Google - The Sakala
ଆମେରିକା ଓ ଇସ୍ରାଏଲକୁ ଇରାନର ବଡ଼ ଚେତାବନୀ: ବ୍ୟାଙ୍କ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ବୁଧବାର ଦିନ ୧୨ତମ ଦିନରେ ପହଞ୍ଚିଥିବା ବେଳେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ତେହେରାନର ଏକ ବ୍ୟାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ, ଇରାନର ସେନା ଆମେରିକା ଏବଂ ଇସ୍ରାଏଲର ବ୍ୟାଙ୍କ ସମେତ ବିଭିନ୍ନ ଆର୍ଥିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଘୋଷଣା କରିଛି।
ଇରାନ ସେନାର କେନ୍ଦ୍ରୀୟ ଅପରେସନାଲ୍ କମାଣ୍ଡ, ଖାତମ ଅଲ-ଅନବିୟା (Khatam Al-Anbiya) ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଶତ୍ରୁମାନେ ଆମେରିକା ଏବଂ ଜିଓନିଷ୍ଟ ଶାସନର (ଇସ୍ରାଏଲ୍) ବ୍ୟାଙ୍କ ତଥା ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଆମକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି। ଯୁଗ୍ମ କମାଣ୍ଡର ମୁଖପାତ୍ର ଇବ୍ରାହିମ୍ ଜୋଲଫାକାରୀ (Ebrahim Zolfaqari) ଲୋକମାନଙ୍କୁ ବ୍ୟାଙ୍କଠାରୁ ଦୂରରେ ରହିବାକୁ ସତର୍କ କରାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଇସ୍ରାଏଲ୍-ଆମେରିକୀୟ ବିମାନ ଆକ୍ରମଣରେ ତେହେରାନର ଏକ ବ୍ୟାଙ୍କରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଇରାନ ଏହି ନିଷ୍ପତ୍ତି ନେଇଛି।
ଇରାନର ଆଇଆରଜିସି-ଅନୁବନ୍ଧିତ ତସନିମ୍ ନ୍ୟୁଜ୍ ଏଜେନ୍ସି (Tasnim News Agency) ପ୍ରମୁଖ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ଏକ ତାଲିକା ପ୍ରକାଶ କରିଛି। ଏହି କମ୍ପାନୀଗୁଡ଼ିକର ଇସ୍ରାଏଲ୍ ସହିତ ସମ୍ପର୍କ ଥିବା ଏବଂ ସେମାନଙ୍କର ଜ୍ଞାନକୌଶଳ ସାମରିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଇରାନ ଦାବି କରିଛି। ଟାର୍ଗେଟ୍ ତାଲିକାରେ ଗୁଗୁଲ୍ (Google), ମାଇକ୍ରୋସଫ୍ଟ (Microsoft), ପାଲାଣ୍ଟିର୍ (Palantir), ଆଇବିଏମ୍ (IBM), ଏନଭିଡିଆ (Nvidia), ଏବଂ ଓରାକଲ୍ (Oracle) ପରି ବଡ଼ କମ୍ପାନୀର ନାମ ସାମିଲ ଅଛି। ଏହି ବିବାଦକୁ ଏକ 'ଭିତ୍ତିଭୂମି ଯୁଦ୍ଧ' ବା ଇନଫ୍ରାଷ୍ଟ୍ରକ୍ଚର ୱାରର ଆଖ୍ୟା ଦିଆଯାଇଛି ଏବଂ ଇରାନର ଟାର୍ଗେଟ ପରିସର ମଧ୍ୟ ବୃଦ୍ଧି ପାଇବ ବୋଲି ଚେତାବନୀ ଦିଆଯାଇଛି।
ବୁଧବାର ସକାଳେ ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେହେରାନ ତୈଳ ଭିତ୍ତିଭୂମି ଏବଂ ଜାହାଜଗୁଡ଼ିକୁ ଟାର୍ଗେଟ କରିଥିବା ବେଳେ, ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ଇରାନୀୟ ଡ୍ରୋନ୍ ମାଡ଼ ହୋଇଛି, ଯେଉଁଥିରେ ୪ ଜଣ ଆହତ ହୋଇଛନ୍ତି। ସେହିପରି ଓମାନ ଉପକୂଳରେ ହୋରମୁଜ୍ ପ୍ରଣାଳୀରେ ଏକ କଣ୍ଟେନର ଜାହାଜ ଉପରେ ଆକ୍ରମଣ ହେବାରୁ କର୍ମଚାରୀମାନେ ଜାହାଜ ଛାଡିବାକୁ ବାଧ୍ୟ ହୋଇଥିଲେ। କୁଏତ ଏବଂ ସାଉଦି ଆରବ ଯଥାକ୍ରମେ ୮ଟି ଏବଂ ୫ଟି ଇରାନୀୟ ଡ୍ରୋନକୁ ଖସାଇ ଦେଇଥିବା ଦାବି କରିଛନ୍ତି। ବର୍ତ୍ତମାନ ଇରାନ ପାରସ୍ୟ ଉପସାଗରରୁ ତୈଳ ପରିବହନ କରୁଥିବା ହୋରମୁଜ୍ ପ୍ରଣାଳୀ ଦେଇ କାର୍ଗୋ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛି ଏବଂ ଉପସାଗରୀୟ ଆରବ ଦେଶର ରିଫାଇନାରୀଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।
କର୍ମଚାରୀଙ୍କୁ ଗୁଗଲ୍‌ର କଡ଼ା ନିର୍ଦ୍ଦେଶ: ଏଆଇ ଅଭ୍ୟସ୍ତ ହୁଅ; ନଚେତ ଚାକିରି ଛାଡ଼
ନୂଆଦିଲ୍ଲୀ: ଏଆଇର ବଢୁଥିବା ପ୍ରାଧ୍ୟାନ୍ୟ ଓ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଗୁଗଲ୍‌ ଏକ ବଡ଼ ପଦକ୍ଷେପ ନେଇଛି। ଗୁଗଲ ଏହାର ବୈଶ୍ୱିକ ବ୍ୟାପାର ସଂଗଠନ କର୍ମଚାରୀଙ୍କ ପାଇଁ ଏକ ସ୍ୱେଚ୍ଛାକୃତ ପ୍ରସ୍ଥାନ ପ୍ୟାକେଜ୍ (ଭିଇପି) ଘୋଷଣା କରିଛି। ଗୁଗଲର ମୁଖ୍ୟ ବ୍ୟବସାୟ ଅଧିକାରୀ ଫିଲିପ୍ ସେଣ୍ଡଲର୍ ସ୍ପଷ୍ଟ କରିଛନ୍ତି ଯେ କର୍ମଚାରୀମାନଙ୍କୁ ଏଆଇ ମିଶନ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ହେବା ଆବଶ୍ୟକ। କମ୍ପାନୀ ଏବେ କେବଳ ସେହି ବୃତ୍ତିଗତମାନଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି, ଯେଉଁମାନେ ଗୁଗଲର ‘ଏଆଇ-ଫାର୍ଟ’ ମିଶନ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବା କର୍ମଚାରୀମାନଙ୍କୁ କମ୍ପାନୀ ଛାଡିବାର ସୁଯୋଗ ପ୍ରଦାନ କରାଯାଉଛି। ଗତ ବର୍ଷକ ମଧ୍ୟରେ ଏହା ଗୁଗଲର ତୃତୀୟ ଏପରି ପଦକ୍ଷେପ, ଯେଉଁଥିରେ ବାଧ୍ୟତାମୂଳକ ଛଟେଇ କଥା କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଗୁଗଲର ମୁଖ୍ୟ ବ୍ୟବସାୟ ଅଧିକାରୀ ଫିଲିପ୍ ସେଣ୍ଡଲର ଏକ ଆଭ୍ୟନ୍ତରୀଣ ମେମୋରେ କହିଛନ୍ତି ଯେ ଗ୍ଲୋବାଲ୍ ବିଜନେସ୍ ଅର୍ଗାନାଇଜେସନ୍ ୟୁନିଟ୍‌ର କିଛି କର୍ମଚାରୀ ସ୍ୱେଚ୍ଛାକୃତ ଭାବରେ କମ୍ପାନିୀ ଛାଡିବାକୁ ବାଛିପାରନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ କର୍ମଚାରୀଙ୍କୁ ଏଆଇ (ଆଇ-ଫାଷ୍ଟ)କୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ଆହୁରି ଅଧିକ ପ୍ରଭାବଶାଳୀ ହେବାକୁ । ଏଥିପାଇଁ ଆଗ୍ରହୀ ନ ଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଏକ ବିକଳ୍ପ ପ୍ରଦାନ କରୁଛି, ଯେଉଁଥିରେ ଛଟେଇ ବଦଳରେ କ୍ଷତିପୂରଣ ଦିଆଯିବ।
ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ
ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହାରକାରୀ ବିପଦରେ ଅଛନ୍ତି। କାରଣ ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍‌ଗୁଡିକ ଆଉ ସୁରକ୍ଷା ଅପଡେଟ୍ ପାଇବେନାହିଁ। ଏହାର ଅର୍ଥ ହେଉଛି, ଏପରି ଡିଭାଇସ୍‌ଗୁଡ଼ିକ ନୂତନ ମାଲୱେର ଏବଂ ସ୍ପାଏୱେର ଆକ୍ରମଣର ଶିକାର ହୋଇପାରନ୍ତି। ହ୍ୟାକରମାନେ ଏହି ଦୁର୍ବଳତାର  ସୁଯୋଗ ନେଇ ଡାଟା ଚୋରି କରୁଛନ୍ତି। ଫୋନ୍ ଅପଡେଟ୍ ହେଉ ନ ଥିଲେ ତାହାକୁ ବଦଳାଇବାକୁ ଗୁଗୁଲ୍‌ ପକ୍ଷରୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି।
ଗୁଗଲ୍ ରିପୋର୍ଟ ଅନୁଯାୟୀ, ବିଶ୍ୱର ୪୦%ବା ୧୦୦ କୋଟି ଆଣ୍ଡ୍ରଏଡ୍ ବ୍ୟବହୃତ ସ୍ମାର୍ଟଫୋନ୍ ସାଇବର ଆକ୍ରମଣର ଶିକାର ହେବାକୁ ଯାଉଛନ୍ତି। ଏହି ଡିଭାଇସ୍ ମଧ୍ୟରୁ ଅଧିକାଂଶ ପୁରୁଣା ଅପରେଟିଂ ସିଷ୍ଟମ୍ (ଆଣ୍ଡ୍ରଏଡ୍ ୧୨ କିମ୍ବା ତା’ଠାରୁ ପୁରୁଣା) ଚଳାଇଥାନ୍ତି, ଯେଉଁଗୁଡିକୁ ଏବେ କମ୍ପାନୀଠାରୁ ସୁରକ୍ଷା ଅପଡେଟ୍ ପାଇବା ବନ୍ଦ ହୋଇଯାଇଛି। ତଥ୍ୟ ଅନୁଯାୟୀ, କେବଳ ପ୍ରାୟ ୫୭.୯% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୩ କିମ୍ବା ତା’ଠାରୁ ଅଧିକ ଭର୍ଜନରେ ଚାଲୁଛି। ସୁରକ୍ଷା ସମସ୍ୟା ଯୋଗୁଁ ବାକି ଡିଭାଇସଗୁଡ଼ିକୁ ଅଚଳ କରାଯାଇଛି। ଡିସେମ୍ବର ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କେବଳ ୭.୫% ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍‌ ୧୬ରେ ଚାଲୁଛି। ଏହି ସମୟରେ, ୧୯.୩% ଡିଭାଇସ୍ ଆଣ୍ଡ୍ରଏଡ୍‌ ୧୫, ୧୭.୯% ଆଣ୍ଡ୍ରଏଡ୍‌ ୧୪ ଏବଂ ୧୩.୯% ଆଣ୍ଡ୍ରଏଡ୍‌ ୧୩ ଦ୍ବାରା ଚାଳିତ।  ଏହାର ଅର୍ଥ ହେଉଛି ଯେ ବହୁ ସଂଖ୍ୟକ ଉପଭୋକ୍ତା ଏବେ ବି ପୁରୁଣା ଆଣ୍ଡ୍ରଏଡ୍‌ ଓଏସ୍‌ ବ୍ୟବହାର କରୁଛନ୍ତି ଏବଂ ସମୟାନୁସାରେ ସୁରକ୍ଷା ଅପଡେଟ୍ ପାଉନାହାଁନ୍ତି। ସୁରକ୍ଷା ଅପଡେଟ୍ ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ଥିବା ବଗ୍, ଦୁର୍ବଳତା ଏବଂ ସାଇବର ତ୍ରୁଟିକୁ ସମାଧାନ କରେ। ହ୍ୟାକର୍ସ ଏହି ତ୍ରୁଟିଗୁଡ଼ିକୁ ସ୍ମାର୍ଟଫୋନ୍‌ରେ ଅନୁପ୍ରବେଶ କରିବା, ଡାଟା ଚୋରି କରିବା, ଫୋନ୍ ହ୍ୟାକ୍ କରିବା କିମ୍ବା ସ୍ପାଏୱେୟାର ସଂସ୍ଥାପନ କରିବା ପାଇଁ ବ୍ୟବହାର କରିବେ।
ମାଗଣା ୟୁଜରଙ୍କୁ ୟୁଟ୍ୟୁବର ବଡ଼ ଝଟକା! ଏବେ ବ୍ରାଉଜରରେ ଚାଲିବନି ବ୍ୟାକଗ୍ରାଉଣ୍ଡ ପ୍ଲେ, ଦେବାକୁ ପଡ଼ିବ ଟଙ୍କା
ୟୁଟ୍ୟୁବ୍ ଏହାର ନନ୍-ପ୍ରିମିୟମ୍ (Non-Premium) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। ବର୍ତ୍ତମାନ ଗୁଗୁଲ୍ Samsung Internet, Brave ଏବଂ Vivaldi ଭଳି ଥାର୍ଡ ପାର୍ଟି ମୋବାଇଲ୍ ବ୍ରାଉଜର୍‌ଗୁଡ଼ିକରେ ‘ବ୍ୟାକଗ୍ରାଉଣ୍ଡ୍ ପ୍ଲେବ୍ୟାକ୍’ (Background Playback) ସୁବିଧାକୁ ବନ୍ଦ କରିଦେଇଛି। ପୂର୍ବରୁ ବ୍ୟବହାରକାରୀମାନେ ବିନା ସବସ୍କ୍ରିପସନ୍‌ରେ ମଧ୍ୟ ଏହି ବ୍ରାଉଜର୍ ଜରିଆରେ ମୋବାଇଲ୍ ସ୍କ୍ରିନ୍ ଅଫ୍ କରି ଗୀତ ଶୁଣି ପାରୁଥିଲେ, କିନ୍ତୁ ଏବେ ଏହା ସମ୍ଭବ ହେବ ନାହିଁ।
ଗୁଗୁଲ୍‌ର ସ୍ପଷ୍ଟୀକରଣ
ଏହି ନୂତନ ଅପଡେଟ୍ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଗୁଗୁଲ୍ କହିଛି ଯେ, ବ୍ୟାକଗ୍ରାଉଣ୍ଡ୍ ପ୍ଲେବ୍ୟାକ୍ ଫିଚର କେବଳ YouTube Premium ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ। କମ୍ପାନୀ ଅନୁଯାୟୀ, କିଛି ବ୍ରାଉଜର୍‌ରେ ଏହା ପୂର୍ବରୁ କାମ କରୁଥିଲା, କିନ୍ତୁ ଏବେ ସମସ୍ତ ପ୍ଲାଟଫର୍ମରେ ସମାନତା ରକ୍ଷା କରିବା ପାଇଁ ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି। ଏହାର ଅର୍ଥ ହେଲା, ଯଦି ଆପଣ ପ୍ରିମିୟମ୍ ଗ୍ରାହକ ନୁହନ୍ତି, ତେବେ ସ୍କ୍ରିନ୍ ଅଫ୍ କଲେ କିମ୍ବା ଅନ୍ୟ ଆପ୍ ଖୋଲିଲେ ଅଡିଓ ବନ୍ଦ ହୋଇଯିବ।
ବ୍ୟବହାରକାରୀଙ୍କ ଅଭିଯୋଗ
Reddit ଏବଂ X (ପୂର୍ବରୁ Twitter) ରେ ଅନେକ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି ଯେ, ସେମାନେ ବ୍ରାଉଜର୍ କ୍ୟାଚ୍ କ୍ଲିୟର୍ କରିବା କିମ୍ବା ପିକ୍ଚର୍-ଇନ୍-ପିକ୍ଚର୍ (PiP) ସେଟିଂ ବଦଳାଇବା ସତ୍ତ୍ୱେ ମଧ୍ୟ ଏହି ସୁବିଧା ପାଇପାରୁ ନାହାନ୍ତି। ମିଡିଆ କଣ୍ଟ୍ରୋଲ୍ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବା ପୂର୍ବରୁ ବ୍ୟବହାରକାରୀଙ୍କୁ “MediaOngoingActivity” ନୋଟିଫିକେସନ୍ ଦେଖାଉଛି। ବିଶେଷଜ୍ଞଙ୍କ ମତରେ, ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ବୃଦ୍ଧି କରିବା ପାଇଁ ଗୁଗୁଲ୍ ଏହି ପଦକ୍ଷେପ ନେଇଛି।
ଭାରତରେ ୟୁଟ୍ୟୁବ୍ ପ୍ରିମିୟମ୍ ମୂଲ୍ୟ
ଭାରତରେ YouTube Premium ପ୍ଲାନ୍ ମାସିକ ୧୪୯ ଟଙ୍କାରୁ ଆରମ୍ଭ ହେଉଛି, ଯେଉଁଥିରେ ବିଜ୍ଞାପନ-ମୁକ୍ତ ଭିଡିଓ ଏବଂ ବ୍ୟାକଗ୍ରାଉଣ୍ଡ୍ ପ୍ଲେ ସୁବିଧା ମିଳିଥାଏ। ଏହା ବ୍ୟତୀତ ପରିବାର ପାଇଁ (୫ ଜଣ ସଦସ୍ୟ) ମାସିକ ପ୍ଲାନ୍ ୨୯୯ ଟଙ୍କା ଏବଂ ଦୁଇଜଣଙ୍କ ପାଇଁ ୨୧୯ ଟଙ୍କା ରହିଛି। ଶସ୍ତା ବିକଳ୍ପ ଭାବରେ ‘ପ୍ରିମିୟମ୍ ଲାଇଟ୍’ ସବସ୍କ୍ରିପସନ୍ ମାସିକ ୮୯ ଟଙ୍କାରେ ମଧ୍ୟ ଉପଲବ୍ଧ।
ମହାକାଶରେ ଡାଟା ସେଣ୍ଟର ନିର୍ମାଣ କରିବ ଗୁଗଲ୍‌
ୱାଶିଂଟନ୍‌: ଟେକ୍ ଜାଏଣ୍ଟ ଗୁଗଲ୍‌ ଏବେ ମହାକାଶରେ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି। ଏହି ପ୍ରୋଜେକ୍ଟକୁ ‘ସନ୍‌ କ୍ୟାଚର୍‌’ ‘ ନାମ ଦିଆଯାଇଛି। ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ ଏକ୍ସ’ ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ପ୍ରୋଜେକ୍ଟ ଅନ୍ତର୍ଗତ, ଗୁଗଲ୍‌ ସୌର ପ୍ୟାନେଲ୍ ସହିତ ସଜ୍ଜିତ ସାଟେଲାଇଟ୍ ମହାକାଶକୁ ପଠାଇବ। ଏହାର ଅର୍ଥ ହେଉଛି ସେମାନେ ଶକ୍ତି ପାଇଁ ସୂର୍ଯ୍ୟକିରଣ ବ୍ୟବହାର କରିବେ। କାରଣ ପୃଥିବୀରେ ଥିବା ଡାଟା ସେଣ୍ଟରଗୁଡ଼ିକ ବିଦ୍ୟୁତ୍, ପାଣି ଏବଂ ସ୍ଥାନ ସହିତ ବଢ଼ୁଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସାଟେଲାଇଟ୍‌ଗୁଡିକ ଏଆଇ କାର୍ଯ୍ୟ ପାଇଁ ଡିଜାଇନ୍ ହୋଇଥିବା ଗୁଗଲ୍‌ର ସର୍ବଶେଷ ଏଆଇ ଚିପ୍ସ, ଟ୍ରିଲିୟମ୍‌ଟିପିୟୁଏସ୍‌ ସହିତ ସଜ୍ଜିତ ହେବ। ଏହି ସାଟେଲାଇଟ୍ ଗୁଡିକ ଫ୍ରି-ସ୍ପେସ୍ ଅପ୍ଟିକାଲ୍ ଲିଙ୍କ୍ ନାମକ ଏକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପରସ୍ପର ସହିତ ସଂଯୋଗ ହେବେ। ଗୁଗୁଲ୍ କହିଛି ଯେ ୮୧ ଟି ଉପଗ୍ରହର କ୍ଲଷ୍ଟର ମାତ୍ର ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଉଡ଼ିବ, ଯାହା ଡାଟା ସ୍ଥାନାନ୍ତରକୁ ସହଜ କରିବ। ଏହାର ଅର୍ଥ ହେଉଛି ସେମାନେ ଲେଜର ଆଲୋକ ବ୍ୟବହାର କରି କୌଣସି ଓୟାର ବିନା ହାଇ-ସ୍ପିଡ୍ ଡାଟା ସେୟାର କରିବେ। ସରଳ ଭାଷାରେ, ପୃଥିବୀରେ ବିଦ୍ୟୁତ୍ ଅଭାବ ଏବଂ ଅନ୍ୟାନ୍ୟ ସମସ୍ୟାକୁ ଏଡାଇବା ପାଇଁ ଗୁଗଲ୍‌  ମହାକାଶରେ ସୂର୍ଯ୍ୟର ମୁକ୍ତ ଶକ୍ତିକୁ ବ୍ୟବହାର କରି ଏଆଇକୁ ସୁପରଫାଷ୍ଟ କରିବାକୁ ଚାହୁଁଛି।
ଏ ସମ୍ପର୍କରେ ଗୁଗଲ୍‌ ର ବରିଷ୍ଠ ନିର୍ଦ୍ଦେଶକ ଟ୍ରାଭିସ୍ ବିଲ୍ସ କହିଛନ୍ତି ଯେ ସୂର୍ଯ୍ୟ ହେଉଛି ଆମର ସୌରମଣ୍ଡଳ ପାଇଁ ସର୍ବୋତ୍ତମ ଶକ୍ତି ଉତ୍ସ, ଯାହା ବିଶ୍ୱର ମୋଟ ବିଦ୍ୟୁତ୍ ଉତ୍ପାଦନ ଅପେକ୍ଷା ୧୦୦ ଟ୍ରିଲିୟନ ଗୁଣ ଅଧିକ ଶକ୍ତି ପ୍ରଦାନ କରେ। ମହାକାଶରେ ସୌର ପ୍ୟାନେଲ୍ ୮ ଗୁଣ ଅଧିକ ଉତ୍ପାଦନକ୍ଷମ ହେବ ଏବଂ ସ୍ଥିର ଶକ୍ତି ପ୍ରଦାନ କରିବ। ଏହା ଅଙ୍ଗାରକାମ୍ଳ ମାତ୍ରା ମଧ୍ୟ ହ୍ରାସ କରିବ। ଗୁଗୁଲ୍ ବିଶ୍ୱାସ କରେ ଯେ ୨୦୩୦ ସୁଦ୍ଧା, ଉପଗ୍ରହର ପ୍ରକ୍ଷେପଣ ମୂଲ୍ୟ ପ୍ରତି କିଲୋଗ୍ରାମ ୨୦୦ ଡଲାର (୧୭,୭୨୭ ଟଙ୍କା) ହେବ, ଯାହା ମହାକାଶ ଡାଟା ସେଣ୍ଟରଗୁଡ଼ିକୁ ପୃଥିବୀରେ ଥିବା ଡାଟା ସେଣ୍ଟର ସହିତ ତୁଳନୀୟ କରିବ। ଗୁଗୁଲ୍ ପ୍ଲାନେଟ୍ ଲ୍ୟାବ୍ସ ସହିତ ୨୦୨୭ ପ୍ରାରମ୍ଭରେ ଦୁଇଟି ପ୍ରୋଟୋଟାଇପ୍ ଉପଗ୍ରହ ଉତ୍‌କ୍ଷେପଣ କରିବ। ଯଦି ପ୍ରକଳ୍ପ ସଫଳ ହୁଏ, ତେବେ ମହାକାଶରୁ ଏଆଇ ତାଲିମ ହେବ। ପୃଥିବୀରେ ସମ୍ବଳ ସଞ୍ଚୟ ହେବ ଏବଂ ପରିବେଶ ସୁରକ୍ଷିତ ରହିବ। ସୌର ଦକ୍ଷତା ବୃଦ୍ଧି ପାଇବା ସହିତ, ସ୍ପେସ୍ କମ୍ପ୍ୟୁଟ୍ ଶସ୍ତା ହେବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୩୫ ସୁଦ୍ଧା ମହାକାଶ ଡାଟା ସେଣ୍ଟରଗୁଡ଼ିକ ବାସ୍ତବରେ ପରିଣତ ହୋଇପାରେ।
ଗୁଗଲକୁ ଟକ୍କର ଦେବ ‘ସର୍ଚ୍ଚ ଜିପିଟି’
ଗୁଗଲ୍‌ ହେଉଛି ବିଶ୍ବର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ। ତେବେ ଏହାକୁ ଟକ୍କର ଦେବା ପାଇଁ ଅନ୍ୟ କିଛି ସର୍ଚ୍ଚ ଇଞ୍ଜିନ ନାହିଁ। ଏବେ ଏହାକୁ ଟକ୍କର ଦେବା ପାଇଁ ଓପନ୍‌ ଏଆଇ ନୂଆ ସର୍ଚ୍ଚ ଇଞ୍ଜିନ ଲଞ୍ଚ୍‌ କରିଛି। ଏହାର ନାଁ ‘ସର୍ଚ୍ଚ ଜିପିଟି।’ ଏହି ସର୍ଚ୍ଚ ଇଞ୍ଜିନ ଚାଟ୍‌ଜିପିଟିକୁ ସାହାଯ୍ୟ କରିବା ସହିତ ଲୋକଙ୍କୁ ଗୁଗଲର ଏକ ବିକଳ୍ପ ପ୍ରଦାନ କରିବ। ତେବେ ଏହାର ବିଶେଷତ୍ବ ହେଉଛି ଏହା ଏଆଇ ଯୁକ୍ତ ସର୍ଚ୍ଚ ଇଞ୍ଜିନ। ଯାହାକି ବ୍ୟବହାରକାରୀଙ୍କୁ ପୂର୍ବ ତୁଳନାରେ ଶୀଘ୍ର ଏବଂ ସଠିକ୍‌ ତଥ୍ୟ ସହିତ ଉତ୍ତର ପ୍ରଦାନ କରିବାରେ ସାହାଯ୍ୟ କରିବ।
କମ୍ପାନି ଏବେ ଏହାକୁ ବଛା ବଛା କେତେକ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍‌ କରିଛି। କାରଣ ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ଅଛି। ତେବେ ଏହା ହେଉଛି ନୂଆ ଏଆଇ ଫିଚର୍‌ର ପ୍ରେଟୋଟାଇପ୍। ଯାହାକି ତ୍ବରିତ ଗତିରେ ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତର ବା ତଥ୍ୟ ପ୍ରଦାନ କରିବାରେ କାର୍ଯ୍ୟ କରିବ। ଏହାଦ୍ବାରା ବ୍ୟବହାରକାରୀଙ୍କ ସମୟ ସଞ୍ଚୟ ହେବ। ତେବେ ଯେଉଁମାନଙ୍କ ପାଇଁ ଏହାକୁ ଜାରି କରାଯାଇଛି, ସେମାନଙ୍କଠାରୁ ଓପନ୍‌ ଏଆଇ ମତାମତ ସଂଗ୍ରହ କରିବ। ଏହି ମତାମତକୁ ଭିତ୍ତି କରି କମ୍ପାନି ଏହାକୁ ଚାଟ୍‌ଜିପିଟି ସହ ଯୋଡ଼ି ପାରିବ।
ଗୁଗଲ ମଧ୍ୟ ତା’ ସର୍ଚ୍ଚ ଇଞ୍ଜିନରେ ଏଆଇକୁ ଯୋଡ଼ିବା କାମ କରୁଛି। କିନ୍ତୁ ଏହା ପୂର୍ବରୁ ଓପନ ଏଆଇ ଏବେ ଏଆଇ ଯୁକ୍ତ ସର୍ଚ୍ଚ ଇଞ୍ଜିନ ଲଞ୍ଚ୍‌ କରିଛି। ଏଣୁ ଏବେ ଦେଖିବାର ଅଛି ଯେ, ବ୍ୟବହାରକାରୀ କେଉଁ ସର୍ଚ୍ଚ ଇଞ୍ଜିନ୍, ସର୍ଚ୍ଚ ଜିପିଟି ନା ଗୁଗଲ ସର୍ଚ୍ଚ ଇଞ୍ଜିନକୁ ବେଶି ପସନ୍ଦ କରୁଛନ୍ତି।
ବଢୁଛି ଗୁଗଲ୍‌ରେ ବିଜ୍ଞାପନ ଦେବା ଖର୍ଚ୍ଚ, ବିଜେପି ବ୍ୟୟ କଲାଣି ୧୦୦ କୋଟି
ଭୁବନେଶ୍ବର: ଏବେ ରାଜନୈତିକ ଦଳଗୁଡିକ ପ୍ରଚାରପ୍ରସାର ପାଇଁ ଅନ୍‌ଲାଇନକୁ ବେଶୀ ଗୁରୁତ୍ବ ଦେଉଛନ୍ତି। ଏହା ଶୀଘ୍ର ଲୋକଙ୍କ ଗହଣରେ ମଧ୍ୟ ପହଞ୍ଚି ପାରୁଛି। ସାମାଜିକ ମାଧ୍ୟମରେ ଲୋକେ ଅନେକ ସମୟରେ ସକ୍ରିୟ ରହୁଥିବାରୁ ଦଳଗୁଡିକ ଏହାକୁ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ହେଲା ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ପ୍ରଚାର ବୃଦ୍ଧି ପାଇଛି। ଏହି କ୍ଷେତ୍ରରେ ବିଜେପି ଆଗରେ ଅଛି। ଗତ ୬ ବର୍ଷ (୨୦୧୮ ମେ’ରୁ ୨୦୨୪ ଏପ୍ରିଲ ୨୧ ମଧ୍ୟରେ)ବିଜ୍ଞାପନ ପାଇଁ ଗୁଗଲକୁ ୩୯୦ କୋଟି ଟଙ୍କା ଦିଆଯାଇଛି। ଏହା ମଧ୍ୟରୁ ସର୍ବାଧିକ ୨୬ ଭାଗ ବିଜେପିର ରହିଛି। ଏହି ଦଳ ସର୍ଚ୍ଚ ଇଞ୍ଜିନ ଗୁଗଲ ଏବଂ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।
ଡିଜିଟାଲ ପ୍ରଚାରରେ ବିଜେପି କରିଥିବା ଖର୍ଚ୍ଚ କଂଗ୍ରେସସ, ଡିଏମକେ ଏବଂ ରାଜନୀତିକ ପରାମର୍ଶଦାତା କମ୍ପାନୀ ଇଣ୍ଡିଆଲ ପଲିଟିକାଲ ଆକ୍ସନ କମିଟିର ବିଜ୍ଞାପନ ସହ ସମାନ ରହିଛି। ଗତ ୬ ବର୍ଷରେ ଗୁଗଲ ୨,୧୭,୯୯୨ ବିଜ୍ଞାପନ ପ୍ରକାଶ କରିଛି। ଏଥିରେ ବିଜେପିର ୭୩ ପ୍ରତିଶତ ଅର୍ଥାତ ୧,୬୧,୦୦୦ ବିଜ୍ଞାପନ ସାମିଲ ରହିଛି। ବିଜେପି ନିଜର ଅଧିକାଂଶ ବିଜ୍ଞାପନରେ କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀବାସୀଙ୍କୁ ଲକ୍ଷ୍ୟ ରଖି ବନାଇଛି। କର୍ଣ୍ଣାଟକ ପାଇଁ ୧୦.୮ କୋଟି, ଉତ୍ତର ପ୍ରଦେଶ ପାଇଁ ୧୦.୩ କୋଟି, ରାଜସ୍ଥାନ ପାଇଁ ୮.୫ କୋଟି ଓ ଦିଲ୍ଲୀ ପାଇଁ ଦଳ ୭.୬ କୋଟି ଟଙ୍କା ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ ୬ ବର୍ଷ ମଧ୍ୟରେ କଂଗ୍ରେସ କେବଳ ୫,୯୯୨ଟି ଅନ୍‌ଲାଇନ ବିଜ୍ଞାପନ ଦେଇଛି। ଏହା ବିଜେପି ତୁଳନାରେ ୩.୭%। କଂଗ୍ରେସର ଅଧିକାଂଶ ପ୍ରଚାର କର୍ଣ୍ଣାଟକା ଓ ତେଲଙ୍ଗାନା ଉପରେ ରହିଛି।
ଗୁଗଲ ଫ୍ଲାଇଟ୍ସର ନୂଆ ଫିଚର ଜାରି: ଗୁଗୁଲ୍‌ କହିବ କେବେ ଶସ୍ତା ହେବ ବିମାନ ଟିକଟ
ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଭଲ ଖବର। ବିମାନ ଟିକେଟ ବୁକ୍ କରି ମହଙ୍ଗାରେ ପଡ଼ିଲେ ମନ ଉଣା କରିଥାନ୍ତି। ଯଦି ଅଧିକାଂଶ ସମୟରେ ଆପଣ ବିମାନ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କୁ ଉଚ୍ଚ ଦରରେ ଟିକଟ କିଣିବା ନିଶ୍ଚିତ ଭାବେ ବାଧିବ। ଆଉ ଅଫରରେ ବିମାନ ଟିକଟ କିଣି ଶହ ଶହ ଟଙ୍କା ସଞ୍ଚୟ ମଧ୍ୟ କରିବାକୁ ଚାହିଁବେ। ନିକଟରେ ଗୁଗଲ ଏପରି ଫିଚର ଲଞ୍ଚ କରିଛନ୍ତି ଯାହା ଆପଣଙ୍କୁ ବିମାନ ଯାତ୍ରା ପାଇଁ ଶସ୍ତା ମୂଲ୍ୟରେ ଟିକଟ୍‌ ବୁକିଂ କରିବାରେ ସହାୟତା କରିପାରୁଛି। ଅଧିକାଂଶ ଲୋକେ ଯେଉଁମାନେ ପ୍ରାୟତଃ ବିମାନ ଯାତ୍ରା କରିଥାନ୍ତି ସେମାନେ ଦୀର୍ଘ ମାସ ପୂର୍ବରୁ ଫ୍ଲାଇଟ୍‌ ବୁକିଂ କରିନେଇଥାନ୍ତି। ସେମାନେ ଏଥିପାଇଁ ଏପରି କରିଥାନ୍ତି ଫ୍ଲାଇଟ୍‌ ବୁକିଂ ଯଦି ଆବଶ୍ୟକବେଳେ କରାଯାଏ ସେତେବେଳେ ଭଡା ଟିକେ ଅଧିକ ହୋଇଥାଏ। ଏଥିରେ ଯଦି ଆପଣ କେଉଁଆଡେ ଯିବାକୁ ବା ବୁଲି କରିବା ପାଇଁ ମାସେ ବା ଦୁଇ ମାସ ପୂର୍ବରୁ ବିମାନ ଟିକଟ ବୁକ୍ କରନ୍ତି ତେବେ ଆପଣଙ୍କୁ ଭଡା ପ୍ରଚଳିତ ଭଡ଼ାଠାରୁ ଫେୟାରଠାରୁ ବହୁତ କମ୍‌ ପଡିଥାଏ। ଏଥିରେ ଗୁଗଲର ନୂଆ ଫିଚର ଆପଣଙ୍କୁ ବଶେ ସହାଯ୍ୟ କରିବ। ଯଦି ଆପଣ ବିମାନ ଟିକଟ କେବେ ଶସ୍ତାରେ ମିଳୁଛି ତାହା ଜାଣିବାକୁ ଚାହିଁବେ ତେବେ ଏଥିପାଇଁ ଆପଣଙ୍କୁ ଗୁଗଲ ଫ୍ଲାଇଟ୍ସର ନୂଆ ଫିଚର ଆପଣାଇବାକୁ ପଡିବ।
ପ୍ରଥମେ ଆପଣଙ୍କୁ ଗୁଗଲ ଫ୍ଲାଇଟ୍ସରେ ଥିବା ପ୍ରାଇସ୍ ଟ୍ରାକିଂ ଅପସନ୍‌କୁ ଏନାବଲ କରିବାକୁ ପଡିବ। ଏହାପରେ ଏହି ଫିଚର ଆକ୍ଟିଭ ହୋଇଯାଇଥାଏ। ବିମାନ ଟିକଟ ଦର ହ୍ରାସ ହେଲେ ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ ମେସେଜ୍‌ ଆସିଯିବ। ସେତେବେଳେ ବିମାନ ବୁକିଂ କରିବାକୁ ଆପଣଙ୍କ ହାତରେ ସୁବର୍ଣ୍ଣ ସୁଯୋଗ ଥିବ। ଗୁଗଲ୍‌ର ଏହି ଫିଚର ଉପଯୋଗ କରିବା ପାଇଁ ଆପଣଙ୍କୁ ଗୁଗଲ୍‌ ଆକାଉଣ୍ଟରେ ସାଇନ ଇନ୍‌ କରିବାକୁ ହେବ। ଯଦି ଥରେ ଆପଣ ସାଇନ ଇନ୍‌ କରିଦେଲେ ଏହାପରେ ଗୁଗଲ୍‌ ଆପଣଙ୍କୁ ଅନେକ ବିମାନର ଭଡ଼ା ସମ୍ପର୍କରେ ସୂଚନା ପଠାଇବାରେ ଲାଗିବ। ଏଥିରେ ଆପଣଙ୍କୁ ରଙ୍ଗୀନ ବ୍ୟାଚ୍ ମଧ୍ୟ ପଠାଇବ ଯାହାର ଅର୍ଥ ଏହି ସବୁ ବିମାନର ଭଡ଼ାରେ କୌଣସି ପରିବର୍ତ୍ତନ ହେବାରନାହିଁ। ବର୍ତ୍ତମାନ ସମୟରେ ଏପରି ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଶସ୍ତାରେ ଫ୍ଲାଇଟ୍ ବୁକିଂ ଦେବାକୁ ଦାବି କରିଥାନ୍ତି। ତେବେ ବୁକିଂ ପ୍ରୋସେସ୍‌ ସମ୍ପୂର୍ଣ୍ଣ କରୁ କରୁ ବିମାନ ଭଡ଼ା ଡିସପ୍ଲେରେ ଦେଖାଦେଉଥିବା ଭଡା ବେଶ୍ ଅଧିକ ହୋଇଯାଇଥାଏ। ଏଥିରେ ଯାତ୍ରୀ ବାଧ୍ୟ ହୋଇ ମହଙ୍ଗା ଟିକେଟ୍ କିଣିଥାନ୍ତି। ଏଥିରେ ଯଦି ଆପଣ ପ୍ରାୟତଃ ବିମାନ ଯାତ୍ରା କରୁଥାନ୍ତି ତେବେ ଗୁଗଲଙ୍କ ଏହି ଫିଚର ନିଶ୍ଚୟ ଆପଣଙ୍କ କାମରେ ଆସିବ।
ଆଇଟି ସେକ୍ଟରରେ ଛଟେଇର ବର୍ଷ ୨୦୨୩ : ମାଇକ୍ରୋସଫ୍ଟ ପରେ ୧୨ କର୍ମଚାରୀ ଛଟେଇ ନେଇ ଗୁଗୁଲର ଘୋଷଣା
ନୂଆଦିଲ୍ଲୀ : ୨୦୨୨ ପରି ୨୦୨୩ରେ ମଧ୍ୟ ବିଶ୍ବ ସ୍ତରରେ କମ୍ପାନୀଗୁଡିକ ମାନ୍ଦାବସ୍ଥାକୁ ଡରୁଛନ୍ତି। ବର୍ଷର ପ୍ରଥମ ମାସରେ ମାଇକ୍ରୋସଫ୍ଟ, ଆମାଜନ୍‌, ଟ୍ୱିଟର, ଡୁନ୍‌ଜୋ ଓ ଓଲା ଭଳି କମ୍ପାନୀ ବଡ଼ ଧରଣର କର୍ମଚାରୀ ଛଟେଇ ଘୋଷଣା କରିଥିବା ବେଳେ ଏବେ ବିଶ୍ବର ଅନ୍ୟତମ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନୀ ଗୁଗୁଲ୍ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଛି। ଏନେଇ ଶୁକ୍ରବାର ଗୁଗୁଲର ମୂଳ କମ୍ପାନି ଆଲଫାବେଟ୍ ଘୋଷଣା କରିଛି। ଏହି ସଂଖ୍ୟା ସାରା ବିଶ୍ବରେ ଥିବା ଗୁଗୁଲର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ ହେବ ।
ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀର ସିଇଓ ସୁନ୍ଦର ପିଚାଇ କର୍ମଚାରୀଙ୍କ ସହ ସେୟାର କରିଥିବା ଏକ ମେମୋରେ ଏହି ସୂଚନା ଦେଇଛନ୍ତି। ଦୁନିଆର ସବୁଠୁ ବଡ ବୈଷୟିକ କମ୍ପାନୀରେ ଛଟେଇ ହେବାର ଖବର ଶୁଣି ବଜାର ଚକିତ ହୋଇଯାଇଛି। ଦୁଇ ଦିନ ପୂର୍ବେ, ଆଲଫାବେଟର ପ୍ରତିଯୋଗୀ ମାଇକ୍ରୋସଫ୍ଟ ୧୦ ହଜାର କର୍ମଚାରୀଙ୍କ ଅପସାରଣ ବିଷୟରେ କହିଥିଲା। ତେବେ ଗୁଗୁଲ ଏହି ଛଟେଇ ଦ୍ବାରା କେବଳ ଆମେରିକାରେ ଥିବା ଗୁଗୁଲ କର୍ମଚାରୀ ନୁହନ୍ତି, ସାରା ବିଶ୍ବରେ ଥିବା କର୍ମଚାରୀ ପ୍ରଭାବିତ ହେବେ । ତେବେ ଭାରତରେ ଗୁଗୁଲର କେତେ କର୍ମଚାରୀ ଛଟେଇ ହେବେ ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ ।
ଶୁକ୍ରବାରଦିନ ଗୁଗୁଲର ସିଇଓ ସୁନ୍ଦର ପିଚାଇ କର୍ମଚାରୀମାନଙ୍କୁ ଏ ବିଷୟରେ ଅବଗତ କରିବା ସହ କମ୍ପାନୀରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ପାଇଁ ସେ ନିଜକୁ ଦାୟୀ କରିଛନ୍ତି। କର୍ମଚାରୀ ଛଟେଇ ଦ୍ବାରା ନିଯୁକ୍ତି, କର୍ପୋରେଟ୍ ଅପରେସନ୍ ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟସ୍ ଭଳି କମ୍ପାନୀର ସବୁ ଟିମ୍ ପ୍ରଭାବିତ ହୋଇପାରନ୍ତି ।
ବାସ୍ତବରେ, କରୋନା ମହାମାରୀ ସମୟରେ ତାଲା ପଡିଥିବାରୁ ଅନ୍‌ଲାଇନ୍ ସେବା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଲା | ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଷ୍ଟାର୍ଟଅପ୍ କମ୍ପାନୀଗୁଡିକରେ ବଡ଼ ଆକାରର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଘରେ ବସି ବହୁ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନେ ମଧ୍ୟ ଘରୁ କାମରେ କାମ କରିବା ଆରମ୍ଭ କରିଥିଲେ। କୋଭିଡ ସଙ୍କଟ ପରେ ବଜାର ଖୋଲିବା ପରେ ୨୦୨୨ ଏସବୁ ଚିତ୍ର ବଦଳିବାକୁ ଲାଗିଲା। ଯେତେବେଳେ ବଜାର ସ୍ବଭାବିକ ହୋଇଗଲା ଲୋକମାନେ ସପିଂ ପାଇଁ ବାହାରକୁ ଯିବା ଆରମ୍ଭ କଲେ। ଏହି କାରଣରୁ କମ୍ପାନୀଗୁଡିକର କାରବାର ହ୍ରାସ ପାଇବାରେ ଲାଗିଲା। ନିଯୁକ୍ତ କର୍ମଚାରୀଙ୍କର ବେତନ ଚାପ କମ୍ପାନୀ ଉପରେ ବଢ଼ିଲା। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ କମ୍ପାନୀଗୁଡିକ କେବଳ ଖର୍ଚ୍ଚ ହ୍ରାସ କରିବା ପାଇଁ ଚେଷ୍ଟା କରିଥିଲେ। ପିଡବ୍ଲ୍ୟୁସି ଷ୍ଟାର୍ଟଅପ୍ ଡିଲ୍ ଟ୍ରାକର ଅନୁଯାୟୀ, ଘରୋଇ ଷ୍ଟାର୍ଟଅପ୍‌ରେ ଛଟେଇର ଏକ ପ୍ରମୁଖ କାରଣ ହେଉଛି ଫଣ୍ଡିଂର ଅଭାବ। ୨୦୨୨ରେ ଭାରତୀୟ କମ୍ପାନୀଗୁଡିକ ୨୪ ବିଲିୟନ ଡଲାରର ଅର୍ଥ ପାଇଥିଲେ। ୨୦୨୧ରେ ହାସଲ ହୋଇଥିବା ଅର୍ଥର ଏହା ହେଉଛି ୩୩%।
କରୋନା ସଙ୍କଟ ପରେ ୨୦୨୨ରେ ରାଜସ୍ୱ ହ୍ରାସ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ଟେକ୍ କମ୍ପାନୀଗୁଡିକ ଡରୁଥିଲେ। ଫଳସ୍ୱରୂପ, ଆମାଜନ, ଟ୍ୱିଟର, ମେଟା, ଆପଲ୍ ଏବଂ ଗୁଗୁଲ ପରି ବୃହତ୍‌ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ ଛଟେଇ କରିବା ଭଲ ବୋଲି ଭାବିଥିଲେ। କୌଣସି ପ୍ରକାରେ ୨୦୨୨ ବିତିଯାଇଛି କିନ୍ତୁ ବର୍ତ୍ତମାନ ନୂଆ ବର୍ଷରେ ମଧ୍ୟ ସ୍ଥିତି ଭଲ ହେବା ଭଳି ମନେ ହେଉନାହିଁ। ମାନ୍ଦାବସ୍ଥା ଚିନ୍ତାରେ ବଜାରରେ ଅସ୍ଥିରତା ଦେଖାଦେଇଛି। ବର୍ଷ ଆରମ୍ଭ ହେବା ମାତ୍ରେ କମ୍ପାନୀଗୁଡିକ ଛଟେଇ ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି।
୧୦ ହଜାର କର୍ମଚାରୀଙ୍କୁ ବିଦା କରିବ ଗୁଗଲ୍‌
ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବରେ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଭୟାବହ ହେବା ନେଇ ସତର୍କ କରାଇଦେଲେଣି ଅର୍ଥନୀତି କ୍ଷେତ୍ର ବିଶେଷଜ୍ଞ। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଉପାହ ଖୋଜୁଛନ୍ତି ବଡ ବଡ ଦେଶ। ଏହାମଧ୍ୟରେ ଅନେକ ଗୁଡିଏ କମ୍ପାନୀ ଛଟେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି। ବିଶେଷ କରି ଆଇଟି କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ ଠାରୁ ଆରମ୍ଭ କରି ଆମାଜନ, ମେଟା, ଓ୍ବିଫ୍ରୋ, ମାଇକ୍ରୋସଫ୍ଟ ସମେତ ଆହୁରି ଅନେକ କମ୍ପାନୀ ଏବେ ଛଟେଇ ଆରମ୍ଭ କରିଦେଲେଣି। ଏହି କର୍ମଚାରୀ ଛଟେଇ ଦୌଡରେ ଏବେ ସାମିଲ ହେବାକୁ ଯାଉଛି ଗୁଗଲ୍‌।
ରିପୋର୍ଟ ଅନୁଯାୟୀ, ସର୍ଚ୍ଚ ସାଇଟ୍‌ ଗୁଗଲ ଆଗକୁ ପ୍ରାୟ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି। ପରଫରମାନ୍ସ ରିଭ୍ୟୁ ସିଷ୍ଟମ୍‌ ବା ପ୍ରଦର୍ଶନ ସମୀକ୍ଷା ବ୍ୟବସ୍ଥା ଆଧାରରେ ଏଭଳି କରିବାକୁ କମ୍ପାନୀ ପ୍ରସ୍ତୁତି ଚଳାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗୁଗଲ ପକ୍ଷରୁ, ଗୁଗଲ ରିଭ୍ୟୁଜ୍‌ ଆଣ୍ଡ ଡେଭଲୋପମେଣ୍ଟ ବ୍ୟବହାର କରାଯାଉଛି। ଏହାଦ୍ବାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ପରଖାଯିବ। ଏକ ନିର୍ଦ୍ଧିଷ୍ଟ ମାପଦଣ୍ଡରୁ ତଳକୁ ଯଦି କୌଣସି କର୍ମଚାରୀଙ୍କୁ ପ୍ରଦର୍ଶନ ରହିଥାଏ ତେବେ ସେମାନଙ୍କୁ କମ୍ପାନୀ ଚାକିରୀରୁ ବିଦା କରିପାରେ। ଖର୍ଚ୍ଚ କାଟ୍‌ କରିବା ପାଇଁ ମଧ୍ୟ ଗୁଗଲ କିଛି କର୍ମଚାରୀଙ୍କୁ ଛଟେଇ କରିବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଉଛି। ଯାହାକି ଅନ୍ୟ ଆଇଟି କମ୍ପାନୀମାନେ ବହୁ ପୂର୍ବରୁ ଆରମ୍ଭ କରିସାରିଛନ୍ତି। ବର୍ଷ ୨୦୨୨ରେ ଅନେକ କମ୍ପାନୀ, କର୍ମଚାରୀଙ୍କୁ ବିନା କାରଣ ଦର୍ଶାଅ ନୋଟିସରେ ବାହାର କରିଦେଇଛନ୍ତି। କେବଳ ନଭେମ୍ବର ମାସରେ ଆଇଟି କମ୍ପାନୀମାନେ ପ୍ରାୟ ୪୫ ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତି।
ଗୁଗୁଲ୍‌ର କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ଲେ ଷ୍ଟୋରରୁ ହଟାଇଲା ୨୦୦୦ ପର୍ସନାଲ ଲୋନ୍‌ ଆପ୍‌
ନୂଆଦିଲ୍ଲୀ: ଆଗକୁ ଆପଣ ଯେଉଁ ଆପ୍‌ରୁ ଋଣ ନେଇଛନ୍ତି କିମ୍ବା ବ୍ୟକ୍ତିଗତ ଋଣ ନେବାକୁ ଯୋଜନା କରୁଛନ୍ତି ତାହା ପ୍ଲେ ଷ୍ଟୋରରେ ଦୃଶ୍ୟମାନ ହୋଇ ନ ପାରେ। ଗୁଗୁଲ ଭାରତରେ ଏହାର ଆପ୍ ମାର୍କେଟପ୍ଲେସରେ ପ୍ରାୟ ୨୦୦୦ ବ୍ୟକ୍ତିଗତ ଋଣ ଆପ୍ ବ୍ଲକ୍‌ କରିଛି। ଗୁଗୁଲ କହିବାନୁଯାୟୀ, ଏହି ଆପ୍‌ଗୁଡିକ ଏହାର ନୀତିର ଉଲ୍ଲଂଘନ କରିଛନ୍ତି। ଗୁଗୁଲ ଏସିଆ-ପାସିଫିକ୍‌ର ସିନିୟର ଡାଇରେକ୍ଟର ତଥା ଟ୍ରଷ୍ଟ ଆଣ୍ଡ ସେଫ୍ଟିର ମୁଖ୍ୟ ସାଇକତ ମିତ୍ର କହିଛନ୍ତି ଯେ, ପ୍ଲେ ଷ୍ଟୋରରୁ ଋଣ ଆପ୍ ଅପସାରଣ କରାଯାଇଛି।। ମିତ୍ର କହିଛନ୍ତି ଯେ ଗୁଗୁଲ ଦୀର୍ଘ ଦିନ ଧରି କିଛି ହିତାଧିକାରୀଙ୍କ ସହ କାମ କରିଆସୁଥିଲା। ଏଥିମଧ୍ୟରେ ସରକାରୀ ଏଜେନ୍ସି, ମିଡିଆ ଏବଂ ୟୁଜର୍ ରେଫରାଲ୍ ଅନ୍ତର୍ଭୁକ୍ତ। ଏହାବ୍ୟତୀତ, ପ୍ଲେ ଷ୍ଟୋରରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପ୍ରଣାଳୀ ସଂସ୍ଥାପିତ କରିଛି। ସେଥରୁ ମିଳିଥିବା ରିପୋର୍ଟ ଆଧାରରେ ଏହି ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା।
ମିତ୍ର କହିଛନ୍ତି ଯେ ,ଭୂଲ ବ୍ୟବସାୟ ଅଭ୍ୟାସ ଅନୁସରଣ କରୁଥିବା ଆପ୍ସକୁ ଅବରୋଧ କରିବା ଭାରତ ଅପେକ୍ଷା ଇଣ୍ଡୋନେସିଆ ଭଳି ଦେଶରେ ସହଜ। ସେଠାରେ କେବଳ ସରକାରୀ ଅନୁମୋଦିତ ଆପ୍ ଦେଇପାରିବେ। ଗୁଗୁଲ ସ୍ପଷ୍ଟ କରିଛି ଯେ ପ୍ଲେ ଷ୍ଟୋରରେ ବ୍ଲକ୍‌ ହୋଇଥିବା ଆପଗୁଡିକ ଅତ୍ୟଧିକ ସୁଧହାର ଓ ଉଚ୍ଚ ପ୍ରକ୍ରିୟାକରଣ ଶୁଳ୍କ ସହ ଋଣ ପ୍ରଦାନ କରିବାକୁ କୁହାଯାଇପାରିବନାହିଁ। ଏଗୁଡିକ ହଟାଇବା ପାଇଁ କମ୍ପାନୀର ନିଜସ୍ୱ ମାନଦଣ୍ଡ ରହିଛି। ଅନଲାଇନ୍ ଋଣ ସମ୍ବନ୍ଧରେ ଅନେକ ଅଭିଯୋଗ ଗ୍ରହଣ କରାଯାଇଥିଲା।
ୱାଶିଂଟନ୍‌(ଏଜେନ୍ସି): ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ବିଭିନ୍ନ ପ୍ରକାରର ଆପ୍ ଡାଉନଲୋଡ୍ କରିଥାନ୍ତି, କିନ୍ତୁ ବେଳେବେଳେ ଏହି ଆପଗୁଡ଼ିକରେ କିଛି ମାଲୱେର୍ ମଧ୍ୟ ଲୁଚି ରହିଥାଏ। ପ୍ଲେ ଷ୍ଟୋର ମଧ୍ୟ ଏହି ମାଲୱେୟାରଗୁଡିକୁ ଏଡାଇବା ପାଇଁ ଅପଡେଟ୍ ଆଣିବାଜରୁରୀ ହୋଇଥାଏ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହିପରି ଏକ ନୂତନ ମାଲୱେରର ସନ୍ଧାନ ମିଳିଛି। ଏହାର ନାମ ‘ଅଟୋଲାଇକସ୍’ କୁହାଯାଉଛି। ଗୁଗୁଲ୍ ପ୍ଲେ ଷ୍ଟୋରର ୮ଟି ଆପ୍‌ରେ ଏହି ମାଲୱେରର ଉପସ୍ଥିତ ରହିଛି। ଏହା ଜଣାପଡିବା ପରେ ଗୁଗୁଲ୍ ୬ ଟି ଆପ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କିନ୍ତୁ ୨ଟି ମାଲୱେର୍ ଆପ୍ ଏପର୍ଯ୍ୟନ୍ତ ସକ୍ରିୟ ରହିଛି। ଏକ ଅନୁସନ୍ଧାନରେ ଏ ସମ୍ପର୍କରେ ଦାବି କରାଯାଇଛି ଯେ, ଏହି ୮ ଟି ଆପ୍ ୩ ନିୟୁତରୁ ଅଧିକ ଥର ଡାଉନଲୋଡ୍ ହୋଇଛି। ଏହାର ଅର୍ଥ ହେଉଛି ୩୦ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍‌ରେ ଅଟୋଲାଇକସ୍‌ ମାଲୱେରର ଉପସ୍ଥିତ ରହିଛି।
ମାଲୱେର୍ କ’ଣ ?
ବେଆଇନ ଭାବେ କୌଣସି ଏକ ସିଷ୍ଟମକୁ କ୍ଷତି ପହଞ୍ଚାଇବା କିମ୍ବା ତାହାକୁ ବେଆଇନ ଭାବେ ବ୍ୟବହାର କରିବା ପାଇଁ ମାଲୱେର୍ ପ୍ରସ୍ତୁତ କରାଯାଇଥାଏ। ସାଧାରଣ ୟୁଜରମାନେ ମାଲୱେର୍ ସିଷ୍ଟମ ଫ୍ରେଣ୍ଡଲି ମନେ କରିଥାନ୍ତି। ତେଣୁ, ପ୍ଲେ ଷ୍ଟୋର ସମୟ ସମୟରେ ଏହିପରି ଆପ୍ସ ବିଷୟରେ ସୂଚନା ଦେବାରେ ଲାଗିଥାଏ। ‘ଅଟୋଲାଇକୋସ୍ ଠିକ୍‌ ଏହି ଭଳି ସମାନ ଢଙ୍ଗରେ କାମ କରିଥାଏ। ଅନୁସନ୍ଧାନରେ ଦାବି କରାଯାଇଛି ଯେ ଅଟୋଲାଇକୋସ୍ ଯୋଗୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବା ଭଳି ବଡ ଘଟଣା ଘଟିପାରେ, ଯେଉଁଥିପାଇଁ ଲୋକଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ।
ଅଟୋଲାଇକସ୍‌ କିପରି କାମ କରେ ?
ଗବେଷଣାରେ ଅଟୋଲାଇକୋସ୍ କିଭଳି କାମ କରିଥାଏ ସେ ସମ୍ପର୍କରେ କୁହାଯାଇଛି। ଅଟୋଲାଇକୋସ୍ ଏକ ସୁରକ୍ଷିତ ଲିଙ୍କ୍ (ୟୁଆର୍‌ଏଲ୍‌)ରୁ କାମ କରିଥାଏ। ଏହି କାରଣରୁ ଏହାର କାର୍ଯ୍ୟକଳାପକୁ କେହି ଦେଖିପାରିବେ ନାହିଁ। ବେଳେବେଳେ, ଆପ୍ ଧାରଣ କରିଥିବା ଏହି ମାଲୱେର୍ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସିଷ୍ଟମରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ। ଏହି ମାଲୱେର୍ ୟୁଜରମାନଙ୍କୁ ବିନା କୌଣସି ସୂଚନା ଦେଇ ସେମାନଙ୍କୁ ପ୍ରିମିୟମ୍ ସେବା ପ୍ରଦାନ କରିଥାଏ। ଏଥିପାଇଁ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆପେ କଟିଯାଇଥାଏ। କିଛି ଉପଭୋକ୍ତା ସେମାନଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଖିବା ପରେ ଏଭଳି ତ୍ରୁଟି ବିଷୟରେ ଜାଣିବାକୁ ପାଇଛନ୍ତି। ସେତେବେଳକୁ ସେମାନଙ୍କ ଆକାଉଣ୍ଟରୁ ସବସ୍କ୍ରିପସନ୍ ବାବଦ ଚାର୍ଜ କଟିଯାଇଥିଲା।
ଏହି ଆପ୍‌ଗୁଡ଼ିକ ନକଲି ବିଜ୍ଞାପନ ଅଭିଯାନ ଚଳାନ୍ତି। ଏହା ଅନେକ ଥର ଦେଖାଯାଇଛି, ଏହି ଆପ୍ସ ୟୁଜର ସଂଖଖ୍ୟା ବଢ଼ାଇବା ପାଇଁ ସୋସିଆଲ ମିଡିଆରେ ନକଲି ବିଜ୍ଞାପନ ଅଭିଯାନ ମଧ୍ୟ ଚଳାଇଥାନ୍ତି। ଅନୁସନ୍ଧାନ ଦାବି କରାଯାଇଛି ଯେ, ରଜର କି ବୋର୍ଡ୍ ଏବଂ ଥିମ୍ସ ଏବଂ ଇନଗ୍ରାଓ ପାଇଁ ଫେସବୁକରେ ୭୪ ବିଜ୍ଞାପନ ଅଭିଯାନ ଚାଲିଛି। ମାଲୱେର୍ ସହିତ ଏହି ନକଲି ଆପ୍ସର ସମୀକ୍ଷାରେ ଏକ ଅଦ୍ଭୁତ ଜିନିଷ ଦେଖାଯାଇଛି। ଏହି ଆପଗୁଡ଼ିକର କମ୍ ଡାଉନଲୋଡ୍ ସତ୍ତ୍ବେ ସେଗୁଡିକର ରେଟିଂ ଭଲ ଥିଲା। ଏହାର କାରଣ ହେଉଛି ସେହି ରେଟିଂଗୁଡିକ ନକଲି।
୩୦ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍‌ରେ ଅଟୋଲାଇକସ୍‌ ମାଲୱେର
ଯେଉଁମାନଙ୍କର ସ୍ମାର୍ଟଫୋନରେ ଏ ପର୍ଯ୍ୟନ୍ତ ଏହି ଆପ୍ ରହିଛି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ବାହାର କରିବାର ବିପଦ ରହିଛି। ୟୁଜର ତୁରନ୍ତ ନିଜର ସ୍ମାର୍ଟଫୋନରୁ ଏହି ଆପଗୁଡ଼ିକୁ ଅପସାରଣ କରିବା ଉଚିତ୍। ଆପଣଙ୍କର ଇଣ୍ଟରନେଟ୍ ବ୍ୟବହାରର ବ୍ୟାକ୍‌ ଗ୍ରାଉଣ୍ଡ୍‌ ଯାଞ୍ଚ କରନ୍ତୁ। କେଉଁ ଆପ୍ କେତେ ବ୍ୟାଟେରୀ ଚାର୍ଜ ନେଉଛି ତାହା ମଧ୍ୟ ମନେରଖନ୍ତୁ। ଗୁଗୁଲ୍ ପ୍ଲେ ଷ୍ଟୋରରେ ପ୍ଲେ ପ୍ରୋଟେକ୍ଟ ମୋଡ୍ ସକ୍ରିୟ ରଖନ୍ତୁ। ଯଥାସମ୍ଭବ ଆପ୍ ଡାଉନଲୋଡ୍ କରନ୍ତୁ।