Reliance - The Sakala

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍
ନୂଆଦିଲ୍ଲୀ: ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି।ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ ରେକର୍ଡରେ ନେଇଛନ୍ତି ଏବଂ କହିଛନ୍ତି ଯେ ଏସଆଇଟି ବନତାରାରେ ଆଇନ ଓ ନିୟମଗୁଡିକର ଅନୁପାଳନ ପ୍ରସଙ୍ଗରେ ସନ୍ତୁଷ୍ଟ ରହିଛି।

ଶୁକ୍ରବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା ଏବଂ ସୋମବାର ସୁପ୍ରିମକୋର୍ଟ ଏହାକୁ ଅନୁଧ୍ୟାନ କରିଥିଲେ। କୋର୍ଟ କହିଛନ୍ତି ଯେ ରିପୋର୍ଟ ଅଧ୍ୟୟନ କରିବା ପରେ ହିଁ ଏହା ଏକ ବିସ୍ତୃତ ଆଦେଶ ଜାରି କରିବ।

ସୁପ୍ରିମକୋର୍ଟରେ ବନତାରା ବିରୁଦ୍ଧରେ ଆଇନ ପାଳନ ନକରିବା ଏବଂ ଭାରତ ତଥା ବିଦେଶରୁ ପଶୁ, ବିଶେଷକରି ହାତୀ, ଅଧିଗ୍ରହଣ ନେଇ ଅଭିଯୋଗକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଗଷ୍ଟ ୨୫ ତାରିଖରେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟ ଏବଂ ଏନଜିଓ ଓ ବନ୍ୟପ୍ରାଣୀ ସଂଗଠନଗୁଡ଼ିକର ବିଭିନ୍ନ ଅଭିଯୋଗ ଉପରେ ଆଧାର କରି ବନତାରା ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣିଥିବା ଦୁଇଟି ଜନସ୍ୱାର୍ଥ ମାମଲାର (ପିଆଇଏଲ୍) ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେ. ଚେଲାମେଶ୍ୱରଙ୍କ ନେତୃତ୍ୱରେ ଏକ ଚାରି ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିଥିଲେ।

ଅଗଷ୍ଟ ୧୪ ତାରିଖରେ, ସର୍ବୋଚ୍ଚ ଅଦାଲତ ଆବେଦନକାରୀ ସି.ଆର. ଜୟା ସୁକିନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ “ସମ୍ପୂର୍ଣ୍ଣ ରୂପରେ ଅସ୍ପଷ୍ଟ” ବୋଲି କହିଥିଲେ ଯେଉଁଥିରେ ବନତାରାରେ ରହିଥିବା ହାତୀମାନଙ୍କୁ ସେମାନଙ୍କ ମାଲିକଙ୍କ ନିକଟକୁ ଫେରାଇବା ସୁନିଶ୍ଚିତ କରିବା ପାଇଁ ଏକ ନିରୀକ୍ଷଣ (ମନିଟରିଂ) କମିଟି ଗଠନ କରିବାକୁ ଦାବି କରାଯାଇଥିଲା।

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ କମ୍ପାନୀର ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି। ଅର୍ଥାତ୍, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ରିଲାଏନ୍ସ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ନୂତନ ନିବେଶ କରିବାକୁ ଯାଉଛି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ରାଇଜିଂ ନର୍ଥଇଷ୍ଟ ନିବେଶକ ସମ୍ମିଳନୀ’ରେ ମୁକେଶ ଅମ୍ବାନୀ ଏହା କହିଛନ୍ତି।

ଏହି ପ୍ରସ୍ତାବିତ ନିବେଶ ୨୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିବା ସହିତ ମୁକେଶ ଅମ୍ବାନୀ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୩୫୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି। ଜିଓ ସମ୍ପର୍କରେ ସୂଚନା ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ପାଖରେ ପହଞ୍ଚିସାରିଛି। ୫୦ ଲକ୍ଷ ଲୋକ ଏବେ ଜିଓ ୫ଜି ନେଟୱାର୍କ ସହିତ ଯୋଡି ହୋଇଛନ୍ତି ଏବଂ ଏହି ବର୍ଷ ଏହି ସଂଖ୍ୟା ଦ୍ୱିଗୁଣିତ ହେବ। ରିଲାଏନ୍ସ ରିଟେଲ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସେମାନଙ୍କଠାରୁ ସିଧାସଳଖ କ୍ରୟକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଆପଣଙ୍କ ପ୍ରୟାସ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭାରତର ବିକାଶ ମାନଚିତ୍ରରେ ଦୃଢ ଭାବରେ ଉଭା ହୋଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ ମଣିପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କର୍କଟ ହସ୍ପିଟାଲ ପ୍ରତିଷ୍ଠା କରିଛି। ଏହା ସହିତ, ଫାଉଣ୍ଡେସନ ଜିନୋମିକ୍ ତଥ୍ୟ ବ୍ୟବହାର କରି ସ୍ତନ କର୍କଟ ଚିକିତ୍ସାକୁ ଆଗକୁ ବଢ଼ାଇବା ପାଇଁ ମିଜୋରାମ ବିଶ୍ୱବିଦ୍ୟାଳୟ ସହିତ ସହଯୋଗ କରୁଛି। ଫାଉଣ୍ଡେସନ ପକ୍ଷରୁ ଗୌହାଟୀରେ ଏକ ଅତ୍ୟାଧୁନିକ ମଲିକୁଲାର ଡାଇଗ୍ନୋଷ୍ଟିକ ଏବଂ ଗବେଷଣା ଲାବ ସ୍ଥାପନ କରାଯାଇଛି। ଏହା ଭାରତରେ ଅନ୍ୟତମ ସର୍ବବୃହତ ଜିନୋମ୍ ସିକ୍ୱେନସିଙ୍ଗ କ୍ଷମତା ହେବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ, ରିଲାଏନ୍ସ ଫାଉଣ୍ଡେସନ ସମସ୍ତ ଆଠଟି ରାଜ୍ୟ ସହିତ ମିଶି ଅଲିମ୍ପିକ୍ ତାଲିମ କେନ୍ଦ୍ର ସ୍ଥାପନ କରିବ, ଯେଉଁଠାରୁ ବାହାରୁଥିବା ଯୁବପିଢ଼ି ଅଲିମ୍ପିକ୍ସରେ ପଦକ ବିଜେତା ହୋଇପାରିବେ।

ମିଶିବେ ରିଲାଏନ୍ସ ଓ ଡିଜ୍‌ନୀ: ପ୍ରତିଷ୍ଠା ହେବ ବୃହତ୍‌ ମନୋରଞ୍ଜନଧର୍ମୀ ବ୍ୟବସାୟ
ନୂଆଦିଲ୍ଲୀ: ଆମେରିକୀୟ ମନୋରଞ୍ଜନ ଧର୍ମୀ କମ୍ପାନୀ ୱାଲ୍ଟ ଡିଜ୍‌ନୀ ଓ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମଧ୍ୟରେ ବଡ଼ ଚୁକ୍ତି ହୋଇଛି। ଦୁଇ କମ୍ପାନୀ ଭାରତରେ ଚାଲୁଥିବା ସେମାନଙ୍କର ସମସ୍ତ ବ୍ୟବସାୟର ମିଶ୍ରଣ ଘଟାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଚୁକ୍ତି ଅନୁସାରେ, ଶେୟାର ଓ କ୍ୟାସ୍‌ରେ ରିଲାଏନ୍ସ ପାଖରେ ୫୧ ପ୍ରତିଶତ ଅଶଂଧନ ରହିବ ଓ ଡିଜ୍‌ନୀ ପାଖରେ ବାକି ୪୯ ପ୍ରତିଶତ ଅଂଶଧନ ରହିବ।

ଏକ ରିପୋର୍ଟ ଅନୁଯାୟୀ, ଦୁଇ କମ୍ପାନୀ ମଧ୍ୟରେ ନନ୍ ବାଇଣ୍ଡିଂ ଟର୍ମଶିଟ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସବୁଠାରୁ ବଡ଼ ମିଡିଆ ଏବଂ ମନୋରଞ୍ଜନ ବ୍ୟବସାୟରେ ପରିଣତ ହେବ। ଏହି କାରବାର ଆସନ୍ତା ଫେବୃଆରୀ ସୁଦ୍ଧା ଶେଷ ହେବ। ରିଲାଏନ୍ସର ଚୁକ୍ତି ସମ୍ପର୍କିତ ସମସ୍ତ ଅନୁମୋଦନ ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ। ଏହି ମିଳିତ ବ୍ୟବସାୟ ରିଲାଏନ୍ସର ମନୋରଞ୍ଜନ ବ୍ୟବସାୟକୁ ବଳ ଦେବ।

ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଚୁକ୍ତି ଭାରତରେ ଏକ ବଡ଼ ମନୋରଞ୍ଜନ ପ୍ରତିଷ୍ଠାନ ଛିଡ଼ା କରିବ, ଯାହା ପ୍ରତିଷ୍ଠିତ ଟିଭି ମିଡିଆ ଜି ଏଣ୍ଟରଟେନ୍‌ମେଣ୍ଟ ଓ ସୋନୀ ସହ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍‌କୁ କଡ଼ା ଟକ୍କର ଦେବ। ବାସ୍ତବରେ ରିଲାଏନ୍ସ ମନୋରଞ୍ଜନ ବ୍ୟବସାୟରେ ଡିଜ୍‌ନୀ ହଟ୍‌ଷ୍ଟାରକୁ କଡ଼ା ଟକ୍କର ଦେଉଛି। ଡିଜ୍‌ନୀ ଭଳି ରିଲାଏନ୍ସ ମାଗଣାରେ ଆଇପିଏଲ୍‌ ଦେଖାଇ ନିଜର ଗ୍ରାହକ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ାଇଛି। ରିଲାଏନ୍ସ ଏକାଧିକ ଟିଭି ଚ୍ୟାନେଲ୍‌ ଓ ଜିଓ ସିନେମା ଭଳି ଷ୍ଟ୍ରିମିଂ ଆପ୍ ଚଳାଉଛି। ଭାୟାକମ୍‌ ୧୮ ମିଡିଆ ୟୁନିଟ୍ ମାଧ୍ୟମରେ ଏସବୁ ଚଳାଉଛି ଜିଓ। ଏବେ ଦୁଇ କମ୍ପାନୀ ମିଶି ଏହି ବ୍ୟବସାୟରେ ୧ କିମ୍ବା ୧.୫ ବିଲିଅନ ଡଲାର ଅର୍ଥ ନିବେଶ କରିବାକୁ ଚାହୁଁଛନ୍ତି। ରିପୋର୍ଟ ଅନୁସାରେ ମିଳିତ କମ୍ପାନୀର ବୋର୍ଡରେ ଉଭୟ ପକ୍ଷରୁ ସମାନ ନିର୍ଦ୍ଦେଶକ ରହିବେ ଏବଂ ଦୁଇଜଣ ସ୍ୱାଧୀନ ନିର୍ଦ୍ଦେଶକ ରହିବେ ବୋଲି ଜଣାପଡ଼ିଛି।

ଏସୀୟ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍ ସହାୟତାପ୍ରାପ୍ତ ଓଡିଆ ଭାରୋତଳନକାରୀ ଝିଲ୍ଲୀ ଦଳବେହେରା
ଭୁବନେଶ୍ୱର: ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶାର ନୟାଗଡର ୨୨ ବର୍ଷ ବୟସ୍କା ଭାରୋତଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି। ଡିସେମ୍ବର ମାସରେ ଝିଲ୍ଲୀ ତାସକେଂଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତଳନ ଚମ୍ପିଆନସିପ୍ ରେ ମୋଟ ୧୬୭ କିଲୋଗ୍ରାମ ଭାର ଉତୋଳନ କରିବା ସହିତ ଏକ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ । ପଦକ ହାସଲ ସତ୍ୱେ ଝିଲ୍ଲୀ ନିଜର ପ୍ରୟାସକୁ ନେଇ ସନ୍ତୁଷ୍ଟ ହୋଇନଥିଲେ, କାରଣ ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୭୬ କିଲୋଗ୍ରାମରୁ କମ୍ ରହିଥିଲା ।

ନିଜ ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଝିଲ୍ଲୀ କହିଛନ୍ତି, “ପ୍ରତିଯୋଗିତାର ପ୍ରାରମ୍ଭରେ ମୋର ପ୍ରଦର୍ଶନ ଖରାପ ରହିଥିଲା, କାରଣ ପ୍ରଥମ ଦୁଇଟି ୭୩ କିଲୋଗ୍ରାମ ସ୍ନାଚ୍ ବର୍ଗରେ ମୁଁ ବିଫଳ ହୋଇଥିଲି । ତେବେ ଚୂଡାନ୍ତ ପ୍ରୟାସରେ ମୁଁ ଏକ ଭାର ଉତୋଳନ କରିବାରେ ସଫଳ ହୋଇଥିଲି । ତେବେ ଏହାଦ୍ୱାରା ସ୍ନାଚ୍ ରେ ସ୍କୋର କମିଗଲା, ଯେଉଁଠି ମୁଁ ୭୮ କିଲୋଗ୍ରାମ ଅଥବା ତାହାଠାରୁ ଅଧିକ ଭାର ଉତୋଳନ କରିପାରିଥାନ୍ତି । ପ୍ରଥମ ଲିଫ୍ଟରେ ବିଫଳ ହେବା ଏକ ବଡ ଧକ୍କା, କାରଣ ଏହା ଜଣକର ଆତ୍ମବିଶ୍ୱାସକୁ ଚୂରମାର କରିଦେଇଥାଏ ଏବଂ ପ୍ରତିଯୋଗିତାରେ ମାନସିକ ସ୍ତରରେ ଶୂନ୍ୟ କରିଦିଏ । ତେଣୁ ଭାରୋତଳନକାରୀମାନେ ଏଭଳି ପ୍ରତିକୂଳ ପରିସ୍ଥିତି ସହିତ କିଭଳି ଖାପଖୁଆଇ ପୁଣି ମଜଭୁତ ଭାବରେ ପ୍ରତ୍ୟାବର୍ତନ କରିବେ, ତାହା ଶିକ୍ଷାଲାଭ କରିବା ଗୁରୁତ୍ୱପୂର୍ଣ୍ଣ ।”

ଏକ ସ୍ୱଳ୍ପ ଆୟ ରହିଥିବା ପରିବାରରୁ ଆସିଥିବା ଝିଲ୍ଲୀ ଆଦ୍ୟାବସ୍ଥାରୁ ଜଣେ ଆଥଲେଟ ହେବାର ସମସ୍ତ ସମ୍ଭାବନା ବହନ କରୁଥିଲେ ଏବଂ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ କ୍ରୀଡା ଛାତ୍ରାବାସରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୨୦୧୯ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ (ଆରଏଫୱାଇଏସ)ର ଏଲିଟ ଆଥଲେଟ ବୃତି ଯୋଜନାରେ ସାମିଲ ହେବା ପରେ ତାଙ୍କ କ୍ୟାରିୟରକୁ ମଜଭୁତ ସମର୍ଥନ ମିଳିଥିଲା ।

ପ୍ରତିଯୋଗିତା ସମ୍ପର୍କିତ ଗସ୍ତ ଓ ଗମନାଗମନ ପାଇଁ ଆର୍ଥିକ ସହାୟତା ସହିତ ଝିଲ୍ଲୀଙ୍କୁ ମୁମ୍ବଇସ୍ଥିତ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରର ସର୍ବାଧୁନିକ କ୍ରୀଡା ବିଜ୍ଞାନ ଓ ଭେଷଜ ବିଶେଷଜ୍ଞ ଦଳ ନିକଟରୁ ସ୍ୱତନ୍ତ୍ର ଯତ୍ନ ମିଳିବା ସୁନିଶ୍ଚିତ ହୋଇଥିଲା । ଝିଲ୍ଲୀ ସଂପ୍ରତି ସ୍ୱତନ୍ତ୍ର ଭାବରେ ରହିଥିବା ଜଣେ ଫିଜିଓଥେରାପିଷ୍ଟ, ସାମର୍ଥ୍ୟ ଓ କଣ୍ଡିସନିଂ କୋଚ୍ ଏବଂ ପୁନର୍ବାସ, ପୁଷ୍ଟିସାଧନ, ମନସ୍ତତ୍ୱ ଏବଂ ଡାଟା ପରିଚାଳନା ଓ ବିଶ୍ଳେଷଣ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱତନ୍ତ୍ର ତଥ୍ୟ ଓ ଜ୍ଞାନର ସୁଯୋଗ ନେଇପାରୁଛନ୍ତି ।

ସାର୍ ଏନ ଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରରେ ଥିବା ପ୍ରମୁଖ କ୍ରୀଡା ଓ ବ୍ୟାୟାମ ମନସ୍ତତ୍ୱବିଦ୍ ମୈଥିଳୀ ଭୁପତାନି ଝିଲ୍ଲୀଙ୍କ ସହିତ ନିୟୋଜିତ ହୋଇଥିବା ପ୍ରଥମ ବିଶେଷଜ୍ଞମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଦୃଶ୍ୟମାନ କୌଶଳ ଏବଂ ନିଜ ଭାବପ୍ରବଣତାକୁ ନେଇ ଆତ୍ମ ସଚେତନତାରେ ବୃଦ୍ଧି ଜରିଆରେ ଭୂପତାନି ଝିଲ୍ଲୀଙ୍କ ପାଇଁ ଏକ ବିସ୍ତୃତ, ବ୍ୟକ୍ତିଗତ ଆଧାରିତ ଯୋଜନା ପ୍ରସ୍ତୁତ କରିବା ସହିତ ତାଙ୍କପାଇଁ ଯୋଜନାବଦ୍ଧ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଭୂପତାନିଙ୍କ ବ୍ୟତୀତ ଝିଲ୍ଲୀ ପୋଷଣ ବିଶେଷଜ୍ଞ ମିହିରା ଖୋପ୍‌କରଙ୍କ ନିକଟରୁ ମଧ୍ୟ ଅନେକ ଉପାଦେୟ ପରାମର୍ଶ ଲାଭ କରିଥିଲେ, ଯିଏ ଝିଲ୍ଲୀଙ୍କୁ ତାଙ୍କର ଭାରୋତଳନକାରୀ ବର୍ଗ ୪୫ କିଲୋଗ୍ରାମରୁ ୪୯ କିଲୋଗ୍ରାମକୁ ପରିବର୍ତନ ସମୟରେ ନିଜର ସାମର୍ଥ୍ୟ ଓ ଶକ୍ତି ପୁନଃ ନିର୍ମାଣ ନିମନ୍ତେ ଶରୀରର ମାଂସପେଶୀକୁ ସୁସଂଗଠିତ ଓ ସୁଦୃଢ କରି ଗଢିତୋଳିବା ଦିଗରେ ସହାୟତା କରିଥିଲେ ।

ଫିଜିଓଥେରାପିଷ୍ଟ ହରିୟାଲି ବାରୋଟ ଆଉଜଣେ ଦୃଢ ସମର୍ଥନକାରୀ ହୋଇଛନ୍ତି, ଯିଏ କାନ୍ଧ ଏବଂ ନିତମ୍ବର ଚଳନଶୀଳତା, ଶରୀରର ଉପରିଭାଗର ସାମର୍ଥ୍ୟ, ମୁଖ୍ୟ ମାଂସପେଶୀଗୁଡିକର ଦୃଢତା ଆଦି ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକ ଚିହ୍ନଟ କରି ଉଚିତ୍ ପରାମର୍ଶ ଯୋଗାଇଥିଲେ ।

ଏହି ସମସ୍ତ ସହଯୋଗ ଓ ସହାୟତା ସହିତ ସମାନ ସମୟରେ ଝିଲ୍ଲୀଙ୍କର କ୍ୟାରିୟର ମଧ୍ୟ ଆଗକୁ ବଢିବାରେ ଲାଗିଛି । ୨୦୧୯ରେ ସେ ସମାଓଠାରେ ରାଜ୍ୟଗୋଷ୍ଠୀ ସିନିୟର ଚମ୍ପିଆନସିପ୍ ଏବଂ ନେପାଳରେ ଦକ୍ଷିଣ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଏସୀୟ ଚମ୍ପିଆନସିପ୍ ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୦ରେ ସେ କୋଲକାତାରେ ଅନୁଷ୍ଠିତ ସିନିୟର ଜାତୀୟ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବା ସହିତ ୨୦୨୧ରେ ତାସକେଂଟ୍ ଠାରେ ଏସୀୟ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ରିଲାଏନ୍ସ ଫାଉଣ୍ଡେସନ୍ ଯୁବ କ୍ରୀଡା (ଆରଏଫୱାଇଏସ୍‌) ର ମଜଭୁତ ସମର୍ଥନ ବଳରେ ଝିଲ୍ଲୀ ସଂପ୍ରତି ତାଙ୍କ କ୍ୟାରିୟରର ପରବର୍ତୀ ସୋପାନ ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି । ତାଙ୍କ ପାଇଁ ଅଲିମ୍ପିକ୍ସରେ ଏକ ପଦକ ହାସଲ ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଥିବା ଝିଲ୍ଲୀ କହିଛନ୍ତି।

ଦୀର୍ଘଦିନ ଧରି ଚାଲିଥିବା ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ, ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ
କଟକ: ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ଏପ୍ରିଲ ୧୯୯୯ରୁ ଏହି ଦାୟିତ୍ବ ନେଇଥିଲା ରିଲାଏନ୍ସ-ଇନଫ୍ରା । ଉଦ୍ଦେଶ୍ୟ ଥିଲା, ସୁଦୃଢ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା । ହେଲେ ରାଜ୍ୟବାସୀଙ୍କୁ ଏସବୁ ଯୋଗାଇବାରେ ବିଫଳ ହୋଇଥିଲା ରିଲାଏନ୍ସ କମ୍ପାନୀ । ଗ୍ରୀଡ଼କୋ ଅଧିନରେ ସାଉଥକୋ, ଓ୍ବେସ୍କୋ ଓ ନେସ୍କୋ ତିନୋଟି ବିତରଣ କମ୍ପାନୀ ରିଲାଏନ୍ସ କମ୍ପାନୀ ଚଲାଉଥିଲା ।

ବୁଝାମଣା ଅନୁସାରେ ରିଲାଏନ୍ସ ହାତରେ ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ଼କୋ ପାଖରେ ୪୯ ପ୍ରତିଶତ ସେୟାର ଥିଲା । ହେଲେ ଯେଉଁ ଉଦ୍ଦେଶ୍ୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୀଡ଼କୋ ରିଲାଏନ୍ସ କମ୍ପାନୀକୁ ଏହି ଦାୟିତ୍ବ ଦେଇଥିଲା, ତାହାର ସୁଫଳ ମିଳିନଥିଲା । ଏପରିକି ଚୁକ୍ତିନାମାକୁ ଉଲ୍ଲଙ୍ଘନ ବି କରିଥିଲା ରିଲାଏନ୍ସ । ଯେଉଁଥିପାଇଁ ରିଲାଏନ୍ସ-ଇନଫ୍ରା ର ତିନୋଟି ଲାଇସେନ୍ସକୁ ୨୦୧୫ରେ ରଦ୍ଦ କରିଥିଲେ ଓଇଆରସି । ହେଲେ ୧୫ ବର୍ଷ ଧରି ବିଦ୍ୟୁତ ବିତରଣ ଦାୟିତ୍ବରେ ଥିବା ରିଲାଏନ୍ସ କମ୍ପାନୀର ମନମାନୀ ଯୋଗୁଁ ଗ୍ରୀଡ଼କୋ ଅନେକ କ୍ଷତି ସହିଥିଲା ।

ପୂର୍ବରୁ ନା କୌଣସି ଭିତ୍ତିଭୂମି ପ୍ରସ୍ତୁତ କରିଥିଲା ନା ଗ୍ରାହକଙ୍କୁ ଉନ୍ନତ ମାନର ସେବା ଯୋଗାଇଥିଲା । ଚୁକ୍ତିନାମାର ଖିଲାପ କରିଥିବାରୁ କ୍ଷତିପୂରଣ ରାଶି ବାବଦକୁ ରିଲାଏନ୍ସ ଠାରୁ ୪ ହଜାର ୨୩୪ କୋଟି ଟଙ୍କା କ୍ଲେମ କରିଥିଲା ଗ୍ରୀଡ଼କୋ । ଓଇଆରସି ମଧ୍ୟ ଏହା ସପକ୍ଷରେ ରାୟ ଦେଇଥିଲେ । ହେଲେ ରିଲାଏନ୍ସ ଏହା ବିରୋଧରେ ଜାତୀୟ ବିଦ୍ୟୁତ ନିୟାମକ ଆୟୋଗ ଏବଂ ସୁପ୍ରିମ କୋର୍ଟକୁ ବି ଯାଇଥିଲା । ହେଲେ ଉଭୟ ଜାଗାରେ ରିଲାଏନ୍ସର ଯୁକ୍ତି କାଟ ଖାଇବା ସହ ଓଇଆରସିର ରାୟ କାଏମ ରହିଥିଲା । ଏବେ ଏହି ମାମଲାର ଚୁଡ଼ାନ୍ତ ଶୁଣାଣୀ କରି ଗ୍ରୀଡ଼କୋକୁ ରିଲାଏନ୍ସ ୪୨୩୪କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗ୍ରୀଡ଼କୋର ଓକିଲ ପ୍ରଦୀପ୍ତ ମହାନ୍ତି ସୂଚନା ଦେଇଛନ୍ତି ।