Chandaka - The Sakala

ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପଘର
ଖୋର୍ଦ୍ଧା : ଅଧିକ ଯୌତୁକ ଦାବୀରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ମୋ ଭଉଣୀ ଛବିନାକୁ ମାରିଦେଲେ ବାହାଘର ବେଳେ ୫୫ହଜାର ଟଙ୍କା ଯୌତୁକ ସମେତ ୬ଲକ୍ଷ ଟଙ୍କାର ଆସବାବପତ୍ର ଦେଇଥିଲୁ । ମାତ୍ର ତଥାପି ସେମାନଙ୍କ ମନ ବୁଝିଲାନି ଯେ,ଯନ୍ତ୍ରଣା ପରେ ଯନ୍ତ୍ରଣା ଦେଇ ଚାଲିଲେ । ଶେଷରେ ମୋ ଭଉଣୀକୁ ଶାଶୁଘର ଲୋକେ ଜୀବନରୁ ମାରିଦେଲେ । ଆଜି ଏମିତି ଅଭିଯୋଗ କରିଛନ୍ତି ଚନ୍ଦକା ଥାନା କୁଜିମହଲ ଗ୍ରାମର ସୋମନାଥ ବେହେରା । ତେବେ ବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ନନା କଳ୍ପନା ଜଳ୍ପନା ସାଧାରଣରେ ପ୍ରକାଶ ପାଇଥିବା ବେଳେ ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ହୋଇଛି । କିନ୍ତୁ ଶୁଶୁର ଘର ପକ୍ଷରୁ ଏହାକୁ ଆତ୍ମହତ୍ୟା ବେଲି ଦର୍ଶାଯାଇଛି ।

ଅଭିଯୋଗ ଅନୁସାରେ, ଚନ୍ଦକା ଥାନା କୁଜିମହୁଲ ଗ୍ରାମର ସୁନାକର ବେହେରାଙ୍କ ବଡଝିଅ ତିଳତମା ବେହେରା ଓରଫ ଛବିନା(୨୯) ୨୦୧୬ ମସିହା ଜୁଲାଇ ୧୧ରେ ପଲା କୋଣାର୍କନଗରର ଶରତ ବେହେରାଙ୍କ ପୁଅ ସନ୍ତୋଷଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବରପକ୍ଷ ଦାବୀ ମୁତାବକ ନଗଦ ୫୫ ହଜାର ଟଙ୍କା ଯୌତୁକ ସମେତ ୬ଲକ୍ଷ ଟଙ୍କାର ଆସବାବପତ୍ର ଛବିନାଙ୍କ ପରିବାର ଦେଇଥିଲେ । ବିବହାର ୫ବର୍ଷ ମଧ୍ୟରେ ଛବିନାଙ୍କର କୌଣସି ସନ୍ତାନସନ୍ତତି ହୋଇନଥିଲେ । ଯାହାଫଳରେ ତାଙ୍କ ଶାଶୁ ଘରେ ଏହାକୁ ନେଇ ପ୍ରତ୍ୟେକ ସମୟରେ କଳହ ଲାଗି ରହୁଥିଲା । ଏପରିକି ଦୀର୍ଘ ବର୍ଷ ହେବ ଛବିନାଙ୍କ ସ୍ୱାମୀ ସନ୍ତୋଷ, ଶଶୁର ଶରତ, ଶାଶୁ ମଞ୍ଜୁଲତା ଓ ଦିଅର ପ୍ରକାଶ ବାପଘରୁ ଅଧିକ ଟଙ୍କା ଅଣିବାକୁ ବାଧ୍ୟ କରିଥିଲେ । ଏଥିରେ ଛବିନା ଅସମର୍ଥ ପ୍ରକାଶ କରିବାରୁ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ଛବିନା ଏନେଇ ଭାଇକୁ ଜଣାଇବାରେ ଭାଇ ସୋମନାଥ ତାଙ୍କ ଶାଶୁଘରକୁ ଯାଇ ତାକୁ ବୁଝାଇ ଆସନ୍ତି । ଗତ ଏପ୍ରିଲ ୨୨ରେ ଛବିନାଙ୍କ ଜୀବନ ପ୍ରତି ବିପଦଥିବା ସେ ଫୋନରେ ବାପଘର ଲୋକଙ୍କୁ କହିଥିଲେ ଏହାଶୁଣି ଭାଇ ଆସିଥିଲେ ହେଁ ଛବିନାଙ୍କ ଶଶୁରଘର ଲୋକେ ତାଙ୍କ ଭଉଣୀ ସହ ଦେଖା କରାଇନଥିଲେ ଏପରିକି ୧୦ଦିନ ପୂର୍ବରୁ ପୁଣି ଜୀବନ ପ୍ରତି ବିପଦଥିବା ଛବିନା ବାପଘର ଲୋକଙ୍କୁ କହିଥିଲେ ମାତ୍ର କରୋନା କଟକଣା ଯୋଗୁ ପରିବାର ଲୋକ ଆସିପାରି ନଥିଲେ ତେବେ କାଲି ରାତି ସାଢେ ୧୦ଟାରେ ଛବିନାଙ୍କୁ ତାଙ୍କ ଘରକୁ ନେଇଯିବା ଲାଗି ସେ ଭାଇକୁ କାନ୍ଦି କାନ୍ଦି ଜଣାଇଥିଲା । ମାତ୍ର ଛବିନାକୁ ତାଙ୍କ ମାଆ ଆଶ୍ବାସନା ଦେଇ ବୁଝାଇଥିଲେ । କିନ୍ତୁ ସେହିଦିନ ରାତି ସାଢେ ୨ଟାରେ ଛବିନାର ଶାଶୁ ତମ ଭଉଣୀ ଗଧୁଆ ଘରେ ପଡିଯାଇଛି, ଆମେ ତାକୁ ମେଡିକାଲ ନେଇ ଯାଉଛୁ ବୋଲି ଫୋନରେ କହିଥିଲେ । ପରେ ସେ ମୃତ୍ୟୁବରଣ କରିଥିବା କହିଥିଲେ । ଯାହା ଛବିନାଙ୍କ ପରିବାର ଲୋକେ ବିଶ୍ୱାସ କରିପାରିନଥିଲେ । ପରେ ଛବିନାଙ୍କୁ ତାଙ୍କ ସ୍ୱାମୀ, ଶାଶୁ, ଶଶୁର ଓ ଦିଅର ମିଶି ଅଧିକ ଯୌତୁକ ପାଇଁ ହତ୍ୟା କରିଛନ୍ତି ବୋଲି ସୋମନାଥ ଥାନାରେ ଅଭିଯୋଗ କରିଛନ୍ତି । ମାତ୍ର ଛବିନା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଛନ୍ତି । ସୋମନାଥଙ୍କ ଅଭିଯୋଗ ଉପରେ ପୁଲିସ ୨୪୬/୨୧ରେ ଏକ ମାମଲା ରୁଜୁ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତ ଦେହକୁ ଜବତ କରି ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପରେ ବାପଘର ଲୋକଙ୍କୁ ହସ୍ତାନ୍ତର କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ସୁସିଲ କୁମାର ମିଶ୍ର କହିଛନ୍ତି ।ସନ୍ତୋଷଙ୍କ ସମେତ ତାଙ୍କ ବାପା ଶରତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି ।