Womens Rights Campaign - The Sakala

ଦଶରଥପୁରରେ ବିଜେଡିର ନାରୀ ଅଧିକାର ଅଭିଯାନ: ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି
ଦଶରଥପୁର: ରାଜ୍ୟରେ ଏବେ ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି। ଘରେ ଘରେ ମହିଳା ନିଜକୁ ଅସୁରକ୍ଷିତ ମଣିଲେଣି। ପ୍ରତିଦିନ ନାରୀ ହିଂସା, ହତ୍ୟାକାଣ୍ଡ, ଧର୍ଷଣ ଘଟିବାରେ ଲାଗିଛି। ଅପରାଧୀ ସୁରକ୍ଷିତ, ପୀଡ଼ିତ ନିଜକୁ ଅସୁରକ୍ଷିତ ମଣୁଛି। ଏଭଳି ପରିସ୍ଥିତିରେ ଡବଲ ଇଞ୍ଜିନ ସରକାର ମହିଳାଙ୍କ ନାଁରେ ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଯାଜପୁର ଜିଲ୍ଲା ଦଶରଥପୁରଠାରେ ଆୟୋଜିତ ମହିଳା ଅଧିକାର ଅଭିଯାନରେ ଯୋଗ ଦେଇ ବିଜେଡି ନେତାମାନେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଥିଲେ।

ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ୱରେ ଦଶରଥପୁର ମହିଳା ସଭାନେତ୍ରୀ ରଞ୍ଜିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ରାଜ୍ୟ ମହିଳା ଉପସଭାପତି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ ପ୍ରମୁଖ ଯୋଗ ଦେଇ ପୂର୍ବରୁ ସଂସଦରେ ୩୩ ପ୍ରତିଶତ ମହିଳା ଆରକ୍ଷଣ ବିଲ୍‌ ପାସ ହୋଇଥିବା ବେଳେ କେନ୍ଦ୍ର ସରକାର ତାକୁ ଲାଗୁ ନ କରି ପୁଣି ଥରେ ବିଲ୍‌ ଆଣି ଭେଳିକି କରୁଥିବା ଅଭିଯୋଗ କରିଥିଲେ। ନାରୀ ମାନଙ୍କୁ ଆଗକୁ ଆସିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଉଦ୍ୟମ ସର୍ବାଗ୍ରେ ରହିବ। ଏହି ବାର୍ତ୍ତା ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ପକ୍ଷରୁ ଏଭଳି ନାରୀ ଅଧିକାର ଯାତ୍ରା କରାଯାଉଛି ଏବଂ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକ୍କା ବିଷୟରେ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଶରଥପୁର ବ୍ଲକରେ ନାରୀ ଅଧିକାର ଅଭିଯାନ ନେଇ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଓ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ୩୫ ପଞ୍ଚାୟତରୁ ଆସିଥିବା  ଦଳର ହାଜର ହଜାର ସଂଖ୍ୟାରେ ସଂଖ୍ୟାରେ ମହିଳା ସମର୍ଥକ କୁଆଖିଆ-କୟାଁଗୋଲା ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦଶରଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ପହଞ୍ଚିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଦିଗମ୍ୱର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ମନସ୍ୱିନୀ ଦାସ, ନିନାରାଣୀ ସାମଲ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ରାଉତ, ବ୍ଲକ ସଭାପତି ଅଜୟ ମହାନ୍ତି ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହେବା ସହିତ ନାରୀ ନିର୍ଯାତନା ନିୟନ୍ତ୍ରଣରେ ସରକାରଙ୍କ ଅସମର୍ଥତା ଓ ସୁଭଦ୍ରା ସହାୟତା ନାଁରେ ମହିଳାଙ୍କୁ ଭଣ୍ଡେଇବା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ।

ସମାବେଶରେ ମହିଳା ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ବିଜୟଲକ୍ଷ୍ମୀ ଶତପଥୀ, ସସ୍ମିତା ଧଳ, ରଶ୍ମିତା ଦାସ, ରଞ୍ଜିତା ଦାସ, କାଞ୍ଚନବାଳା ପରିଡା, ରାଜଶ୍ରୀ ସାମଲ, ରଞ୍ଜିତା ଯେନା, ସମିତିସଭ୍ୟା ଗାୟତ୍ରୀ ରାଉତଙ୍କ ସମେତ ସରପଞ୍ଚ ହିମାଂଶୁ ନାୟକ, କୁଞ୍ଜବିହାରୀ ଦାସ, ନିରାକାର ସାହୁ, ପ୍ରଦୀପ ଯେନା, ସେକ ନାଦର, ସମିତିସଭ୍ୟ ପ୍ରଶାନ୍ତ ମଲ୍ଲିକ, ସନ୍ତୋଷ ରାୟ, ବିଶ୍ୱଜିତ ରାୟ, ଛାମୁଆ ନେତା ମନୋଜ ରାଉତ, ଜ୍ୟୋତିରଞ୍ଜନ ପରିଡା, ଅମୀୟ ଜେନା, ମହେଶ୍ୱର ସାହୁ, ଚନ୍ଦ୍ରକାନ୍ତ ମହାପାତ୍ର, ଲକ୍ଷ୍ମୀନାରାୟଣ ସୁନ୍ଦରାୟ, ପୀତାମ୍ୱର ଦାସ, ଅଶୋକ ନାୟକ, ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧିରେ ବ୍ରେକ ଦେବାରେ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ। ପରେ ସଭା ସ୍ଥଳରୁ ଏକ ଶୋଭାଯାତ୍ରାରେ ବିଧାୟିକା ପ୍ରମିଳା ମଲ୍ଲିକ, ସୁଜାତା ସାହୁ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନେତୃତ୍ୱରେ ବିଜେଡିର ଏକ ମହିଳା ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନାରୀ ଅଧିକାର ସମ୍ପର୍କିତ ଏକ ଦାବିପତ୍ର ଦଶରଥପୁର ବ୍ଲକର ଏବିଡିଓ ତ୍ରିଲୋଚନ ସେଠୀଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ।

ବିଜେଡିର ନାରୀ ଅଧିକାର ଅଭିଯାନ: ନବୀନ କହିଲେ 'ମା’ଙ୍କ ପାଇଁ ଲଢ଼ୁଛୁ, ଲଢ଼ି ଚାଲିଥିବୁ'
ଭୁବନେଶ୍ୱର : ଭୋଟ ସମୟରେ କିଛି ଯୋଜନା ନାମରେ କିଛି ଅର୍ଥ ଦେଇ ମା’ ମାନଙ୍କୁ ଦୟା କରୁଛନ୍ତି ବୋଲି ବିଜେପି ନେତା ମାନେ ଭାବୁଛନ୍ତି। ମା’ ମାନେ ଯାହା ପାଉନାହାନ୍ତି ତା’ଠାରୁ ସେମାନେ ଅଧିକ ପ୍ରଚାର କରୁଛନ୍ତି। ସେମାନଙ୍କୁ ରାଜନୀତିରେ ମୋହରା ବନାଯାଉଛି।  ମହିଳାମାନଙ୍କ ପାଇଁ କିଛି ନ କରି ଡେ଼ଙ୍ଗୁରା ପିଟା ଯାଉଛି। ଫମ୍ପା ମାଠିଆ ପରି ବଡ଼ ଶବ୍ଦ କରୁଛନ୍ତି ବୋଲି ନାରୀ ଅଧିକାରୀ ସମାବେଶରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।  ରବିବାର ଶଙ୍ଖ ଭବନରେ ବିଜେଡିର  ନାରୀ ଅଧିକାର ବିକ୍ଷୋଭ ସମାବେଶରେ ଉଦବୋଧନ ଦେଇ ବିଜେପି ସରକାରଙ୍କ ଉପରେ ନବୀନ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ଯେ ମିଛ କହି କିଛି ଲୋକଙ୍କୁ କିଛି ଦିନ ପାଇଁ ବୋକା ବନାଯାଇପାରେ; କିନ୍ତୁ ସବୁ ଲୋକଙ୍କୁ ସବୁଦିନ ପାଇଁ ବାନ୍ଧି ରଖିବାରେ ମିଛ କାମ ଦେବ ନାହିଁ। ମହିଳା ସଂରକ୍ଷଣ ବିଲ ନାମରେ ଲୋକଙ୍କୁ ଭ୍ରମିତ କରା ନ ଯାଇ, ବର୍ତ୍ତମାନର ଲୋକସଭା ଆସନ ସଂଖ୍ୟାରେ ତୁରନ୍ତ ୩୩ ପ୍ରତିଶତ ସ୍ଥାନ ପ୍ରଦାନ କରିବାକୁ ନବୀନ ଦୃଢ଼ ଦାବି ଜଣାଇଛନ୍ତି।

ଆଭାସୀ ମାଧ୍ୟମରେ ନବୀନ କହିଛନ୍ତି  ଯେ ଆଜି ମାତୃ ଦିବସ। ମା’ମାନଙ୍କୁ ସମ୍ମାନ ଜଣାଇବା ଅବସରରେ ରାଜ୍ୟର ସମସ୍ତ ମା’ମାନଙ୍କୁ ମୋର ସ୍ୱତନ୍ତ୍ର ଶୁଭେଚ୍ଛା। ଏ ଜଗତକୁ ଜୀବନ ଦେଇଛି ନାରୀ ; କିନ୍ତୁ ବିଡମ୍ୱନାର କଥା ସେହି ନାରୀକୁ ଆଜି ତାର ଅଧିକାର ପାଇଁ ଲଢେଇ କରିବାକୁ ହେଉଛି ଓ ନାରୀକୁ ଭୋଟ ବ୍ୟାଙ୍କ ପରି ବ୍ୟବହାର କରାଯାଉଛି। ଭୋଟ ସମୟରେ କିଛି ଯୋଜନା ନାମରେ କିଛି ଅର୍ଥ ଦେଇ ମା’ ମାନଙ୍କୁ ଦୟା କରୁଛନ୍ତି ବୋଲି ବିଜେପି ନେତା ମାନେ ଭାବୁଛନ୍ତି। ମା’ ମାନେ ଯାହା ପାଉନାହାନ୍ତି ତା’ଠାରୁ ଅଧିକ ପ୍ରଚାର କରୁଛନ୍ତି। ଦୟା କଲା ପରି କିଛି ଅର୍ଥ ଦେଇଦେଲେ ନାରୀ ସଶକ୍ତ ହୋଇଯିବ ନାହିଁ। ଏଥିପାଇଁ ତା’ ଭିତରେ ଉଦ୍ୟମଶୀଳତାର ବିକାଶ କରାଯିବା ଦରକାର, ଯାହାକି ମିଶନ ଶକ୍ତି କରିଥିଲା। ଆଜିଠାରୁ ବିଜେଡ଼ି ସାରା ରାଜ୍ୟରେ ନାରୀ ଅଧିକାର ଅଭିଯାନ ଆରମ୍ଭ କରିଛି। ଆଗାମୀ ମେ ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଏହି ସଚେତନତା ଅଭିଯାନ ଜାରି ରହିବ। ସାରା ଓଡ଼ିଶାର ଅଢେଇ କୋଟି ମା’ ମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। ସେମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯିବ ବୋଲି ନବୀନ କହିଛନ୍ତି।

ସେ ପୁଣି କହିଛନ୍ତି ଯେ ଗତ କିଛି ଦିନ ଧରି ସାରା ଦେଶରେ ମହିଳା ସଂରକ୍ଷଣକୁ ନେଇ ବହୁତ ନାରାବାଜିି ଚାଲିଛି। ପାର୍ଲିଆମେଣ୍ଟରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଆଡେ ବଡ଼ ବଡ଼ ଭାଷଣବାଜି କରାଗଲା; କିନ୍ତୁ ମହିଳା ମାନଙ୍କ ଅଧିକାର ଓ ସୁରକ୍ଷା ଆଜି ମଧ୍ୟ ବଡ ପ୍ରଶ୍ନବାଚୀ ହୋଇ ରହିଛି। ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଛି। ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସରକାରଙ୍କ ବିଫଳତା ପାଇଁ ଓଡ଼ିଆଙ୍କ ମୁଣ୍ଡ ଆଜି ତଳକୁ ହୋଇ ଯାଉଛି।ମୋ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ କିଛି ଦିନ ତଳେ ଯେପରି ଜଣେ ଗର୍ଭବତୀ ମହିଳାକୁ ତାଙ୍କ ଶିଶୁ ସମ୍ମୁଖରେ ବିଭତ୍ସ ଭାବରେ ହତ୍ୟା କରାଗଲା, ତାହା ଅତ୍ୟନ୍ତ ବେଦନା ଦାୟକ। ମା ଆଜି କାହିଁକି ତାର ସୃଷ୍ଟିରେ ସୁରକ୍ଷିତ ନୁହେଁ ? ଆଜି କାହିଁକି ନାରୀକୁ ରାଜନୀତିରେ ମୋହରା ବନାଯାଉଛି ? ନାରୀର ଅଧିକାର ସମ୍ପର୍କରେ ତାକୁ କାହିଁକି ଆଜି ପ୍ରତାରିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ମହିଳାଙ୍କ ସଶକ୍ତିକରଣ ସମ୍ପର୍କରେ ମତ ରଖିବାକୁ ଯାଇ ନବୀନ କହିଛନ୍ତି ଯେ ନାରୀମାନଙ୍କର ଅଧିକାର ପାଇଁ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ। ପଞ୍ଚାୟତିରାଜ ସଂସ୍ଥାଠାରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳା ମାନଙ୍କ ପାଇଁ ସଂରକ୍ଷଣ ଭଳି ସାହସିକ ନିଷ୍ପତ୍ତି ନେଇ ବିଜୁବାବୁ ଇତିହାସ ସୃଷ୍ଟି କରିଯାଇଛନ୍ତି। ବିଜୁବାବୁଙ୍କ ଆଦର୍ଶରେ ଆମ ସରକାର ଥିବା ସମୟରେ ଆମେ ପଞ୍ଚାୟତ ଓ ପୌର ସଂସ୍ଥାରେ ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲୁ। ୨୦୧୯ ଓ ୨୦୨୪ ନିର୍ବାଚନରେ ଲୋକସଭା ପାଇଁ ଆମ ଦଳର ମହିଳା ମାନଙ୍କୁ ଆମେ ୩୩  ପ୍ରତିଶତ ଟିକେଟ ମଧ୍ୟ ଦେଇଥୁଲୁ, କିନ୍ତୁ ଏବେ ଫମ୍ପା ମାଠିଆରେ ଆବାଜ ବେଶୀ। ମହିଳାମାନଙ୍କ ପାଇଁ କିଛି କରି ନ ଥିବା ଲୋକ ମିଛଟାରେ ଡେଙ୍ଗୁରା ପିଟୁଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ୨୦୨୩କୁ ବିଜୁ ଜନତା ଦଳ ଦୃଢ଼ ଭାବରେ ସମର୍ଥନ କରିଥିଲା। ଆମର ଦାବିତାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ବର୍ତ୍ତମାନର ଲୋକ ସଭାରେ ସ୍ଥାନ ସଂଖ୍ୟା ଭିତ୍ତିରେ ଏହି ସଂରକ୍ଷଣ ଦିଆଯାତ୍ତ। ସୀମା ନିର୍ଦ୍ଧାରଣ ବିଲ୍‌ ସହ ଯୋଡି ବିଭ୍ରାନ୍ତି ସୃଷ୍ଟି କରା ନ ଯାଉ ବୋଲି ଉଲ୍ଲେଖ କରି ବିଜୁ ଜନତା ଦଳ ଓ ମୁଁ ସବୁବେଳେ ମା’ ମାନଙ୍କ ପାଇଁ ଲଢୁଛୁ ଓ ଲଢି ଚାଲିଥିବୁ ବୋଲି ନବୀନ କହିଛନ୍ତି।