NEET-UG exam cancellation - The Sakala

ନିଟ୍‌-ୟୁଜି ପରୀକ୍ଷା ବାତିଲକୁ ନେଇ ନବୀନଙ୍କ କ୍ଷୋଭ; କହିଲେ 'ଏହା ତ୍ରୁଟି ନୁହେଁ, ସାଂଘାତିକ ବିଶ୍ୱାସଘାତକତା'
ଭୁବନେଶ୍ୱର: ୨୦୨୬ ମସିହାର ନିଟ୍‌ ପରୀକ୍ଷା ବାତିଲ ହେବାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିଟ୍‌- ୨୦୨୬ ରଦ୍ଦ ଆମ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀମାନେ ରଖିଥିବା ଗଭୀର ବିଶ୍ୱାସ ପ୍ରତି ଏକ ଶକ୍ତ ଆଘାତ ବୋଲି ନବୀନ କହିଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ଯେ ଯେତେବେଳେ ପରୀକ୍ଷାର ସ୍ୱଚ୍ଛତା ଓ ପବିତ୍ରତା ସହ ବୁଝାମଣା କରାଯାଏ, ତାହା କେବଳ ଏକ ତ୍ରୁଟି ନୁହେଁ। ଏହା ସେହି ଲକ୍ଷ ଲକ୍ଷ ଆଶାୟୀଙ୍କ ପ୍ରତି ଏକ ବିଶ୍ୱାସଘାତକତା, ଯେଉଁମାନେ ଶୃଙ୍ଖଳାର ସହ ଅଧ୍ୟୟନ କରିଥିଲେ, ନିଜର ସୁଖ-ସୁବିଧାକୁ ତ୍ୟାଗ କରିଥିଲେ ଏବଂ ନିଜର ପ୍ରସ୍ତୁତି ପାଇଁ ରାତି ରାତି ଅନିଦ୍ରା ବିତାଇଥିଲେ। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ହେବାର ଏହା ପ୍ରଥମ ଘଟଣା ନୁହେଁ। ଏହି ଲିକ୍‌ ଘଟଣାଗୁଡ଼ିକ ଅବିଶ୍ୱାସକୁ ବଢ଼ାଉଛି, ପରିକ୍ଷାର୍ଥୀଙ୍କ ମାନସିକ ଚିନ୍ତା ବୃଦ୍ଧି କରୁଛି ଏବଂ ସେହି ପରିଶ୍ରମୀ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ବିପନ୍ନ କରୁଛି, ଯେଉଁମାନେ ଏକ ନିରପେକ୍ଷ ବ୍ୟବସ୍ଥା ଆଶା କରନ୍ତି ବୋଲି ନବୀନ କହିଛନ୍ତି। ଏକ ରାଷ୍ଟ୍ର ଭାବରେ ଆମେ ଆମର ଯୁବପିଢ଼ି ତଥା ଭାରତର ଭବିଷ୍ୟତଙ୍କ ଭାଗ୍ୟ ସହିତ ଖେଳିପାରିବା ନାହିଁ। ପରୀକ୍ଷା ପ୍ରକ୍ରିୟାରେ ସାଧୁତା ଓ ସ୍ୱଚ୍ଛତାକୁ ପୁନଃସ୍ଥାପିତ କରିବାର ସମୟ ଆସିଯାଇଛି। ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ତୁରନ୍ତ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏହି ବ୍ୟବସ୍ଥା ଆଶ୍ୱାସନା ଦେବା ଉଚିତ ଯେ, ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା କେବେ ବି କୌଣସି ପରିଚାଳନାଗତ ତ୍ରୁଟି ଯୋଗୁଁ ବ୍ୟର୍ଥ ହେବ ନାହିଁ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି।