Petrol Diesel Crisis - The Sakala

ସାରା ରାଜ୍ୟରେ ତେଲ ସଙ୍କଟ, ଧାଡିରେ ଲୋକେ; ନିଦାବିଷ୍ଣୁ ସାଜିଛି ଯୋଗାଣ ବିଭାଗ: ବିଜେଡି
ଭୁବନେଶ୍ୱର: ଧାଡି ସରକାର ଭାବେ କୁଖ୍ୟାତ ଅର୍ଜନ କରିଥିବା ଡବଲ ଇଂଜିନ ସରକାର ପୁଣି ଥରେ ସାଧାରଣ ଲୋକଙ୍କୁ ପଦାରେ ଧାଡି କରି ଠିଆ କରିଛି । ପେଟ୍ରୋଲ ଓ ଡିଜେଲ  ପାଇଁ ସାରା ରାଜ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । ବିମୁଦ୍ରିକରଣ ସମୟରେ ଯେଉଁଭଳି ସାଧାରଣ ଲୋକ ବ୍ୟାଙ୍କରେ ଧାଡି ହୋଇ ଠିଆ ହୋଇଥିଲେ, ସେଭଳି ତେଲକୁ ନେଇ ୪ରୁ ୫ ଘଣ୍ଟା ଟାଙ୍କି ସମ୍ମୁଖରେ ଠିଆ ହେଉଛନ୍ତି ଲୋକେ । ଯୋଗାଣ ବିଭାଗ ତଥା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଶ୍ରୀଯୁକ୍ତ ସଂଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ରାଜ୍ୟରେ ସୃଷ୍ଟି ହୋଇଥିବା ଏହି ଅଘୋଷିତ ଆପଦ ପାଇଁ ବିଜେପି ସରକାରଙ୍କ ଅପରିଣାମଦର୍ଶୀ ତଥା ଦିଶାହୀନ ଶାସନ ଦାୟୀ ।

ଶ୍ରୀଯୁକ୍ତ ଦାସବର୍ମା କହିଛନ୍ତି, ରାଜ୍ୟରେ ତେଲ ସମସ୍ୟାକୁ ନେଇ ଯେତେବେଳେ ସାଧାରଣ ଲୋକ ରାଜରାସ୍ତାରେ ଧାଡି କରି ଠିଆ ହେଲେ, ସେତେବେଳେ ଯୋଗାଣମନ୍ତ୍ରୀ ମିଛ ବାହାସ୍ପଟ ମାରି କହିଥିଲେ କୌଣସି ପ୍ରକାର ସମସ୍ୟା ନାହିଁ । ତେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ, କେଉଁଠି ତେଲ ଟାଙ୍କି ବନ୍ଦ ରହିଥିଲା ବେଳେ ଆଉ କେଉଁଠି ଦୁଇଚକିଆ ଗାଡିକୁ ୨ଶହ ଟଙ୍କା ଓ ଚାରି ଚକିଆ ଗାଡିକୁ ୧୦୦୦ ଟଙ୍କାର ତେଲ ଦିଆଯାଉଛି । ତେଲ ଦୁର୍ଦ୍ଦଶାରେ ଜର୍ଜରିତ ହେଲାଣି ସାରା ଓଡିଶା କିନ୍ତୁ ରାଜ୍ୟ ସରକାର ଏହାର ପ୍ରତିକାର କରିବା ପରିବର୍ତ୍ତେ ମିଛ ଫୁଟାଣି ମାରୁଛନ୍ତି । ସରକାର ଏହି ସମସ୍ୟାକୁ କିଭଳି ସମାଧାନ ହେବ ସେଥିପ୍ରତି ଧ୍ୟାନ ନଦେଇ ନିଜର ଦୁଇ ବର୍ଷ ପୂର୍ତ୍ତି କିପରି ପାଳନ କରାଯିବ ସେଥିପାଇଁ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଘନ ଘନ ଚାଲିଛି । ଗୋଟିଏ ପଟେ ରାଜ୍ୟର ଲୋକମାନେ ତେଲ ପାଇଁ ଲମ୍ବା ଧାଡିରେ ଥିବାବେଳେ ବେଡି ଉପରେ କୋରଡା ମାଡ ପରି ତୈଳ ଦର ବୃଦ୍ଧି ଲୋକଙ୍କ ଆର୍ଥୀକ ବୋଝ ବଢାଉଛି । ଯୋଗାଣ ସଚିବ କହୁଛନ୍ତି ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି, ଅନ୍ୟପଟେ ଯୋଗାଣମନ୍ତ୍ରୀ କହୁଛନ୍ତି ତେଲ ମାତ୍ର ୧୩ ଦିନ ପାଇଁ ଗଚ୍ଛିତ ଅଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି, ମନ୍ତ୍ରୀ ଓ ସଚିବଙ୍କ କଥାରେ ତାଳମେଳ ନାହିଁ । ଡବଲ ଇଂଜିନ ସରକାରରେ ଢିଙ୍କିଶାଳ ରୁ ହାଣ୍ଡିଶାଳ ପର୍ଯ୍ୟନ୍ତ ଯେଉଁ ମହଙ୍ଗା ମାଡ ଜନସାଧାରଣଙ୍କୁ ଦେଉଛନ୍ତି ଲୋକେ ଆଗାମୀ ଦିନରେ ଏହାର ଜବାବ ଦେବେ ।

ଡ. ମହାନ୍ତି କହିଛନ୍ତି, ବିଜେପି ଦଳ କ୍ଷମତାରେ ନଥିବା ବେଳେ ଗୋଟିଏ କଥା କହୁଥିଲା ବେଳେ କ୍ଷମତାକୁ ଆସିଲା ପରେ ଆଉ ଗୋଟିଏ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଗତ କାଲି ୩ଟଙ୍କା ତେଲ ଦର ବୃଦ୍ଧି ପାଇଛି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଭାଟ ହ୍ରାସ ଓ ଜିଏସ୍ଟିରେ ପେଟ୍ରୋଲ ଓ ଡିଜେଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚିକ୍ରାର କରୁଥିଲେ । କିନ୍ତୁ ଆଜି ସେମାନେ କ୍ଷମତାରେ ଥାଇ ସେହିକଥାକୁ କାହିଁକି ପାଳନ କରୁନାହାନ୍ତି? ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଜେପି ହେଉଛି ଦୋମୁହାଁ । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୫୦ରୁ ୬୦ ଟଙ୍କା ଥିଲା ବେଳେ ତୈଳ ଦର ନକମାଇ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ନିର୍ଦ୍ଦିଷ୍ଟ କମ୍ପାନୀ ମୁନାଫା କମାଇଥିଲେ । ଆଜି ଯେତେବେଳେ ଅଶୋଧିତ ତୈଳ ବୃଦ୍ଧି ହେଉଛି ସେତେବେଳେ ତେଲ କମ୍ପାନୀ ମାନଙ୍କୁ ମୁନାଫା ଦେବା ପାଇଁ ଲୋକଙ୍କ ଉପରେ ୩ଟଙ୍କା ତୈଳ ଦର ବୃଦ୍ଧି କରିଛି ବିଜେପି ସରକାର । ଏଥିରୁ ସ୍ପଷ୍ଟ ହେଉଛି ବିଜେପିର ଅସଲ ଚିତ୍ରଚରିତ୍ର ।

ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁ ସାଧାରଣ ଜନତା ଆଜି ୪୦ ଡିଗ୍ରୀ ଖରାରେ ଧାଡିରେ ଠିଆ ହେଉଛନ୍ତି । ଋଷିଆ ଭଳି ମିତ୍ର ଦେଶମାନେ ଆମକୁ ଶସ୍ତାରେ ଅଶୋଧିତ ତୈଳ ଦେବା ପାଇଁ ରାଜି ଥିଲା ବେଳେ କେଉଁ ଅଜଣା ଶକ୍ତି କାରଣରୁ ପ୍ରଧାନମନ୍ତ୍ରୀ ଭୟଭିତ ହୋଇ ଆମେରିକା ନିଦେ୍ର୍ଦଶରେ ଋଷିଆ ବଦଳରେ ଅନ୍ୟ ଦେଶରୁ ତେଲ କ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି । ତାହା ଦେଶବାସୀଙ୍କୁ ସ୍ପଷ୍ଟ କରନ୍ତୁ । ତେଲ ସମସ୍ୟାକୁ ନେଇ ଲାଗି ରହିଥିବା ଦୁର୍ଦ୍ଦଶା ଯଦି ଆଗାମୀ ଦିନରେ ନସୁଧୁରେ ତାହା ହେଲେ ବିଜେଡି ଲୋକଙ୍କ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ।

ତୈଳ ସଂକଟ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ, କହିଲେ 'ରାଜ୍ୟରେ ୧୩ ଦିନ ପାଇଁ ତେଲର ଅଭାବ ନାହିଁ'
ଭୁବନେଶ୍ୱର: ରାଜ୍ୟରେ ତୈଳ ସଂକଟ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଲଲେ କି, 'ରାଜ୍ୟରେ ୧୩ ଦିନ ପାଇଁ ତେଲର ଅଭାବ ନାହିଁ' । ଭୟଭୀତ ହୋଇ ପେଟ୍ରୋଲ ନ କଣିବାକୁ କହିଲେ ମନ୍ତ୍ରୀ । ଘରେ ପେଟ୍ରୋଲ କିଣି ମହଜୁଦ ରଖନ୍ତୁନି, ଦେଶ ଓ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ରହିଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି।ବେଆଇନ ଗଚ୍ଛିତ ତୈଳ ଥିବା ସ୍ଥାନରେ ଚଢ଼ାଉ କରାଯିବବୋଲି କହିଛନ୍ତି ମନ୍ତ୍ରୀ । ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ ରଖି କିଛି ଟାଙ୍କିରେ କିଛି ନିୟମ କରିଛନ୍ତି । ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅଛି ପେଟ୍ରୋଲ ଏବଂ ଡିଜେଲ । ପ୍ୟାନିକ ହୁଅନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି IOCLର CGM କମଲ ସିଲ । ସେ କହିଛନ୍ତି, କୌଣସି ସ୍ଥାନରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ । ଅଧିକ ପେଟ୍ରୋଲ, ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ତେବେ ଗତ ଦୁଇ ଦିନରେ ୩୦ ପ୍ରତିଶତ ପେଟ୍ରୋଲ, ଡିଜେଲ ବିକ୍ରି ବଢି ଯାଇଥିବା କହିଛନ୍ତି କମଲ ସିଲ୍ ।

ତେଲ ପକାଇବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଗ୍ରାହକ
ଭୁବନେଶ୍ୱର: ତେଲ ପାଇଁ ହାହାକାର । ପେଟ୍ରୋଲ ଟାଙ୍କି ମାଲିକ କହୁଛନ୍ତି, କିଛି ସଙ୍କଟ ନାହିଁ । ହେଲେ ପେଟ୍ରୋଲ, ଡିଜେଲ ମିଳୁନାହିଁ । ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ କିଛି ବନ୍ଦ ମଧ୍ୟ ରହିଛି । ଯେଉଁ ଟାଙ୍କିରେ ଅଛି ସେଠି ପେଟ୍ରୋଲ ଓ ଡିଜେଲ୍ ପକାଇବା ପାଇଁ ଗାଡି ଚାଳକମାନେ ଲମ୍ବା ଧାଡ଼ିରେ ଅପେକ୍ଷା କରି ରହୁଥିଵା ଦେଖାଯାଉଛି । ଗାଡ଼ିରେ ତେଲ ପକେଇବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବାବେଳେ କିଛି ସ୍ଥାନରେ ବଡ଼ ବଡ଼ ଟିଣ ଡବା ଧରି ମଧ୍ୟ ଧାଡ଼ିରେ ରହୁଛନ୍ତି । ଯାହାଫଳରେ କୁତ୍ରିମ ଅଭାବ ଦେଖିବାକୁ ମିଳୁଛି । ଉଚ୍ଚ ସ୍ତରରେ ସମସ୍ତେ କହୁଛନ୍ତି, ଅଛି...ଅଛି । ତା’ହେଲେ ଏ କୃତ୍ରିମ ଅଭାବ କାହିଁକି? ଏହା ପଛରେ କିଏ? ତେଲ କମ୍ପାନି ନା ଟାଙ୍କି ମାଲିକ ନା ଅଚାନକ ଅସ୍ୱାଭାବିକ ଚାହିଦା ବୃଦ୍ଧି।