EPFO new update - The Sakala

ଇପିଏଫଓର ବଡ଼ ନିଷ୍ପତ୍ତି: ଏଣିକି ଅଟୋମେଟିକ୍ ହେବ ଫାଇନାଲ୍ ପିଏଫ୍ ଉଠାଣ ଓ ଆକାଉଣ୍ଟ ଟ୍ରାନ୍ସଫର ପ୍ରକ୍ରିୟା
ଇପିଏଫଓ (EPFO) ନିଜର ୭ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆଣିବାକୁ ଯାଉଛି। ଚାକିରି ଛାଡିବା କିମ୍ବା ଅବସର ନେବା ପରେ ପିଏଫ୍ (PF) ଟଙ୍କା ଉଠାଇବା ପାଇଁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବେ ଫାଇନାଲ୍ ପ୍ରୋଭିଡେଣ୍ଟ ଫଣ୍ଡ୍ ଉଠାଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବା ଅଟୋମେଟେଡ୍ (Automated) କରିବାକୁ ପ୍ରସ୍ତୁତି କରୁଛି। ଏହି ପଦକ୍ଷେପ ଫଳରେ ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏବଂ ଦ୍ରୁତ ଗତିରେ ଟଙ୍କା ଟ୍ରାନ୍ସଫର ହୋଇପାରିବ।

୭ କୋଟି କର୍ମଚାରୀଙ୍କୁ ମିଳିବ ଫାଇଦା

ବର୍ତ୍ତମାନର ନିୟମ ଅନୁଯାୟୀ, କେବଳ ଆଡଭାନ୍ସ କିମ୍ବା ଆଂଶିକ ଉଠାଣ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ୍ ଅଟୋ-ସେଟେଲମେଣ୍ଟ ମୋଡ୍‌ରେ କରାଯାଉଛି। ଏହି ଆଡଭାନ୍ସ କ୍ଲେମ୍ ପ୍ରକ୍ରିୟା ଆବେଦନ କରିବାର ୩ ଦିନ ଭିତରେ ପୂରଣ ହେଉଛି। କିନ୍ତୁ ଏବେ ସଂଗଠନ ଫାଇନାଲ୍ ପିଏଫ୍ ଉଠାଣକୁ ମଧ୍ୟ ଅଟୋମେଟେଡ୍ କରିବାକୁ ଯାଉଛି। ନିକଟରେ ଆସୋଚାମ୍ (ASSOCHAM) ର ଏକ ଜାତୀୟ ସେମିନାରରେ ଯୋଗ ଦେଇ ଇପିଏଫଓର କେନ୍ଦ୍ରୀୟ ଭବିଷ୍ୟ ନିଧି କମିଶନର ରମେଶ କୃଷ୍ଣମୂର୍ତ୍ତି କହିଛନ୍ତି ଯେ, ଆମେ ଯଥାସମ୍ଭବ ଅଟୋ-ସେଟେଲମେଣ୍ଟ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ, ଯାହା ପୂର୍ବରୁ କେବଳ ଆଡଭାନ୍ସ ପାଇଁ ଉପଲବ୍ଧ ଥିଲା। ଏବେ ଆମେ ଫାଇନାଲ୍ ଉଠାଣର ଅଟୋ-ସେଟେଲମେଣ୍ଟ ଦିଗରେ ମଧ୍ୟ ଆଗେଇଛୁ।

ଚାକିରି ବଦଳାଇଲେ ଆକାଉଣ୍ଟ ହେବ ଅଟୋ-ଟ୍ରାନ୍ସଫର

କେବଳ ଟଙ୍କା ଉଠାଣ ନୁହେଁ, ବରଂ ଚାକିରି ବଦଳାଇଲେ ପିଏଫ୍ ଆକାଉଣ୍ଟ ଟ୍ରାନ୍ସଫର କରିବା ମଧ୍ୟ ଏବେ ସହଜ ହେବ। ରମେଶ କୃଷ୍ଣମୂର୍ତ୍ତି ସ୍ପଷ୍ଟ କରିଛନ୍ତି ଯେ, କର୍ମଚାରୀମାନେ ଗୋଟିଏ କମ୍ପାନୀ ଛାଡି ଅନ୍ୟ କମ୍ପାନୀରେ ଯୋଗ ଦେଲେ ଆଉ କୌଣସି ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ଇପିଏଫଓ ସିଷ୍ଟମ୍ ନିଜ ଆଡୁ ପୁରୁଣା ଆକାଉଣ୍ଟରୁ ନୂଆ ଆକାଉଣ୍ଟକୁ ପିଏଫ୍ ଟ୍ରାନ୍ସଫର (Auto-migrate) କରିଦେବ। ଦୀର୍ଘ ଦିନ ଧରି କର୍ମଚାରୀମାନେ ପିଏଫ୍ ଟ୍ରାନ୍ସଫର ଏବଂ ଟଙ୍କା ଉଠାଣ ବେଳେ ବୈଷୟିକ ତ୍ରୁଟି, କମ୍ପାନୀ ଭେରିଫିକେସନ୍ ଏବଂ ଡକ୍ୟୁମେଣ୍ଟେସନ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ। କିନ୍ତୁ ଏହି ନୂଆ ସ୍ୱୟଂଚାଳିତ ବ୍ୟବସ୍ଥା ଲାଗୁ ହେବା ପରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ କାଗଜପତ୍ର କାମ କମିବା ସହ ସମୟ ମଧ୍ୟ ବଞ୍ଚିବ ବୋଲି ଆଶା କରାଯାଉଛି।