Technology - The Sakala
Viral Video: ଚୀନର ଶାଓଲିନ୍ ମନ୍ଦିରରେ କୁଙ୍ଗ ଫୁ ଶିଖୁଛନ୍ତି ରୋବଟ୍
ଚୀନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମଗ୍ର ବିଶ୍ୱର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଚୀନର ହେନାନ ପ୍ରାନ୍ତରେ ଥିବା ସଦିଓ ପୁରୁଣା ଶାଓଲିନ୍ ମନ୍ଦିର (Shaolin Temple) ରେ ବୌଦ୍ଧ ଭିକ୍ଷୁମାନଙ୍କ ସହ ହ୍ୟୁମାନଏଡ୍ ରୋବଟ୍‌ କୁଙ୍ଗ ଫୁ (Kung Fu) ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Shaolin Temple has started practicing kung fu with robots.
pic.twitter.com/iqwXviQgv5
— Science girl (@sciencegirl) February 5, 2026
ରୋବଟ୍‌ଙ୍କ କୁଙ୍ଗ ଫୁ କୌଶଳ
ଚାଇନିଜ୍ ବ୍ରଡକାଷ୍ଟର CGTN ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଅତ୍ୟାଧୁନିକ ରୋବଟ୍‌ଗୁଡ଼ିକ ଶାଓଲିନ୍ ଭିକ୍ଷୁମାନଙ୍କ ସହ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି। ଏହି ରୋବଟ୍‌ଗୁଡ଼ିକ ମଣିଷ ଛାତ୍ରଙ୍କ ପରି ଜଟିଳ ‘ପୋଜ୍’ ଏବଂ ‘ଡ୍ରିଲ୍’ ଗୁଡିକୁ ବିନା କୌଣସି ଭୁଲରେ ଅଭ୍ୟାସ କରୁଛନ୍ତି। ରୋବଟ୍‌ଗୁଡ଼ିକର ନମନୀୟତା (Flexibility) ଏବଂ ଗତିବିଧି ଦେଖିଲେ ଲାଗୁଛି ଯେ ସେମାନଙ୍କୁ ବିଶେଷ ଭାବରେ ମାର୍ଶଲ ଆର୍ଟ ପାଇଁ ପ୍ରୋଗ୍ରାମ କରାଯାଇଛି। ଶାଓଲିନ୍ ମନ୍ଦିର ଏବେ ଏକ ନୂତନ ଅବତାରରେ ନଜର ଆସୁଛି, ଯେଉଁଠାରେ ପରମ୍ପରା ସହ ଆଧୁନିକ ଜ୍ଞାନକୌଶଳର ମିଶ୍ରଣ ଘଟୁଛି।
ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା
ଶାଓଲିନ୍ କୁଙ୍ଗ ଫୁ କେବଳ ଶାରୀରିକ ଲଢେଇ ନୁହେଁ, ବରଂ ଏହା ମାନସିକ ଏବଂ ଆଧ୍ୟାତ୍ମିକ ଅନୁଶାସନ ସହ ଜଡିତ। ତେବେ ରୋବଟ୍‌ମାନେ ଏହା ଶିଖିବା ଘଟଣା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୧୯ ସେକେଣ୍ଡର ଏହି ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଲୋକ ଏହାକୁ ଟେକ୍ନୋଲୋଜି ଏବଂ ପରମ୍ପରାର ଏକ ଅଦ୍ଭୁତ ମିଶ୍ରଣ ବୋଲି କହୁଥିବାବେଳେ, ଅନ୍ୟ କିଛି ଲୋକ ଏହାକୁ ଭବିଷ୍ୟତ ପାଇଁ ‘ବିପଜ୍ଜନକ’ ବୋଲି ମାନୁଛନ୍ତି। ଲୋକଙ୍କ ଯୁକ୍ତି ହେଲା ଯେ, ଯଦି ମେସିନ୍ ଏତେ ସଠିକତା ସହ ମାରାତ୍ମକ ଲଢେଇ କୌଶଳ ଶିଖିଯାଏ, ତେବେ ଭବିଷ୍ୟତରେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ।
SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ (Elon Musk) ସୋମବାର ଏକ ଐତିହାସିକ ବ୍ୟବସାୟିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ମସ୍କ ତାଙ୍କର ଦୁଇଟି ପ୍ରମୁଖ କମ୍ପାନୀ, ମହାକାଶ ଗବେଷଣା ସଂସ୍ଥା ସ୍ପେସ୍‌ଏକ୍ସ (SpaceX) ଏବଂ କୃତ୍ରିମ ବୁଦ୍ଧିମତା ଷ୍ଟାର୍ଟଅପ୍ xAI କୁ ମିଶ୍ରଣ କରିଛନ୍ତି। ଏହି ମିଶ୍ରିତ କମ୍ପାନୀ ଖୁବ୍ ଶୀଘ୍ର ଏକ ବିଶାଳ IPO (Initial Public Offering) ଜରିଆରେ ସେୟାର ବଜାରକୁ ଆସିବାକୁ ଯାଉଛି, ଯାହାର ମୂଲ୍ୟ ପ୍ରାୟ ୧.୨୫ ଟ୍ରିଲିୟନ ଡଲାର ହେବ ବୋଲି ବ୍ଲୁମବର୍ଗ ରିପୋର୍ଟ କରିଛି।
ମସ୍କ ଏକ ବ୍ଲଗ୍ ପୋଷ୍ଟ ଜରିଆରେ କହିଛନ୍ତି ଯେ ସେ ପୃଥିବୀ ତଥା ମହାକାଶରେ ଏକ "ସବୁଠାରୁ ଉଚ୍ଚାଭିଳାଷୀ ଇନୋଭେସନ୍ ଇଞ୍ଜିନ" ଗଠନ କରୁଛନ୍ତି। ଏଥିରେ ଏକାଧାରରେ AI, ରକେଟ୍, ସ୍ପେସ୍-ଆଧାରିତ ଇଣ୍ଟରନେଟ୍ ଏବଂ 'X' ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ ରହିବ। ନେଭାଡା ରାଜ୍ୟର ସରକାରୀ ରେକର୍ଡ ଅନୁଯାୟୀ, ଫେବୃଆରୀ ୨ ତାରିଖରେ ଏହି ଡିଲ୍ ଚୂଡାନ୍ତ ହୋଇଥିଲା, ଯେଉଁଥିରେ ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନ୍‌କୁ X.AI ହୋଲ୍ଡିଂର "ମ୍ୟାନେଜିଂ ମେମ୍ବର" ଭାବରେ ତାଲିକାଭୁକ୍ତ କରାଯାଇଛି।
ଏହା ମସ୍କଙ୍କ ବ୍ୟବସାୟିକ ପୋର୍ଟଫୋଲିଓର ସବୁଠାରୁ ବଡ ମିଶ୍ରଣ। ଗତ ବର୍ଷ ସ୍ପେସ୍‌ଏକ୍ସର ମୂଲ୍ୟ ୮୦୦ ବିଲିୟନ ଡଲାର ଥିବାବେଳେ, ଚଳିତ ବର୍ଷ ଆରମ୍ଭରେ xAI ର ମୂଲ୍ୟ ପ୍ରାୟ ୨୩୦ ବିଲିୟନ ଡଲାର ଆକଳନ କରାଯାଇଥିଲା। ଏହି ମିଶ୍ରଣରେ Nvidia, Cisco Investments, Fidelity, Valor Equity Partners ଏବଂ Qatar Investment Authority ଭଳି ବଡ଼ ବଡ଼ ନିବେଶକ ସାମିଲ ଅଛନ୍ତି। ଏହା ବ୍ୟତୀତ, ମସ୍କଙ୍କ ଅନ୍ୟ ଏକ କମ୍ପାନୀ Tesla ମଧ୍ୟ xAI ରେ ପ୍ରାୟ ୨ ବିଲିୟନ ଡଲାର ନିବେଶ କରିବାକୁ ଘୋଷଣା କରିଛି।
ଏହି ମିଶ୍ରଣ ପଛରେ ମସ୍କଙ୍କର ଏକ ରଣନୀତିଗତ ଭବିଷ୍ୟତ ଯୋଜନା ରହିଛି। ସେ ମହାକାଶରେ "ଅର୍ବିଟାଲ୍ ଡାଟା ସେଣ୍ଟର" ସ୍ଥାପନ କରିବାକୁ ଚାହୁଁଛନ୍ତି। ମସ୍କ ଦାବି କରିଛନ୍ତି ଯେ ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ ମହାକାଶରେ AI କମ୍ପ୍ୟୁଟିଂ ସବୁଠାରୁ ଶସ୍ତା ଏବଂ ପ୍ରଭାବଶାଳୀ ହେବ। ଏଥିପାଇଁ ସ୍ପେସ୍‌ଏକ୍ସ ୧ ନିୟୁତ ଉପଗ୍ରହ ଲଞ୍ଚ କରିବାକୁ ଫେଡେରାଲ୍ କମ୍ୟୁନିକେସନ୍ କମିଶନ (FCC) ନିକଟରେ ଆବେଦନ କରିଛି।
ତେବେ ଏହି ବିଶାଳ ଯୋଜନା ସତ୍ତ୍ୱେ କମ୍ପାନୀକୁ କିଛି ଆହ୍ୱାନର ସାମ୍ନା କରିବାକୁ ପଡୁଛି। ଆମେରିକାର ମେମ୍ଫିସ୍ (Memphis) ରେ xAIର ସୁପରକମ୍ପ୍ୟୁଟର ସୁବିଧା ପାଇଁ ଗ୍ୟାସ ଟର୍ବାଇନ ବ୍ୟବହାରକୁ ନେଇ ପରିବେଶବିତ୍‌ମାନେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ, xAIର 'Grok' ଟୁଲ୍‌କୁ ନେଇ ବିଭିନ୍ନ ଦେଶରେ ରେଗୁଲେଟୋରୀ ତଦନ୍ତ ମଧ୍ୟ ଜାରି ରହିଛି। ତଥାପି, ସ୍ପେସ୍‌ଏକ୍ସ ବର୍ତ୍ତମାନ ଏକ ଲାଭଜନକ ସ୍ଥିତିରେ ଅଛି, ଯାହା ୨୦୨୫ ରେ ଆନୁମାନିକ ୮ ବିଲିୟନ ଡଲାର ଲାଭ କରିଛି।
ଆଜିକାଲି ପ୍ରାୟ ସମସ୍ତେ ଚାଟ୍‌ଜିପିଟିର ବ୍ୟବହାର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କରୁଛନ୍ତି। ବେଳେ ବେଳେ ଏଥିରେ ଅଜଣାତରେ ବି ଲୋକମାନେ ବ୍ୟକ୍ତିଗତ ତଥ୍ୟ ସେୟାର୍ କରନ୍ତି। ଯାହାକି ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିଥାଏ। ତେବେ ଚାଟ୍‌ଜିପିଟି ସହିତ କ’ଣ ସବୁ ସେୟାର୍ କରିବା ଅନୁଚିତ, ସେ ସମ୍ପର୍କରେ ଜାଣିବା।
-ଚାଟ୍‌ଜିପିଟିରେ ସୋସିଆଲ ମିଡିଆ ପାସ୍‌ୱାର୍ଡ ଏବଂ ଇମେଲ୍ ଆଦି ବାବଦରେ ସେୟାର୍ କରନ୍ତୁ ନାହିଁ।
-ଏଥିରେ ବ୍ୟାଙ୍କ ତଥା କ୍ରେଡିଟ୍ କାର୍ଡ ବିବରଣୀ ପ୍ରଦାନ କରନ୍ତୁ ନାହିଁ।
-ସେହିପରି ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ପ୍ୟାନ୍ କାର୍ଡ ତଥ୍ୟ ପ୍ରଦାନରୁ ଦୂରେଇ ରୁହନ୍ତୁ।
-କାମ କରୁଥିବା ସ୍ଥାନ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରନ୍ତୁ ନାହିଁ।
-ଚାଟ୍‌ଜିପିଟିରୁ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହେବାର ଭୟ ଥାଏ। ତେଣୁ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବା ଭଲ।
-ଚାଟ୍‌ଜିପିଟି ବ୍ୟବହାର କରିବା ସମୟରେ ପ୍ରାଇଭେସି ପଲିସିକୁ ଧ୍ୟାନରେ ପଢ଼ନ୍ତୁ। ଏହାର ବ୍ୟବହାର କେବଳ ଅଫିସିଆଲ ୱେବ୍‌ସାଇଟ୍ ଏବଂ ଆପ୍‌ ଦ୍ବାରା କରନ୍ତୁ।
ବଜାର ପ୍ରବେଶ କଲା ମୋଟୋରୋଲାର ଫୋଲଡେବଲ୍ ସ୍ମାର୍ଟଫୋନ୍ ରେଜର ୫୦
ନୂଆଦିଲ୍ଲୀ: ମୋବାଇଲ୍ ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ଥିବା ମୋଟୋରୋଲା ଆଜି ପୁଣି ଥରେ ଫୋଲଡେବଲ୍ ସ୍ମାର୍ଟଫୋନ୍ ସେଗମେଣ୍ଟରେ ଏହାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ ରେଜର୍ ୫୦ର ଶୁଭାରମ୍ଭ କରିଛି। ରେଜର ଫ୍ରାଞ୍ଚାଇଜର ଏହି ସଦ୍ୟତମ ସଂଯୋଜନ ସ୍ମାର୍ଟଫୋନ୍ ଟେକ୍ନୋଲୋଜିକୁ ଆଗକୁ ବଢ଼ାଇବା ପାଇଁ ମୋଟୋରୋଲାର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି।
ଯେଉଁଥିରେ ସିଧାସଳଖ ଗୁଗଲ ଜେମିନି ଆକସେସ୍ ସହିତ ସେଗମେଣ୍ଟର ସର୍ବବୃହତ ୩.୬ ବାହ୍ୟ ଡିସପ୍ଲେ ରହିଛି। ଓଆଇଏସ୍ ଏବଂ ଇନଷ୍ଟାଣ୍ଟ ଅଲ୍ ପିକ୍ସେଲ ଫୋକସ୍ ସହିତ ମୋଟୋ ଏଆଇ ସଞ୍ଚାଳିତ ପ୍ରଭାବଶାଳୀ ୫୦ ଏମପି କ୍ୟାମେରା ସିଷ୍ଟମ ସହିତ, ରେଜର ୫୦ ରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ, ଯାହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୪୯,୯୯୯ ଟଙ୍କା ରହିଛି। ମୋଟୋରୋଲା ରେଜର ୫୦ ହେଉଛି ପ୍ରଥମ ଫ୍ଲିପ୍ ଫୋନ୍ ଯେଉଁଥିରେ ୮ ଜିବି ରାମ୍ +୨୫୬ ଜିବି ବିଲ୍ଟ-ଇନ୍ ଷ୍ଟୋରେଜ୍ ସହିତ ନୂଆ ମିଡିଆଟେକ୍ ଡିମେନ୍ସିଟି ୭୩୦୦ଏକ୍ସ ପ୍ରୋସେସର ରହିଛି। ଗ୍ରାହକମାନେ ୧୦ ସେପ୍ଟେମ୍ବର ୨୦୨୪ରୁ ଆମାଜନ ଏବଂ ରିଟେଲ ଷ୍ଟୋରରେ ମୋଟୋରୋଲା ରେଜର ୫୦ର ପ୍ରି-ବୁକିଂ କରିପାରିବେ। ୨୦୨୪ ସେପ୍ଟେମ୍ବର ୨୦ରୁ ବିକ୍ରି ଆରମ୍ଭ ହେବ। ଗ୍ରାହକମାନେ ରିଲାଏନ୍ସ ଜିଓ ତରଫରୁ ୧୫,୦୦୦ ଟଙ୍କାର ସୁବିଧା ମଧ୍ୟ ପାଇପାରିବେ।
ହ୍ବାଟସ୍‌ଆପ୍‌ ତା’ର ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର୍‌ ବିଭିନ୍ନ ସମୟରେ ଜାରି କରିଥାଏ। ଏହି କ୍ରମରେ ଏବେ କମ୍ପାନି ଏକ ବଡ଼ ଫିଚର୍‌ ଆଣିବା ଦିଗରେ କାର୍ଯ୍ୟ କରୁଛି। ଏହି ନୂଆ ଫିଚର୍‌ ମାଧ୍ୟମରେ ବ୍ୟବହାରକାରୀ କୌଣସି ଭାଷାରେ ଲିଖିତ ମେସେଜ୍‌କୁ ସହଜରେ ଅନୁବାଦ କରିପାରିବେ। କହିବାକୁ ଗଲେ ଅଲଗା ଭାଷାରେ ଆସୁଥିବା ମେସେଜ୍‌କୁ ପଢ଼ିବା ପାଇଁ ଆଉ ଟ୍ରାନ୍ସଲେସନ୍‌ ଆପ୍‌ ଦରକାର ପଡ଼ିବ ନାହିଁ।
ବ୍ୟବହାରକାରୀ କେଉଁ ମେସେଜକୁ ଟ୍ରାନ୍ସଲେସନ କରିବେ କି ନାହିଁ, ତାହା ଏହି ଫିଚର୍‌ ମାଧ୍ୟମରେ ଚୟନ କରିପାରିବେ। ତେବେ ଏହି ଫିଚର୍‌ ପାଇଁ ହ୍ବାଟ୍ସଆପ୍‌କୁ ଲାଙ୍ଗୁଏଜ୍‌ ପ୍ୟାକ୍‌ ଡାଉନଲୋଡ୍ କରିବାକୁ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଭାଷାକୁ ଏଥିରେ ସମର୍ଥନ ମିଳିବ। ବ୍ୟବହାରକାରୀଙ୍କୁ ମୁଖ୍ୟତଃ ଇଂରାଜୀ, ହିନ୍ଦୀ, ସ୍ପେନିସ୍‌, ରୁଷୀୟ ଭାଷା ଅନୁବାଦ କରିବାର ସୁବିଧା ପ୍ରଦାନ କରାଯିବ। ଅବଶ୍ୟ ଏହି ଫିଚର୍‌ ବ୍ୟବହାରକାରୀଙ୍କ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ଏଣିକି ଲୋକଙ୍କୁ ଯେଉଁ ଫୋନ୍‌ କଲ୍‌ ରିସିଭ୍‌ କରିବାକୁ ଇଚ୍ଛା ନ ଥିବ, ତାହାକୁ ମୁଣ୍ଡ ହଲାଇ ଏଡ଼ାଇ ପାରିବେ। କହିବାକୁ ଗଲେ ହାତରେ ଫୋନ୍‌ ଧରି କଲ୍‌ କାଟିବାକୁ ପଡ଼ିବ ନାହିଁ। ଆପଲ୍‌ର ସବୁଠୁ ବଡ଼ କାର୍ଯ୍ୟକ୍ରମ ୱାଲ୍‌ର୍ଡ ୱାଇଡ୍ ଡେଭଲପର କନଫରେନ୍ସରେ ଆଇଓଏସ୍‌ର ନୂଆ ଭର୍ସନ ଆଇଓଏସ୍‌ ୧୮ କୁ ଲଞ୍ଚ୍‌ କରାଯାଇଛି। ଫୋନ୍‌ କଲ୍‌କୁ ଏଡାଇବାର ଏହି ଫିଚର୍‌ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି।
ତେବେ ବ୍ୟବହାରକାରୀ ଏହି ଫିଚର୍‌ ମାଧ୍ୟମରେ ସିରିକୁ ନିର୍ଦ୍ଦେଶ ଦେଇଥାନ୍ତି। ଏହାପରେ ସିରି ସମସ୍ତ କାମ କରିଥାଏ। କମ୍ପାନୀ ଅନୁସାରେ ଫୋନ୍‌ କଲ୍‌ ନ ଉଠାଇବା ପାଇଁ କେବଳ ବ୍ୟବହାରକାରୀଙ୍କୁ ନିଜ ମୁଣ୍ଡ ହଲାଇବାକୁ ପଡ଼ିବ। ମୁଖ୍ୟତଃ ବ୍ୟସ୍ତ ଲୋକଙ୍କ ପାଇଁ ଏହା ଉପକାରୀ ସାବ୍ୟସ୍ତ ହୋଇପାରିବ। ସେହିପରି ଯେଉଁମାନେ ବାରମ୍ବାର ଫୋନ୍‌ ଦେଖିବାକୁ ଚାହୁଁ ନାହାନ୍ତି, ଏହା ମାଧ୍ୟମରେ ସେମାନଙ୍କ ଏହି କାମ ଆହୁରି ସହଜ ହୋଇପାରିବ। ତେବେ ଆଇଫୋନ୍‌ ପାଇଁ ଆଇଓଏସ୍‌ ୧୮ ଅପରେଟିଂ ସିଷ୍ଟମରେ ଅନେକ ନୂଆ ଫିଚର ଲୋକଙ୍କୁ ମିଳିବ। ଯେମିତି ନିଜ ହିସାବରେ ଆଇଫୋନ୍‌କୁ ସଜାଇବା, ମେସେଜ ପଠାଇବା ପାଇଁ ସାଟେଲାଇଟ୍‌କୁ ଉପଯୋଗ କରିବା।
ପ୍ୟାରିସ୍‌ ଅଲିମ୍ପିକ୍ସରେ ନୂଆ ଜ୍ଞାନକୌଶଳ, ସିଧା ପ୍ରସାରଣ ହେବ ଖେଳାଳିଙ୍କ ମାତାପିତାଙ୍କ ପ୍ରତିକ୍ରିୟା
ପ୍ୟାରିସ: ଆଉ ଅଢେଇମାସ ପରେ ପ୍ୟାରିସରେ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆରମ୍ଭ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏଥର ଖେଳାଳିଙ୍କ ସୁରକ୍ଷା ଓ ମନୋରଞ୍ଜନକୁ ଦୃଷ୍ଟିରେ ରଖି ନୂଆ ଜ୍ଞାନକୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରିବ। ଏହିକ୍ରମରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କ ମାନସିକତାକୁ ମଧ୍ୟ ମିନିଟର କରାଯିବ। କ୍ରିଡ଼ାବିତଙ୍କ ପରିବାର ସଦସ୍ୟଙ୍କ ହୃଦ୍‌ସ୍ପନ୍ଦନ (ହାର୍ଟବିଟ୍‌)କୁ ମପାଯିବ। ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସର ଫଟୋଗୁଡିକୁ ରଙ୍ଗୀନ କରାଯିବାକୁ ଯୋଜନା କରାଯାଇଛି। ଅଲିମ୍ପିକ୍ସ ଏଥର ପ୍ୟାରିସ୍‌ରେ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖରେ ଶେଷ ହେବ।
ଖେଳାଳିଙ୍କ ମାତାପିତାଙ୍କ ପ୍ରତିକ୍ରିୟାର ସିଧା ପ୍ରସାରଣ ହେବ
ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥଲେଟମାନଙ୍କ ମାତାପିତାଙ୍କ ରିଆକ୍ସନ ବା ପ୍ରତିକ୍ରିୟାର ସିଧା ପ୍ରାସାରଣ କରାଯିବ ବୋଲି ଯୋଜନା ହେଉଛି। ସେମାନଙ୍କର ହାର୍ଟରେଟ୍‌କୁ ମପାଯାଇ ଏପରି କରାଯିବ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଏହା ଦ୍ୱାରା ଦର୍ଶକ ଆହୁରି ରୋମାଞ୍ଚିତ ହେବେ।
ଏଆଇ ସିସିଟିଭି କ୍ୟାମେରାରେ ହେବ ସୁରକ୍ଷା
ଅଲିମ୍ପିକ୍ସ ଆୟୋଜନ ଅବସରରେ ସନ୍ଦିଗ୍ଧ ଘଟଣାଗୁଡିକୁ ନଜରରେ ରଖାଯିବାକୁ ପ୍ରୟାସ କରାଯିବ। ଏଥିପାଇଁ ଏଆଇ କ୍ୟାମେରା ବ୍ୟବହୃତ ହେବ। ଯଦି କୌଣସି ବ୍ୟକ୍ତି ଅସ୍ତ୍ର ନେଇ ପଡିଆ ଭିତରକୁ ପ୍ରବେଶ କରନ୍ତି ବା ବିନା ଅନୁମତିରେ ଗ୍ରାଉଣ୍ଡରେ ପ୍ରବେଶ କରିବାକୁ ଉଦ୍ୟମ କରନ୍ତି, ତେବେ ଏହି ଘଟଣା କ୍ୟାମେରାରେ ରେକର୍ଡ କରାଯିବ ଓ ତୁରନ୍ତ ସୁରକ୍ଷା ଟିମ୍‌କୁ ଅବଗତ କରାଯିବ।
ରିୟଲ ଟାଇମ୍‌ ଆନାଲିସିସ୍‌ରେ ନିଷ୍ପତ୍ତି ନିଆଯିବ
ଏଆଇର ସହାୟତାରେ ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଭିଡିଓର ଆନାଲିସିସ୍‌ କରାଯାଇ ନିର୍ଣ୍ଣୟ ଦିଆଯିବ। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଡାଇଭିଂ ଇଭେଣ୍ଟରେ ସବୁ ପକ୍ଷକୁ ନେଇ ଏଆଇ ଆନାଲିସିସ୍‌ କରି ସଠିକ୍‌ ନିର୍ଣ୍ଣୟ ଦେଇପାରିବ।
୮କେ ଉଚ୍ଚକୋଟୀର ଲାଇଭ୍‌ ଷ୍ଟ୍ରିମିଂ
ଏଥର ଅଲିମ୍ପିକ୍ସରେ ୮କେ ଉଚ୍ଚକୋଟୀର ପିକ୍‌ଚର କ୍ୱାଲିଟି ମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରାଯିବ। ଆମେରିକାର ଜଣାଶୁଣା କମ୍ପାନୀ ‘ଇଣ୍ଟେଲ’ ମାଧ୍ୟମରେ ଦର୍ଶକ ଏଥର ଉଚ୍ଚକୋଟୀର ଭିଡିଓ ଓ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିପାରିବେ। ଏହା ଦ୍ୱାରା ନୂଆ ଯୁବ ପ୍ରତିଭାଗୁଡିକର ଅନ୍ୱେଷଣ ମଧ୍ୟ କରାଯାଇପାରିବ ବୋଲି କୁହାଯାଇଛି। ଏଥରର ଅଲମ୍ପିକ୍ସ ଭିନ୍ନ ଧରଣର ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୩ ମସିହା । ଏହି ସମୟରେ ଅନେକ ଆକଳନ ମଧ୍ୟ ବାହାରକୁ ଆସିଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସାରା ବିଶ୍ୱରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ୪.୮ ବିଲିୟନ ଅତିକ୍ରମ କରିଛି। ଦୁନିଆର ଅଧିକାଂଶ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିଦିନ ସୋସିଆଲ ମିଡିଆରେ ୨ ଘଣ୍ଟା ୨୪ ମିନିଟ୍ ବିତାଉଛନ୍ତି ବୋଲି ରିପୋର୍ଟରୁ ପ୍ରକାଶା ପାଇଛି। ଚଳିତ ବର୍ଷ ସବୁଠୁ ଡିଲିଟ ହୋଇଥିବା ସୋସିଆଲ ମିଡିଆ ଆପର ନାଁ ମଧ୍ୟ ପ୍ରକାଶ ପାଇଛି।
୨୦୨୩ରେ ଅଧିକ ଡିଲିଟ୍ ହୋଇଥିବା ଆପ୍ :
ଆମେରିକୀୟ ଟେକ୍ ଫାର୍ମ ଟିଆରଜି (TRG ) ଡାଟାସେଣ୍ଟର୍ ଏକ ରିପୋର୍ଟ ପ୍ରକାଶ କରିଛି ।  ଯେଉଁଥିରେ ଚଳିତ ବର୍ଷର ସର୍ବାଧିକ ଡିଲିଟ୍ ହୋଇଥିବା ଆପ୍ ବିଷୟରେ ସୂଚନା ଦିଆଯାଇଛି। ଲଞ୍ଚ ହେବାର ୨୪ ଘଣ୍ଟା ମଧ୍ୟରେ ଥ୍ରେଡ୍ ଆପରେ ୧୦୦ ମିଲିୟନ୍ ଉପଭୋକ୍ତା ଯୋଡି ହୋଇଥିଲେ। ହେଲେ ଆସନ୍ତା ୫ ଦିନ ମଧ୍ୟରେ ଥ୍ରେଡ୍ ଆପ  ୮୦ ପ୍ରତିଶତ ଉପଭୋକ୍ତାଙ୍କୁ ହରାଇଛି।
ଇନଷ୍ଟାଗ୍ରାମ ହେଉଛି ସବୁଠାରୁ ଡିଲିଟ୍ ହୋଇଥିବା ଆପ୍ :
ରିପୋର୍ଟ ଅନୁଯାୟୀ, ବିଶ୍ ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାର ଉପାୟ ଖୋଜିଛନ୍ତି। ୧୦, ୨୦,୦୦୦ ରୁ ଅଧିକ ଉପଭୋକ୍ତା ଇନଷ୍ଟାଗ୍ରାମ ଆପ୍ ଡିଲିଟ୍ କରିଥିବା ଜଣାପଡ଼ିଛି।
ଅଧିକାଂଶ ଡିଲିଟ୍ ହୋଇଥିବା ଆପ୍ ତାଲିକାରେ ଦ୍ୱିତୀୟରେ ସ୍ନାପଚାଟ  ରହିଛି। ଏହି ଆପକୁ ୧ ଲକ୍ଷ ୨୮ ହଜାର ୫୦ ଲୋକଙ୍କ ଦ୍ୱାରା ଡିଲିଟ୍ ହୋଇଛି। ଏହା ପରେ X (ଟ୍ୱିଟର), ଟେଲିଗ୍ରାମ, ଫେସବୁକ୍, ଟିକଟକ୍, ୟୁଟ୍ୟୁବ୍, ହ୍ବାଟସଆପ୍  ଏବଂ ୱିଚାଟ୍ ର ନାମ ଅଛି। ୪୯ ହଜାର ଲୋକ ଫେସବୁକ୍ ଆପ୍ ଡିଲିଟ୍ କରିଥିବା ବେଳେ ହ୍ବାଟସଆପ୍  ଡିଲିଟ୍ କରିଥିବା ଉପଭୋକ୍ତାଙ୍କ ସଂଖ୍ୟା ହେଉଛି ୪,୯୫୦ ରହିଛି।
ଅତ୍ୟାଧୁନିକ ଲାପ୍‌ଟପ୍ ଯେତିକି ଆଡଭାନ୍ସ ହୋଇଥାଏ, ଏହାର ଯତ୍ନ ନେବା ଲୋକଙ୍କ ପାଇଁ ବେଶି ଚ୍ୟାଲେଞ୍ଜପୂର୍ଣ୍ଣ ମଧ୍ୟ ହୋଇଥାଏ। ବିଶେଷକରି ଲାପ୍‌ଟପ୍ ସ୍କ୍ରିନ୍‌କୁ ସଫା କରିବା। ଏପରିକି ସ୍ବଳ୍ପ ଚାପ ପ୍ରୟୋଗ ତଥା କେମିକାଲ ବ୍ୟବହାର ଯୋଗୁଁ ସ୍କ୍ରିନ୍‌ ଖରାପ ହୋଇଥାଏ। ଏଣୁ ଲାପ୍‌ଟପ୍‌ ସ୍କ୍ରିନ୍ ସଫା କରିବା ସମୟରେ କିଛି ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ।
-ସାଧାରଣତଃ ଏକ୍ସପର୍ଟମାନେ ଲାପ୍‌ଟପ୍‌ ସ୍କ୍ରିନ୍ ସଫା କରିବା ପାଇଁ ଲିକ୍ବ୍ୟୁଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏମିତି କରିବା ଦ୍ବାରା ଡିଭାଇସ୍ ସ୍କ୍ରିନ୍ ସହିତ ହାର୍ଡୱିୟର୍‌କୁ ମଧ୍ୟ କ୍ଷତି ପହଞ୍ଚେ। ସ୍କ୍ରିନ୍‌ ସଫା ପାଇଁ କୌଣସି
-ଆଲକହଲ କିମ୍ବା କେମିକାଲକୁ ବ୍ୟବହାର କରନ୍ତୁ ନାହିଁ।
-ଲାପ୍‌ଟପ୍‌ ସ୍କ୍ରିନ୍‌ ସଫା କରିବା ପାଇଁ ଶୁଖିଲା ସୂତା କପଡ଼ା ବ୍ୟବହାର କରନ୍ତୁ। ଧ୍ୟାନ ରଖିବେ କପଡ଼ା ସଫା ସୁତୁରା ରହିବା ଆବଶ୍ୟକ। ଧୂଳିକଣା ଥିଲେ ସ୍କ୍ରିନ୍ ସ୍କ୍ରାଚ୍ ହୋଇଥାଏ।
-ହାତରେ ଧୀରେ ଧୀରେ ଏହାର ସ୍କ୍ରିନ୍‌କୁ ସଫା କରନ୍ତୁ। ଏହାସହ କପଡ଼ାକୁ ଅଳ୍ପ ଓଦାକରି ପୋଛନ୍ତୁ। ତେବେ ପାଣି ଯେଭଳି ଭିତରକୁ ଯିବ ନାହିଁ, ଧ୍ୟାନ ରଖିବା ଜରୁରି।
-ଏହା ସତ୍ତ୍ବେ ସ୍କ୍ରିନ୍ ସଫା ନ ହେଉ ଥିଲେ, ମାଇକ୍ରୋଫାଇବର୍‌ କପଡ଼ାରେ ଅଳ୍ପ କ୍ଲିନିଂ ଲିକ୍ବ୍ୟୁଡ୍ ମିଶାଇ ଧୀରେ ଧୀରେ ସଫା କରନ୍ତୁ।
-ଯଦି ଲାପ୍‌ଟପ୍‌ ସ୍କ୍ରିନ୍‌ ଏଲ୍‌ସିଡି, ତେବେ କୌଣସି କେମିକାଲ୍‌ ବ୍ୟବହାର କରନ୍ତୁ ନାହିଁ।
ସମୟାନୁସାରେ ବଢୁଛି ଟେକ୍ନୋଲୋଜିର ବ୍ୟବହାର; ବିବାହ ବ୍ରତଘର ଆଦିରେ ତେଲିଙ୍ଗି ବାଜା ବଦଳରେ ଆକର୍ଷଣ ସାଜିଛି ଡିଜେ ଓ ବ୍ୟାଣ୍ଡ୍‌
ଭୁବନେଶ୍ୱର(ସୁମିତ୍ରା): ଏକଦା ବିବାହ ବ୍ରତଘର ଆଦି କାର୍ଯ୍ୟକ୍ରମରେ ତେଲିଙ୍ଗି ବାଜା ଥିଲା ପ୍ରମୁଖ ଆକର୍ଷଣ। ସମୟାନୁସାରେ ବଢୁଛି ଟେକ୍ନୋଲୋଜିର ବ୍ୟବହାର ଏବଂ ବଦଳୁଛି ଲୋକଙ୍କ ଜୀବନଶୈଳୀ। ସମୟ ସହିତ ତାଳ ଦେଇ ହେଉ ଅବା ପ୍ରତିଯୋଗିତାମୂଳକ ଜୀବନ ବଞ୍ଚିବାକୁ ସମସ୍ତଙ୍କ ମଧ୍ୟରେ ଉଦ୍ଦାମତା ସୃଷ୍ଟି ହୋଇଛି। ପରମ୍ପରା, ସଂସ୍କୃତି ଓ ରୀତିନୀତି ମଧ୍ୟ ଟେକ୍ନୋଲୋଜି ସହିତ ଜଡ଼ିତ ହୋଇଗଲାଣି। ବିବାହଠାରୁ ଆରମ୍ଭ କରି ଜନ୍ମଦିନ, ବିଭିନ୍ନ ପର୍ବପର୍ବାଣିକୁ ଧୁମ୍‌‌ଧାମରେ ପାଳନ କରିବା ଏକ ଧାରା ପାଲଟିଛି। ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଡିଜେ। ବାର୍‌‌, ପବ୍‌‌, ବିବାହ, ମ୍ୟୁଜିକ୍‌‌ ଫେଷ୍ଟିଭାଲ୍‌, ନାଇଟ୍‌‌ କ୍ଲବ୍‌‌, କର୍ପୋରେଟ୍‌‌ ଅବା ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯେଉଁମାନେ ରେକର୍ଡେଡ୍‌‌ ମ୍ୟୁଜିକ୍‌‌ ବଜାଇଥାନ୍ତି ସେମାନଙ୍କୁ ଡିସ୍‌‌କୋ ଜକି ବା ଡିଜେ କୁହାଯାଏ। ହିପହପ୍‌‌ ଡିଜେ, ହାଉସ୍‌‌ ଡିଜେ, ମୋବାଇଲ୍‌ ଡିଜେ, ଟେକ୍ନୋ ଡିଜେ ଆଦି ଏହାର ବିଭିନ୍ନ ପ୍ରକାର ଭେଦ ରହିଛି। ଡିଜେ ଓ ବ୍ୟାଣ୍ଡ୍‌ର ଚାହିଦାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
ବିବାହ ପାଇଁ ପାରମ୍ପରିକ ବାଦ୍ୟଯନ୍ତ୍ର
ବାଜା, ବାଣ ବିନା ବାହାଘର ଅଧୁରା ରହିଯାଏ ବୋଲି ଅନେକଙ୍କ ଧାରଣା। ତେଣୁ ବାହାଘର, ବ୍ରତଘର ଭଳି ଶୁଭ କାର୍ଯ୍ୟରେ ପାରମ୍ପରିକ ଭାବେ ଢୋଲ ବାଜା, ତେଲିଙ୍ଗି ବାଜା, ସାହାନାଈ, ଯୋଡ଼ି ନାଗରା ବ୍ୟବହାର କରାଯାଉଥିଲା। ହେଲେ ସମୟକ୍ରମେ ଏହି ବାଦ୍ୟଯନ୍ତ୍ର ଆଉ ପ୍ରାୟତଃ ଶୁଣିବାକୁ ମିଳୁନି। ଢୋଲ ବାଜାକୁ ଏକ ସ୍ୱତନ୍ତ୍ର ଜାତିର ବାଦ୍ୟକାରମାନେ ବଜାଇଥାନ୍ତି। ଏହିସବୁ ବାଦ୍ୟଯନ୍ତ୍ରକୁ ଶୁଭ ବୋଲି ଆଜିବି ଲୋକଙ୍କର ବିଶ୍ୱାସ ରହିଛି। ତେଣୁ ସହରର ଚାକଚକ୍ୟ ମଧ୍ୟରେ ବି ଏହି ପାରମ୍ପରିକ ବାଦ୍ୟଯନ୍ତ୍ରର ଧ୍ବନି ଅନେକଙ୍କ ବିବାହ କାର୍ଯ୍ୟରେ ଶୁଣିବାକୁ ମିଳୁଛି। ଯାହା ପ୍ରମାଣିତ କରୁଛି ଯେ ପୁଣି ଲୋକଙ୍କ ରୁଚି ପୁରୁଣା ଦିନକୁ ଫେରୁଛି।
ହଜିଗଲାଣି ପାରମ୍ପରିକ ବାଦ୍ୟ
ବାହାଘରରେ ସାହାନାଈ, ତେଲିଙ୍ଗି ବାଜା, ଧାଙ୍ଗଡ଼ା ବାଜା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଥିବାବେଳେ ଏବେ ତାହା ଆଉ ଶୁଣିବାକୁ ମିଳୁନି। ଏହି ସବୁ ବାଦ୍ୟଯନ୍ତ୍ରର ବେଶ୍‌‌ ଗୁରୁତ୍ୱ ରହିଛି। ମଙ୍ଗନ ଦିନରୁ ଆରମ୍ଭ କରି କନିଆ ମେଲାଣି ଯାଏ ଏହି ବାଦ୍ୟ ବାଜିବା ଶୁଭ ବୋଲି କୁହାଯାଏ। ଏଥିପାଇଁ ମଧ୍ୟ ଦକ୍ଷ ବାଦକ ରହିଥାନ୍ତି। ତେବେ ଦିନକୁ ଦିନ ସହରରୁ ଏହି ବାଦ୍ୟ ଶବ୍ଦ ଉଭେଇ ଯିବାରେ ଲାଗିଛି। କାଁ ଭାଁ କେଉଁଠି ପାରମ୍ପରିକ ବାଦ୍ୟ ଶୁଣିବାକୁ ମିଳୁଛି। ଲୋକଙ୍କ ଚାହିଦା କମିବାରୁ ବାଦ୍ୟକାରମାନେ ମଧ୍ୟ ଏହି ସବୁ ବାଦ୍ୟ ବଜାଇବାକୁ ମନବଳାଉ ନ ଥିବା କୁହାଯାଉଛି। ଯଦି କେହି ଏହି ବାଦ୍ୟ ଆବଶ୍ୟକ କରୁଛନ୍ତି, ତେବେ ତାଙ୍କ ବରାଦ ଅନୁସାରେ ବିଭିନ୍ନ ବ୍ରାସ୍‌‌ ପାର୍ଟି ପକ୍ଷରୁ ଯୋଗାଇ ଦିଆଯାଉଛି।
ବଦଳିଛି ସଙ୍ଗୀତର ଧାରା
ପୂର୍ବରୁ ନା ଥିଲା ରିମିକ୍ସ, ନା ଥିଲା ଡିଜେ ସାଉଣ୍ଡ୍‌‌। ନୂଆକରି ରିଲିଜ୍‌‌ ହେଉଥିବା ଯେକୌଣସି ସଙ୍ଗୀତ ଶୁଣିବାକୁ ମିଳୁଥିଲା ବିବାହ ସମୟରେ। ଯେଉଁ ଗୀତରେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାୟା ହେଉଥିଲେ। ଶୁଣିବାକୁ ମିଳୁଥିଲା ଲାଇଭ୍‌‌ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଟ୍ରଲି ଉପରେ ବାଜା ବାଣ ସହିତ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ସଙ୍ଗୀତ ପରିବେଷଣ କରୁଥିଲେ। ଯାହାକୁ ଶୁଣି ଆପେ ଆପେ ନାଚି ଉଠୁଥିଲେ ସମସ୍ତେ। ହେଲେ ବର୍ତ୍ତମାନ ହଲିଉଡ୍‌‌ ସଙ୍ଗୀତ ସାଙ୍ଗକୁ ଡିଜେ ସାଉଣ୍ଡ ସମସ୍ତଙ୍କୁ ମତୁଆଲା କରିଛି। ନା ଆବଶ୍ୟକ ହେଉଛନ୍ତି ସଙ୍ଗୀତକାର ନା ସଙ୍ଗୀତ ବାଛିବାରେ ରହୁଛି ସମସ୍ୟା। ପୂର୍ବରୁ ମନମୁତାବକ ଲୋକପ୍ରିୟ ଗୀତର ତାଲିକା କରାଯାଇ ତାହାକୁ ପେନ୍‌ଡ୍ରାଇଭ୍‌‌ରେ ଟ୍ରାକ୍‌‌ କରାଯାଉଛି। ତା’ ପରେ ଗୋଟେ ପରେ ଗୋଟେ ଗୀତ ଆପେ ଆପେ ଶୁଣିବାକୁ ମିଳୁଛି। କେବଳ ବିବାହ ସମୟରେ ନୁହେଁ, କଲେଜ ଏବଂ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ବିଭିନ୍ନ ଉତ୍ସବରେ ମଧ୍ୟ ଡିଜେର ଭାଗିଦାରୀ ଏବେ ବୃଦ୍ଧି ପାଇଛି।
ପୋଷାକ ପରିଧାନରେ ପରିବର୍ତ୍ତନ
ଡିଜେ ସାଙ୍ଗକୁ ତାଳ ଦେଇ ଏବେ ବିଭିନ୍ନ ପୋଷାକ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଡିଜେ ସହିତ ବିଭିନ୍ନ ପ୍ରକାର ଲାଇଟ୍‌‌ ଧରିବା କାର୍ଯ୍ୟରେ (ଲାଇଟ୍‌‌ ବଏ) ପୂର୍ବରୁ କେବଳ ପୁରୁଷମାନଙ୍କୁ ନିୟୋଜିତ କରାଯାଉଥିଲା, ଏବେ ମହିଳାମାନଙ୍କୁ ଏ କ୍ଷେତ୍ରରେ ନିୟୋଜିତ କରାଗଲାଣି। ଗ୍ରାହକଙ୍କ ଚାହିଦା ଅନୁସାରେ ସେମାନେ ପୋଷାକ ପରିଧାନ କରିଥାନ୍ତି। ଫଳରେ ଏହା ଆଖିକୁ ଆକର୍ଷଣୀୟ ଦେଖାଯାଇଥାଏ। ଅନେକ କ୍ଷେତ୍ରରେ ବାହାଘର ହେଉ ଅବା କୌଣସି କାର୍ଯ୍ୟକ୍ରମରେ ଥିମ୍‌‌ ବେସଡ୍‌‌ ପୋଷାକ ମଧ୍ୟ ପରିଧାନ କରାଯାଇଥାଏ। ବାଦ୍ୟକାରଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବିଭିନ୍ନ ଥିମ୍‌‌କୁ ନେଇ ପୋଷାକ ପରିଧାନ କରିଥାନ୍ତି। କେତେକ ସ୍ଥାନରେ ଗ୍ରାହକଙ୍କ ବରାଦ ଅନୁସାରେ ମଧ୍ୟ ପୋଷାକ ପରିଧାନ କରିବାକୁ ହୋଇଥାଏ। ପଞ୍ଜାବୀ, ପାରମ୍ପରିକ ଓଡ଼ିଆ ବେଶ, କୁର୍ତ୍ତା ପାଇଜାମା, ରାଜସ୍ଥାନୀ ଆଦି ଭିନ୍ନ ଭିନ୍ନ ବେଶରେ ସଜାଇ ହୋଇଥିବା ସେମାନଙ୍କୁ ଦେଖିବାକୁ ମିଳିଥାଏ। ସେହିଭଳି ଡିଜେ ସହ ଏବେ ଯୋଡ଼ି ହୋଇଛି ଫ୍ୟୁଜନ୍‌ କଳା କୌଶଳ। ଅର୍ଥାତ୍‌ ଆଧୁନିକ ଓ ପୁରୁଣା କଳା କୌଶଳକୁ ଡିଜେର ତାଳେ ତାଳେ ପରିବେଷଣ କରାଯାଉଛି। ଯାହା ଅନେକଙ୍କୁ ଆକର୍ଷିତ କରୁଛି।
ବ୍ୟାଣ୍ଡ୍‌‌ରୁ ମୁହଁ ଫେରାଉଛନ୍ତି
ଦିନକୁ ଦିନ ବ୍ୟାଣ୍ଡ୍‌ରେ କାମ କରୁଥିବା ଲୋକମାନେ ଏବଂ କଳାକାରମାନେ ମୁହଁ ଫେରାଇ ନେଲେ। କେତେକଙ୍କ ତାହା କୌଳିକ ବୃତ୍ତି ହୋଇଥିବାବେଳେ ଆଉ କେତେକ ବୃତ୍ତି ଭାବେ ଗ୍ରହଣ କରିଥିଲେ। ପୁରୁଷ ପୁରୁଷ ଧରି ଚାଲିଆସୁଥିବା ଏହି ପରମ୍ପରାରୁ ଅନେକ ମୁହଁ ଫେରାଇ ନେଇଥିବାବେଳେ ଏବେ ବି ଅନେକଙ୍କ ପାଇଁ ଏହା ପାଲଟିଛି ପେଟପାଟଣାର ମାଧ୍ୟମ। ପୂର୍ବଭଳି ତେଲିଙ୍ଗି ବାଜା, ଢୋଲକ ଆଦି ବାଦ୍ୟକାର ମିଳୁ ନ ଥିବାରୁ ଅନ୍ୟ ଜିଲ୍ଲାରୁ ବାଦ୍ୟକାରଙ୍କୁ ଅଣାଯାଉଥିବା ବ୍ୟାଣ୍ଡ୍‌ ମାଲିକମାନେ କହିଛନ୍ତି। ଭୁବନେଶ୍ୱରରେ ଅଧିକାଂଶ ଲୋକେ ଡିଜେ ଉପରେ ନିର୍ଭର କରୁଥିବା ବେଳେ ଡିଜେ ସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ଅନେକଙ୍କ ଡିମାଣ୍ଡ ରହୁଛି। ତେଣୁ ବିଭିନ୍ନ ସ୍ଥାନରୁ ବାଦ୍ୟକାରଙ୍କୁ ଅଣାଯାଇଥାଏ। ଏହା ସହିତ ଲୋକଙ୍କ ଚାହିଦା ଅନୁସାରେ ବାଦ୍ୟ ପରିବେଷଣ କରାଯାଇଥିବା ବ୍ୟାଣ୍ଡପାର୍ଟି ମାଲିକମାନେ କହିଛନ୍ତି।
ଡିଜେ ପାଇଁ କଟକଣା
ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ବଜାଇବାକୁ ନିୟମ ରହିଛି। ବିବାହ ଶୋଭାଯାତ୍ରା ସମୟରେ ଡିଜେ ବଜାଇବା ପାଇଁ ଡିସିପିଙ୍କଠାରୁ ଅନୁମତି ଆଣିବାକୁ ପଡ଼ିଥାଏ। ଏହାର ଶବ୍ଦରେ ଯେଭଳି କୌଣସି ଅଭିଯୋଗ ନ ଆସିବ ସେଥିପାଇଁ ସଜାଗ ରହିବା ସହ ବିଳମ୍ବିତ ରାତିରେ ଡିଜେ ବଜାଇବା ଉପରେ କଟକଣା ରହିଛି। ସରକାରୀ ନିୟମ ଅନୁସାରେ ଡିଜେର ସାଉଣ୍ଡ -୬ଡିବି ରହିଥିବା ବେଳେ ବିଭିନ୍ନ ପରିସ୍ଥିତିକୁ ନଜରରେ ରଖି ଏହାକୁ ପରିଚାଳନା କରାଯାଇଥାଏ। ସେହିପରି ହୋଟେଲ୍‌ କିମ୍ବା କର୍ପୋରେଟ୍‌‌ ହାଉସ୍‌ରେ ବିଭିନ୍ନ ଇଭେଣ୍ଟ ପାଇଁ ପିପିଏଲ୍‌, ଆଇପିଆର୍‌ଏସ୍‌‌ ଏବଂ ନୋବେକ୍ସ ଲାଇସେନ୍ସ ଆବଶ୍ୟକ ହୋଇଥାଏ। କାରଣ ଯେଉଁମାନେ ଇଭେଣ୍ଟ ଆୟୋଜନ କରିଥାନ୍ତି, ଉକ୍ତ ଇଭେଣ୍ଟ୍‌‌ର କପି ରାଇଟ୍‌ ୟୁଟ୍ୟୁବ୍‌ରେ ପ୍ରସାରଣ ହେବା ପରେ ବିଭିନ୍ନ ପ୍ରଯୋଜକ ସଂସ୍ଥା ପକ୍ଷରୁ ଅଭିଯୋଗ ସହ ଫାଇନ୍‌‌ ଆଦାୟ କରାଯାଇଥାଏ। ସେମାନଙ୍କ ଏଜେଣ୍ଟମାନେ ବିଭିନ୍ନ ସ୍ଥାନରେ ଉପଲବ୍ଧ ରହିବା ସହ ଇଭେଣ୍ଟ ଉପରେ ମଧ୍ୟ ନଜର ରଖିଥାନ୍ତି। ଯେଉଁ ଗୀତଗୁଡ଼ିକ ଇଭେଣ୍ଟ୍‌ରେ ପରିବେଷଣ କରାଯାଇଥାଏ, ଉକ୍ତ ପ୍ରଯୋଜକ ସଂସ୍ଥା ଏହା ଉପରେ ଫାଇନ୍‌‌ କରିଥାନ୍ତି। ତେଣୁ ଏହି ୩ଟି ଲାଇସେନ୍ସ ନିହାତି ଜରୁରୀ ହୋଇଥାଏ। ତେବେ ବିବାହକୁ ବାଦ୍‌ ଦେଲେ କଲେଜ, ଇନଷ୍ଟିଚ୍ୟୁଟ୍‌‌, ହୋଟେଲ୍‌ ଓ କର୍ପୋରେଟ୍‌‌ ହାଉସ୍‌ର ଇଭେଣ୍ଟ୍‌ ସାରା ରାତି ମଧ୍ୟ କରାଯାଇଥାଏ। ଏଥ଄ପାଇଁ କୌଣସି ସମୟ ସୀମା ନଥାଏ।
ବ୍ୟାଣ୍ଡ୍‌‌ରେ ଡିଜେ
ବର୍ତ୍ତମାନ ଭୁବନେଶ୍ୱରରେ ୬୦୦ରୁ ଊର୍ଦ୍ଧ୍ବ ବ୍ୟାଣ୍ଡ୍‌ ରହିଛି। ତେବେ ୨୦୦୫ ମସିହାରୁ ବ୍ୟାଣ୍ଡ୍‌‌ଗୁଡ଼ିକ ଡିଜେରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ବିବାହ କାର୍ଯ୍ୟ ଅବା ରୋଷଣିରେ ବ୍ୟାଣ୍ଡ ପାର୍ଟି ବ୍ୟବହାର କରାଯାଉଥିଲା। ଢୋଲ, କାହାଳୀ, ତୁରୀ, ବାଜା, ସାହାନାଈ ସାଙ୍ଗକୁ ଚିକିମିକି ଆଲୁଅରେ ଝଲସୁ ଥିଲା। ସାଙ୍ଗରେ ପଛକୁ ପଛ ଲାଗିରହୁଥିଲା ଟ୍ରଲିର ଲମ୍ବା ଧାଡ଼ି। ପ୍ରାୟ ୧୦ରୁ ୧୨ଟି ଟ୍ରଲି ଉପରେ ବିଭିନ୍ନ ବାଦ୍ୟଯନ୍ତ୍ର ସଜ୍ଜିତ ହୋଇ ରହୁଥିଲା। ଏହା ସହିତ କଣ୍ଠଶିଳ୍ପୀମାନେ ମଧ୍ୟ ଟ୍ରଲି ଉପରେ ବସି ସଙ୍ଗୀତ ପରିବେଷଣ କରୁଥିଲେ। ହେଲେ ଧୀରେ ଧୀରେ ଏହି ପରମ୍ପରା ବଦଳି ଯାଇଛି। ବ୍ୟାଣ୍ଡ ପାର୍ଟିରେ କାମ କରୁଥିବା ଲୋକଙ୍କ ସଂଖ୍ୟା କମିବା ସହ ଏହି ବୃତ୍ତିରୁ ଅବସର ନେଲେଣି ଅନେକ। ହେଲେ ଏବେ ଗୋଟିଏ ଗାଡ଼ିରେ ଲାଇଟ୍‌‌ଠାରୁ ଆରମ୍ଭ କରି ମ୍ୟୁଜିକ୍‌‌, ସଙ୍ଗୀତ ଆଦି ସମସ୍ତ ସୁବିଧା ରହୁଛି। ନିଜ ମନ ପସନ୍ଦର ସଙ୍ଗୀତଗୁଡ଼ିକ ଟ୍ରାକ୍‌‌ ଅନୁସାରେ ଶୁଣିହେବ। କେବଳ ବିବାହ ଉତ୍ସବ ନୁହେଁ, ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଶୁଣିବାକୁ ମିଳୁଛି ଡିଜେର ଧୁନ୍‌‌। ଏମିତିକି ବିଭିନ୍ନ ପର୍ବପର୍ବାଣୀର ଭସାଣି ଶୋଭାଯାତ୍ରାରେ ବି ଡିଜେ ବ୍ୟବହାର ହେବା ସାଧାରଣ କଥା ପାଲଟିଛି।
ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନକୁ ‘ବ୍ଲକ୍’ କିମ୍ବା ଟ୍ରାକ୍ କରିବାରେ ସକ୍ଷମ ହେବେ। କାରଣ କେନ୍ଦ୍ର ସରକାର ଚଳିତ ସପ୍ତାହରେ ଏକ ନୂଆ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି।
ଏହି ଟେକ୍ନୋଲୋଜିର ଏକ ସ୍ବତନ୍ତ୍ରତା ହେଉଛି ଯେ, ଏଥିରେ ଆଇଏମ୍‌ଇଆଇ ନମ୍ବର ପରିବର୍ତ୍ତନ କରାଯାଇଥିଲେ ବି ସିଷ୍ଟମ କାମ କରିବ। ଚଳିତମାସ ୧୭ରେ ବିଶ୍ୱ ଟେଲିକମ୍ ଦିବସ ଅବସରରେ କେନ୍ଦ୍ର ସରକାର ଏହି ନୂଆ ମୋବାଇଲ୍ ବ୍ଲକିଂ ଏବଂ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବେ। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ସଞ୍ଚାର ସାଥି ପୋର୍ଟାଲ୍ (ସିଇଆର୍) ବ୍ୟବସ୍ଥାର ଶୁଭାରମ୍ଭ କରାଇବେ। ଏହା ମାଧ୍ୟମରେ ଲୋକମାନେ ଚୋରି କିମ୍ବା ହଜିଯାଇଥିବା ଫୋନକୁ ବ୍ଲକ୍‌ ଏବଂ ଟ୍ରାକ କରିବାରେ ସକ୍ଷମ ହେବେ।
କେନ୍ଦ୍ର ଟେଲିମାଟିକ୍ସ ବିଭାଗ (ସି-ଡଟ୍) ବର୍ତ୍ତମାନ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତର ପୂର୍ବ ଅଞ୍ଚଳର କିଛି ଟେଲିକମ୍ କାର୍ଯ୍ୟାଳୟରେ ଏହି ସିଷ୍ଟମର ପାଇଲଟ୍ ପ୍ରକଳ୍ପ ଚଳାଉଛି, ଯାହା ବର୍ତ୍ତମାନ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାକୁ ପ୍ରସ୍ତୁତ। ଏହାବ୍ୟତୀତ ସଞ୍ଚାର ସାରଥି ପୋର୍ଟାଲ ଗରିଆରେ ମଧ୍ୟ ମୋବାଇଲ ଚୋରା କାରବାରର ଯାଞ୍ଚ କରିହେବ। ସି-ଡଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ରାଜକୁମାର ଉପାଧ୍ୟାୟ କହିଛନ୍ତି ଯେ ମୋବାଇଲ୍ ବ୍ଲକିଂ ଏବଂ ଟ୍ରାକିଂ ସିଷ୍ଟମ ସମଗ୍ର ଦେଶରେ ଆରମ୍ଭ ହେବାକୁ ପ୍ରସ୍ତୁତ। ଚଳିତ ତ୍ରୈମାସରେ ଏହାକୁ ସମଗ୍ର ଦେଶରେ ନିୟୋଜିତ କରାଯିବ। ଏହା ସହିତ ଲୋକମାନେ ସେମାନଙ୍କର ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନକୁ ବ୍ଲକ୍‌ ଏବଂ ଟ୍ରାକ୍‌ କରିବାରେ ସକ୍ଷମ ହେବେ। ଏହା ସହିତ ସେ କହିଛନ୍ତି ଯେ, ‘ସିଷ୍ଟମରେ ଏକ ଇନ-ବିଲ୍ଟ ମେକାନିଜିମ୍ ବା ବ୍ୟବସ୍ଥା ରହିଛି ଯାହା ମୋବାଇଲ୍ ଚୋରା ଚାଲାଣକୁ ମଧ୍ୟ ଯାଞ୍ଚ କରିବ। ତେବେ ଏହା କେବେ ଆରମ୍ଭ ହେବ ତାହା ସେ ନିଶ୍ଚିତ କରିନାହାଁନ୍ତି। ସମସ୍ତ ଟେଲିକମ୍ ନେଟୱାର୍କରେ କ୍ଲୋନେଡ୍ ମୋବାଇଲ୍ ଫୋନର ବ୍ୟବହାରକୁ ଚିହ୍ନିବା ପାଇଁ ଏଥିରେ ନୂଆ ଫିଚର ଯୋଡାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ ମୋବାଇଲ୍ ଉପକରଣର ବିକ୍ରି ପୂର୍ବରୁ ଆନ୍ତର୍ଜାତୀୟ ମୋବାଇଲ୍ ଉପକରଣ ପରିଚୟ (ଆଇଏମଇଆଇ-୧୫ ଅଙ୍କ ସଂଖ୍ୟା) ପ୍ରକାଶ କରିବା ସରକାର ବାଧ୍ୟତାମୂଳକ କରିଛନ୍ତି। ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିବା ପରେ ମଧ୍ୟ ଫୋନ୍‌କୁ ଟ୍ରାକ୍‌ କରାଯାଇପାରିବ। ବର୍ତ୍ତମାନ ଅପରାଧୀମାନେ ମୋବାଇଲ୍ ଚୋରି କରିବା ପରେ ଡିଭାଇସ୍‌ର ଆଇଏମ୍‌ଇଆଇ ନମ୍ବର ପରିବର୍ତ୍ତନ କରିଦେଉଛନ୍ତି, ଯେଉଁ କାରଣରୁ ମୋବାଇଲ୍ ଟ୍ରାକ କିମ୍ବା ବ୍ଲକ୍‌ କରାଯାଇପାରୁନାହିଁ। ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ ଆଇଏମଇଆଇ ନମ୍ବର ବଦଳାଇବା ପରେ ମଧ୍ୟ ଏହି ପୋର୍ଟାଲ ଡିଭାଇସ୍‌କୁ ଟ୍ରାକ ଏବଂ ବ୍ଲକ କରିବାରେ ସକ୍ଷମ ହେବ। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୪.୭୦ ଲକ୍ଷ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫେନ୍‌କୁ ଏହି ପୋର୍ଟାଲ ମାଧ୍ୟମରେ ବ୍ଲକ୍‌ କରାଯାଇଛି। ଏହାସହିତ ୨.୪୦ ଲକ୍ଷରୁ ଅଧିକ ମୋବାଇଲ୍ ଫୋନ୍‌କୁ ଟ୍ରାକ କରାଯାଇଛି। ପୋର୍ଟାଲ ସହାୟତାରେ ୮୦୦୦ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଛି। ନିକଟରେ କର୍ଣ୍ଣାଟକ ପୋଲିସ ପୋର୍ଟାଲ ସହାୟତାରେ ୨୫୦୦ରୁ ଅଧିକ ହଜିଯାଇଥିବା ମୋବାଇଲକୁ ଉଦ୍ଧାର କରି ସେଗୁଡିକର ମାଲିକଙ୍କୁ ଦେଇଛି।
ହ୍ୱାଟ୍ସଆପ୍‌ରେ ମିଳିବ ଟ୍ରୁ କଲର ସପୋର୍ଟ; ସହଜରେ ଜଣାପଡ଼ିବ ମିଥ୍ୟା ମେସେଜ୍‌ ଓ କଲ୍‌
ନୂଆଦିଲ୍ଲୀ: ମିଥ୍ୟା କଲ୍‌ ଏବଂ ମେସେଜ୍ ବିଷୟରେ ସହଜରେ ଜାଣିବା ପାଇଁ ନୂଆ ଫିଚର ଆଣିବାକୁ ଯାଉଛି ହ୍ୱାଟ୍ସଆପ୍‌। ଖୁବଶୀଘ୍ର ହ୍ବାଟ୍ସଆପ୍‌ରେ ଟ୍ରୁକଲର ଆଇଣ୍ଡେଣ୍ଟିଫିକେସନ ସର୍ଭିସ୍‌ ସପୋର୍ଟ ମିଳିବାକୁ ଯାଉଛି। ସ୍ପାମ୍‌ କଲ୍‌ ଏବଂ ଫ୍ରଡ୍‌ ମେସେଜ୍‌ରୁ ବର୍ତ୍ତିବା ପାଇଁ ହ୍ୱାଟ୍ସଆପ୍‌ ଏବଂ ଟ୍ରୁକଲର ମିଳିତ ଭାବରେ ଏହି ଦିଗରେ କାମ କରୁଛନ୍ତି। ଏହାଦ୍ବାରା ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପ୍‌ରେ ଫ୍ରଡ୍ କଲ୍‌ କିମ୍ବା ମେସେଜ୍‌ ଜାଣିବାରେ ସହଜ ହେବ।
ରିପୋର୍ଟ ଅନୁଯାୟୀ, ସୋମବାର ଟ୍ରୁ କଲର ଏବଂ ହ୍ବାଟ୍ସଆପ୍‌ ଏହି ସହଭାଗିତା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ଟ୍ରୁ କଲରରେ କେବଳ ମୋବାଇଲକୁ ଆସୁଥିବା କଲ୍‌ ବିଷୟରେ ଜାଣିହେଉଛି। ତେବେ ଟ୍ରୁ କଲର ଏବଂ ହ୍ବାଟ୍ସଆପ୍‌ର ଏହି ଫିଚର ଆରମ୍ଭ ହେବା ପରେ ହ୍ବାଟ୍ସଆପରେ ହିଁ ଆସୁଥିବା ସ୍ପାମ କଲ୍‌ ଏବଂ ଫ୍ରଡ୍ ମେସେଜ ଜାଣିହେବ। ସୂଚନାଥାଉକି, ଭାରତ ସହ ଅନ୍ୟ ଦେଶରେ ମଧ୍ୟ ଟେଲି ମାର୍କେଟିଂ ଏବଂ ହ୍ୟାକର୍ସ ଏବଂ ହ୍ବାଟ୍ସଆପ୍‌ ଫ୍ରଡ୍ କଲ୍‌ ମାମଲା ବଢ଼ଛି। ଟ୍ରୁ କଲରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଫିଚର ବିଟା ଭର୍ଜନରେ ଉପଲବ୍ଧ ରହିଛି। ଏହାକୁ ମେ’ ମାସ ଶେଷ ସୁଦ୍ଧା ବୈଶ୍ବିକ ସ୍ତରରରେ ରୋଲ୍‌ ଆଉଟ କରିଦିଆଯିବ। ଅବଶ୍ୟ କମ୍ପାନୀ ଏଥିପାଇଁ କୌଣସି ଡେଡଲାଇନ୍ ଦେଇନାହିଁ। ନିକଟରେ ଟ୍ରାଇ ଟେଲିକମ୍‌ ଅପରେଟରଙ୍କୁ ଏଆଇ ଫିଲ୍ଟରର ବ୍ୟବହାର କରି ନିଜ ନେଟଓ୍ବର୍କରେ ଟେଲି ମାର୍କେଟିଂ କଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।