Bomb Blast in Pakistan - The Sakala

ପାକିସ୍ତାନର ପେଶାଓ୍ବରରେ ନମାଜ ବେଳେ ଭୟଙ୍କର ବୋମା ବିସ୍ଫୋରଣ: ୩୦ ମୃତ, ୫୦ ଆହତ
ପେଶାଓ୍ବର: ଶୁକ୍ରବାର ପାକିସ୍ତାନର ପେଶାୱାରରେ ଥିବା ଏକ ମସଜିଦ୍‌ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ମସଜିଦ୍‌ରେ ସମୂହ ନମାଜ ପାଠ ଚାଲିଥିବା ବେଳେ ହଠାତ ଏହି ବିସ୍ଫୋରଣ ହୋଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଆହତଙ୍କୁ ପେଶାଓ୍ବର ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଏହା ପଛରେ କାହାର ହାତ ରହିଛି ଏଯାବତ ସ୍ପଷ୍ଟ ହୋଇନାହିଁ ।

ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ପହଞ୍ଚି ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଛନ୍ତି। ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁ ବିସ୍ଫୋରଣ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

ଲାହୋରରେ ଭୟଙ୍କର ବୋମା ବିସ୍ଫୋରଣ; ତିନି ମୃତ, ୨୦ ଆହତ
ଇସଲାମାବାଦ: ପାକିସ୍ତାନର ଲାହୋରରେ ଘଟିଛି ଭୟଙ୍କର ସିରିଜ ବୋମା ବିସ୍ଫୋରଣ। ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଏହି ବିସ୍ଫୋରଣ। ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତିକମରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି।

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କେତେକ ଗାଡି ମଟର ମଧ୍ୟ ଖଣ୍ଡ ବିଖଣ୍ଡିତ ହୋଇପଡିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାହୋର ପୋଲିସର ମୁଖପାତ୍ର ରାଣା ଅରିଫ୍ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ବୋମାଟି ଏକ ମୋଟର ସାଇକେଲରେ ଲଗାଯାଇଥିଲା ବୋଲି ସୂଚନା ଦେଇଛନ୍ତି।

ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ କିଛି କୁହାଯାଇପାରିବ ବୋଲି କହିଛନ୍ତି ଲାହୋର ପୋଲିସର ଡିଆଇଜି ଅପରେସନ୍ ଅବିଦ ଖାନ୍। ଏହି ବିସ୍ଫୋରଣ ପାଇଁ ୧.୫ କିଲାେଗ୍ରାମର ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରାଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ୧ଟା ୪୪ ମି.ରେ ହୋଇଥିଲା ବେଳେ ଗୋଟିଏ କୋଠା ଭାଙ୍ଗିବା ସହ ୮ଟି ମୋଟର ସାଇକେଲ୍ ପୋଡି ଯାଇଛି ।

ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ନିକଟରେ ଭୟଙ୍କର ବୋମା ବିସ୍ଫୋରଣ: ୨ ନିହତ, ୧୫ ଆହତ
ବୁଧବାର ପାକିସ୍ତାନର ଲାହୋର ଠାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କେଇ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ କାରଣରୁ ନିକଟରେ ଥିବା ଘର ଓ କାର କାଚ ଭାଙ୍ଗି ଯାଇଛି । ବିସ୍ଫୋରଣରେ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାକିସ୍ତାନର ଏକ ଗଣମାଧ୍ୟମର ସୂଚନା ଅନୁସାରେ, ଜଣେ ଅଜଣା ମୋଟରସାଇକେଲ ଆରୋହୀ ଉକ୍ତ ସ୍ଥାନରେ ବାଇକ୍ ପାର୍କ କରି ଚାଲିଯାଇଥିଲେ। ଏହାପରେ ସେହି ବାଇକ୍‌ଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ପୁଲିସ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ କରିବା ସହିତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି।

ହାଫିଜ୍ ସଇଦ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକରେ ସର୍ବା ଉପରେ ରହିଛି । ଜମାତ ଉଦ ଦୱା ନାମକ ତଥାକଥିତ ସ୍ୱେଛାସେବି ସଂଗଠନ ଆଢୁଆଳରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ଚଳାଉଛି । ଏହି ଆତଙ୍କବାଦୀ ସଂଗଠନ କାଶ୍ମୀରରେ ସକ୍ରୀୟ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଲସ୍କର ସାମିଲ ଥିଲା । ଭାରତ ହାଫିଜର ପ୍ରତ୍ୟାର୍ପଣ ପାଇଁ ପାକିସ୍ତାନକୁ ଅନେକ ଥର କହିଥିଲ ମଧ୍ୟ ପାକିସ୍ତାନ ତାକୁ ସୁରକ୍ଷା ଦେଇ ଆସୁଛି ।