରେ କନ୍ୟା ବାଜା-ବଜାଇ ରୋଶଣୀ କରି ବର ଘରକୁ ପହଞ୍ଚିଥିଲେ । ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ବରଙ୍କୁ ଯୌତୁକ ଦେଇ ବିଦା କରାଯିବା । ଯେପରି କନ୍ୟାଙ୍କୁ ବିଦା କରାଯାଏ, ସେହିପରି ପଲଙ୍କଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପୁଅକୁ ଦିଆଯାଇ ଶ୍ୱଶୁର ଘରକୁ ବିଦା କରାଯାଇଥିଲା ।