Ajit Doval - The Sakala

ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ଠାରେ ଭାରତର ସମସ୍ତ ବରିଷ୍ଠ ରାଜଦୂତ ଏବଂ ଉଚ୍ଚାୟୁକ୍ତମାନଙ୍କୁ ନେଇ ତିନି ଦିନିଆ 'ହେଡ୍ସ ଅଫ୍ ମିଶନ୍' (Heads of Mission) ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏପ୍ରିଲ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ, ଅର୍ଥନୈତିକ ପ୍ରଭାବ ତଥା କୂଟନୈତିକ ସମୀକରଣ ଉପରେ ବିସ୍ତୃତ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୩୦ ତାରିଖରେ ଏହି ସମ୍ମିଳନୀରେ ସାମିଲ ହୋଇ ଭାରତୀୟ ରାଜଦୂତମାନଙ୍କୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏବଂ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଅନୀଲ ଚୌହ୍ୱାନ ମଧ୍ୟ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ। ବିଶ୍ୱ ସ୍ତରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଭାରତୀୟ କୂଟନୀତିର ଭବିଷ୍ୟତ ରୂପରେଖ ନିର୍ଦ୍ଧାରଣ କରିବା ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଉପରେ ଫୋକସ୍

ଏହି ସମ୍ମିଳନୀରେ ମୁଖ୍ୟତଃ ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରାଯିବ। ବିଶେଷ କରି ଉପସାଗରୀୟ ଦେଶଗୁଡ଼ିକ ଉପରେ ଏହାର ଅର୍ଥନୈତିକ, ରାଜନୈତିକ ଏବଂ କୂଟନୈତିକ ପ୍ରଭାବର ସମୀକ୍ଷା କରାଯିବ। ଏହା ସହିତ, ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଭାବେ ପରିଚିତ ହରମୁଜ୍ ପ୍ରଣାଳୀ (Straits of Hormuz) ରେ ସମ୍ଭାବ୍ୟ ଅବରୋଧ ଏବଂ ଏହାର ପରିଣାମ ବିଷୟରେ ବରିଷ୍ଠ ଅଧିକାରୀମାନେ ଗଭୀର ମାନସମନ୍ଥନ କରିବେ।

ଆମେରିକା ଓ ଚୀନ୍ ସହିତ ବଦଳୁଥିବା ସମୀକରଣ

ପଶ୍ଚିମ ଏସିଆ ସମସ୍ୟା ବ୍ୟତୀତ ଏହି ସମ୍ମିଳନୀରେ ବିଶ୍ୱର ଦୁଇ ବୃହତ୍ତମ ଶକ୍ତି ଆମେରିକା ଏବଂ ଚୀନ୍ ସହିତ ଭାରତର ବଦଳୁଥିବା ସମ୍ପର୍କ ଏବଂ ଭବିଷ୍ୟତର କୂଟନୈତିକ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦେଶରେ ଅବସ୍ଥାପିତ ଥିବା ଭାରତୀୟ ରାଜଦୂତମାନେ ନିଜ ନିଜ କ୍ଷେତ୍ରର ଅଭିଜ୍ଞତା ବାଣ୍ଟିବା ସହିତ ଦେଶର ସୁରକ୍ଷା ଓ ଅର୍ଥନୈତିକ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବେ।

ଅଜିତ ଡୋଭାଲଙ୍କୁ ପୁଣି ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପଦ ବଜାୟ ରଖିଲେ ପିକେ ମିଶ୍ର
ନୂଆଦିଲ୍ଲୀ: ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ଭାବେ ପୁଣି କାର୍ଯ୍ୟ ଜାରି ରଖିବେ ଓଡିଆ ପୁଅ ପିକେ ମିଶ୍ର। ଏନେଇ ଆଜି ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।

ଏଥିସହ ଲଗାତାର ୩ୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି । ଅନ୍ୟପଟେ ଓଡିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି ।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଲେ ଅଜିତ ଡୋଭାଲ; ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା
ମସ୍କୋ: ଭାରତର ଜେମ୍‌ସ ବଣ୍ଡ ଭାବେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି। ରୁଷ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଡୋଭାଲ ଲସ୍କର-ଇ-ତୋଏବା (ଏଲଇଟି), ଜୈଶ-ଇ-ମହମ୍ମଦ (ଜେଇଏମ) ଏବଂ ଦାଏସ ଭଳି ଆତଙ୍କବାଦୀ ସଂଗଠନର ମୁକାବିଲା ପାଇଁ ଗୁଇନ୍ଦା ଏବଂ ସୁରକ୍ଷା ସହଯୋଗ ଉପରେ ଜୋର୍‌ ଦେଇଥିଲେ। ରଣନୈତିକ ସହଯୋଗକୁ କାର୍ଯ୍ୟକାରୀ କରିବା ପାଇଁ କାମ କରାବାକୁ ଉଭୟେ ସହମତି ପ୍ରକାଶ କରିଛନ୍ତି।

ଡୋଭାଲ ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦ ସଚିବଙ୍କ ପଞ୍ଚମ ବୈଠକ ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି।ଏହା ପୂର୍ବରୁ ସେ ଭାରତୀୟ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀମଣ୍ଡଳ ସହ ଆମେରିକା ଯାଇଥିଲେ। ଏହି ଗସ୍ତରେ ଆଧୁନିକ ଜ୍ଞାନକୌଶଳ ପାଇଁ ମିଳିତ କାମ କରିବାକୁ ସହମତି ପ୍ରକାଶ କରିଥିଲେ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି, ୩ କମାଣ୍ଡୋଙ୍କୁ ହଟାଇଲେ ସରକାର
ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ବଡ ତ୍ରୁଟି ଘଟଣାରେ କେନ୍ଦ୍ର ସରକାର ୩ ଜଣ କମାଣ୍ଡୋଙ୍କୁ ବଦ​ଳି କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ସବୁବେଳେ ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ କହିଛନ୍ତି। ହେଲେ ତାଙ୍କ ସୁରକ୍ଷାରେ ନିୟୋଜିତ ୩ ଜଣ କମାଣ୍ଡୋ ଡ୍ୟୁଟିରେ ଅବହେଳା କରିଥିବା ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ସରକାର ଏନଏସ୍‌ଏ ଡୋଭାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଜଣ କମାଣ୍ଡୋଙ୍କୁ ହଟାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅଜିତ ଡୋଭାଲ୍‌ଙ୍କର ସୁରକ୍ଷାରେ ତ୍ରୁଟି ହୋଇଥିଲା। ଏବେ ଏହି ଘଟଣା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଡୋଭାଲଙ୍କର ସୁରକ୍ଷା ସହ ଜଡ଼ିତ ଥିବା ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ(ଡିଆଇଜି) ଓ ଭିଆଇପି ସିକ୍ୟୁରିଟି କମାଣ୍ଡାଣ୍ଟକୁ ବଦଳି କରିଦିଆାଯାଇଛି। ଫେବ୍ରୁଆରୀ ୨୦୨୨ ଅଜିତ ଡୋଭାଲଙ୍କ ଘରେ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଜଣେ ବ୍ୟକ୍ତି ଡୋଭାଲଙ୍କ ଘରକୁ ପ୍ରବେ କରିବାକୁ ଚେଷ୍ଟା କରିଥିଲା। ଏହାପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଓ ପରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରିଥିଲା ।

ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ପୁଲିସ୍‌ କହିଥିଲେ ଯେ ତାଙ୍କ ଶରୀରରେ ଗୋଟିଏ ଚିପ୍‌ ରହିଛି ଓ ଏହା ଦ୍ୱାରା ବାହାରୁ କିଛି ଲୋକ ତାଙ୍କୁ ନିୟନ୍ତ୍ରଣ କରୁଛନ୍ତି। ହେଲେ ଏମଆରଆଇ ସ୍କାନ ପରେ ତାଙ୍କ ଶରୀରରୁ କୌଣସି ପ୍ରକାରର ଚିପ୍‌ ଠାବ ହୋଇ ନଥିଲା। ତେବେ ତାର ମାନସିକ ଅବସ୍ଥା ଠିକ ନଥିବା ଜଣାପଡ଼ିଥିଲା । ବ୍ୟକ୍ତିଜଣଙ୍କ ଗୋଟିଏ ନାଲି ରଙ୍ଗର ଏସ୍‌ୟୁଭି ଧରି ଡୋଭାଲଙ୍କ ଗେଟ୍‌ରେ ପଶିବାକୁ ଚେଷ୍ଟା କରୁଥିଲେ। ଘଟଣା ବେଳେ ଡୋଭାଲ ଘରେ ରହିଥିଲେ। ଡୋଭାଲଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ତାଙ୍କ ସୁରକ୍ଷାରେ ମୋଟ ୫୮ ଜଣ କମାଣ୍ଡୋ ସାମିଲ ରହିଥାନ୍ତି। ହେଲେ କେମିତି ଜଣେ ବ୍ୟକ୍ତି ତାଙ୍କ ପର୍ଯ୍ୟନ୍ତ ଚାଲିଗଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ଅଜିତ ଡୋଭାଲଙ୍କ ଚେତାବନୀ : ବଦଳିଯାଇଛି ଯୁଦ୍ଧର କୌଶଳ
ହାଇଦରାବାଦ : ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବଡ଼ ଚେତାବନୀ ଦେଇଛନ୍ତି। ଏବେ ଯୁଦ୍ଧର କୌଶଳ ବଦଳି ଯାଇଛି ବୋଲି ସେ କହିଛନ୍ତି। ଯୁଦ୍ଧର ନୂଆ ଅସ୍ତ୍ର ଭାବେ ସିଭିଲ ସୋସାଇଟି ଅର୍ଥାତ୍‌ ସମାଜକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି। ପ୍ରଶିକ୍ଷାର୍ଥୀ ଆଇପିଏସ୍‌ ଅଫିସରଙ୍କ ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇ ଅଜିତ ଡୋଭାଲ ଏହା କହିଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଏବଂ ସାମରିକ ସ୍ବାର୍ଥ ହାସଲ ପାଇଁ ଏବେ ଯୁଦ୍ଧ ଅଧିକ ପ୍ରଭାବୀ ହୋଇ ରହିନାହିଁ। ବାସ୍ତବରେ ଯୁଦ୍ଧ ବହୁତ ମହଙ୍ଗା ହୋଇଥାଏ। ସବୁ ଦେଶ ଏହା କରିବାରେ ସକ୍ଷମ ହୁଅନ୍ତି ନାହିଁ।

ଯୁଦ୍ଧର ଫଳାଫଳରେ ମଧ୍ୟ ସବୁବେଳେ ଅନିଶ୍ଚିତତା ଲାଗି ରହିଥାଏ। ତେଣୁ ସମାଜକୁ ଭାଗ ଭାଗ କରି, ଭ୍ରାନ୍ତ ଧାରଣା ସୃଷ୍ଟକରି ଏବଂ ମିଥ୍ୟା ପ୍ରଚାରପ୍ରସାର ଦ୍ବାରା ଦେଶର କ୍ଷତି କରାଯାଇପାରେ। ଲୋକ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଯୁଦ୍ଧର ଚତୁର୍ଥ ପିଢି ଭାବେ ନୂଆ ମୋର୍ଚ୍ଚା ଖୋଲିଛି। ଏଥିରେ ସମାଜକୁ ଟାର୍ଗେଟ କରାଯାଉଛି। ପାକିସ୍ତାନ, ଚୀନ୍‌, ମିଆଁମାର ଏବଂ ବାଂଲାଦେଶକୁ ଲାଗି ଆମର ୧୫ ହଜାର କିମିର ସୀମା ରହିଛି। ଏହି ସୀମା ପରିଚାଳନାରେ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ଉଚିତ୍‌।

ଡୋଭାଲ ଆଇପିଏସ ଅଫିସରଙ୍କୁ କହିଛନ୍ତି ଯେ ଭାରତ ଭିତରର ୩୨ ଲକ୍ଷ ବର୍ଗକିମି ଅଞ୍ଚଳର ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ବ ପୁଲିସ ଫୋର୍ସର। କିନ୍ତୁ ଏବେ ଏହା ଆହୁରି ବୃଦ୍ଧି ପାଇବ। ୧୫ ହଜାର ବର୍ଗ କିମି ବିଶିଷ୍ଟ ସୀମାରେ ଅଲଗା ଅଲଗା ସମସ୍ୟା ରହିଛି। ଭବିଷ୍ୟତରେ ଦେଶର ସୀମା ପରିଚାଳନା ପାଇଁ ମଧ୍ୟ ଆପଣ ଦାୟୀ ରହିବେ। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ) କ୍ଷମତା ପରିସର ବୃଦ୍ଧିକୁ ବିରୋଧର କରି ପଞ୍ଜାବ ବିଧାନସଭାରେ ସଙ୍କଳ୍ପ ପାରିତ ହେବାର କିଛି ଦିନ ପରେ ଡୋଭାଲଙ୍କ ଏହି ମନ୍ତବ୍ୟ ଆସିଛି।

ଡୋଭାଲଙ୍କୁ ଭେଟିଲେ ୩ ରାଷ୍ଟ୍ରର ଗୁଇନ୍ଦା ,ସୁରକ୍ଷା ମୁଖ୍ୟ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି। ବିଶେଷକରି ତାଲିବାନର ଏହି ସରକାରଙ୍କ ଦ୍ବାରା ଆଗାମୀ ଦିନରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଯଥେଷ୍ଟ ରହିଥିଲା ବେଳେ ଏହା ଭାରତ ସମେତ ରୁଷିଆ, କେନ୍ଦ୍ର ଏସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହାବ୍ୟତୀତ ଆଫଗାନ ମାଟିରେ ଆତଙ୍କବାଦ ବଢିଲେ ସେଠାରେ ମାନବବାଦ କ୍ଷୁର୍ଣ୍ଣ ହେବା ସହିତ ରୁଷିଆ ଏବଂ ଅନ୍ୟାନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସମସ୍ୟା ମଧ୍ୟ ଉତ୍କଟ ହୋଇପଡ଼ିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖୀ ଗୋଟିଏ ସପ୍ତାହରେ ଆମେରିକା, ରୁଷିଆ ଏବଂ ବ୍ରିଟେନ ଭଳି ପ୍ରମୁଖ ତିନୋଟି ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାକୁ ନେଇ ଆଫଗାନ ପ୍ରସଙ୍ଗରେ କିଛି ବଡ଼ ସମୀକରଣ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି।

ଗତ ସପ୍ତାହରେ ପ୍ରଥମେ ବ୍ରିଟେନ ଗୁଇନ୍ଦା ସଂସ୍ଥା ଏମଆଇ୬ର ମୁଖ୍ୟ ରିଚାର୍ଡ ମୁର ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ୍‌ ମଧ୍ୟ ଡୋଭାଲଙ୍କ ସମେତ ସୁରକ୍ଷା ବିଭାଗର ବହୁ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ବୁଧବାର ରୁଷିଆର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲେ ପତ୍ରୁସେଭ ଡୋଭାଲଙ୍କୁ ଭେଟି ଆପଗାନିସ୍ତାନର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା ସହିତ ସୁରକ୍ଷାଜନିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଭାରତ ଏବଂ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ସେବା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ପ୍ରତିନିଧି ଆଲୋଚନା କରିଥିଲା ବେଳେ ରାଜନୈତିକ ,ସାମାଜିକ ଏବଂ ଅର୍ଥନୀତି କ୍ଷେତ୍ରର ବିଭିନ୍ନ ଦିଗରେ ମଧ୍ୟ ସହଯୋଗ ବୃଦ୍ଧି ପାଇଁ ଉଭୟ ଆଲୋଚନା କରିଥିବା ରୁଷିଆର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଫଗାନ ପ୍ରସଙ୍ଗକୁ ନେଇ ଏହି ତିନୋଟି ରାଷ୍ଟ୍ରଙ୍କ ପକ୍ଷରୁ କି ନୀତି ନିର୍ଦ୍ଧାରଣ କରାଯାଇଛି ସେ ନେଇ କୌଣସି ସ୍ତରରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏନେଇ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲେ ହେଁ ସମସ୍ତେ ନୀରବତା ଅବଲମ୍ବନ କରିଛନ୍ତି।

ତେବେ ଆଗାମୀ ଦିନରେ ଆଫଗାନ ମାଟିରୁ ଆତଙ୍କବାଦ ବଢିବାର ସମ୍ଭାବନା ସର୍ବାଧିକ ରହିଥିବାରୁ ଏହି ସମସ୍ତ ରାଷ୍ଟ୍ର ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ କିଛି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ବିଶେଷକରି ଆଫଗାନିସ୍ତାନରେ ଏବେ ହଜାର ହଜାର ସଂଖ୍ୟାରେ ପାକିସ୍ତାନୀ ଆତଙ୍କୀଙ୍କ ଉପସ୍ଥିତି ସହିତ ତାଲିବାନ ସରକାରରେ ହକ୍କାନି ନେଟୱର୍କର ପ୍ରାଦୁର୍ଭାବ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ତାଲିବାନୀଙ୍କ ସହିତ ପୂର୍ବ ତୁର୍କସ୍ତାନ ଇସଲାମିକ ମୁଭମେଣ୍ଟ ମଧ୍ୟ କେନ୍ଦ୍ର ଏସିଆରେ ସୁରକ୍ଷାଜନିତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖୀ ଭାରତ, ବ୍ରିଟେନ ,ଆମେରିକା ଏବଂ ରୁଷିଆ କିଛି ନିର୍ଦ୍ଦିଷ୍ଟ ନୀତି ଆପଣେଇ ପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆତଙ୍କବାଦ ବିରୋଧରେ ଏକାଠି ମିଶି ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ ଆୟୋଜିତ ଏହି ବୈଠକରେ ଜାରି କରାଯାଇଛି ମିଳିତ ଘୋଷଣାନାମା। ଏହା ସହ ବୈଠକରେ ଆଫଗାନିସ୍ତାନର ସାମରିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ପାକିସ୍ତାନ ପ୍ରତିପକ୍ଷ ମୋୟିଦ ୟୁସୁଫ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି ।

ଏସସିଓର ୧୬ତମ ବୈଠକ ଅବସରରେ ତାଜିକସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଡୋଭାଲ ଆଲୋଚନା କରିଥିଲେ । ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ସମେତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରାଚାଲାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସମସ୍ତ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଉପରୋକ୍ତ ପ୍ରସଙ୍ଗରେ ସହମତି ଆସିବା ସହ ମିଳିତ ଭାବେ ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସହମତି ପ୍ରକାଶ ପାଇଛି ବୋଲି କହିଛନ୍ତି ଏସସିଓର ଅଧ୍ୟକ୍ଷ ରାଷ୍ଚ୍ର ତାଜକିସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନ । ଆଞ୍ଚଳିକ ନିରାପତ୍ତା, ବିଭିନ୍ନ ଚାଲେଞ୍ଜର ମୁକାବିଲା ଲାଗି ସମସ୍ତେ ଏକ ହେବେ ବୋଲି କହିଛି ରିଜିଓନାଲ ଆଣ୍ଟିଟେରରିଷ୍ଟ ଷ୍ଟ୍ରକ୍ଚର ବା ରାଟସ୍ । ବୈଠକରେ ବିଭିନ୍ନ ଅଞ୍ଚଳରେ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବା ଅବସରରେ ଏହା କହିଛି ରାଟସ । ବୈଠକରେ ସୂଚନାଗତ ନିରାପତ୍ତା, ସାଇବରକ୍ରାଇମ, ଖାଦ୍ୟ ଓ ଜୈବିକ ନିରାପତ୍ତା, କରୋନା ଭାଇରସର ମୁକାବିଲା ଆଦି ପ୍ରସଙ୍ଗରେ ଏକ ମିଳିତ ଘୋଷଣାନାମା ଜାରି ହୋଇଛି । ବୈଠକରେ ଭାରତ, ପାକିସ୍ତାନ, ତାଜିକସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ, ରୁଷ, ଉଜବେକିସ୍ତାନର ପ୍ରତିନିଧି ଯୋଗଦେଇଥିଲେ । ତେବେ ଚୀନର କୌଣସି ପ୍ରତିନିଧି ବୈଠକରେ ଯୋଗଦେଇ ନଥିଲେ । ଏହା ସହ ରୁଷ ଓ ଭାରତ ମଧ୍ୟରେ ନିରାପତ୍ତା, ଏସୀୟ ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା, ବିଭିନ୍ନ ପ୍ରସଙ୍ଗରେ ଭାବବିନିମୟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।