Chhatrapati Sambhajinagar - The Sakala

ଆଇଫୋନ ପାଇଁ ଉଜୁଡିଗଲା ପରିବାର: ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା
ମହାରାଷ୍ଟ୍ର: ଆଇଫୋନ କିଣିବାକୁ ନେଇ କଳି, ପାହାଡ଼ରୁ ଡେଇଁ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ ।ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗରରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା । କେବଳ ଏକ ଆଇଫୋନ୍ (iPhone) କିଣିବାକୁ ନେଇ ହୋଇଥିବା ବିବାଦ ଶେଷରେ ଏକ ପରିବାରର ୩ ଜଣଙ୍କ ଜୀବନ ନେଇଛି। ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ ଖବଡ଼୍ୟା ପାହାଡ଼ରୁ ଖସିପଡ଼ି ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।  ପାହାଡ଼ ଉପରୁ ଖସି ୧୮ ବର୍ଷୀୟ ପୁଅ, ତାଙ୍କ ବାପା ପ୍ରାଣ ହରାଇଥିବାବେଳେ ଘଟଣାସ୍ଥଳରେ ମାଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

https://twitter.com/Thodda_amaran/status/2090837610650275846

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୮ ବର୍ଷୀୟ କୁଣାଲ ଏକ ଆଇଫୋନ୍ କିଣିବାକୁ ଜିଦ୍ କରିଥିଲେ । ଯାହାକୁ ନେଇ ତାଙ୍କ ବାପା ମୁରଲୀଧର ଚାନ୍ଦଗୁଡେଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ବାପା ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ କୁଣାଲ ଘରୁ ବାହାରି ଯାଇ ୱାଲୁଜ ଏମଆଇଡିସି ଥାନା ଅନ୍ତର୍ଗତ ତିସଗାଓଁ ଅଞ୍ଚଳରେ ଥିବା ଏକ ପାହାଡ଼ ଉପରକୁ ଚଢ଼ିଯାଇଥିଲେ।

ଘଟଣାସ୍ଥଳରେ ତାଙ୍କ ପିତାମାତା ଏବଂ ଅନେକ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ତଳକୁ ଫେରିଆସିବାକୁ ଦୀର୍ଘ ୩ ଘଣ୍ଟା ଧରି ବୁଝାଇଥିଲେ। ତିସଗାଓଁ ଗାଁର ପୂର୍ବତନ ସରପଞ୍ଚ ସଞ୍ଜୟ ଯାଦବ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଲୋକେ ତାଙ୍କୁ ମାଆଙ୍କ ପାଇଁ ବଞ୍ଚିବାକୁ ଅନୁରୋଧ କରିଥିଲେ ଏବଂ କେହି କେହି ତାଙ୍କୁ ଏକ ନୂଆ ଆଇଫୋନ୍ ୧୫ ପ୍ରୋ (iPhone 15 Pro) ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ କୁଣାଲ ବାରମ୍ବାର ମରିଯିବାକୁ ଜିଦ୍ ଧରିଥିଲେ। ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଦିନ ପ୍ରାୟ ୧ଟା ବେଳେ ବାପା ମୁରଲୀଧର ପୁଅ ପାଖକୁ ଯାଇ ତାଙ୍କୁ ତଳକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲେ। ଏହି ଦୃଶ୍ୟ ଦେଖିବା ପରେ ମାଆ ସଙ୍ଗୀତା ମଧ୍ୟ ସେହି ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ କୁଣାଲ ଅବସାଦଗ୍ରସ୍ତ ଥିଲେ କି ନାହିଁ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।

ନାସିକ ଟିସିଏସ ଧର୍ମାନ୍ତରଣ ମାମଲା: ଫ୍ଲାଟରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ନିଦା ଖାନ ଗିରଫ
ମହାରାଷ୍ଟ୍ରର ନାସିକରେ ଥିବା ଟାଟା କନସଲଟାନ୍ସି ସର୍ଭିସେସ (TCS) ବ୍ରାଞ୍ଚରେ ଘଟିଥିବା ବହୁଚର୍ଚ୍ଚିତ ଧର୍ମାନ୍ତରଣ ଏବଂ ଯୌନ ଶୋଷଣ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଟିସିଏସ କର୍ମଚାରୀ ନିଦା ଖାନକୁ ଗୁରୁବାର ରାତିରେ ଛତ୍ରପତି ସମ୍ଭାଜୀନଗରରୁ ଗିରଫ କରାଯାଇଛି। ସେ ଏକ ଫ୍ଲାଟରେ ଲୁଚି ରହିଥିଲା ଏବଂ ଗିରଫଦାରୀ ପରେ ଏବେ ଘଟଣାର ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।

ଛତ୍ରପତି ସମ୍ଭାଜୀନଗରରୁ ଗିରଫ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ନିଦା ଖାନ ନାମରେ ଏଫଆଇଆର (FIR) ରୁଜୁ ହେବା ପରେ ସେ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଫେରାର ଥିଲା। ନାସିକ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏବଂ ଛତ୍ରପତି ସମ୍ଭାଜୀନଗର କ୍ରାଇମବ୍ରାଞ୍ଚର ଏକ ମିଳିତ ଅପରେସନରେ ତାକୁ କେଶର କଲୋନୀର ଏକ ଫ୍ଲାଟରୁ ଗିରଫ କରାଯାଇଛି। ସେଠାରେ ସେ ନିଜ ବାପାମାଆ ଓ ସମ୍ପର୍କୀୟଙ୍କ ସହ ଲୁଚି ରହିଥିଲା। ପୋଲିସ ତା' ପାଖରୁ ଦୁଇଟି ସ୍ମାର୍ଟଫୋନ ଜବତ କରିଛି, ଯାହା ତଦନ୍ତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସାବ୍ୟସ୍ତ ହୋଇପାରେ।

କ'ଣ ରହିଛି ଅଭିଯୋଗ?

ଟିସିଏସ କାର୍ଯ୍ୟାଳୟରେ ହିନ୍ଦୁ ଯୁବତୀମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କୁ ଧର୍ମାନ୍ତରଣ କରିବା ଏବଂ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ହେଉଥିବା ଯୌନ ଶୋଷଣକୁ ଲୁଚାଇବାରେ ନିଦା ଖାନ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ପୀଡ଼ିତାମାନଙ୍କୁ ଇସଲାମିକ ପ୍ରଥା ମାନିବାକୁ ଏବଂ ବୁର୍ଖା ପିନ୍ଧିବାକୁ ସେ ବାଧ୍ୟ କରୁଥିବା ଏଫଆଇଆରରେ ଦର୍ଶାଯାଇଛି। ଏପରିକି ଜଣେ ପୀଡ଼ିତାଙ୍କ ନାମ ବଦଳାଇ 'ହାନିଆ' ରଖିବା ସହ ତାଙ୍କୁ ମାଲେସିଆ ପଠାଇବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ ତାକୁ ଏପ୍ରିଲ ୯ ତାରିଖରେ ଚାକିରିରୁ ନିଲମ୍ବିତ କରିଥିଲା।

ଖାରଜ ହୋଇଥିଲା ଜାମିନ ଆବେଦନ

ଗିରଫଦାରୀରୁ ବର୍ତ୍ତିବା ପାଇଁ ନିଦା ଖାନ ନିଜର ଗର୍ଭାବସ୍ଥାର ଆଳ ଦେଖାଇ ନାସିକ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା। ତେବେ ମାମଲାର ଗମ୍ଭୀରତା ଏବଂ ମାଲେଗାଓଁ ଠାରୁ ଆରମ୍ଭ କରି ମାଲେସିଆ ପର୍ଯ୍ୟନ୍ତ ଏହାର ଲିଙ୍କ୍ ଥିବା ଦର୍ଶାଇ ପ୍ରସିକ୍ୟୁସନ ଏହାକୁ ତୀବ୍ର ବିରୋଧ କରିଥିଲେ। ଅପରାଧର ଚେର ବହୁତ ଗଭୀରରେ ଥିବାରୁ ଏବଂ ହେପାଜତକୁ ନେଇ ପଚରାଉଚରା କରିବା ଆବଶ୍ୟକ ଥିବାରୁ କୋର୍ଟ ତାର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଗିରଫ ପରେ ଏବେ ପୋଲିସ ତାକୁ ନାସିକ କୋର୍ଟରେ ହାଜର କରି ଅଧିକ ରିମାଣ୍ଡ ଦାବି କରିବ।