Odisha High Court - The Sakala

ମିଶନ ଶକ୍ତି ପୁନର୍ଗଠନର ଦୁଇ ନିୟମ ଉପରେ ହାଇକୋର୍ଟ ଜାରିକଲେ ରହିତାଦେଶ
ଭୁବନେଶ୍ୱର : ମିଶନ ଶକ୍ତିର ରାଜନୀତିକରଣ ଓ ଶାସକ ଦଳର ସମର୍ଥକ ମହିଳାଙ୍କୁ ମିଶନ ଶକ୍ତିରେ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲାଗିଛି ଜୋର ଝଟ୍‌କା। ଓଡ଼ିଶା ହାଇକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ଦୁଇଟି ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି। ଯେଉଁମାନେ ୨ ଥର ଅର୍ଥାତ୍‌ ୪ ବର୍ଷ ପାଇଁ ବିଭିନ୍ନ ପଦପଦବୀରେ କାମ କରିଛନ୍ତି, ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଉପରେ ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଅଙ୍କୁଶ ଲଗାଇଛନ୍ତି।

ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମିଶନ ଶକ୍ତିରେ ଶାସକ ଦଳର ସଦସ୍ୟାଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ଗତ ଜାନୁଆରୀ ୨୨ ତାରିଖରେ ମିଶନ ଶକ୍ତି ପୁନର୍ଗଠନ ସକାଶେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏକ ମାର୍ଗଦର୍ଶିକା ପ୍ରେରଣ କରିଥିଲେ। ତେବେ ମାର୍ଗଦର୍ଶିକାର ଧାରା ୫.୧୦ ଏବଂ ୫.୧୧ କୁ ନେଇ ମିଶନ ଶକ୍ତି ନିର୍ବାହୀ ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଦୁଇଥର ଅର୍ଥାତ୍‌ ୪ ବର୍ଷ ପାଇଁ ମିଶନ ଶକ୍ତିରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିବା ମହିଳାଙ୍କୁ ଆଉ ସୁଯୋଗ ମିଶିବ ନାହିଁ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲା ଓ କାର୍ଯ୍ୟନିର୍ବାହୀ କମିଟି(ଇସି)ରେ ଗୋଟିଏ ପରିବାରରୁ ମାତ୍ର ଜଣେ ସଦସ୍ୟ ସଦସ୍ୟା ହୋଇପାରିବେ ବୋଲି ନିୟମ ପ୍ରସ୍ତୁତ କରାଯାଇଥିଲା ଏପରିକି ଉକ୍ତ ସଦସ୍ୟାଙ୍କର ନିକଟ କିମ୍ବା ଦୂର ସମ୍ପର୍କୀୟ ମଧ୍ୟ ନିର୍ବାହୀ କମିଟି ସଦସ୍ୟ ହୋଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।

ଯାହାଫଳରେ ରାଜ୍ୟରେ ଇସି ମେମ୍ବର ଭାବେ କାର୍ଯ୍ୟ କରୁଥିବା ହଜାର ହଜାର ମହିଳା ନିଜର କର୍ମସଂସ୍ଥାନ ହରାଇଥିଲେ। ସ୍ୱଳ୍ପ ଦରମାରେ ରାଜ୍ୟରେ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚାଇବା ସହ ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ କ୍ଷେତ୍ରରେ ଇସି ମେମ୍ବରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ମାତ୍ର ସେମାନଙ୍କୁ ରାତି ଅଧିଆ ଛଟେଇ କରିବାକୁ ନେଇ ସେମାନେ ତାତିଥିଲେ। ଗତ ବଜେଟ ଅଧିବେଶନ ବେଳେ ସେମାନେ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେବା ସହ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ପୁନର୍ଗଠନ ଅଳରେ କାର୍ଯ୍ୟରତ ସଭାପତି ଓ ସମ୍ପାଦକମାନଙ୍କୁ ବାହାର କରି ନିଜ ସମର୍ଥକଙ୍କୁ ବିଜେପି ଏଥିରେ ଭର୍ତ୍ତି କରିବାକୁ ଚାହୁଁଛି ବୋଲି ସିଧାସିଧା ସେମାନେ ଅଭିଯୋଗ ଆଣିଥିଲେ।

ଏପରିକି ପ୍ରମୁଖ ବିରୋଧୀ ଦଳ ବିଜେଡି ଏହାକୁ ନେଇ ବିଧାନସଭାରେ ତମ୍ବିତୋଫାନ କରିବା ସହ ତୁରନ୍ତ ଏପରି ନିୟମକୁ ବାତିଲ୍‌ କରିବାକୁ ଦାବି କରିଥିଲା। ମହିଳା ମାନଙ୍କ ଭୋଟରେ ସରକାରକୁ ଆସିଥିବା ବିଜେପି ମହିଳାମାନଙ୍କ ସହ ପ୍ରତାରଣା କରିଛନ୍ତି। ଇସି ମେମ୍ବରମାନେ ମିଶନ ଶକ୍ତିକୁ ତିଆରି କରିଛନ୍ତି। ସେମାନେ ହିଁ ମିଶନ ଶକ୍ତିର ମେରୁଦଣ୍ଡ। ସେମାନଙ୍କ ପରିଚାଳନାରେ ଆଜି ରାଜ୍ୟରେ ଜୀବିକା ମିଶନ ଚାଲୁଛି। ପୁନର୍ଗଠନ ନାମରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରି ବିଜେପି ଯେଉଁ ରାଜନୀତି କରିବାକୁ ଚାହୁଁଛି ତାହାକୁ ବିଜେଡି ବିରୋଧ କରିଥିଲା। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରିବାରୁ କିଛି ମହିଳା ସଦସ୍ୟା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ବିଚାର କରି ଏହା ଉପରେ ଅଙ୍କୁଶ ଜାରି କରିଛନ୍ତି।

ବିଳମ୍ବିତ ପେନ୍‌ସନ୍‌ ପାଇଁ ସରକାର ସୁଧ ଗଣିବାକୁ ବାଧ୍ୟ: ହାଇକୋର୍ଟ
କଟକ: ବିଳମ୍ବରେ ବିଭିନ୍ନ ଦେୟ ପଇଠ ପାଇଁ ସରକାର ଯଦି ସାଧାରଣ ନାଗରିକଙ୍କଠାରୁ ସୁଧ ଅସୁଲ କରୁଛନ୍ତି, ତେବେ କର୍ମଚାରୀଙ୍କୁ ସେମାନଙ୍କର ବକେୟା ପ୍ରଦାନରେ ବିଳମ୍ବ ପାଇଁ ମଧ୍ୟ ସରକାର ସୁଧ ଗଣିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ପାରିବାରିକ ପେନସନ୍‌ ଓ ଅନ୍ୟାନ୍ୟ ବକେୟା ପ୍ରଦାନରେ ସରକାର ୫ ବର୍ଷରୁ ଅଧିକ ସମୟ ବିଳମ୍ବ କରିଥିବା ପ୍ରସଙ୍ଗରେ ହୃଦାନନ୍ଦ ମଲ୍ଲଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ବକେୟା ପେନସନ ପ୍ରାପ୍ୟ ଆବେଦନକାରୀଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିପରି ଏଥିରେ ଯଦି ଖିଲାପ ହୁଏ, ତାହେଲେ ଦୁଇ ମାସ ପରଠାରୁ ଆବେଦନକାରୀଙ୍କୁ ମୋଟ ବକେୟା ରାଶିର ୧୮ ପ୍ରତିଶତ ସୁଧ ହାରରେ ଅର୍ଥ ପଇଠ କରାଯିବ। ଏହି ଅର୍ଥରାଶିକୁ ଉତ୍ତରଦାୟୀ ଅଧିକାରୀଙ୍କଠାରୁ ଭରଣା କରାଯିବ ବୋଲି କହିଛନ୍ତି ହାଇକୋର୍ଟ। ବିଶେଷକରି ପେନସନ ପ୍ରଦାନରେ ହେଉଥିବା ଅହେତୁକ ବିଳମ୍ବ ପାଇଁ ଏହି ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀମାନେ ହିଁ ଉତ୍ତରଦାୟୀ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାରୁ ପ୍ରକାଶ ଯେ, ଆବେଦନକାରୀଙ୍କ ପତ୍ନୀ ଡାକ୍ତର ଭାବେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଗତ ୨୦୧୭ ଜାନୁଆରି ୨୨ରେ ମୃତ୍ୟୁ ଘଟିଥିଲା। ତେବେ ଦୁଇଥର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ପରେ ୨୦୧୭ ନଭେମ୍ବର ୬ରେ ତାଙ୍କୁ ପ୍ରୋଭିଜିନାଲ ପରିବାର ପେନସନ୍‌ ମିଳିଥିଲା। ବହୁବାର ଦାବି ପରେ ଦୀର୍ଘ ସାଢ଼େ ୫ ବର୍ଷ ବିଳମ୍ବରେ ଅର୍ଥାତ ୨୦୨୨ରେ ତାଙ୍କୁ ପୂର୍ଣ୍ଣ ପରିବାର ପେନସନ ମିଳିଥିଲା। ବିଳମ୍ବିତ ପେନସନ୍‌ ପାଇଁ ଉପରୋକ୍ତ ସାଢ଼େ ୫ ବର୍ଷର ସୁଧ ଅର୍ଥ ପ୍ରଦାନ ପାଇଁ ଆବେଦନକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଥିଲେ। କିଛି ସୁଫଳ ନମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ
କଟକ : ଆଇଆର୍‌ବି ବାଟାଲିଅନ୍‌ କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ଆଜି ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବ

ୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀ ମାନଙ୍କ ଉଦ୍ୟେଶ୍ୟରେ ପୂର୍ବରୁ ଯେଉଁ ନିର୍ଦେଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଦାୟର ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ। କୋଭିଡ କାରଣରୁ ପ୍ରାୟ ୩ ବର୍ଷ ଯାଏଁ ଆଇ ଆର ବି କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ସେହି ସମୟ ଭିତରେ କିଛି ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା। କରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮ ଶହ ଆଇ ଆର ବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଲା।

ତେବେ ସେଥିରେ ବୟସାଧିକ କାରଣରୁ ବାଦ ପଡ଼ିଥିବା କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବାଲାଗି ଅନୁମତି ଲୋଡି, ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି, ଇଣ୍ଟରଭ୍ୟୁରେ ସାମିଲ ହେବାଲାଗି ନିର୍ଦେଶ ଦେଇଥିଲେ। ଏହା ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଅଧିକ ବୟସର ପ୍ରାର୍ଥୀ ମାନେ ମେଧା ତାଲିକାରୁ ବାଦ ପାଇଥିବାରୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଭୁବନେଶ୍ବର: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତି। ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ହୋଇଛି। ଜଷ୍ଟିସ ହରିଶ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର  ବିଚାରପତି ଅଛନ୍ତି।

ମାଟ୍ରିକ ସାର୍ଟିଫିକେଟ୍‌ରେ ଉଲ୍ଲେଖ ଥିବା ଜନ୍ମ ତାରିଖ ସମସ୍ତ କ୍ଷେତ୍ର ପାଇଁ ପ୍ରଯୁଜ୍ୟ: ହାଇକୋର୍ଟ
କଟକ: ମାଟ୍ରିକ୍‌ ବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏଚଏସସି) ପାସ୍‌ ପ୍ରମାଣପତ୍ରରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଯେକୌଣସି କ୍ଷେତ୍ରରେ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆବେଦନକାରୀଙ୍କ ସର୍ଭିସ୍‌ ବୁକ୍‌ରେ ସଂଲଗ୍ନ ଏଚ୍‌ଏସ୍‌ସି ପ୍ରମାଣପତ୍ରର ଜନ୍ମ ତାରିଖ ଅନୁସାରେ ତାଙ୍କୁ ଅବସର ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ମଦନ ରାଉଳଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଯେହେତୁ ଆବେଦନକାରୀଙ୍କୁ ୨୦୦୮ ଜୁଲାଇ ୩୧ ବଦଳରେ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଛି ଓ ସେ ଏହି ସମୟ ପାଇଁ କୌଣସି କାର୍ଯ୍ୟ କରିନଥିବାରୁ ଉପରୋକ୍ତ ଅବଧିର ବେତନ ପାଇଁ ଦାବିଦାର ନୁହଁନ୍ତି ବୋଲି ଅଦାଲତ କହିଛନ୍ତି। କିନ୍ତୁ ଏହି ଅନୁସାରେ ତାଙ୍କୁ ୩ ମାସ ମଧ୍ୟରେ ସଂଶୋଧିତ ପେନସନ୍‌ ଓ ଅନ୍ୟ ବକେୟା ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ, ସମ୍ବଲପୁର କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ୧୯୬୮ଫେବ୍ରୁଆରୀ ୨୭ରେ ପିଅନ ଭାବେ ଯୋଗ ଦେଇଥିଲେ। ସେହି ସମୟରେ ସେ ମାଟ୍ରିକ୍‌ ପାସ୍‌ କରି ନଥିଲେ। ତାଙ୍କ ସର୍ଭିସ୍‌ ବୁକରେ ଜନ୍ମ ତାରିଖ ୧୯୪୮ ଜୁଲାଇ ୧୨ ବୋଲି ଉଲ୍ଲେଖ ଥିଲା। ୧୯୭୦ରେ ଆବେଦନକାରୀ ମାଟ୍ରିକ୍‌ ପାସ୍‌ କରିଥିଲେ ଓ ୧୯୭୩ରେ ଡାଇରିଷ୍ଟ ତଥା ଟାଇପିଷ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ମାଟ୍ରିକ୍‌ ପ୍ରମାଣପତ୍ରରେ ତାଙ୍କର ଜନ୍ମ ତାରିଖ କିନ୍ତୁ ୧୯୫୦ ଜୁଲାଇ ୧୨ବୋଲି ଉଲ୍ଲେଖ ଥିଲା। ଯାହା ସର୍ଭିସ୍ ବୁକ୍‌ରେ ରେକର୍ଡ ହୋଇଥିଲା। ହେଲେ ଆବେଦନକାରୀଙ୍କୁ ତାଙ୍କର ଜନ୍ମ ତାରିଖ ୧୯୪୮ ଜୁଲାଇ ୧୨ ଅନୁସାରେ ଗତ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଥିଲା। ଏହି ଆଦେଶ ବିରୋଧରେ ସେ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ
କଟକ: ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୩, ନଭେମ୍ବର ୨ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଧନଞ୍ଜୟ ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କଉଲ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଜଷ୍ଟିସ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଆଜି କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ସୁପାରିସକୁ ଗ୍ରହଣ କରାଯାଇ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

୧୯୬୩, ଜାନୁଆରି ୨୦ରେ ଜଷ୍ଟିସ ସିଂହ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (କ୍ୟାମ୍ପସ ଲ ସେଣ୍ଟର)ରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। ୧୯୯୦, ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲର ଭାବେ ତାଙ୍କୁ ୧୯୯୮ରେ ନିଯୁକ୍ତି ମିଳିଥିଲା। ପରେ ସେ ପାଟନା ହାଇକୋର୍ଟର କାଉନସେଲର ଭାବେ ପ୍ୟାନେଲରେ ସ୍ଥାନ ପାଇଥିଲେ। ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମାମଲା ପରିଚାଳନା ପାଇଁ ଭାରତର ସିଏଜିଙ୍କ ତରଫରୁ ତାଙ୍କୁ ପ୍ୟାନେଲ କାଉନସେଲର ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ପାଟନା ହାଇକୋର୍ଟ ମେଡିଏସନ୍‌‌ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ ସେପ୍ଟେମ୍ବର ୧୮ରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ୨୦୧୦ ଡିସେମ୍ବରରେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍‌ ଜେନେରାଲ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୩, ଫେବ୍ରୁଆରୀ ୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଡଃ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଦାୟିତ୍ବରେ ଅଛନ୍ତି।

ଅନୁଭବଙ୍କୁ ମିଳିଲା ବିବାହ ବିଚ୍ଛେଦ ଅନୁମତି, ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ
କଟକ: ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ କଟକ ପରିବାର ଅଦାଲତ ଦେଇଥିବା ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ରାୟ ଦେଇ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହ ଯେଉଁ କାରଣ ଦର୍ଶାଇ କଟକ ପରିବାର ଅଦାଲତ ଏହାକୁ ଖାରଜ କରିଛନ୍ତି, ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ। ଯାହାର ରାୟ ଆଜି ପ୍ରକାଶ କରି ହାଇକୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ପ୍ରଦାନ କରିଛନ୍ତି।

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର
କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ୩୩ ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି।

ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ।

ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର। ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି। ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି। ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ। ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର।

ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ଓଡ଼ିଶା ହାଇକୋର୍ଟ
କଟକ: ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । କୋର୍ଟ କହିଛନ୍ତି ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଏବଂ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏକା କଥା ନୁହେଁ ।

ଭୁବନେଶ୍ବରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନାରେ ଆଇପିସିର ଅନ୍ୟ ଧାରା ସହିତ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ । ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୩୭୬ ଲାଗିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ: ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି। ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ।

ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର। ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି। ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି। ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ। ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର।

ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି
ଭୁବନେଶ୍ବର: ଆଜିଠୁ ବନ୍ଦ ରହିବ ହାଇକୋର୍ଟ। ଆଜିଠୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି। ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ। ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ। କାଲି ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ।

ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ସେହିପରି ଜୁନ୍ ୧ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ବିପି ରାଉତରାୟ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଜୁନ୍ ୬ ଓ ୮ରେ ଜଷ୍ଟିସ ଏସକେ ସାହୁ ଓ ଜଷ୍ଟିସ ଏମଏସ ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ଜୁନ୍ ୧୨ ଓ ୧୩ରେ ଜଷ୍ଟିସ ଶଶୀକାନ୍ତ ମିଶ୍ର ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ ବିପି ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ  ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଜରୁରୀ ମାମଲା ଗୁଡ଼ିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ସେଗୁଡ଼ିକୁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ଶୁଣାଣି ପାଇଁ ତାଲିକା ଭୁକ୍ତ କରାଯିବ।

ଦୁଷ୍କର୍ମ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ
କଟକ : ଦୁଷ୍କର୍ମ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ । କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଂକ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ । ଆଇପିସିର ଦଫା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ୟାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଏଥି ସହିତ ଆବେଦନକାରୀ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପାଇଁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ ପାଇବା ପରେ ଅଭିଯୁକ୍ତ ଏସ.କେ.ନାୟକ ତଦନ୍ତରେ ସହଯୋଗ କରିବେ, ପୀଡିତାଙ୍କୁ ଧମକ ଦେବେ ନାହିଁ ଓ ଜାମିନର ଦୁ‌ରୁପୋଯୋଗ କରିବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ହାଇକୋର୍ଟଙ୍କ ରାୟରେ ବିଭିନ୍ନ ଘଟଣାକୁ ନେଇ ପ୍ରଦାନ କରାଯାଇଥିବା ଟିପ୍ପଣୀ ନିମ୍ନ ଅଦାଲତରେ ମାମଲାର ଶୁଣାଣିକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

କୋର୍ଟ କହିଛନ୍ତି, ମହିଳା ମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖିଥିବା କ୍ଷେତ୍ରରେ ଦୁଷ୍କର୍ମ ଆଇନର ବ୍ୟବହାର ହେବା ଉଚିତ୍ ନୁହେଁ। ତେବେ ଉଦବେଗଜନକ ପ୍ରସଙ୍ଗ ହେଉଛି ବହୁ ଅଭିଯୋଗକାରୀ ସାମାଜିକ ଅନଗ୍ରସର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଗ୍ରାମାଞ୍ଚଳର। ସେମାନଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପୁରୁଷମାନେ ସେମାନଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି। କିନ୍ତୁ ଦୁଷ୍କର୍ମ ସମ୍ପର୍କିତ ଆଇନ ଅଧିକାଂଶ କ୍ଷେତ୍ରରେ ପୀଡିତାଙ୍କ ଦୁର୍ଦ୍ଦଶାକୁ ଏଡ଼ାଇବାରେ ସଫଳ ହୋଇପାରୁ ନାହିଁ। ଆଇପିସିର ଧାରା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯ୍ୟାତନାକୁ ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ କରାଯାଇଛି। କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଭଳି ଘଟଣା ଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ନୁହେଁ। ଏହିଭଳି ଘଟଣାଗୁଡ଼ିକୁ ଦୁଷ୍କର୍ମ ଭାବେ ଗ୍ରହଣ କରିବା ଭୁଲ୍ ହେବ।

ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଯେଉଁ ମାମଲା ଉପରେ ଏହି ରାୟ ପ୍ରକାଶ କରିଥିଲେ ସେହି ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରାପ୍ତବୟସ୍କା ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୨୦୨୦ ଜାନୁଆରି ୧୨ରେ ସାଙ୍ଗରେ ନେଇ ଭୁବନେଶ୍ବର ଯାଇଥିଲା। ସେଠାରେ ଅଭିଯୁକ୍ତ ପୀଡିତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା। କିଛି ଦିନ ପରେ ସେ ପୀଡ଼ିତାଙ୍କୁ ଛାଡି ପଳାଇଥିଲା। ଖବର ପାଇ ପୀଡ଼ିଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ଆଇପିସିର ଦଫା ୩୪୪, ୩୭୬(୨)(ଏନ), ୫୦୬, ୧୦୯ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିଲେ।