Education - The Sakala
ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, FIR ରୁଜୁ କରିବ SCERT
ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଦ୍ୟାଳୟ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଘଟଣାରେ ଏକ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ବିବାଦକୁ ନେଇ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ଅନୁସନ୍ଧାନ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏକ ଏଫଆଇଆର (FIR) ରୁଜୁ କରିବାକୁ ସେ ଏସସିଇଆରଟି (SCERT) ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କମିଟି ରିପୋର୍ଟ ଆସିବା ପରେ ତତ୍କାଳୀନ ଏସସିଇଆରଟି ନିର୍ଦ୍ଦେଶକ ଏବଂ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ହୋଇଥିବା ତ୍ରୁଟି ଅତ୍ୟନ୍ତ ଗୁରୁତର ଥିଲା ଏବଂ ଏଥିପାଇଁ ଅପରାଧିକ ଉତ୍ତରଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ। ଏହି ତଦନ୍ତର ମୂଳ ଲକ୍ଷ୍ୟ ହେଉଛି ଦୋଷୀମାନଙ୍କୁ ଚିହ୍ନଟ କରିବା ଏବଂ ତୁରନ୍ତ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିବା।
ଜୁଲାଇ ୧ରୁ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲରେ ଗଠନ ହେବ ନୂଆ ପରିଚାଳନା କମିଟି
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆସନ୍ତା ଜୁଲାଇ ୧ ତାରିଖରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଥିବା କମିଟିଗୁଡ଼ିକର କାର୍ଯ୍ୟକାଳ ଜୁନ ୩୦, ୨୦୨୬ରେ ଶେଷ ହେବାକୁ ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଜାରି କରାଯାଇଥିବା ନୂଆ ମାର୍ଗଦର୍ଶିକା ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ଏକୀକୃତ ପରିଚାଳନା କମିଟି ରହିବ। ଏହା ଅଧୀନରେ ଦୁଇଟି ଉପ-କମିଟି ଯଥା- ଭିତ୍ତିଭୂମି ଉନ୍ନୟନ ପାଇଁ ସ୍କୁଲ ବିଲ୍ଡିଂ କମିଟି ଏବଂ ଶିକ୍ଷାଦାନ ନିମନ୍ତେ ଏକାଡେମିକ୍ କମିଟି ଗଠନ କରାଯିବ। ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରେ କମିଟିର ସଦସ୍ୟ ସଂଖ୍ୟା ନିର୍ଭର କରିବ। ୧୦୦ ଜଣ ପର୍ଯ୍ୟନ୍ତ ପିଲା ଥିବା ସ୍କୁଲରେ ୧୨ରୁ ୧୫ ଜଣ ସଦସ୍ୟ ରହିବେ। ସେହିପରି ୧୦୦ ରୁ ୫୦୦ ପିଲା ଥିଲେ ୧୫ ରୁ ୨୦ ଜଣ ଏବଂ ୫୦୦ରୁ ଅଧିକ ପିଲା ଥିବା ବିଦ୍ୟାଳୟଗୁଡ଼ିକରେ ୨୦ ରୁ ୨୫ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯିବ।
ଏହି ନୂତନ କମିଟିରେ ସର୍ବମୋଟ ସଦସ୍ୟଙ୍କ ମଧ୍ୟରୁ ୭୫ ପ୍ରତିଶତ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ହେବେ। ସେହିପରି ମୋଟ ସଦସ୍ୟଙ୍କ ମଧ୍ୟରୁ ଅତିକମରେ ୫୦ ପ୍ରତିଶତ ମହିଳା ରହିବା ବାଧ୍ୟତାମୂଳକ କରାଯାଇଛି। ଏହାବ୍ୟତୀତ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ପଛୁଆ ବର୍ଗ (OBC) ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲା (CWSN)ଙ୍କ ଅଭିଭାବକମାନଙ୍କୁ କମିଟିରେ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବ।
ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ପାଇଁ କଡ଼ା ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ଅଭିଭାବକ-ଶିକ୍ଷକ ବୈଠକ (PTM) ଆୟୋଜନ କରାଯାଇ ସଦସ୍ୟ ମନୋନୟନ କିମ୍ବା ନିର୍ବାଚନ କରାଯିବ। ଜୁଲାଇ ୧୭ ତାରିଖ ସୁଦ୍ଧା କମିଟିକୁ ବିଧିବଦ୍ଧ ଭାବେ ଗଠନ କରାଯିବ ଏବଂ ଜୁଲାଇ ୨୨ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଓ ପ୍ରସ୍ତାବ ଓସେପା (OSEPA) କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏହି କମିଟି ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ (MDM), ସ୍କୁଲ ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା ଓ ଆର୍ଥିକ ପରିଚାଳନା ଉପରେ ନଜର ରଖିବ। ସମାଜର ଅଂଶଗ୍ରହଣ ବୃଦ୍ଧି ସହ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟଶୈଳୀରେ ଉନ୍ନତି ଆଣିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ଓଡିଶା ସରକାରଙ୍କ ପକ୍ଷରୁ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍। ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ। ଏ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ଘୋଷଣା କରାଯାଇଛି।
ଗତ ୨୪ ଜୁନ୍ ୨୦୨୬ ତାରିଖରେ ଏକ ସରକାରୀ ଚିଠି ମାଧ୍ୟମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନଙ୍କୁ ସମୟାନୁସାରେ ବ୍ୟାଗ୍ ବଣ୍ଟନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC) ପକ୍ଷରୁ ଏହି ବ୍ୟାଗଗୁଡ଼ିକୁ ବ୍ଲକ୍ ପଏଣ୍ଟରେ ପହଞ୍ଚାଯିବ ଏବଂ ସେଠାରୁ ବିଦ୍ୟାଳୟଗୁଡ଼ିକୁ ପଠାଯିବ।
ଛାତ୍ରଛାତ୍ରୀଙ୍କ ବୟସ ବର୍ଗକୁ ଦୃଷ୍ଟିରେ ରଖି ଦୁଇଟି ପ୍ରକାରର ସ୍କୁଲ ବ୍ୟାଗ୍ ବଣ୍ଟନ କରାଯିବ। ଶିଶୁ ବାଟିକାରୁ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇଜ୍-୧ ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ସାଇଜ୍-୨ ବ୍ୟାଗ୍ ରହିବ। ଅନୁମୋଦିତ ତାଲିକା ଅନୁଯାୟୀ ସାମଗ୍ରୀଗୁଡ଼ିକୁ ଯାଞ୍ଚ କରିବାକୁ ଏବଂ କୌଣସି ତ୍ରୁଟି ଥିଲେ ତୁରନ୍ତ ରିପୋର୍ଟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପଦକ୍ଷେପ ବିଦ୍ୟାଳୟ ଓ ଗଣଶିକ୍ଷା (S&ME) ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଛୋଟ ପିଲାମାନଙ୍କୁ ସହାୟତା କରିବା ପାଇଁ ଲକ୍ଷ୍ୟ ରଖିଛି। ଓସେପା (OSEPA) ପକ୍ଷରୁ କୁହାଯାଇଛି ଯେ ଏହା ଶିକ୍ଷାଗତ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ କୋମଳମତି ବିଦ୍ୟାର୍ଥୀଙ୍କ ସୁବିଧା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସଠିକ୍ କାଗଜପତ୍ର ପରିଚାଳନା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟା ଉନ୍ମୋଚିତ ହେବ ପରୀକ୍ଷା ଫଳ ପୁସ୍ତିକା । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ବୋର୍ଡ ୱେବସାଇଟ www.bseodisha.ac.in ଓ http://bseodisha.nic.inରେ  ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହାସହ SMS ମାଧ୍ୟମରେ ମଧ୍ୟ ନିଜର ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଏଥିପାଇଁ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ SMS ପଠାଇଲେ ପାଇପାରିବେ ରେଜଲ୍ଟ ।
ଏଥର ମାଟ୍ରିକ ପରୀକ୍ଷା ଫେବ୍ରୁୟାରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୩୦୮୨ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରେ ମାର୍ଚ୍ଚ ୧୯ ତାରିଖରୁ ୫୧ ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଥିଲା। ସବୁ ପ୍ରକ୍ରିୟା ଭଲରେ ଓ ସଠିକ ସମୟରେ ସରିଥିବାରୁ ଠିକ ଦୁଇ ମାସ ମଧ୍ୟରେ ଫଳ ପ୍ରକାଶ ପାଉଛି। ଏଥର ଫଳ ତୃଟିଶୂନ୍ୟ ହେବ ବୋଲି ବୋର୍ଡ ସଭାପତି ଆଶା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଥର ପ୍ରଥମଥର ଲାଗି ଇଂରାଜି ଓ ଓଡିଆ ଭାଷାରେ ଗୋଟିଏ ସିଟରେ ମାଟ୍ରିକ ସାର୍ଟିଫିକେଟ ଦିଆଯିବ ।
ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ଓ ଭୟ
ପରୀକ୍ଷା ଫଳ ପ୍ରକାଶ ପାଇବାକୁ ନେଇ ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ପରୀକ୍ଷା ଫଳ କିପରି ହେବ, ନିଜର ଆଶା ମୁତାବକ ନମ୍ବର ଆସିବ କି ନାହିଁ, ତାହାକୁ ନେଇ ବିଦ୍ୟାର୍ଥୀମାନଙ୍କ ମନରେ ଉଭୟ ଉତ୍ସାହ ଏବଂ ଭୟ ଦେଖିବାକୁ ମିଳିଛି। ବର୍ଷକର କଠିନ ପରିଶ୍ରମର ଫଳ କ'ଣ ହେବ ସେନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ଲକ୍ଷ୍ମୀସାଗର ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଉତ୍ସାହର ସହ ପାଳିତ ହେଲା ବିବେକାନନ୍ଦ ଜୟନ୍ତୀ: ଆଦର୍ଶ ମଣିଷ ହେବାକୁ ଆହ୍ୱାନ
ଭୁବନେଶ୍ୱର: ଗତ ଜାନୁଆରୀ ୧୨ ତାରିଖ ଦିନ ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅତ୍ୟନ୍ତ ଭକ୍ତିଭାବ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ବିଶେଷ ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ।
ଏହି ଉତ୍ସବରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର (ଜଗନ୍ନାଥ ନଗର)ର ସଭାପତି ପ୍ରଫେସର୍ ଗୌରାଙ୍ଗ ଚରଣ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀସାଗର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୃଣ୍ମୟୀ ମହାପାତ୍ର ଓ ଓଡ଼ିଆ ମାଧ୍ୟମର ଅଧ୍ୟକ୍ଷ ଶ୍ରୀଯୁକ୍ତ ନନ୍ଦକିଶୋର ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ପଣ୍ଡା, ମଧୁମିତା ପଣ୍ଡା, ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ଜୟଶ୍ରୀ ମନ୍ତ୍ରୀ ଓ ମୋନାଲିସା ପଣ୍ଡା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର୍ ନନ୍ଦ ତାଙ୍କ ଉଦବୋଧନରେ କହିଥିଲେ ଯେ, "ଉଠ, ଜାଗ୍ରତ ହୁଅ ଓ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଥମିଯାଅ ନାହିଁ"—ସ୍ୱାମୀଜୀଙ୍କ ଏହି ବାଣୀ ଯୁବସମାଜ ପାଇଁ ଚିରକାଳ ପ୍ରେରଣାର ଉତ୍ସ। ଛାତ୍ରଛାତ୍ରୀମାନେ ନିଜ ଭାଷଣ ମାଧ୍ୟମରେ ସ୍ୱାମୀଜୀଙ୍କ ଦେଶପ୍ରେମ ଓ ବିଚାରଧାରା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ଶେଷ ଭାଗରେ ଏକ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶେଷରେ ସମସ୍ତେ ଏକତ୍ର ଭୋଜନ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ। ଏହି ଆୟୋଜନ ପିଲାମାନଙ୍କ ମଧ୍ୟରେ ସେବା ଓ ମାନବିକ ମୂଲ୍ୟବୋଧ ଜାଗ୍ରତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ସ୍କୁଲ୍‌ରେ ପିଲା ସପ୍ତାହେ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ, ଡିଇଓ ଓ ବିଇଓଙ୍କୁ ଗଣଶିକ୍ଷା ବିଭାଗର ଚିଠି
ଭୁବନେଶ୍ୱର: ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ଶିକ୍ଷକ । ସପ୍ତାହେ ପିଲା ସ୍କୁଲ୍‌କୁ ନଆସିଲେ ଘରକୁ ଯାଇ କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ । ବିଶେଷ କରି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା 'ଡ୍ରପ୍‌ଆଉଟ୍‌' ହାରକୁ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ଅଆସନ୍ତି, ତେବେ ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ । କାହିଁକି ସ୍କୁଲ ଆସୁନାହିଁ ପିଲା ? ସ୍କୁଲକୁ ଆସିବାରେ ଅସୁବିଧା କଣ ରହିଛି ? ଏହି ସମସ୍ତ ତଥ୍ୟ ସଂଗ୍ରହ କରିବେ। ବାପା-ପାଆଙ୍କ ସହିତ ଆଲୋଚନା କରିବେ । ପିଲାକୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ । ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି। ସରକାରଙ୍କ ଏହି ପ୍ରୟାସ ଦ୍ୱାରା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେବ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଶିକ୍ଷକମାନେ ନିକଟରୁ ବୁଝିପାରିବେ । ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ପ୍ରତ୍ୟେକ ଶିଶୁକୁ ଶିକ୍ଷାର ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
Odisha School Teacher Transfer: ରାଜ୍ୟ ସରକାରଙ୍କୁ ଝଟକା, ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ...
କଟକ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ। ୧୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।
ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ବିଜେପି ସରାକର ସର୍କୁଲାର ଜାରି କହିଲେ ୧୫ ଶିକ୍ଷକ ବଦଳି ପାଇଁ। ଏହା ଅକ୍ଷମଣୀୟ। ବିଜେପି ବିଧାୟକ ୧୦୦ରୁ ୧୫୦ ଶିକ୍ଷକ ବଦଳି ପାଇଁ  ପ୍ରସ୍ତାବ ଦେଲେ। ଏହା ଠିକ ନୁହଁ। ଏହା ତୁରନ୍ତ ବନ୍ଦ ହେବା ଦରକାର। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି।
ନୂଆଦିଲ୍ଲୀ: ଭାରତରେ ଶିକ୍ଷା ଖର୍ଚ୍ଚ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଆୟ ବଢୁ ନ ଥିବାବେଳେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବଢ଼ିବାରେ ଲାଗିଛି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ଏହା ଆକାଶ ଛୁଇଁଛି। ଦେଶର ପ୍ରମୁଖ ଘରୋଇ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ବର୍ଷକୁ ୧୨ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଏହା ୟୁରୋପର ଇଣ୍ଟରନ୍ୟାସନାଲ ବୋର୍ଡିଂ ସ୍କୁଲ୍‌ ସହ ସମାନ ରହିଛି। ତେବେ ସେଠାରେ ପରିବାରର ଆୟ ତୁଳନାରେ ପାଠପଢ଼ା ଖର୍ଚ୍ଚ କମ୍ ଥିବା ବେଳେ ଭାରତରେ ପରିବାର ଆୟ ତୁଳନାରେ ପାଠପଢ଼ା ଖର୍ଚ୍ଚ ଢେର ଅଧିକ। ବିଶେଷ କରି ଗତ ୫ ବର୍ଷ ଭିତରେ ଭାରତରେ ସ୍କୁଲ ଫି’ ୮୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆୟ ଏବଂ ବ୍ୟୟ ହିସାବରେ ଭାରତରେ ଘରୋଇ ସ୍କୁଲ୍‌ଗୁଡିକର ଦେୟ ବିଶ୍ବରେ ସର୍ବାଧିକ ରହିଛି।
ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ସିଙ୍ଗାପୁର, ଦୁବାଇ, ଲଣ୍ଡନ ଏବଂ ନ୍ୟୁୟର୍କ ଭଳି ସହର ଲୋକମାନେ ନିଜ ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ସମାନ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସେଠାରେ ପରିବାରର ଆୟ ଭାରତୀୟଙ୍କ ଅପେକ୍ଷା ବହୁତ ଅଧିକ। ଏହି ସବୁ ସହରରେ ପରିବାର ଆୟ ଭାରତଠାରୁ ୩ରୁ୫ ଗୁଣା ଅଧିକ ରହିଛି। ଭାରତରେ ଅନ୍ତର୍ଜାତୀୟ ସ୍ତରର ସ୍କୁଲ୍‌ ଗୁଡିକର ଦେୟ ସାରା ବିଶ୍ବରେ ଅଧିକ ରହିଛି।
ସୂଚନା ଅନୁଯାୟୀ, ଗତ ଦଶନ୍ଧିରେ ଭାରତରେ ସ୍କୁଲ ଫି’ ୧୫୦ରୁ ୨୦୦ ପ୍ରତିଶତ ବୃଦ୍ଧି ପାଇଛି। ମାତ୍ର ପରିବାର ଆୟ ୬୦ରୁ ୭୦ ପ୍ରତିଶତ ବଢ଼ିଛି। ସ୍କୁଲ ଦେୟରେ ହୋଇଥିବା ଏହି ବିସ୍ଫୋରଣ ଭାରତର ବଢ଼ୁଥିବା ସମ୍ପତ୍ତି ପାର୍ଥକ୍ୟକୁ ପ୍ରତିଫଳିତ କରୁଛି। ଶିକ୍ଷା ଅସମାନତାର ସ୍ପଷ୍ଟ ଚିତ୍ରକୁ ପ୍ରତିଫଳିତ କରୁଛି। ଭାରତରେ ତିନୋଟି ଶିକ୍ଷା ବ୍ୟବସ୍ଥା ଚାଲିଛି। ଏଲିଟ୍‌ ଶ୍ରେଣୀର ସ୍କୁଲ ପାଇଁ ବର୍ଷକୁ ୧୦ରୁ ୨୦ ଲକ୍ଷ ଟଙ୍କା ଫି’ ଦେବାକୁ ପଡୁଛି। ଏଗୁଡିକ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ବଜେଟ କୈନ୍ଦ୍ରିକ ଘରୋଇ ସ୍କୁଲଗୁଡିକରେ ବର୍ଷକୁ ୨୦ରୁ ୪୦ ହଜାର ଟଙ୍କା ଦେବାକୁ ପଡୁଛି। ଏହା ପ୍ରଥମ ପିଢ଼ିର ପିଲାଙ୍କୁ ଶିକ୍ଷା ଯୋଗାଉଛି। ଅନ୍ୟପକ୍ଷରେ ସରକାରୀ ସ୍କୁଲ୍‌ରେ ଶିକ୍ଷା ମାଗଣା ଥିବାବେଳେ ବ୍ୟବସ୍ଥା ଦୁର୍ବଳ ଥିବାରୁ ଲୋକେ ଘରୋଇ ଶିକ୍ଷାନୁଷ୍ଠାନକୁ ପସନ୍ଦ କରୁଛନ୍ତି। ଏହି ତ୍ରିସ୍ତରୀୟ ସ୍କୁଲ ବ୍ୟବସ୍ଥା ଶିକ୍ଷାର ମଡେଲ ଭାବେ ନୁହେଁ, ବରଂ ଷ୍ଟାଟସ ଭାବେ ଦେଖାଯାଉଛି।
ଦିଲ୍ଲୀରେ ପରିବାର ହାରାହାରି ବାର୍ଷିକ ଆୟ ୧୨ରୁ ୧୫ ଲକ୍ଷ ଟଙ୍କା ଥିବାବେଳେ ଘରୋଇ ସ୍କୁଲର ଦେୟ ୧୨ରୁ ୨୦ ଲକ୍ଷ ଟଙ୍କା ରହିଛି। ଗୋଟିଏ ପରିବାର ନିଜ ଆୟର ୮୦ରୁ ୧୩୦ ପ୍ରତିଶତ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି। ସେହିପରି ମୁମ୍ବଇରେ ଆୟ ୧୫ରୁ ୧୮ ଲକ୍ଷ ଥିବାବେଳେ ସ୍କୁଲ ଦେୟ ୯-୧୫ ଲକ୍ଷ ରହିଛି। ୫୦-୮୫ ପ୍ରତିଶତ ଅର୍ଥ ଏହି ଦେୟ ଦେବାରେ ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ଦୁବାଇରେ ବାର୍ଷିକ ଆୟ ୬୭ ଲକ୍ଷ ଥିବା ବେଳେ ସ୍କୁଲ ଫି’ ରହିଛି ୨୪ ଲକ୍ଷ। ପରିବାର ନିଜ ଆୟର ମାତ୍ର ୩୩ ପ୍ରତିଶତ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି। ଲଣ୍ଡନ ଏବଂ ନ୍ୟୁୟର୍କରେ ପରିବାରର ହାରାହାରି ବାର୍ଷିକ ଆୟ ୬୦ ଲକ୍ଷ ଏବଂ ୭୫ ଲକ୍ଷ ରହିଛି। କିନ୍ତୁ ଏଠାରେ ସ୍କୁଲ ଦେୟ ଯଥାକ୍ରମେ ୩୫ ଲକ୍ଷ ଓ ୩୭ ଲକ୍ଷ ରହିଛି। ଏହି ଦୁଇ ସହରର ଲୋକେ ନିଜ ଆୟର ୫୮ ଏବଂ ୫୦ ପ୍ରତିଶତ ଦେୟ ବାବଦକୁ ପୈଠ କରୁଛନ୍ତି।
ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତି: ଏଣିକି +୨ ପରେ ବିଏଡ୍‌ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତି। ଏଣିକି ଯୁକ୍ତ ଦୁଇ ପରେ ବିଏଡ୍‌ କରି ପାରିବେ ଛାତ୍ରଛାତ୍ରୀ। ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମ୍ ଓ ୟୁ ସ୍ବାକ୍ଷରିତ ହୋଇଛି । ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ ବୋଲି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ITEP ନାଁରେ ନୂଆ କୋର୍ସ ରହିବ ।
ରାଜ୍ୟରେ ଥିବା ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ଆଜି ସ୍ବାକ୍ଷରିତ ହୋଇଛି। ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ଯୁକ୍ତ ଦୁଇ ପରେ ହେବ ବିଏଡ୍‌ ପାଠପଢ଼ା। ଆସିବ ୪ ବର୍ଷର ନୂଆ ITEP (Intigreted teacher education programme ) କୋର୍ସ ନାଁରେ ନୂଆ କୋର୍ସ ରହିବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି। ITEPସେ ଭିତରୁ ଅନ୍ୟତମ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ।
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ‘ଶିଶୁ ବାଟିକା’
ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି। ଏଥିପାଇଁ ପିଲାମାନଙ୍କ ନାମଲେଖା ବୟସ ଓ ଶ୍ରେଣୀ ବିଭାଗର ଢାଞ୍ଚା ସଂପର୍କରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷା ପଦ୍ଧତି ଅନୁସାରେ, ପ୍ରାଥମିକ ଶିକ୍ଷା ସ୍ତରରେ ପ୍ରଥମଥର ପାଇଁ ପ୍ରି-ସ୍କୁଲ୍‌ ଶିକ୍ଷା ବା ‘ଶିଶୁ ବାଟିକା’ ଖୋଲିବ। ୫ରୁ ୬ବର୍ଷ ବୟସର ପିଲାମାନେ ତହିଁରେ ନାମ ଲେଖାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷାନୀତି ଅନୁସାରେ ପିଲାଙ୍କ ନାମଲେଖା ବୟସରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ୫ ବର୍ଷ ପୂରଣ ହେଲେ ପ୍ରଥମ ଶ୍ରେଣୀରେ ନାମଲେଖା ହେଉଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ୬ ବର୍ଷ ପୂରଣ ହେବା ପରେ ଯାଇ ଜଣେ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବ।
ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରେ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ। ଏନ୍‌ଇପି ଲାଗୁ ହେବା ପରେ ପାଠପଢ଼ା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଦଶମ ଓ ଦ୍ୱାଦଶ (୧୦+୨) ଶ୍ରେଣୀ ଢାଞ୍ଚାରେ ୧୮ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ। ଏହା ପରିବର୍ତ୍ତନ ହୋଇ ୫+୩+୩+୪ ଢାଞ୍ଚା ହେଇଛି। ଏହି ଚାରୋଟି ବର୍ଗକୁ ଯଥାକ୍ରମେ ପ୍ରାରମ୍ଭ ବା ମୌଳିକ, ପ୍ରସ୍ତୁତି, ମଧ୍ୟ ଏବଂ ମାଧ୍ୟମିକ ସ୍ତର ଭାବେ ନାମକରଣ କରାଯାଇଛି। ଛାତ୍ରଛାତ୍ରୀମାନେ ୩ ବର୍ଷରୁ ନାମ ଲେଖାଇବେ।
ଓଡ଼ିଶା ବଜେଟ ୨୦୨୪-୨୫: ଶିକ୍ଷାକୁ ଗୁରୁତ୍ବ , ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ ହୋଇଛି। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ଏଥି ମଧ୍ୟରୁ ଶିକ୍ଷା କ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୬,୩୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୪୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ୩୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ମୁଖ୍ୟମନ୍ତ୍ରୀ ଛତ୍ରଛତ୍ରୀ ପରିଧାନ ଯୋଜନା ପାଇଁ ୧୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* PM-POSHAN ପାଇଁ ୯୯୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* PM-POSHAN ନିମନ୍ତେ ରାଜ୍ୟ ସହାୟତା ବାବଦରେ ୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ସମଗ୍ର ଶିକ୍ଷା ନିମନ୍ତେ୩,୭୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ସମଗ୍ର ଶିକ୍ଷା ନିମନ୍ତେ ରାଜ୍ୟ ସହାୟତା ବାବଦରେ ୪୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ରାଜ୍ୟମାନଙ୍କ ପାଇଁ ଶିକ୍ଷାଦାନ-ଶିକ୍ଷଣ ଏବଂ ଫଳାଫଳକୁ ସୁଦୃଢ଼ (STARS) ଯୋଜନା ପାଇଁ ୭୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* PM-SHRI ନିମନ୍ତେ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ଜାତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପୂର୍ବବର୍ତୀ ଓ ପରବର୍ତୀ ଛାତ୍ରବୃତ୍ତି ପାଇଁ ୧୧୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ଉଚ୍ଚଶିକ୍ଷା ବିଭାଗ ପାଇଁ ୩,୪୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥ‌ିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ ପାଇଁ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଆମ କଲେଜ ଆମ ଗୌରବ ପାଇଁ ୧୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଓଡ଼ିଶା ବିଶ୍ବବିଦ୍ୟାଳୟ ଗବେଷଣା ଓ ଉଦ୍ଭାବନ ପ୍ରୋତ୍ସାହନ ଯୋଜନା ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (USHA ) ପାଇଁ ୧୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
* ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୧୫୮୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
* ଏସିଆ ବିକାଶ ବ୍ୟାଙ୍କ ସହାୟତାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* CM-ASPIRE ପାଇଁ ୩୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଇଞ୍ଜିନିୟରିଂ ସ୍କୁଲ, କଲେଜ, ଆଇଟିଆଇ, ପଲିଟେକ୍ନିକ୍ ଏବଂ ବୈଷୟିକ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ଭୁବନେଶ୍ବରସ୍ଥିତ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (OUTR) ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
* ବୁର୍ଲାସ୍ଥିତ VSSUT ପାଇଁ ୧୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସରିଲା ଖରାଛୁଟି, ଖୋଲିଲା ସ୍କୁଲ; ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ
ଭୁବନେଶ୍ୱର: ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଛି। ସକାଳ ୬ଟା ୩୦ ରୁ ୧୦ଟା ୩୦ ଯାଏ ଚାଲିବ କ୍ଲାସ । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜିଠୁ ସ୍କୁଲ ଖୋଲିଛି । କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି । ୧୫ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ଛୁଟି ଓ ୪ ଜିଲ୍ଲାରେ କେବଳ ଆଜି ଛୁଟି ରହିଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢାଇବାକୁ ଦାବି ହୋଇଥିଲା । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ସମ୍ପର୍କରେ ଜିଲ୍ଲାସ୍ତରରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଜିଠୁ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ସ୍କୁଲ ଛୁଟି ରହିଛି । ଗଞ୍ଜାମ, ଭଦ୍ରକ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁରରେ ମଧ୍ୟ ୨୦ ଜୁନ ଯାଏ ସ୍କୁଲ ଛୁଟି ରହିଛି। ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଉଛନ୍ତି । ଏହି ନିର୍ଦ୍ଦେଶ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।