BJP MP Aparajita Sarangi - The Sakala

ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ବିରୋଧ
ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକଙ୍କ ଗୁଣ୍ଡାଗିରି । ମହିଳାଙ୍କୁ ଗାଡ଼ି ମଡାଇଲେ, ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ ସହିତ ଅସଦାଚରଣ କଲେ ଅପରାଜିତାଙ୍କ ସମର୍ଥକ। ଖୋଦ୍ ଅପରାଜିତାଙ୍କ ଉପସ୍ଥିତିରେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଦାଦାଗିରି କରିଛନ୍ତି ତାଙ୍କ ସମର୍ଥକମାନେ । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ଯୋଗଦେବାକୁ ଯାଉଥିବାବେଳେ ଜଣେ ମହିଳାଙ୍କୁ ତାଙ୍କ ସମର୍ଥକଙ୍କ ଗାଡ଼ି ଧକ୍କା ଦେଇଥିଲା। ଏହାପରେ ସମବେଦନା ଦେଖାଇବା ବଦଳରେ ସଂପୃକ୍ତ ମହିଳାଙ୍କୁ ଅପରାଜିତାଙ୍କ ସମର୍ଥକ ଜଣଙ୍କ ଗାଳିଗୁଲଜ କରିବା ସହ ଶାଢୀ ଚିରିଦେଇଥିବା ଅଭିଯୋଗ ହୋଇଛି।

ଏପରିକି ବିଜେପି ନେତା ଜଣଙ୍କ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଇଦେଇଥିଲା । ତୁରନ୍ତ ନ୍ୟାୟ ଦାବିରେ ଅଡି ବସିଥିଲେ ମହିଳା । ଏହି ସମୟରେ ଅପରାଜିତା ଗାଡ଼ି ଭିତରେ ବସି ନିରବଦ୍ରଷ୍ଟା ସାଜିଥିଲେ। ଏତେ କାଣ୍ଡ ପରେ ବି ଜଣେ ମହିଳା ହୋଇ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପାଖକୁ ସୁଦ୍ଧା ଯାଇନଥିଲେ । କଟକ ରୋଡ୍ ଲକ୍ଷ୍ମୀସାଗର ନିକଟରେ ଦୀର୍ଘ ସମୟ ଧରି ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା । ଏହି ଘଟଣା ଚାଲିଥିବାବେଳେ ଅପରାଜିତାଙ୍କ ଆଉ କିଛି ସମର୍ଥକ ପହଞ୍ଚି ଗଣ୍ଡଗୋଳକୁ ବଢାଇବା ସହ କିଛି ସମୟ ଧରି ରାସ୍ତାରୋକ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ।

ଫଳରେ କଟକ ରୋଡ୍ ଅଞ୍ଚଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ ହୋଇଯାଇଥିଲା । ଟ୍ରାଫିକ ଜାମ ଲାଗି ରହିଥିଲା । ଏତେ ସବୁ ପରେ ମଧ୍ୟ ଅପରାଜିତା ଗାଡ଼ିରୁ ଓହ୍ଲାଇନଥିଲେ । ସ୍ଥାନୀୟ ଅଞ୍ଚଳର ମହିଳାମାନେ ନ୍ୟାୟଦାବୀ କରିଥିଲେ ମଧ୍ୟ ଅପରାଜିତା କର୍ଣ୍ଣପାତ କରିନଥିଲେ। ଘଟଣାସ୍ଥଳରେ ଏବେ ମଧ୍ୟ ପ୍ରବଳ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ଏସିପି ଓ ଲକ୍ଷ୍ମୀସାଗର ଥାନା ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି ସାଂସଦ ଅପରାଜିତା: ବିଜେଡି
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀ ଆପଣ ଏତେ ଅହଂକାରୀ ହୋଇଯାଇଛନ୍ତି ଯେ ଗତକାଲି ଆପଣ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଗୁଣ୍ଡା ବୋଲି କହିଲେ । ଆଜି ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର  ଶ୍ରୀମୟୀ ମିଶ୍ର ।

ଶ୍ରୀମତୀ ମିଶ୍ର ଅପରାଜିତାଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ ସେମାନେ ଆପଣଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି, ଆପଣ କାହିଁକି ତାହାକୁ ଏଡ଼ାଉଛନ୍ତି ଏବଂ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି? ଓଡିଆ ଲୋକଙ୍କୁ ଏବଂ ବିଶେଷକରି ଓଡିଶାର ମହିଳାମାନଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ ।

ପଥର ଧରିଥିବା କିଛି ଜାଲ୍‍ ଫଟୋ ପୋଷ୍ଟ କରି ଆପଣ ଏହି ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି । ଆପଣ ଜଣେ ଜନପ୍ରତିନିଧୀ ଏବଂ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ ।

ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ସାଧାରଣ ପୁରୁଷ ଓ ମହିଳାଙ୍କ ପ୍ରତି ଆପଣଙ୍କର ଆଚରଣ ଦେଖୁଛନ୍ତି ଏବଂ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

କେଦାରପଲ୍ଲୀ ବସ୍ତିରେ ବିଜେପି ସାଂସଦ ଅପରାଜିତାଙ୍କୁ ତୀବ୍ର ବିରୋଧ: ଲୋକଙ୍କ ପ୍ରଶ୍ନ- ଭୋଟ ନେଲ, ସାଢ଼େ ତିନିବର୍ଷ ହେଲା କେଉଁଠି ଥିଲ ?
ଭୁବନେଶ୍ୱର:  ଆମ ବସ୍ତିର ବିକାଶ କରିବ ବୋଲି ପ୍ରତିଶ୍ରୁତି ଦେଇ ଆମ ପାଖରୁ ଭୋଟ ନେଲ; ମାତ୍ର ସାଂସଦ ଭାବେ ନିର୍ବାଚିତ ହେବା ପରେ ଥରୁଟିଏ ବି ପାଦ ପଡ଼ିଲା ନାହିଁ। ଆଜି କଣ ପାଇଁ ଆସିଛ ? ସାଢ଼େ ୩ ବର୍ଷ ହେଲାଣି ଯାଇଥିଲ କୁଆଡେ? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ଏମିତି ପୁଳାପୁଳା ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର କେଦାରପଲ୍ଲୀ ବସ୍ତି ବାସନ୍ଦା। ସାଂସଦ ଭାବେ ନିର୍ବାଚିତ ହେବା ପରେ ବସ୍ତି ମାଟି ମାଡ଼ି ନ ଥିବା ଅପରାଜିତାଙ୍କ ଆଜି କେଦାରପଲ୍ଲୀରେ ଆବିର୍ଭାବକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ବାସିନ୍ଦା। ଅପରାଜିତାଙ୍କୁ ଘେରିଯାଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି। ୨୦୧୯ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦେବା ସହ ତୀବ୍ର ବିରୋଧ କରିଛନ୍ତି। ପରିଣତି ସ୍ୱରୂପ ବସ୍ତି ବାସିନ୍ଦାଙ୍କୁ ସାମ୍ନା କରିବାରେ ବ୍ୟର୍ଥ ହୋଇ ସାଂସଦ ସେଠାରୁ ପଳାଇ ଯାଇଛନ୍ତି।

ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଅପରାଜିତା ବିଜେପି ପ୍ରାର୍ଥୀ ଭାବରେ ପ୍ରଚାର ସମୟରେ କେଦାରପଲ୍ଲୀ ବସ୍ତି ଅଞ୍ଚଳର ବ୍ୟାପକ ବିକାଶ କରିବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆମ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଅ୍ୟାନ୍ୟ କ୍ଷେତ୍ରରେ ଉନ୍ନତି କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଆମେ ତାଙ୍କୁ ଭୋଟ୍‌‌ ଦେଇଥିଲୁ। ଏହାପରେ ଆମକୁ ମ୍ୟାଡମ କିନ୍ତୁ ଆଉ ଧରାଛୁଆଁ ଦେଉନଥିଲେ। ଅନେକ ଥର ଆମ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଆମେ ମ୍ୟାଡମଙ୍କୁ ଭେଟିବାକୁ ଚାହିଁଛୁ। ମାତ୍ର ବିଭିନ୍ନ କାରଣ ଦେଖାଇ ସେ ଆମକୁ ଭେଟିନାହାନ୍ତି। ହଠାତ୍‌‌ ନିର୍ବାଚନର ସାଢ଼େ ୩ ବର୍ଷ ପରେ ଆମ କଟା ଘାରେ ଚୂନ ଦେବା ପାଇଁ ବୋଧେ ସେ ଆମ ବସ୍ତିକୁ ଆସିଛନ୍ତି ବୋଲି ବିରୋଧ କରୁଥିବା ଲୋକେ କ୍ଷୋଭର ସହ କହିଛନ୍ତି। ଅପରପକ୍ଷେ ଅପରାଜିତାଙ୍କୁ ସେଠାରେ ବିରୋଧ ହେଉଥିବା ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ମୋବାଇଲରେ ଘଟଣାର ଭିଡିଓ କରୁଥିବା ବେଳେ ଅପରାଜିତାଙ୍କ ସମର୍ଥକ ତାଙ୍କ ହାତରୁ ମୋବାଇଲ୍‌‌ ଛଡ଼ାଇ ନେଇଥିଲେ। ଯାହାଫଳରେ ସ୍ଥ୍‌‌ାନୀୟ ଲୋକେ ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ କରିଥିଲେ। ଲୋକଙ୍କ ଅସନ୍ତୋଷ ଏବଂ ପ୍ରବଳ ବିରୋଧକୁ ଦେଖି ସାଂସଦଙ୍କ ସମର୍ଥକ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌‌ ଫେରାଇ ଦେଇଥିଲେ। କେବଳ କେଦାରପଲ୍ଲୀ ବସ୍ତି ନୁହେଁ, ନିକଟ ଅତୀତରେ ଭୁବନେଶ୍ୱରର ବହୁ ଅଞ୍ଚଳରେ ଲୋକମାନେ ଅପରାଜିତାଙ୍କୁ ଏପରି ବିରୋଧ କରିଆସୁଛନ୍ତି। ଦେଇଥିବା ପ୍ରତିଶ୍ରୁତିଙ୍କୁ ପୂରଣ କରିବା ପରିବର୍ତ୍ତେ ସେ ବ୍ୟକ୍ତିଗତ ସଂଗଠନ ବୃଦ୍ଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ଫଳରେ ଲଗାତାର ଭାବେ ସେ ସାଧାରଣ ଲୋକଙ୍କ ବିରୋଧ ଏବଂ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।

ଅପରାଜିତାଙ୍କ ବିରୋଧରେ ପୁଣି ବିଜେପି କର୍ମୀଙ୍କ ମେଳି: ‘ଗୋ ବ୍ୟାକ୍‌ ଅପରାଜିତା’ ସ୍ଲୋଗାନରେ କମ୍ପିଲା ବୈଠକ
ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେପି କର୍ମୀଙ୍କ ଅସନ୍ତୋଷ ବଢ଼ିଚାଲିଛି। ବେଗୁନିଆର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ପଞ୍ଚାୟତ ପ୍ରମୁଖ ଓ ତାଙ୍କର ସମର୍ଥକମାନେ ସାଂସଦଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ ନିଜସ୍ବ ସଂଗଠନ କରୁଥିବାରୁ ଏହାକୁ ଦଳୀୟ କର୍ମୀମାନେ ତୀବ୍ର ବିରୋଧ ସହ ବେଗୁନିଆ-ବୋଲଗଡ଼ ଭିତରକୁ ଆଉ ସାଂସଦଙ୍କୁ ପ‌ୂରାଇ ନ ଦେବାକୁ ଧମକ ଦେଇଛନ୍ତି। ସାଂସଦଙ୍କ ବିରୋଧରେ ବୈଠକ ଡାକି ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡ଼ି ନ ଥିବା ଆଜିର ବୈଠକରୁ ସ୍ପଷ୍ଟ ହୋଇଛି।

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶାନ୍ତି ଶେଖର ମହାପାତ୍ରଙ୍କ ପୌରୋହିତ୍ୟରେ ଆଜି ବେଗୁନିଆ ଠାରେ ଆୟୋଜିତ ବୈଠକରେ ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ବୋଲଗଡ଼ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ପାଞ୍ଚଗଡ଼ ମଣ୍ଡଳ ସଭାପତି ଅଶୋକ ରାଉତ, ପିଚୁକୁଳି ମଣ୍ଡଳ ସଭାପତି ଶେଖ ଦୈଲତ ଅଲ୍ଲୀ, ଯଜ୍ଞେଶ୍ବର ସୁନ୍ଦରାୟ, ମାନସ ମହାପାତ୍ର, ପୂର୍ବତନ ଦକ୍ଷିଣ ମଣ୍ଡଳ ବେଗୁନିଆ ସଭାପତି ସଞ୍ଜୟ ପ୍ରସାଦ ଛୁଆଳସିଂହ, ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁବାସ ଚନ୍ଦ୍ର ମିଶ୍ରଙ୍କ ସମେତ ପୂର୍ବ ବୈଠକରେ ଗଠିତ ହୋଇଥିବା ୨୪ଜଣିଆ ଟିମ୍‍ ଓ ୪୦ପଞ୍ଚାୟତରୁ ଆସିଥିବା ୪୦ଜଣ ପଞ୍ଚାୟତ ପ୍ରମୁଖଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାଜିତା ଷଡ଼ଙ୍ଗୀ ଗୋ ବ୍ୟାକ… ଗୋ ବ୍ୟାକ….। ସାଂସଦ ତୁମ ମନମାନି ଚଳିବ ନାହିଁ। ତୁମ ଗର୍ବ ଅହଙ୍କାର ଚଳିବ ନାହିଁ …. ଧ୍ବନୀ ଦେଇ ଦଳୀୟ କର୍ମକର୍ତାମାନେ ସାଂସଦଙ୍କୁ ତୀବ୍ର ନିନ୍ଦା କରିଥିଲେ। ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହେବା ପରିବର୍ତ୍ତେ ଜଣକ ପରେ ଜଣେ କେବଳ ଅପରାଜିତାଙ୍କ ବିରୋଧରେ ବିଷୋଦଗାର କରିଥିଲେ।

ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଶ୍ରୀ ପଣ୍ଡା କହିଥିଲେ, ସାଂସଦ ଷଡଙ୍ଗୀ ଦଳ ଭିତରେ ରହି ଦଳବିରୋଧୀ କାର୍ଯ୍ୟ କରୁଛନ୍ତି। ଭାଜପା ଯୁବମୋର୍ଚ୍ଚା ବଦଳରେ ‘ୟୁଥ ଫର ଆକ୍ସନ’ ଏବଂ ମହିଳାମୋର୍ଚ୍ଚା ବଦଳରେ ‘ଅଜିତା’ ଗଠନ କରି ମନମୁଖୀ କାର୍ଯ୍ୟ କରି ଚାଲିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସେହିପରି ଦଳୀୟ କର୍ମୀଙ୍କୁ ଅଣଦେଖା କରି ଅନ୍ୟ ଦଳର ଲୋକଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ବୁଲୁଥିବାବେଳେ ଲୋକଦେଖାଣିଆ ଭାବେ କେତେବେଳେ ବିଲରେ ଧାନ ରୋଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ନିକଟରେ ବସି ଫଟୋ ଉଠାଉଛନ୍ତି। ସେ ଦଳୀୟ କର୍ମକର୍ତ୍ତାଙ୍କୁ ଉପେକ୍ଷା କରୁଥିବା କହିଛନ୍ତି ସଞ୍ଜୟ ପ୍ରସାଦ ଛୁଆଳସିଂହ।

ସେହିପରି ଧୃବଚରଣ ବାହିନୀପତି କହିଛନ୍ତି ଯେ ଚଳିତ ନିର୍ବାଚନରେ ଅପରାଜିତାଙ୍କ ସାଂଗଠନିକ ଦକ୍ଷତାର ଅଭାବ, କର୍ମୀଙ୍କୁ ଅବହେଳା, ଏକତରଫା ନିଷ୍ପତ୍ତି, ଦଳ ବିରୋଧି କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ରେ ଦଳ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିଲା ନାହିଁ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନ୍ୟଦଳର କର୍ମୀଙ୍କୁ କାମ ଦେଇ ସେମାନଙ୍କୁ ଉତ୍ସାହିତ କରୁଥିବାବେଳେ ଦଳୀୟ କର୍ମୀଙ୍କୁ ଦୂରେଇ ରଖୁଛନ୍ତି। ଅପରାଜିତାଙ୍କର ଏହି ମନୋଭାବ ଯୋଗୁ ଅତୀତରେ ବେଗୁନିଆରେ ବିଜେପିର ଭଲ ସ୍ଥିତି ରହିଥିଲେ ମଧ୍ୟ କ୍ରମେ ତାହା ଧୂଳିସାତ ହେବାକୁ ଲାଗିଛି।

ଅନ୍ୟପକ୍ଷରେ ୨୪ଜଣିଆ ଟିମ ସମେତ ୪୦ପଞ୍ଚାୟତ ପ୍ରମୁଖଙ୍କ ବୈଠକରେ ଅପରାଜିତାଙ୍କ ଏତାଦୃଶ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ନେତୃମଣ୍ଡଳୀଙ୍କୁ ବେଗୁନିଆ ଭାଜପା ପକ୍ଷରୁ ପ୍ରଦାନ କରାଯାଇଥିବା ସଞ୍ଜୟ ପ୍ରସାଦ ଛୁଆଳସିଂହ ସୂଚନା ଦେଇଛନ୍ତି। ତୃଣମୂଳସ୍ତରରେ କିପରି ଦଳ ମଜଭୁତ କରାଯାଇ ପାରିବସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ନିର୍ବାଚନମଣ୍ଡଳୀକୁ ସାଂସଦ ପଶିଲେ ତାଙ୍କୁ କର୍ମକର୍ତ୍ତାମାନେ ବିରୋଧ କରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖ ଦିନ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତିଙ୍କ ନେତୃତ୍ବରେ ବୈଠକରେ ସାଂସଦଙ୍କୁ ସମାଲୋଚନା କରାଯିବାରୁ ତାଙ୍କୁ ମଣ୍ଡଳ ସଭାପତି ଦାୟିତ୍ବରୁ ହଟାଇ ଦିଆଯାଇ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।

ରାଜ୍ୟ ବିଜେପି ପାଇଁ ଶିରପୀଡ଼ା ପାଲଟିଛନ୍ତି ଅପରାଜିତା
ପୁରୀ: ରାଜ୍ୟ ବିଜେପି ପାଇଁ ଶିରପୀଡ଼ା ପାଲଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଜିଲ୍ଲାରେ ଦଳୀୟ ସଙ୍ଗଠନ ଅପେକ୍ଷା ନିଜସ୍ୱ ସଙ୍ଗଠନ ଗଢ଼ିବା ଓ ପୁରୀ ଜିଲ୍ଲା ବିଜେପିରେ ବିଭେଦ ସୃଷ୍ଟି କରିବା ପରି ଭୟଙ୍କର ଅଭିଯୋଗ ତାଙ୍କ ବିରୋଧରେ ଆସିଛି। ଅନ୍ୟପକ୍ଷରେ ଅପରାଜିତାଙ୍କ କାର୍ଯ୍ୟକ୍ରମରୁୁ ଦଳ ଓ ଦଳୀୟ ନେତୃତ୍ୱ ନିଜକୁ ଦୂରେଇ ରଖୁଥିବାବେଳେ କୋଣାର୍କ ସମାବେଶରେ ମୁଖ୍ୟ ପୁରୋଧା ସାଜିଥିବା କୋଣାର୍କ ମଣ୍ଡଳ ସଭାପତି ସୁରେନ୍‍ ପାଲ୍‍, ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ବିଜେପିରୁ ନିଲମ୍ବିତ କରିଛନ୍ତି।

ନିକଟରେ କୋଣାର୍କ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପିର କିଛି ନେତା ଏହାର ମୁଖ୍ୟ ପୃଷ୍ଠପୋଷକ ଥିବା ଚର୍ଚ୍ଚା ହେଉଥିଲା। ହେଲେ ଏହି ବୈଠକକୁ ଜିଲ୍ଲାର କୌଣସି ଆଗଧାଡ଼ିର ଦଳୀୟ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା କିମ୍ବା ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇ ନ ଥିଲା। କୋଣାର୍କରେ ସ୍ଥାନୀୟ କର୍ମକର୍ତ୍ତାଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ଆୟୋଜନ ଓ ଏଥିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଯୋଗଦାନକୁ ଜିଲ୍ଲା ବିଜେପି ମୁଖିଆ ସହଜରେ ଗ୍ରହଣ କରିପାରି ନାହାନ୍ତି। କାର୍ଯ୍ୟକ୍ରମ ଶେଷ ହେଉହେଉ ଏହାର ପୃଷ୍ଠପୋଷକ କୁହାଯାଉଥିବା ଦଳୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲା ବିଜେପି କନ୍ଦଳ ପୁଣି ପଦାରେ ପଡ଼ିଛି। କେଉଁମାନେ ଏହାକୁ ଆୟୋଜନ କରିଥିଲେ, ଏଥିରେ ଦଳର କିଏ କିଏ ସକ୍ରିୟ ଭାବେ ସାମିଲ ଥିଲେ ସେ ନେଇ ତାଲିକା କରାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ତୃଣମୂଳସ୍ତରରେ ଦଳକୁ ବିଭାଜନ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କୋଣାର୍କର ପୂର୍ବତନ ମଣ୍ଡଳ ସଭାପତି ତଥା ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସୁରେନ ପାଲ ଓ ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଏତଦ୍‍ବ୍ୟତୀତ ଦୁଇଜଣଙ୍କୁ ଦଳରୁ ତୁରନ୍ତ ବହିଷ୍କାର ପାଇଁ ରାଜ୍ୟ ସଭାପତିଙ୍କୁ ସୁପାରିଶ କରିଛନ୍ତି ଆଶ୍ରିତ। ଅପରାଜିତାଙ୍କୁ ନେଇ ପୁରୀ ବିଜେପିରେ ବିବାଦ ନୂଆ ନୁହେଁ। ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଅପରାଜିତା ନିଜ ସଙ୍ଗଠନ ‘ୟୁଥ୍‍ ଫର ଆକ୍ସନ’ ବ୍ୟାନରରେ ପୁରୀ ଜିଲ୍ଲାରେ ଯୁବକମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ। ସଂସ୍କୃତି ଭବନରେ କାର୍ଯ୍ୟକ୍ରମ କରାଯାଇଥିଲା। ହେଲେ ତାଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର କୌଣସି ଦଳୀୟ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ୟୁଥ୍‍ ଫର ଆକ୍ସନରେ ସେ ଯେଉଁମାନଙ୍କୁ ସାମିଲ କରିଥିଲେ ସେଥିରେ ଜିଲ୍ଲା ଯୁବମୋର୍ଚ୍ଚାର କୌଣସି ପଦାଧିକାରୀ ନ ଥିଲେ। ଦଳୀୟ ସଙ୍ଗଠନରେ କିଛି ପଦପଦବୀ ଆଶା କରି ନିରାଶ ହେବା ପରେ କିଛି ଯୁବକ ୟୁଥ୍‍ ଫର ଆକ୍ସନ ସହିତ ଯୋଡି ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। କୋଣାର୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରେ ବିପକ୍ଷଗୋଷ୍ଠୀ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଆଲୋଚନା ହେଉଛି। ଏହାଦ୍ୱାରା ଆଗକୁ ଯେଉଁମାନେ ଅପରାଜିତାଙ୍କ ସହିତ ବାହାରିବେ ସେମାନଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ ବୋଲି ପରୋକ୍ଷରେ ଚେତାଇ ଦିଆଯାଇଥିବା କୁହାଯାଉଛି।

ଟିକାକରଣକୁ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରୁଥିଲେ ଅପରାଜିତା ଷଡ଼ଙ୍ଗୀ, ମୁହଁତୋଡ଼ ଜବାବ ଦେଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ଟିକାକରଣ ବେଳେ ବିଜେପିର ଶ୍ରେୟ ରାଜନୀତି ପ୍ରସଙ୍ଗ। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏଥିସହ ଟିକାକେନ୍ଦ୍ରରେ ବିଜେପି କର୍ମୀଙ୍କ ପୋଷ୍ଟର ଚିରିବା ଘଟଣାକୁ ବି ସେ ସମାଲୋଚନା କରିଛନ୍ତି।

ବିଜେପି ସାଂସଦ ଅପରାଜିତା ମହାନ୍ତି ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡ଼ିଶା ସରକାର ରାଜ୍ୟ ପାଇଁ ଟିକା ସଂଗ୍ରହ କରିବାରେ ବିଫଳ ହୋଇଥିଲେ, ଏବଂ ଶେଷରେ କେନ୍ଦ୍ରର ସାହାୟତା ଲୋଡ଼ିଥିଲେ । ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ସଂକଟରୁ ଉଦ୍ଧାର କରିଥିଲେ । ଆଉ ଏବେ ଓଡ଼ିଶାର ସମସ୍ତ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଦାବି କରାଯାଉଛି । ଏହା ନିଶ୍ଚିତ ଭାବରେ ଅସୁରକ୍ଷା ଭାବ ଏବଂ ସଂକୀର୍ଣ୍ଣ ମାନସିକତାର ଶେଷ ସୀମାର ପରିଚୟ।

ତେବେ ଅପରାଜିତାଙ୍କ ଏଭଳି ଟ୍ୱିଟ୍ ର ମୁହଁତୋଡ଼ ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ସବୁ ଦଳ ଏହାକୁ ନେଇ ରାଜନୀତି କରୁଥିବା ବେଳେ ବିଜେଡି କେବେ ଏହି ପ୍ରସଙ୍ଗ ଉଠାଇନି କି ରାଜନୀତି କରିନି। ଦେଶରେ ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଏ । ପୋଲିଓ ହେଉ କି ବିସିଜି, ମିଳିମିଳା, ଡିପିଟି, ହେପାଟାଇଟିସ୍, ଭିଟାମିନ୍ ଏ ଟିକା, ସବୁବେଳେ ଏହା ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଛି।

@AprajitaSarangi Ji, Hon’ble PM’s photo is there on every COVID vaccination certificate. While every party made an issue out of it, BJD never made it an issue or politics over it. You are an ex-bureaucrat. Vaccination in india has always been a national programme done by (Cont’d)

— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) June 23, 2021

ହେଲେ କୋଭିଡ୍ ସଂକଟରେ ଏହାକୁ ରାଜ୍ୟମାନଙ୍କ ଉପରେ ପ୍ରଥମେ ଲଦି ଦିଆ ଯାଇଥିଲା ଓ ପରେ ପ୍ରତ୍ୟାହାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର ଓ କୋଭିଡ୍ ନିୟମ ପାଳିବାକୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ଟିକାକରଣ ସଂପର୍କିତ କଥା ନାହିଁ। ତେଣୁ ଏହାକୁ ନେଇ ରାଜନୀତି କରିବା ନିହାତି ଲଜ୍ଜାଜନକ ବୋଲି ସସ୍ମିତ ଟ୍ୱିଟ୍ କରିଛନ୍ତି ।

ତେବେ କେବଳ ସସ୍ମିତ ନୁହଁନ୍ତି ଅପରାଜିତାଙ୍କ ଏହି ଟ୍ୱିଟ୍ କୁ ନେଇ ବହୁ ଲୋକ ସମାଲୋଚନା କରିଛନ୍ତି । କେବଳ ଯେ ରାଜ୍ୟ ତା ନୁହେଁ ରାଜ୍ୟ ବାହାରର ଲୋକମାନେ ମଧ୍ୟ ନବୀନଙ୍କ ସପକ୍ଷରେ ବାହାରିଛନ୍ତି । ଫଟୋ ପ୍ରତିଯୋଗିତା ନବୀନ ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଥିଲେ ବୋଲି କହି ଏହି ଟ୍ୱିଟର ୟୁଜର୍ସ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି।