Snana Purnima - The Sakala

କେନ୍ଦୁଝରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା
କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି ଶନିବାର ଦିନ ୧୦ଟା ସମୟରେ ବଡ ଦେଉଳରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ମାଆ ଶୁଭଦ୍ରା, ଶେଷରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଅଣା ଯାଇଥିଲା। ସେଠାରେ ଠାକୁର ମାନଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସମସ୍ତ ନୀତି ସରିବା ପରେ ଠାକୁର ମାନେ ହାତୀବେଶରେ ଦର୍ଶନ ଦେବେ। ପହଣ୍ଡି ସମୟରେ କେନ୍ଦୁଝର ରାଜା ଧନଞ୍ଜୟ ରାରାୟଣ ବଞ୍ଜଦେଓ, ବଦପଣ୍ଡା ରାଜକିଶୋର ପଣ୍ଡା, ବ୍ରହ୍ମା ଗଙ୍ଗାଧର ମିଶ୍ର, ବ୍ଳଭଦ୍ରଙ୍କ ପୂଜକ ସୁବ୍ରତ ତ୍ରିପାଠୀ, ଜଗନ୍ନାଥଙ୍କର ପୂଜକ ସୁଜିତ ଦାଶ, ଶୁଭଦ୍ରାଙ୍କର ପୂଜକ ଦେବଦତ୍ତ ପତି ଉପସ୍ଥିତ ଥିବାବେଳେ ପହଣ୍ଡିଆ ସେବକମାନେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ବେଦିକୁ ଆଣିଥିଲେ। ପହଣ୍ଡିକୁ ସୂଚାରୁ ରୂପେ ପରିଚଳନା ନିମନ୍ତେ ଦେବୋତ୍ତର ଅଧିକାରୀ ଓ ପୁଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି।

ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି: ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୧ ଟା ଯାଏ ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତି ୧୨ଟା ଠାରୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ୧୧ ଟା ପର୍ଯ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ଚତୁର୍ଦ୍ଧାବିଗ୍ରହ ବିଜେ କରି ପ୍ରତ୍ୟକ୍ଷ ସ୍ନାନ କରିବେ। ଲକ୍ଷ ଲକ୍ଷ ଭକ୍ତ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଏବଂ ହାତୀବେଶ ଦର୍ଶନ ଲାଗି ଆସିବେ। ତେଣୁ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା ନୀତିରେ ମୋହର ବାଜିଥିବା ବେଳେ ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯାଇଛି।

ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢ଼େ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟାରେ ପହଣ୍ଡି ସରି ୯ଟାରେ ହେବ ମଙ୍ଗଳ ଆଳତି। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ। ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢ଼େ ୧୧ରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ସାଢେ ୨ଟାରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।

ସୁସ୍ଥ ହେଲେ ଶ୍ରୀଜିଉ; ଆଜି ଶ୍ରୀମନ୍ଦିରରେ ଘଣା ଲାଗି ନୀତି
ପୁରୀ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଠାକୁର ଅସୁସ୍ଥ ହୋଇପଡ଼ି ଅଣସର ଘରେ ରହିଛନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି। ଇତିମଧ୍ୟରେ ବଡ଼ଓଡ଼ିଆ ମଠରୁ ଆସିଥିବା ଫୁଲୁରୀ ତେଲ, ଶୁଦ୍ଧସୁଆର ଦେଇଥିବା ଓଷୁଅ ଲାଗି ହେବା ପରେ ଶ୍ରୀବିଗ୍ରହ ଚକା ବିଜେ କରିଛନ୍ତି। ଖଳିଲାଗି ଏକାଦଶୀରେ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପତି ମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଦାରୁବିଗ୍ରହଙ୍କ ସୁସ୍ଥ ଖବର ଜଣାଇଛନ୍ତି। ଏଥିସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ପ୍ରସାଦ ପ୍ରଦାନ କରିଛନ୍ତି।

ଆଷାଢ କୃଷ୍ଣ ଦ୍ୱାଦଶୀ ତିଥିରେ ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ରାଜପ୍ରସାଦ ବିଜେ ହେବାର ପରମ୍ପରା ରହିଛି। ଶନିବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ଯାଇଥିଲେ। ଭଣ୍ଡାର ମେକାପ ପ୍ରଦତ୍ତ ପାଟବସ୍ତ୍ର ପଡ଼ିଥିବା ରୂପାଥାଳି ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ ରଖିଥିଲେ। ବେହେରଣ ଦ୍ୱାରରେ ଆସ୍ଥାନ ପଢ଼ିଆରୀ ପକାଇଥିବା ପାହାଡ଼ା (କପଡ଼ା) ଉପରେ ଏହି ଥାଳିକୁ ସଜାଇ ରଖିଥିଲେ। ଘଣ୍ଟ, ଛତା, କାହାଳୀ ଆସିବା ପରେ ତଳୁଚ୍ଛ ମହାପାତ୍ର, ପ୍ରଧାନୀ ସେବକ ହାତ ପଇଠ ପକାଇ ଆଗେ ଆଗେ ଚାଲିଥିଲେ। ଥାଳିଗୁଡ଼ିକୁ ବାଡ଼ଗ୍ରାହୀ ଓ ଦଇତାପତିମାନେ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ନେଇଯାଇଥିଲେ। ରାଜବାଟୀରେ ପଡ଼ିଥିବା ଚାରିବାଡ଼ର ପାହାଡା ଉପରେ ଥାଳିମାନ ରଖିଥିଲେ। ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସିଥିଲେ। ଏହାପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ। ଗଜପତି ମହାରାଜା ଦଇତାପତିମାନଙ୍କୁ ଶାଢି ବନ୍ଧାଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ। ଦଇତାପତିମାନେ ଶାଢି ବନ୍ଧାଇବା ପରେ ଗଜପତିଙ୍କ ସହ ଠାକୁରଙ୍କ ଅଣସର ଘର ସେବା ବିଷୟରେ ଆଲୋଚନା କରିଥିଲେ। ଏଥିସହ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ମଧ୍ୟ ଦେଇଥିଲେ। ଆଗାମୀ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେ ବିଷୟରେ ମଧ୍ୟ ଗଜପତି ଦଇତାପତିଙ୍କ ସହ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ଅଣସର ଘରେ ଏବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସପ୍ତାବରଣ କାର୍ଯ୍ୟ ଚାଲିଛି। ସେଥିମଧ୍ୟରେ ଶନିବାର ଘଣାକଟା ହୋଇଛି। ରବିବାର ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଘଣାଲାଗି କରାଯିବ। ଘଣା ଲାଗି ସରିବା ପରେ ଜୟ ବିଜୟ ଦ୍ୱାର ଫିଟି ପଟିଦିଅଁଙ୍କ ମଙ୍ଗଳ ଆଳତି ହେବ।

ସ୍ନାନ ପୂର୍ଣ୍ଣିମା ପାଇଁ ଟ୍ରାଫିକ୍‍ କଟକଣା: ମରିଚିକୋଟ ଛକଠାରୁ ଜଗାବଳିଆ ଲଜ୍‍ ପର୍ଯ୍ୟନ୍ତ ନୋ ଭେଇକ୍ଲି ଜୋନ୍‍
ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‍ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‍ପି ଡ. କନୱର ବିଶାଲ ସିଂ। ପ୍ରାୟ ୫୦ ପ୍ଲାଟୁନ୍‍ ଫୋର୍ସ ସହ ଅଭିଜ୍ଞ ପୁଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ୍‍ଙ୍କୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି।

ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦୈନନ୍ଦିନ ଭୁବନେଶ୍ୱର ଏବଂ କୋଣାର୍କ ପଟୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‍ ବସ୍‍ଷ୍ଟାଣ୍ଡକୁ ଆସିପାରିବ। ସହର ମଧ୍ୟରେ ଚଳାଚଳ କରୁଥିବା ବସ୍‍କୁ ମେଡିକାଲ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିବ। ବଡ଼ଦାଣ୍ଡରେ ଚିହ୍ନଟ ସ୍ଥାନରେ ଦୁଇଚକିଆ ପାର୍କିଂ କରିପାରିବ। ହାଲୁକା ଗାଡ଼ି, କାର୍‍ ଜଗନ୍ନାଥ ବଲ୍ଲଭ, ଶରଧାବାଲି, ବ୍ଲୁ ଫ୍ଲାଗ୍‍ ବିଚ୍‍ ଏବଂ ଦିଗବାରେଣୀ ପାର୍କିଂସ୍ଥଳରେ ପାର୍କିଂ କରିବେ। ପାର୍କିଂ ସ୍ଥଳରେ ଗାଡ଼ିକୁ ଦେଖି ସେମାନଙ୍କୁ ଅନ୍ୟ ସ୍ଥାନକୁ ପଠାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକଠାରୁ ଜଗାବଳିଆ ଲଜ୍‍ ପର୍ଯ୍ୟନ୍ତ ନୋ ଭେଇକ୍ଲି ଜୋନ୍‍ ରହିବ।

ଏଥର ବି ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ
ଆସନ୍ତାକାଲି ଶ୍ରୀଜିଉଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ହେଲେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଏଥର ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ମୁଦିରସ୍ତ କରିବେ ଛେରା ପହଁରା । ଗତବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ।

ସେପଟେ ସ୍ନାନଯାତ୍ରା ପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା । ବୁଧବାର ରାତି ୧୦ଟାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।