Karanjia - The Sakala

ପ୍ରେମ ପାଇଁ କରଞ୍ଜ ଗଛରେ ଝୁଲି ପଡିଲେ ଯୁବକ-ଯୁବତୀ !
କରଞ୍ଜିଆ: ପ୍ରେମ ପାଇଁ ଜୀବନ ହାରିଦେଲେ ଯୁବକ-ଯୁବତୀ । ଠାକୁରମୁଣ୍ଡା ଥାନା କାଳିଆପଶି ଗ୍ରାମରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । କାଳିଆପଶି ଗ୍ରାମ ବିଲ ମଝିରେ ଏକ କରଞ୍ଜ ଗଛରେ ଶାଢ଼ୀରେ ଝୁଲି ପଡିଲେ ପ୍ରେମୀ ଯୁଗଳ। ଝିଅ ନାବାଳିକା ଥିବା ବେଳେ ପୁଅର ବୟସ 19 ବର୍ଷ । ଝିଅଟିର ଘର ସ୍ଥାନୀୟ କାଳିଆପୋଷୀ ଗାଁରେ ହୋଇଥିବା ବେଳେ ପୁଅଟିର ଘର କରଞ୍ଜିଆ ଥାନା ସୁନାପୋଷି ବୋଲି ଜଣାପଡିଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କାହିଁକି ଏପରି କଠୋର ନିଷ୍ପତ୍ତି ନେଲେ ଏବଂ କ’ଣ ପାଇଁ ପ୍ରେମୀ ଯୁଗଳ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।

ଜଙ୍ଗଲରେ ପଡିଥିବା ବସ୍ତା ଭିତରୁ ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
କରଞ୍ଜିଆ: ବସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ଜଣଙ୍କ ଗତକାଲି ସଂଧ୍ୟାରୁ ନିଖୋଜ ଥିଲେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଂଚଳର ବନସାହି ୱାର୍ଡ ନମ୍ବର ୧୫ ଠାରେ ଆଜି ସକାଳୁ ଏପରି ଏକ ଦୁଃଖଦ ଘଟଣା ସମଗ୍ର ଅଂଚଳକୁ ଆଚମ୍ବିତ କରିଛି। ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ବସ୍ତା ଭିତରୁ ଉଦ୍ଧାର ହୋଇଛି ।

ଖବର ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ରୁ ୭ଟା ମଧ୍ୟରେ ଝିଅଟି ନିଖୋଜହୋଇଯାଇଥିଲେ। ଏହାପରେ ଘରଲୋକ ତୁରନ୍ତ କରଞ୍ଜିଆ ଥାନାରେ ଯାଇ ଏଫଆଇଆର ଦାଖଲ କରିଥିଲେ। କିନ୍ତୁ ଘରଲୋକଙ୍କ ଅଭିଯୋଗ ଅନୁଯାୟୀ, ଥାନାର ଅଧିକାରୀମାନେ ଏହି ଘଟଣାକୁ ପ୍ରଥମେ ଗୁରୁତ୍ୱ ଦେଇନଥିଲେ। ଆଜି ସକାଳ ପ୍ରାୟ ୭ଟା ସମୟରେ, ବଣସାହି ଅଞ୍ଚଳର ନିକଟସ୍ଥ ଘଞ୍ଜ ଜଙ୍ଗଲରେ କରଞ୍ଜକାଠି ଆଣିବାକୁ ଯାଇଥିବା ଚନ୍ଦୁ ତିରିଆ ନାମକ ଜଣେ ମହିଳା ଏକ ସନ୍ଦେହଜନକ ବୁରା ପଡ଼ିଥିବା ଦେଖିଥିଲେ। ସେ ଏହା ବିଷୟରେ ତାଙ୍କ ସ୍ୱାମୀ କଇରା ତିରିଆଙ୍କୁ ଜଣାଇଥିଲେ। ପରେ ବୁରା ଭିତରୁ ମୃତଦେହ ମିଳିବା ପରେ ସେମାନେ ମୃତ ନାବାଳିକାଙ୍କ ବାପା ଓ ଦାଦାଙ୍କୁ ସୂଚନା ଦେଇଥିଲେ।

ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ପରିବାରଲୋକ ମୃତଦେହକୁ ଚିହ୍ନଟ କରିଥିଲେ। ମୃତ ନାବାଳିକାଙ୍କ ବେକରେ ନାଲି ରଙ୍ଗର ଦାଗ ଥିବା ଦେଖାଯାଇଛି, ଯାହା ଘଟଣାକୁ ସନ୍ଦେହଜନକ କରୁଛି । ଘଟଣାର ସୂଚନା ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରବର୍ତ୍ତୀ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ଡକାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପରେ ଘଟଣାର ସଠିକ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ବନପାଳଙ୍କୁ ଜୋତାରେ ପିଟିଲେ ଗ୍ରାମବାସୀ, ଉଦ୍ଧାର କରିବାକୁ ଯାଇଥିବା ACFଙ୍କୁ ମଧ୍ୟ ମାଡ
ରାଇରଙ୍ଗପୁର/କରଞ୍ଜିଆ: ଶ୍ରମିକଙ୍କ ବକେୟା ଟଙ୍କା ପ୍ରଦାନ ଦାବିରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବନ କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀମାନେ ବନପାଳଙ୍କୁ ଜୋତାରେ ନିର୍ଧୁମ ମାଡ଼ ମାରୁଥିବା ବେଳେ ଅଟକାଇବାକୁ ଯାଇଥିବା ଅତିରିକ୍ତ ବନ ସଂରକ୍ଷକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବରେହିପାଣି ରେଞ୍ଜ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି।

ବନ ବିଭାଗ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶ୍ରମିକ ଭାବେ କାମ କରିଥିଲେ। କିନ୍ତୁ ତାଙ୍କର ବକେୟା ଟଙ୍କା ବନ କର୍ମଚାରୀମାନେ ପ୍ରଦାନ କରୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବକେୟା ମଜୁରୀ ଟଙ୍କା ପାଇଁ ନିର୍ଧୁମ ପିଟିଛନ୍ତି। ବରେହିପାଣି ରେଞ୍ଜ ବନପାଳ କାଳୀଚରଣ ନାଏକ ଓ ଚହଲା ଅତିରିକ୍ତ ବନ ସଂରକ୍ଷକ ଲମ୍ବୋଦର ବାସ୍କେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଲୋକେ ବକେୟା ଟଙ୍କା ପ୍ରଦାନ ଦାବିରେ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ହଠାତ୍‌ ବନପାଳଙ୍କୁ ଦେଖି କାର୍ଯ୍ୟାଳୟକୁ ଧସେଇ ପଶି ଆକ୍ରମଣ କରିଥିଲେ। ଜୋତାରେ ମାଡ଼ ମାରିବା ସହ ଠେଲାପେଲା କରିଥିଲେ। ଏହାର ଏକ ଭିଡିଓ ମୋବାଇଲ୍‌ରେ କଏଦ ହୋଇଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏ ଘଟଣାକୁ ନେଇ ଥାନାରେ ବନ ବିଭାଗ ପକ୍ଷରୁ କୌଣସି ଅଭିଯୋଗ ହୋଇଥିବାର ସୂଚନା ନାହିଁ। ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିଜସ୍ୱ ଅଞ୍ଚଳରେ ବନ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି।

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
କରଞ୍ଜିଆ: ହାତୀ ଆକ୍ରମଣରେ ଯୁବକ ମୃତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପାର୍ବତୀପୁର ଗାଁ ଆମ୍ବ ବଗିଚାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଜାମଦାପାଳ ଗ୍ରାମର ଜୁନା ନାଏକ । ହାତୀ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ବନବିଭାଗ ଉଦ୍ଧାର କରି ତାଙ୍କୁ ପ୍ରଥମେ ଶୁକୃଳି ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଧାନ ଏବଂ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀପଲ
କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ୨୭ ଟିକିଆ ହାତୀପଲ ଗୋଠଛଡ଼ା ହୋଇ ବୁଲୁଛନ୍ତି । ଘରମାବେଡା ସଂରକ୍ଷିତ ଜଙ୍ଗଲରେ ୧୬ଟି ହାତୀ ଥିବାବେଳେ ଜାମୁବଣୀରେ ୬ଟି, ସୁନାପୋଷିରେ ୪ଟି ଓ ଗୋଟିଏ ଦନ୍ତା ହାତୀ କାଶିଆ ସଂରକ୍ଷିତ ଜଙ୍ଗଲରେ ରହିଛି। କରଞ୍ଜିଆ ବନଖଣ୍ଡକୁ ବର୍ଷ ଯାକ ହାତୀପଲ ଯିବାଆସିବା ରହିଛି। ହାତୀପଲ ଧାନ ଫସଲ ଏବଂ ପନିପରିବା ଫସଲ ବ୍ୟାପକ ଭାବରେ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଘଉଡ଼ାଇବାକୁ ବନବିଭାଗ ନାକେଦମ୍, ଅଞ୍ଚଳବାସୀ ଆତଙ୍କିତ।

ଘରେ ପଶି ଦମ୍ପତ୍ତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ, ମହିଳା ଗୁରୁତର
କରଞ୍ଜିଆ: ଦମ୍ପତ୍ତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ଦୁର୍ବୃତ୍ତ । ଭୁଜାଲି ମାଡ଼ ଯୋଗୁଁ ମହିଳାଙ୍କ ଅନ୍ତବୁଜୁଳା ବାହାରକୁ ବାହାରି ଆସିଥିବା ଜଣାପଡିଛି । ଆକ୍ରମଣରେ ମହିଳା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମାପାଟଣାରେ ଘଟିଛି ଏପରି ଅଘଟଣ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଘରେ ପଶି ଦମ୍ପତ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ମହିଳାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

ମାସକରେ କରଞ୍ଜିଆ ଉପଖଣ୍ଡରେ ୨୦ରୁ ଅଧିକ ଚୋରି, ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବା ଅଭିଯୋଗ
କରଞ୍ଜିଆ: ଝରକା କାଟି ବଡ଼ ଧରଣର ଡକାୟତି । ଲୁଟି ନେଲେ ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ଟଙ୍କା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇ ଭୋଳ ବଜାର ନିକଟରେ ଥିବା ଏକ ଘରୁ ଏପରି ଏକ ଘଟଣା  ଦେଖିବାକୁ ମିଳିଛ। ମୁଖ୍ୟ ବଜାର ଛକ ଏବଂ ଚଢେଇଭୋଳ ଫାଣ୍ଡି ନିକଟରୁ ମାତ୍ର ୧୦୦ ମିଟର ଦୂରତା ଥିବା ନୂରୂଲ ଇସଲାମ ନାମକ ବ୍ୟକ୍ତିଙ୍କ ଘର ଝରକା କାଟି ୧୭ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଗତକାଲି ରାତିରେ ଘରେ କେହି ନ ଥିବାର ସୁଯୋଗ ନେଇ ବଡ଼ ଧରଣର ଡକାୟତି ହଇଛି । କରଞ୍ଜିଆ ପୁଲିସ ଖବର ପାଇ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସନ୍ଧାନୀ କୁକୁର ଏବଂ ସାଇନଟିଫିକ ଦଳ ଦ୍ୱରା ତଦନ୍ତ କରିବ କରଞ୍ଜିଆ ପୁଲିସ ।

ଗତ ଏକ ମାସ ହେବ କରଞ୍ଜିଆ ଥାନା  ଆଖପାଖ ଅଞ୍ଚଳରେ ବ୍ୟାପକ ଚୋରି ଓ ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ଚୋରକୁ ଧରିବା ପାଇଁ ପୁଲିସକୁ ବଡ଼ ଚ୍ୟାଲେଞ୍ଚ ହୋଇଥିବା ବେଳେ କେବେଳ ସିସିଟିଭି ଫୁଟେଜ ଭରସାରେ କରଞ୍ଜିଆ ପୁଲିସ। କରଞ୍ଜିଆ ବଜାର ଏବଂ ଆଖ ପାଖ ଅଞ୍ଚଳରେ ଏକ ମାସ ମଧ୍ୟରେ ୨୦ରୁ ଅଧିକ ଜାଗାରେ ଚୋରି ହଇଥିଲେ ବି ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି ରହିଛି। ସେହିପରି ଚୋରି ହୋଇଥିବା ଚଢେଇଭୋଳ ମୁଖ୍ୟ ବଜାର ଛକରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଅଟମୋଟେଡ଼ ସିସିଟିଭି କ୍ୟାମ୍ପରା ଲଗା ଯାଇଥିଲେ ମଧ୍ୟ ତାହା ଗତ ଏକ ମାସ ହେଲାଣି ଅଚଳ ହଇ ପଡିବା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ପାଟ୍ରୋଲିଂ ଠିକ ସେ ହେଉ ନ ଥିବା କାରଣରୁ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଚୋର ମାନେ ଖୋଲା ଚାଲେଞ୍ଜ ଦେଇ ଏବେ ଚୋରି କରିବାରେ ଲାଗିଛନ୍ତି। ଯାହାକି ବର୍ତ୍ତମାନ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲଟିଛି।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କରଞ୍ଜିଆ ଗସ୍ତ
କରଞ୍ଜିଆ : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ସେ କରଞ୍ଜିଆରେ ପହଂଚି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନି କକ୍ଷରେ ଦେଓ ବନ୍ଧ, ଉଠାଜଳ ସେଚନ ବିଭାଗ, ଏମ ଆଇ, ଆର ଡି, ଆର ଦୋବ୍ଲୁ ଏସ ଏସ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ପରେ ସେ ସାମ୍ବାଦିକ ମାନଙ୍କୁ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥବା ବେଳେ କେନାଲ କାର୍ଯ୍ୟ ଜୋରସୋରରେ ଚାଲିଛି, ଏଥର ଖରିଫ୍ ଏବଂ ରଵି ଋତୁରେ ପୁର୍ଣ୍ଣ ମାତ୍ରାରେ ଜଳସେଚନ କରାଯିବ।

ଏହା ଛଡ଼ା ଦେଓ ନଦୀ ବନ୍ଧକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିବା ଉଦ୍ଦେଶ୍ୟରେ ସେଠାରେ ୧୦ କଟେଜ ଥିବା ଇକୋ କ୍ୟାମ୍ପ ନିର୍ମାଣ କରି ପରିଦର୍ଶକଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ । ସେଠାରେ ନୌକା ଚାଳନା ଜଳସେଚନ ବିଭାଗ ଦ୍ଵାରା କରାଯିବ ବୋଲି ମଧ୍ୟ କହିଥିଲେ। ସେଠାରୁ ସେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅଭିମୁଖେ ଯାଇ ସ୍ଥିତି ସମୀକ୍ଷା କରିବା ସହ ନଅଣା ଠାରେ ଇକୋ ପର୍ଯ୍ୟଟନ କଟେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଚହଲା ଠାରେ ରାତ୍ରୀ ଯାପନ କରିବେ ।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଵିନିତ ଭରଦ୍ୱାଜ, ଏସପି, ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ, ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ହରିହର ବେହେରା, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକ୍ରମାଦିତ୍ୟ ପାଣିଗ୍ରାହୀ, ଦେଓ ମୁଖ୍ୟନିର୍ମାଣ ଯନ୍ତ୍ରୀ ପ୍ରଶ୍ନ କୁମାର ପାଣି, ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲ୍ଲିକ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ମହାନ୍ତ, ତହସିଲଦାର ଚାର୍ଲସ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ଓଢା, ଆର ଡବଲୁ ଏସ ଏସ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରତ୍ନାକର ଶିଆଲ, ବାରିପଦା ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର, କରଞ୍ଜିଆ ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ରାଉତ, ଆର ଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ନାୟକ, ସହକାରୀ ଯନ୍ତ୍ରୀ ସଂଜିତ କୁମାର ନାଏକ ତଥା ଅନ୍ୟାନ୍ୟ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ହାଇଓ୍ବା ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା; ୫ ଯାତ୍ରୀ ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରର ବାମନା ଶାଳ ନିକଟରେ ଥିବା ଗ୍ରିଡ ସବ୍ ଷ୍ଟେସନ ସମ୍ମୁଖରେ ଏକ ବାଲି ବୋଝେଇ ହଇୱାକୁ କଲ୍ୟାଣୀ ନାମକ ଏକ ଘରୋଇ ବସ ଧକ୍କା ଦେଇଛି । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ସମ୍ପୂର୍ଣ ଗୁରୁତର ହେଇଥିବାବେଳେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହେଇଥିବା ଜଣାଯାଇଛି।

ସୂଚନା ଅନୁସାରେ, କଲ୍ୟାଣୀ ନାମକ ଘରୋଇ ବସ ଆଜି କରଞ୍ଜିଆ ବ୍ଲକ ହାତୀବାରି ଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବାବେଳେ ଏକ ବାଲି ବୋଝେଇ ହାଇୱା ନମ୍ୱର ଓଡି ୧୬ ଏ ୦୭୯୦ କୁ ଗ୍ରିଡ୍ ସବ୍ ଷ୍ଟେସନ ସମ୍ମୁଖରେ ପଛ ପଟୁ ଧକ୍କା ଦେବା ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଖବର ପାଇ ୩ ଟି ୧୦୮ ଆମ୍ବୁଲାନ୍ସ ସହିତ ପୁଲିସ ମଧ୍ୟ ନିଜ ଗାଡିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଥିବା ଜଣାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।

୫୦୦ ଟଙ୍କା ଭତା ପାଇଁ ବୃଦ୍ଧା ଖର୍ଚ୍ଚ କରନ୍ତି ୩୦୦ ଟଙ୍କା
କରଞ୍ଜିଆ : ୫୦୦ ଟଙ୍କା ଭତ୍ତା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରନ୍ତି ଜଣେ ବୃଦ୍ଧା, ସେ ନିଜର ଭତା ନେବା ପାଇଁ ୩୦୦ ଟଙ୍କା ଅଟୋ ଭଡା ଦେଉଥିଵା ଏଭଳି ଚିତ୍ର ସାମ୍ନାକୁ ଆସିଛି କରଞ୍ଜିଆ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖ ରେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ଅନ୍ତର୍ଗତ ଡିଆଯୋଡି ଗ୍ରାମର ୯୨ ବର୍ଷୀୟା ବୃଦ୍ଧା ରତନୀ ବେହେରା ଙ୍କୁ ବ୍ୟାଙ୍କ ସମ୍ମୁଖ ରେ ଅଟୋ ରେ ଶୋଇଥିବା ଦେଖି ଆମେ ତାଙ୍କୁ କଣ ହୋଇଛି ବୋଲି ଜାଣିବାକୁ ଚାହିଁବାରୁ ଏଭଳି ଚିତ୍ର ସାମ୍ନା କୁ ଆସିଛି।

ବୃଦ୍ଧା ଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଝିଅ ସାବିତ୍ରୀ ମଧ୍ୟ ସାଥିରେ ଆସିଥିଲେ ହେଲେ ବ୍ୟାଙ୍କ ସମ୍ମୁଖ ରେ ଭିଡ଼ ଥିବା ଯୋଗୁଁ ସେ ଲାଇନ ରେ ଥିଲେ ତେବେ ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ରତନୀ ବେହେରା ଙ୍କ ଝିଅ ସାବିତ୍ରୀ ବେହେରା ନିଜ ମାଙ୍କୁ ଖରାରେ ଏକୁଟିଆ ଛାଡି ବ୍ୟାଙ୍କ ରେ ଲାଇନ ଲଗେଇ ଟଙ୍କା ଉଠାଇଥିଲେ। ଅଧିକ ବୟସ ହେତୁ ରତନୀ ଙ୍କୁ ଭତ୍ତାଟଙ୍କା ଘରେ ପ୍ରଦାନ କରାଯିବା କଥା ହେଲେ ମିଳିପାରି ନଥିବା ପ୍ରକାଶ କରିଛନ୍ତି ରତନୀ ଙ୍କ ଝିଅ ସାବୀତ୍ରୀ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ସତ୍ୱେ ବ୍ୟାଙ୍କ ସମ୍ମୁଖ ରେ ଲୋକେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଛାଉଣୀ ବ୍ୟବସ୍ଥା କରିଛନ୍ତି ନା ପିଇବା ପାଣି ର ବ୍ୟବସ୍ଥା ନା ଅଛି ଫ୍ୟାନ ର ବ୍ୟବସ୍ଥା ଅଛି। ତେବେ ଏସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଅତ୍ୟନ୍ତ ହେୟଜ୍ଞାନ କଲାଭଳି ଉତ୍ତର ରଖିଥିେଲ। ଦୂରଦୂରାନ୍ତର ଗ୍ରାମରୁ ବ୍ୟାଙ୍କ କୁ ଟଙ୍କା ଉଠାଣ ପାଇଁ ଆସୁଥିବା ବୃଦ୍ଧ ଵୃଦ୍ଧା, ବରିଷ୍ଠ ନାଗରିକଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କିଭଳି ବ୍ୟବହାର ଥିବ ତାହା ଏହି ଘଟଣା ରୁ ଅନୁମାନ କରାଯାଇପାରେ।

ବ୍ଲକ ପ୍ରଶାସନ ମଧ୍ୟ ବ୍ୟାଙ୍କ ମିତ୍ର ମାଧ୍ୟମ ରେ ଟଙ୍କା ଉଠାଣ ବିଷୟ ରେ ଲୋକଙ୍କୁ ସଚେତନ କରେଇବାରେ ବିଫଳ ହୋଇଛି ଏବଂ ଲୋକଙ୍କ ନିକଟକୁ ସମସ୍ତ ସୁବିଧା ଯୋଗେଇବାରେ ବିଫଳ ହୋଇଛି । ତେବେ ଏଥିପାାଇଁ କିଏ ଦାୟୀ ବ୍ଲକ ପ୍ରଶାସନ ନା ବ୍ୟାଙ୍କ କତୃପକ୍ଷ ଏହାହିଁ ସାଧାରଣରେ ଆଲୋଚନା ହେବା ସହିତ ପ୍ରତିକାର ଦାବୀ କରିଛନ୍ତି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଆହତ
କରଞ୍ଜିଆ : ଆଜି ଅପରାହ୍ନ ସମୟରେ ଏକ ବୋଲେରୋ ଗାଡ଼ି ନମ୍ବର ଓଡି-୦୫ଏଲ-୬୨୭୨ ଗାଡ଼ି ସହ ଏକ‌‌‌ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ହାତିବାରି ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡ଼ି ହାତିବାରି ଠାରୁ କରଞ୍ଜିଆ ଅଭିମୁଖେ ଆସୁଥିବାବେଳେ ତାଟୋ ଛକ ନିକଟସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଖରେ ଅପର ଦିଗରୁ ଆସୁଥିବା ଏକ ମଟରସାଇକେଲ ଯୋଗେ ଦରି ପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ-ଜରାସାହି ଗାଁର ଦଳ ମହାକୁଡ଼ (୨୦) ପିତା ମଙ୍ଗଲ ମହାକୁଡ଼, ଜାଗର ନାଏକ (୧୦) ପିତା ରାଜୁ ନାଏକ,ଓ ବଡ଼ବିଲ-ସିଙ୍ଗଡାର ଲକ୍ଷ୍ମଣ ମହାକୁଡ଼ ଯାଉଥିବା ବେଳେ ତାଙ୍କ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଚାଳକ ଦଳ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।