JioPhone Next - The Sakala
ଜାଣନ୍ତୁ ଜିଓଫୋନ୍ ନେକ୍ସଟ୍‌ର ୧୦ଟି ପ୍ରମୁଖ ବିଶେଷତ୍ୱ
ଭୁବନେଶ୍ୱର: ଜିଓଫୋନ୍ ନେକ୍ସଟ୍ ଉନ୍ମୋଚିତ ହୋଇସାରିଛି । ରିଲାଏନ୍ସ ଜିଓ ଓ ଗୁଗୁଲ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି ଯାହା ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି । ଏହି ସ୍ମାର୍ଟଫୋନ୍‌ରେ ଅନେକ ପ୍ରମୁଖ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି ।
-ଏଥିରେ ରହିଛି ସ୍ୱତନ୍ତ୍ର ସେଲ୍‌ଫି କ୍ୟାମେରା ସୁବିଧା । ଅନ୍ୟ ସ୍ମାର୍ଟଫୋନ୍‌ଗୁଡ଼ିକରେ ସାଧାରଣତଃ ସେଲ୍‌ଫି ନେଲେ ଲେଖାଗୁଡ଼ିକ ଓଲଟା ଦେଖାଯାଏ । କିନ୍ତୁ ଜିଓଫୋନ୍ ନେକ୍ସଟ୍‌ରେ ଫଟୋରେ ରହିଥିବା ଲେଖାଗୁଡ଼ିକୁ ସିଧା ରହିଥାଏ । ସେଥିପାଇଁ ଆପଣଙ୍କୁ ବାରମ୍ବାର ସେଟିଂଗକୁ ଯାଇ ଫଟୋକୁ ସିଧା କରିବାକୁ ପଡ଼ିବ ନାହିଁ । କ୍ୟାମେରାର ଉପର ଭାଗରେ ଆପଣ ଦେଖିପାରିବେ ଯେ ଯେତିକି ଷ୍ଟୋରେଜ୍ ରହିଛି ସେଥିରେ ଆପଣ ଆଉ କେତେ ଫଟୋ ଉଠାଇପାରିବେ । ଜିଓଫୋନ୍ ନେକ୍ସଟ୍‌ରେ ୫୦୦୦ରୁ ଅଧିକ ଫଟୋ ରଖିହେବ । କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା । ଫଟୋ ଉଠାଇ ଆପଣ ନିଜ ଭାଷାରେ ଳେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ ।
–ଜିଓଫୋନ୍ ନେକ୍ସଟ୍‌ରେ ଡିଜିଟାଲ୍ ୱେଲ୍‌-ବିଙ୍ଗ ଓ ପ୍ୟାରେଂଟାଲ୍ କଂଟ୍ରୋଲ୍ ସୁବିଧା ମଧ୍ୟ ରହିଛି । ଫୋନ୍ କେତେ ସମୟ ଅନଲକ୍ ଥିଲା ତାହା ମଧ୍ୟ ଏଥିରୁ ଜଣାପଡ଼ିବ । ଏଥିରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ସୁବିଧା ରହିଛି । ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି ଅତି ସହଜରେ ଟାଇପ୍ କରାଯାଇପାରିବ, ଫଳରେ କି’ ବୋର୍ଡରେ ଆଉ ହାତ ବୁଲାଇବାକୁ ପଡ଼ିବନି ।
–ଏଥିରେ ଥିବା ନାଇଟ୍ ଲାଇଟ୍ ବୈଶିଷ୍ଟ୍ୟ ଯୋଗୁଁ ରାତିରେ ଫୋନ୍‌ଟିକୁ ଦେଖିବା ବେଳେ ସ୍କ୍ରିନ୍‌କୁ ତାହା ଡିମ୍ କରିଦେବ, ଯାହାଦ୍ୱାରା ଆଖି ଉପରେ ଅଧିକ ଚାପ ପଡିବ ନାହିଁ ।
-ଜିଓଫୋନ୍ ନେକ୍ସଟ୍‌ରେ ସ୍କ୍ରିନ୍ ସଟ୍ ଓ ସ୍କ୍ରିନ୍ ରେକର୍ଡିଂ ସୁବିଧା ରହିଛି, ଯେଉଁଥିରେ ମୋବାଇଲ୍ ସ୍କ୍ରିନ୍ ରେ ଚାଲୁଥିବା ସବୁକିଛି ରେକର୍ଡିଂଗ୍ କରିହେବ ଏବଂ ଗୋଟିଏ ଟଚ୍ ରେ ହିଁ ସ୍କ୍ରିନ୍ ସଟ୍ ନେଇହେବ ।
–ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳିବ ।
-ଜିଓଫୋନ୍ ନେକ୍ସଟ୍‌ରେ ଡ୍ରପ୍ ଡାଉନ୍ ନୋଟିଫିକେସନ୍ ପ୍ୟାନେଲ୍ ରହିଛି ଯେଉଁଥିରେ ଷ୍ଟୋରେଜ୍‌କୁ ଦେଖିବାର ସୁବିଧା ରହିଛି । ଏହି ପ୍ୟାନେଲ୍‌ରେ ରହିଛି ଫୋକସ୍ ମୋଡ୍‌, ଇନଭର୍ଟ କଲର, ସ୍କ୍ରିନ୍ ରେକର୍ଡ ଓ ଷ୍ଟୋରେଜ୍ ବିକଳ୍ପ । ଫୋକସ୍ ମୋଡ୍ ଜରିଆରେ ଆପଣ ନିଜ କାମ ଉପରେ ଫୋକସ୍ କରିବାକୁ କିଛି ନିର୍ଦିଷ୍ଟ ଆପ୍‌କୁ ଚାହିଁଲେ ପଜ୍‌୍ କରିପାରିବେ, ଯାହାଦ୍ୱାରା ଏଥିରୁ ଆସୁଥିବା ନୋଟିଫିକେସନ୍ ସେହି ସମୟ ପାଇଁ ବନ୍ଦ ରହିବ । ଏଥିରେ ରହିଥିବା ବେଡଟାଇମ୍ ମୋଡ୍‌ରେ ଆପଣ ଶୋଇବା ସମୟ ଓ ସ୍କ୍ରିନ୍ ଟାଇମ୍ କୁ ନିରୀକ୍ଷଣ କରିପାରିବେ ।
–ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିବ ।
–ଏହି ଫୋନ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ବ୍ୟବହାର କରିହେବ । ଏହାଦ୍ୱାରା ଫୋନ୍ ର ଷ୍ଟୋରେଜ୍ ପରିଚାଳନା ସହଜ ହୋଇପାରିବ ।
ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗରିଲା ଗ୍ଲାସ୍ ଥ୍ରୀ, ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍‌, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଂ, ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା, ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସୁବିଧା ମିଳିବ । ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିବ ।
ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ । ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି ।
ଦୀପାବଳି ଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ: ମାତ୍ର ୧୯୯୯ ଟଙ୍କା ଦେଇ ସହଜ କିସ୍ତିରେ ଗ୍ରାହକ ପାଇପାରିବେ ଜିଓଫୋନ ନେକ୍ସଟ
ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ।
ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ | ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ।
କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି |
ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ |
ଡୁଆଲ ସିମ ସୁବିଧା ରହିଥିବା ଜିଓଫୋନ ନେକ୍ସଟରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର। ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି। ଏଥିସହିତ ୨ ଜିବି ରାମ, ୬୪ ବିଟ ସିପିୟୁ ସହିତ କ୍ୱାଡ଼କୋର କ୍ୟୁଏମ୨୧୫ ଚିପସେଟ ଏବଂ ୩୨ ଜିବି ଅନ୍ତର୍ନିହିତ ମେମୋରୀ ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।
ଜିଓଫୋନ ନେକ୍ସଟରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା । ୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ ମୋଡ଼, ପୋଟ୍ରେଟ ମୋଡ଼ ତଥା ଏଚଡ଼ିଆର ମୋଡ଼ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣି ପାଇଁ ସ୍ୱତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି। ଏହି ଫୋନରେ ୩୫୦୦ ଏମଏଚ ର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ଅପଟିମାଈଜ ହୋଇ ପ୍ରି-ଲୋଡେଡ଼ ରହିଛି | ଏଥିସହିତ ସ୍ୱୟଂଚାଳିତ ସଫ୍ଟୱେର ଅପଗ୍ରେଡ଼, ରିଡ଼ ଆଲଉଡ, ଭାଷାନୁବାଦ, ଭଏସ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ରହିଛି |
ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି । ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ଏବଂ ଚିନ୍ତାଧାରା ପଛରେ ରହିଥିବା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି । ଏହି ନୂଆ ଫୋନ୍ ଭାରତକୁ ତାହାର ହୃଦୟ ମଧ୍ୟରେ ରଖି ଡିଜାଇନ କରାଯାଇଛି ଏବଂ ଏହା ବିଶ୍ୱସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି ।
ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି । ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ସମସ୍ତ ଭୌଗୋଳିକ ଅଞ୍ଚଳ, ଅର୍ଥନୀତି ଏବଂ ସାମାଜିକ ବର୍ଗଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି । ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି ।
ଜିଓଫୋନ ନେକ୍ସଟ୍ ଭାରତରେ ତିଆରି, ଭାରତ ପାଇଁ ତିଆରି ଏବଂ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି । ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ବ୍ୟବହାର ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ । ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି ।
ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି । ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟରେ ବାସ୍ତବରେ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି ।
ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ । ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନ, ଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି । ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ ।
ଜିଓଫୋନ ନେକ୍ସଟର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ:
ଭଏସ ଆସିଷ୍ଟାଂଟ : ଭଏସ ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ହ୍ୟାଣ୍ଡ୍‌ସେଟ ପରିଚାଳନା (ଆପ୍ ଖୋଲିବା, ସେଟିଂ ପରିଚାଳନା ଆଦି) କରିବା ଏବଂ ସେମାନଙ୍କ ପାଇଁ ପରିଚିତ ଭାଷାରେ ସୂଚନା / ବିଷୟବସ୍ତୁ ଇଂଟରନେଟରୁ ସହଜରେ ପାଇବାରେ ସହାୟତା କରୁଛି।
ରିଡ୍ ଆଲାଉଡ୍ : ଶୁଣିବା ସୁବିଧା ବ୍ୟବହାରକାରୀଙ୍କୁ ଯେକୌଣସି ପରଦାରେ ଥିବା ବିଷୟବସ୍ତୁକୁ ସେମାନଙ୍କ ହ୍ୟାଣ୍ଡସେଟ ଦ୍ୱାରା ପଢି ଶୁଣାଇବାକୁ ସୁଯୋଗ ପ୍ରଦାନ କରୁଛି । ଏହା ବ୍ୟବହାରକାରୀଙ୍କୁ ସେମାନେ ବୁଝିପାରୁଥିବା ଭଳି ଭାଷାରେ ବିଷୟବସ୍ତୁକୁ ଶୁଣିବାର ସୁଯୋଗ ଦେଉଛି ।
ଟ୍ରାନ୍ସଲେଟ: ‘ଟ୍ରାନ୍ସଲେଟ’ ସୁବିଧା ବ୍ୟବହାରକାରୀଙ୍କୁ ପରଦାରେ ଥିବା ଯେକୌଣସି ବିଷୟକୁ ତାଙ୍କ ପସନ୍ଦର ଭାଷାରେ ଅନୁବାଦ କରିବାର ସୁଯୋଗ ଦେଉଛି । ଏହା ବ୍ୟବହାରକାରୀଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଯେକୌଣସି ବିଷୟ ପଢିବାକୁ ସୁଯୋଗ ଦେଉଛି ।
ଇଜି ଆଣ୍ଡ ସ୍ମାର୍ଟ କ୍ୟାମେରା: ହ୍ୟାଣ୍ଡସେଟରେ ଏକ ସ୍ମାର୍ଟ ଓ ଶକ୍ତିଶାଳୀ କ୍ୟାମେରା ଅଛି ଯାହା ପୋଟ୍ରେଟ୍ ମୋଡ ଭଳି ବିବିଧ ଫଟୋ ଉଠାଇବା ମୋଡକୁ ସମର୍ଥନ କରୁଛି ତଥା ବ୍ୟବହାରକାରୀଙ୍କୁ ଆପେଆପେ ଝାପସା ହୋଇଯାଉଥିବା ପୃଷ୍ଠଭୂମିରେ ଭଲ ରିଜଲ୍ୟୁସନ୍‌ର ଫଟୋ ଉଠାଇବା ସୁଯୋଗ ଦେଉଛି ।
ନାଇଟ୍ ମୋଡ ବ୍ୟବହାରକାରୀଙ୍କୁ କମ୍ ଆଲୋକରେ ମଧ୍ୟ ଭଲ ରିଜଲ୍ୟୁସନ୍‌ର ଫଟୋ ଉତୋଳନ କରିବାକୁ ସୁଯୋଗ ଦେଉଛି । କ୍ୟାମେରା ଆପ୍ ଭାବପ୍ରବଣତା ଏବଂ ପାର୍ବଣ ସମ୍ପର୍କିତ ଫଟୋ ସମୃଦ୍ଧ କରିବାକୁ ଭାରତୀୟତା ବୈଶିଷ୍ଟ୍ୟ ଥିବା ରିଅଲିଟି ଫିଲଟର ସହିତ ପୂର୍ବରୁ ଲୋଡ୍ ହୋଇ ଆସୁଛି ।
ଜିଓ ଓ ଗୁଗଲ ଆପ୍ ସମୂହ ପ୍ରିଲୋଡେଡ: ଏହି ହ୍ୟାଣ୍ଡ୍‌ସେଟ ସମସ୍ତ ଉପଲବ୍ଧ ଆଣ୍ଡ୍ରଏଡ ଆପ୍‌କୁ ସମର୍ଥନ କରୁଛି ଯାହାକୁ ବ୍ୟବହାରକାରୀ ଡାଉନଲୋଡ କରି ତାଙ୍କ ହ୍ୟାଣ୍ଡସେଟରେ ଗୁଗଲ ପ୍ଲୋ ଷ୍ଟୋର ଜରିଆରେ ବ୍ୟବହାର କରିପାରିବେ ଏବଂ ଏହା ସେମାନଙ୍କୁ ପ୍ଲେ ଷ୍ଟୋରରେ ଉପଲବ୍ଧ ଲକ୍ଷ ଲକ୍ଷ୍ ଆପ ମଧ୍ୟରୁ ପସନ୍ଦ କରିବାର ସ୍ୱାଧୀନତା ପ୍ରଦାନ କରୁଛି । ଏହା ମଧ୍ୟ ଏକାଧିକ ଜିଓ ଏବଂ ଗୁଗଲ ଆପ୍ ସହ ପୂର୍ବରୁ ଲୋଡ୍ ହୋଇ ଆସୁଛି ।
ଅଟୋମାଟିକ ସଫ୍ଟୱେର ଅପଗ୍ରେଡ୍‌: ଜିଓଫୋନ ନେକ୍ସଟ୍ ଆପେ ଆପେ ସଫ୍ଟୱେର ଅପ୍‌ଡେଟ୍ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି । ସମୟକ୍ରମେ ସର୍ବାଧୁନିକ ବୈଶିଷ୍ଟ୍ୟ ଆପେ ଆପେ ପ୍ରଦାନ କରିବା ସହିତ ଏହି ଅନୁଭୂତି ଅଧିକ ଉନ୍ନତ ହେବାକୁ ଯାଉଛି । ଏହା ମଧ୍ୟ ସୁରକ୍ଷା ଅପ୍‌ଡେଟ ସହିତ ଆସୁଛି ଯାହା ଏକ ତ୍ରୁଟିଶୂନ୍ୟ ଅନୁଭୂତି ସୁନିଶ୍ଚିତ କରୁଛି ।
ଅଭୁତପୂର୍ବ ବ୍ୟାଟେରୀ ଲାଇଫ: ନୂଆକରି ଡିଜାଇନ କରାଯାଇଥିବା ପ୍ରଗତି ଓଏସ୍ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦୀର୍ଘ ବ୍ୟାଟେରୀ କାର୍ଯ୍ୟକାଳ ସୁନିଶ୍ଚିତ କରିବା ସହିତ ସର୍ବୋଚ୍ଚ ପ୍ରଦର୍ଶନ କରୁଛି ।