Dead Hand Policy - The Sakala

ଉତ୍ତର କୋରିଆର ‘ଡେଡ୍‌ ହ୍ୟାଣ୍ଡ’ ନୀତି: କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ହତ୍ୟା ହେଲେ ସ୍ୱୟଂକ୍ରିୟ ପରମାଣୁ ଆକ୍ରମଣ
ପ୍ୟୋଙ୍ଗୟାଙ୍ଗ୍‌: ଉତ୍ତର କୋରିଆ ନିଜ ସମ୍ବିଧାନରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛି। ଯଦି ଦେଶର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌-ଉନଙ୍କୁ ହତ୍ୟା କରାଯାଏ କିମ୍ବା ସେ ଶାରୀରିକ ଭାବେ ଅକ୍ଷମ ହୋଇପଡ଼ନ୍ତି, ତେବେ ଶତ୍ରୁ ପକ୍ଷ ଉପରେ ସ୍ୱୟଂଚାଳିତ ପରମାଣୁ ଆକ୍ରମଣ କରାଯିବ। ଇରାନର ସର୍ବୋଚ୍ଚ ନେତା ଆଲି ଖାମେନେଇଙ୍କ ମୃତ୍ୟୁ ପରେ କିମ୍‌ ଜୋଙ୍ଗ୍‌-ଉନ୍‌ ନିଜ ସୁରକ୍ଷାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ସମ୍ବିଧାନ ସଂଶୋଧନ ଅନୁଯାୟୀ, କୌଣସି ଆଦେଶ ବିନା ମଧ୍ୟ ପରମାଣୁ ମିସାଇଲ୍‌ ଶତ୍ରୁ ଦେଶ ଉପରେ ଆକ୍ରମଣ କରିବ। ଏହାକୁ ରୁଷର ଶୀତଳ ଯୁଦ୍ଧ ସମୟର ‘ଡେଡ୍‌ ହ୍ୟାଣ୍ଡ’ ସିଷ୍ଟମ ସହ ତୁଳନା କରାଯାଉଛି। ଏହି ନୀତି ଅନୁସାରେ ନେତୃତ୍ୱ ନଷ୍ଟ ହେଲେ ମଧ୍ୟ ପ୍ରତିଶୋଧମୂଳକ ପରମାଣୁ ଆକ୍ରମଣ ଜାରି ରଖିଥାଏ।

ଉତ୍ତର କୋରିଆ ସୀମା ନିକଟରେ ୧୫୫ ମିଲିମିଟର ବିଶିଷ୍ଟ ଏକ ନୂଆ ପ୍ରକାରର ସେଲଫ୍‌-ପ୍ରୋପେଲଡ୍‌ ବନ୍ଧୁକ ମୁତୟନ କରିଛି, ଯାହା ଦକ୍ଷିଣ କୋରିଆର ରାଜଧାନୀ ସିଉଲକୁ ସହଜରେ ଟାର୍ଗେଟ୍‌ କରିପାରିବ। ପ୍ୟୋଙ୍ଗୟାଙ୍ଗ ନିଜ ସମ୍ବିଧାନରୁ ‘କୋରିଆ ଏକୀକରଣ’ ଶବ୍ଦକୁ ହଟାଇ ଦେଇଛି ଏବଂ ଦକ୍ଷିଣ କୋରିଆକୁ ନିଜର ମୁଖ୍ୟ ଶତ୍ରୁ ଭାବେ ଘୋଷଣା କରିଛି। ବିଶେଷଜ୍ଞଙ୍କ ମତରେ, କିମ୍‌ ଜୋଙ୍ଗ୍‌-ଉନ୍‌ ନିଜର ସୁରକ୍ଷା ପାଇଁ ଏହି ନୂଆ ଦୁର୍ଭେଦ୍ୟ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।