Mumbai Attack - The Sakala

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ, ଆତଙ୍କବାଦୀଙ୍କ ବର୍ବରକାଣ୍ଡରେ ଥରିଯାଇଥିଲା ସାରା ଭାରତ
ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୪ ବର୍ଷ । ତଥାପି ସେଦିନର ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ମୁମ୍ବାଇ ତାଜ୍‌ ହୋଟେଲ୍‌ରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଶହ ଶହ ଲୋକଙ୍କ ମୃତଦେହ ।ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ତିନି ଦିନ ଧରି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ୧୦ ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।

୪ ଦିନ ଧରି ଚାଲିଥିଲା ଆତଙ୍କବାଦୀଙ୍କ ଖୁନି ଖେଳ । ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହମଲା ହୋଇଥିଲା ।

୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଇଏ ଥିଲା ସେହି ନିଆଁ ଯାହାକୁ ଦେଖିଥିଲା ସାରା ବିଶ୍ୱ ; ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଥିବା ଖବର ପାଇ ଏନଏସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ ।

ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରେଲ ଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ହୋଇଥିଲା । ଆତଙ୍କୀଙ୍କ ହମଲାରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । 300ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ବର୍ଷୀୟ ପାକିସ୍ତାନୀ ଯୁବକ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।

ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ହାଇଆର୍ଲଟରେ ମୁମ୍ବାଇ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ୩୦ ଦିନ ଯାଏଁ ରୋକ୍‌
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ମୁମ୍ବାଇ ପୁଲିସକୁ ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଯୋଜନା କରୁଛନ୍ତି କିଛି ଆତଙ୍କିସଙ୍ଗଠନ। ଯାହାକୁ ନେଇ ମୁମ୍ବାଇ ପୁଲିସ ଆଗୁଆ ସତର୍କ ହୋଇଯାଇଛି। ଏଥି ସହିତ ଗତ ଅଗଷ୍ଟ ମାସରେ ମଧ୍ୟ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୁଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ଦେଇଥିଲା। ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ହେବାର ଧମକ ଦିଆଯାଇଥିବା ବେଳେ ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର।

ଏଥି ସହିତ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଥିବା ମେସେଜ୍‌ରେ ଲେଖାଥିଲା ଯେ ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ମେସେଜରେ ଲେଖାଯାଇଥିଲା। ସେତେବେଳେ ସେହି ଧମକପୂର୍ଣ୍ଣ ମେସେଜ୍ ସହ ଏବେ ଗୁଇନ୍ଦା ଖବର ଏବଂ ଅନ୍ୟପଟେ ୨୬/୧୧ ପାଖେଇ ଆସୁଥିବାରୁ ମୁମ୍ବାଇ ପୁଲିସ ହାଇଆର୍ଲଟକୁ ଆସିଯାଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ ପରେ ପୁଲିସ ୩୦ ଦିନ ପାଇଁ ସହରରେ କୌଣସି ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଇଛନ୍ତି। ନଭେମ୍ବର ୧୩ ରୁ ଡିସେମ୍ବା ୧୨ ଯାଏଁ ଏହି ନିଷେଧାଦେଶ ଜାରି ରହିବ।

ନିୟମ ଉଲ୍ଲଂଘନ ପାଇଁ କଡା ଦଣ୍ଡ ଦିଆଯିବ

ମୁମ୍ବାଇ ପୁଲିସ ଜାରି କରିଥିବା ନିଷେଧାଦେଶ ଯଦି କେହି ଉଲ୍ଲଂଘନ କରେ ତେବେ କଡା ଦଣ୍ଡ ଦିଆଯିବ। ପୁଲିସ କହିଛି କି ଯେଉଁ ସବୁ ଜିନିଷ ଉପରେ ନିଷେଧାଦେଶ ହୋଇଛି, ସେହି ସବୁ ସାମଗ୍ରୀ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପରେ ବ୍ୟବହାର କରିବାର ସମ୍ଭାବନା ରହିଛି। ଏଣୁ ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଯାଇଛି। CrPC ର ଧାରା ୧୪୪ ଅନୁଯାୟୀ ମୁମ୍ବାଇ ପୁଲିସ ଏହି ନିର୍ଦ୍ଦେଶ ଜାରି କରିଛି। ପୁଲିସ କହିଛି ଯେ ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ।

ସୂଚନାଯୋଗ୍ୟ ଭାରତରେ ସଂଗଠିତ ଭୟାବହ ଆତଙ୍କବାଦୀ ଆକ୍ରମଣରୁ ଗୋଟିଏ ବୋଲି କୁହାଯାଉଥିବା ୨୦୦୮ ନଭେମ୍ବର ୨୬ ଆକ୍ରମଣରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ନାରକୀୟ କାଣ୍ଡ ଘଟାଇଥିଲେ। ଏଥିରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ।

୨୦୦୮ ମସିହା ଆଜିର ଦିନରେ ୧୦ଜଣ ଲସ୍କର-ଏ-ତୈଏବାର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ୪ଟି ଗ୍ରୁପରେ ଭାଗ ହୋଇ ଟ୍ୟାକ୍ସି ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇର ୬ଟି ସ୍ଥାନରେ ଆଖିବୁଜା ଗୁଳିଚାଳନା କରିଥିଲେ। ତାଜ୍‌ ହୋଟେଲ ଠାରୁ ଆରମ୍ଭ କରି ଲିୟୋପ୍ଲୋଡ କାଫେ, ନରିମନ ହାଉସ୍‌, ଛତ୍ରପତି ଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ତାଜ ହୋଟେଲ ଉପରେ ହୋଇଥିଲା ଅନ୍ଧାଧୂନ ଗୁଳିଚାଳନା। ଏହି ଘଟଣାରେ ୧୬୬ ଜଣ ସାଧାରଣ ନାଗରିକ ଓ ୧୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଜଣ ଆହତ ହୋଇଥିଲେ। ତେବେ ଆତଙ୍କବାଦୀଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ସିପାହୀମାନେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୁଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା। ତାକୁ ୨୦୧୨ ମସିହା ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା।

କୁଖ୍ୟାତ ଆତଙ୍କବାଦୀ, ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌ଙ୍କୁ ୩୧ ବର୍ଷ ଜେଲ
ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ। ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆଜି ୨ଟି ମାମଲାର ଶୁଣାଣି କରି ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦକୁ ୩୧ ବର୍ଷ ଜେଲ ସଜା ଶୁଣାଇଛନ୍ତି। ଏହା ସହ କୋର୍ଟ ସଇଦର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଦେଇଛନ୍ତି।

ଆଜି ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ହାଫିଜ୍ ସଇଦଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ଆଜି ୨ଟି ମାମଲାର ଶୁଣାଣି କରି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ୍‌ ଜମାତ ଉଦ୍‌ ଦାୱା ଗ୍ରୁପର ମୁଖ୍ୟ ହାଫିଜ୍‌ ସଇଦ୍‌କୁ ୩୧ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି। ଏହା ସହ ୩.୪୦ ଲକ୍ଷ ଟଙ୍କା ଜରିମାନା ଦେବା ସହିତ କୋର୍ଟ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ହେଉଛି ସେହି ହାଫିଜ୍ ସଇଦ ଯିଏକି ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ଯାହାର ପ୍ଲାନରେ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ।୨୦୦୮ ମୁମ୍ବାଇ ଆକ୍ରମଣରେ ସହିଦଙ୍କ ଜାମାତ-ଉଦ-ଦାୱା, ଲଶ୍କର-ଇ-ତାଇବାଙ୍କ ଦାୟୀ, ଯେଉଁଥିରେ ସମୁଦାୟ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହାପୂର୍ବରୁ ଫେବୃଆରୀ ୨୦୨୦ ରେ ହାଫିଜ ସଇଦଙ୍କୁ ଆତଙ୍କବାଦ ଆର୍ଥିକ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ଦୁଇଟି ପୃଥକ ମାମଲାରେ ହାଫିଜ ସଇଦକୁ ସାଢେ ୬ ବର୍ଷ ଜେଲ୍‌ କରିବା ସହ କୋର୍ଟ ଉଭୟ ମାମଲାରେ ସୟିଦଙ୍କ ଉପରେ ୧୫  ହଜାର ପାକିସ୍ତାନୀ ଟଙ୍କା ଜରିମାନା ନେଇ ମ୍ୟ ରାୟ ଦେଇଥିଲେ। ତେବେ ଏହା ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ହାଫିଜ ସଇଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିସାରିଛି । ଖାଲି ସେତିକି ନୁହେଁ, ତା ଉପରେ ଏକ କୋଟି ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ତେବେ ୨୦୧୯ ଜୁଲାଇ ୧୭ ତାରିଖରେ ତାକୁ ଗିରଫ କରାଯାଇଥିଲା ।

୨୬/୧୧ ଘଟଣାକୁ ପୂରିଲା ୧୩ ବର୍ଷ
ମୁମ୍ବାଇ: ୨୦୦୮ରେ ହୋଇଥିବା ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣକୁ ଇତିମଧ୍ୟରେ ୧୩ ବର୍ଷ ପୂରିଛି। ଏହି ଅବସରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଗୁରୁବାର ଅନୁସନ୍ଧାନ ଏବଂ ସୁରକ୍ଷାଜନିତ ୩୦୦ ଅଭ୍ୟାସ କରାଯାଇଛି।’ କୋଷ୍ଟାଲ ଷ୍ଟେଟ ଅଥରିଟି’ ଏବଂ ତଟରକ୍ଷୀ ବାହିନୀର ମିଳିତ ସହଯୋଗରେ ପୂରିଲା ୧୩ ବର୍ଷ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯାଇଛି। ବିଶେଷକରି ସାମୁଦ୍ରିକ ବେଳଭୂମିକୁ ଆତଙ୍କବାଦୀଙ୍କ ଠାରୁ ସୁରକ୍ଷିତ ରଖିବା ଦିଗରେ ବିଭିନ୍ନ କୌଶଳ ଅବଲମ୍ବନ କରିବା ଦିଗରେ ଏହି ଅଭ୍ୟାସ କରାଯାଇଛି। ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ବେଳେ ଏଥିରେ ୨୦ଜଣ ସୁରକ୍ଷା କର୍ମୀ ଏବଂ ୨୬ ଜଣ ବିଦେଶୀଙ୍କ ସମେତ ମୋଟ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିଲେ।

ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ନିକଟରେ ଭୟଙ୍କର ବୋମା ବିସ୍ଫୋରଣ: ୨ ନିହତ, ୧୫ ଆହତ
ବୁଧବାର ପାକିସ୍ତାନର ଲାହୋର ଠାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କେଇ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ କାରଣରୁ ନିକଟରେ ଥିବା ଘର ଓ କାର କାଚ ଭାଙ୍ଗି ଯାଇଛି । ବିସ୍ଫୋରଣରେ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାକିସ୍ତାନର ଏକ ଗଣମାଧ୍ୟମର ସୂଚନା ଅନୁସାରେ, ଜଣେ ଅଜଣା ମୋଟରସାଇକେଲ ଆରୋହୀ ଉକ୍ତ ସ୍ଥାନରେ ବାଇକ୍ ପାର୍କ କରି ଚାଲିଯାଇଥିଲେ। ଏହାପରେ ସେହି ବାଇକ୍‌ଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ପୁଲିସ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ କରିବା ସହିତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି।

ହାଫିଜ୍ ସଇଦ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକରେ ସର୍ବା ଉପରେ ରହିଛି । ଜମାତ ଉଦ ଦୱା ନାମକ ତଥାକଥିତ ସ୍ୱେଛାସେବି ସଂଗଠନ ଆଢୁଆଳରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ଚଳାଉଛି । ଏହି ଆତଙ୍କବାଦୀ ସଂଗଠନ କାଶ୍ମୀରରେ ସକ୍ରୀୟ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଲସ୍କର ସାମିଲ ଥିଲା । ଭାରତ ହାଫିଜର ପ୍ରତ୍ୟାର୍ପଣ ପାଇଁ ପାକିସ୍ତାନକୁ ଅନେକ ଥର କହିଥିଲ ମଧ୍ୟ ପାକିସ୍ତାନ ତାକୁ ସୁରକ୍ଷା ଦେଇ ଆସୁଛି ।